Posted inଖେଳ

ଏହି ଖେଳାଳିଙ୍କୁ ହତ୍ୟା କରିବା ଲାଗି ତାଙ୍କ ସ୍ତ୍ରୀ ଦେଇଥିଲେ ୯ କୋଟି ଟଙ୍କା ସୁପାରୀ

ନୂଆଦିଲ୍ଲୀ, ୧।୧୦: ପୂର୍ବରୁ ଅନେକ ଜଣାଶୁଣା ଖେଳାଳି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ଝଗଡ଼ାର କାରଣ କେତେବେଳେ ଘରୋଇ ହିଂସା ପୁଣି କେତେବେଳେ ଅଫେୟାର୍ସକୁ ନେଇ ହୋଇଥାଏ। ତୁର୍କୀର ପୂର୍ବତନ ଫୁଟ୍‌ବଲ ଖେଳାଳି ଏମ୍ରି ଆସିକଙ୍କ ପରିବାରରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ ଆସିକ ଏବଂ ତାଙ୍କ ସ୍ତ୍ରୀ ୟାଗମୁରଙ୍କ ମଧ୍ୟରେ ଝଗଡ଼ା ଚାଲିଛି। ଯାହାର କାରଣ ଆସିକଙ୍କ ଅଫେୟାର୍ସକୁ ନେଇ ହୋଇଛି। ତେବେ ସବୁଠାରୁ ଚକିତ କଲାଭଳି ଘଟଣା ହେଉଛି କି, ସ୍ତ୍ରୀ ୟାଗମୁରଙ୍କ ଉପରେ ଆସିକ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଯେଉଁଥିରେ ଆସିକ କହିଛନ୍ତି ଯେ, ତାଙ୍କୁ ହତ୍ୟା କରିବା ଲାଗି ସ୍ତ୍ରୀ ୟାଗମୁର ସୁପାରି କିଲରଙ୍କୁ ୯ କୋଟି ଟଙ୍କା ଦେଇଥିଲେ।


ଏକ ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସ୍ବାମୀ ଆସିକଙ୍କୁ ହତ୍ୟା କରିବା ଲାଗି ୟାଗମୁର ଜଣେ ତଥାକଥିତ ସୁପାରୀ କିଲର୍‌ଙ୍କୁ ୯.୩ କୋଟି ଟଙ୍କା ପ୍ରଦାନ କରିଥିଲେ। ଏଥିସହିତ ସୁପାରୀ କିଲର୍‌ଙ୍କୁ ମଧ୍ୟ ଅସ୍ତ୍ର ଯୋଗାଇ ଦେଇଥିଲେ। କିନ୍ତୁ ଆସିକ ମୃତ୍ୟୁରୁ ରକ୍ଷା ପାଇଯାଇଥିଲେ। ହତ୍ୟା ପୂର୍ବରୁ ସୁପାରୀ କିଲର୍‌ ମନ ବଦଳି ଯାଇଥିଲା। ସେ ଆସିକଙ୍କୁ ତାଙ୍କ ସ୍ତ୍ରୀଙ୍କ ଷଡ଼ଯନ୍ତ୍ର ବିଷୟରେ ସବୁ କହି ଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଆସିକଙ୍କ ସ୍ତ୍ରୀ ୟାଗମୁର ଓ ସୁପାରୀ କିଲର୍‌କୁ ପୋଲିସ ଗିରଫ କରି ନେଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ତୁର୍କୀ ଜାତୀୟ ଫୁଟ୍‌ବଲ ଦଳ ପକ୍ଷରୁ ୩୪ ମ୍ୟାଚ୍‌ ଖେଳିଥିବା ଆସିକ ୨୦୧୨ରେ ୟାଗମୁରଙ୍କୁ ବିବାହ କରିଥିଲେ। ତାଙ୍କର ୩ ସନ୍ତାନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳ ପାଇଁ ଆସିଲା ଖୁସି ଖବର

କଲମ୍ବୋ,୨୮।୭: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଦଳର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ଆକ୍ରାନ୍ତ ହେବା ପରେ ତାଙ୍କ...

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଆବୁଧାବି, ୧୧।୧୦: ଆଇପିଏଲ୍‌ ଚଳିତ ସଂସ୍କରଣର ୨୭ତମ ମୁକାବିଲାରେ ରବିବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଛି। ସ୍ଥାନୀୟ ଶେଖ୍‌...

ଭାରତୀୟ କ୍ରିକେଟରଙ୍କ ନାମରେ ଅଷ୍ଟ୍ରେଲିଆ ଷ୍ଟ୍ରିଟ୍‌

ମେଲବୋର୍ନ, ୧୬ା୬ (ପି.ଟି.)-ଅଷ୍ଟ୍ରେଲିଆରେ କେତେକ ଗଳି ଅବା ଷ୍ଟ୍ରିଟ୍‌ର ନାମକରଣ ସଚିନ ତେନ୍ଦୁଲକର, କପିଳ ଦେବ ଓ ବିରାଟ କୋହଲିଙ୍କ ଭଳି ଭାରତର କେତେଜଣ ମହାନ...

ପୁଣି ଚାଲିଲା ଅଶ୍ୱିନ-ଅକ୍ଷରଙ୍କ ଯାଦୁ : ୨୦୫ରେ ଅଲଆଉଟ୍‌ ହେଲା ଇଂଲଣ୍ଡ

ଅହମ୍ମଦାବାଦ,୪।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ଭଳି ଚତୁର୍ଥ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳର ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ...

ଭାରତୀୟ ଦଳ ପାଇଁ ଖରାପ ଖବର!

ଆଡିଲେଡ୍‌,୨୦।୧୨: ଘରୋଇ ଅଷ୍ଟ୍ରେଲିଆଠାରୁ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ଭୋଗିବା ପରେ ଭାରତୀୟ ଦଳକୁ ଚାରିଆଡୁ ସମାଲୋଚନା କରାଯାଉଛି। ଏହି ସମୟରେ ଭାରତୀୟ ଦଳ ପାଇଁ...

ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌...

୩୬ ହଜାର କୋଟି ଆୟ କରିପାରେ ବିସିସିଆଇ

ନୂଆଦିଲ୍ଲୀ, ୨୧ା୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୩ରୁ ୨୦୨୭ ମଧ୍ୟରେ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ପ୍ରସାରଣ ଅଧିକାର ବାବଦରୁ ୫ ବିଲିୟନ...

କୋଭିଡ-୧୯: କର୍ମଚାରୀଙ୍କ ଦରମା କାଟିଲା ନ୍ୟୁଜିଲାଣ୍ଡ ରଗ୍‌ବୀ

ଓ୍ବେଲିଂଟନ,୧।୪(ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ନ୍ୟୁଜିଲାଣ୍ଡ ରଗ୍‌ବୀ (ଏନ୍‌ଜେଡ୍‌ଆର) ପାଖାପାଖି ୬୦ ମିଲିୟନ ଆମେରିକୀୟ ଡଲାର କ୍ଷତି ସହିବ ବୋଲି ଆଶଙ୍କା ପ୍ରକାଶ କରିଛି। ଫଳରେ...

Advertisement
Archives

Model This Week