ଆଇଆଇସି ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସ୍ତ୍ରୀ

ଗୁଣପୁର/ରାମନାଗୁଡ଼ା,୨୭ା୩(ଡି.ଏନ୍‌.ଏ.): ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଆଇଆଇସି ଦେବ୍‌ ଗମାଙ୍ଗଙ୍କ ମୃତ୍ୟୁ ଘଟଣାରେ ଶନିବାର ମୁହଁ ଖୋଲିଛନ୍ତି ସ୍ତ୍ରୀ କିରଣ ମହାନ୍ତି। ସ୍ବାମୀଙ୍କ ଉପରେ କାମର ଚାପ ରହିଥିଲା। ତେଣୁ ଠିକ୍‌ରେ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି। ପୈତୃକ ଗ୍ରାମ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କୁଜେନ୍ଦ୍ରୀ ପଞ୍ଚାୟତ କଇଠପଦର କୁଡ଼ିଆ ଗ୍ରାମରେ ଶନିବାର ଦେବ୍‌ଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ସମୟରେ ଗଣମାଧ୍ୟମ ନିକଟରେ ସ୍ବାମୀଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି କିରଣ।
କିରଣଙ୍କ କହିବା ଅନୁଯାୟୀ, ସ୍ବାମୀଙ୍କ ମୃତ୍ୟୁ ଘଟିବା ଦିନ ଉକ୍ତ ଘରକୁ ଦୁଇ ପୋଲିସ ଅଧିକାରୀ ଆସିଥିଲେ। ସମସ୍ତେ ମିଶି ଗୋଟିଏ ଟେବୁଲରେ ଖାଇଥିଲେ। ଦେବ୍‌ଙ୍କ ମା’ ଗାଧୋଇବାକୁ ଯାଇଥିବାବେଳେ କିଛି ସମୟ ମଧ୍ୟରେ ଗୁଳି ଫୁଟିବା ଶବ୍ଦ ଶୁଣିଥିଲେ। ବାଥରୁମ୍‌ରୁ ଆସି ଦେଖିବାବେଳେ ପୁଅ ତଳେ ପଡ଼ିଥିବା ବିଷୟରେ ମା’ ଜଣାଇଥିବା କିରଣ କହିଛନ୍ତି। ଅନ୍ୟପକ୍ଷରେ ଉଭୟ ସ୍ତ୍ରୀ ଏବଂ ସ୍ବାମୀ ପୋଲିସ ବିଭାଗରେ ଚାକିରି କରୁଥିଲେ। ଦମ୍ପତି ପରସ୍ପରଠାରୁ ଦୂରରେ ରହୁଥିଲେ। ଦେବ୍‌ ଛୁଟି ଆବେଦନ କଲେ ମଧ୍ୟ ମିଳୁ ନ ଥିଲା। ଦୂରରେ ଥିବାରୁ ସ୍ବାମୀଙ୍କ ମୃତ୍ୟୁର କାରଣ ଜାଣିପାରୁନି ବୋଲି କିରଣ କହିଛନ୍ତି। ସ୍ବାମୀଙ୍କ ଏଭଳି ମୃତ୍ୟୁକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି। ପୋଲିସରେ ଥାଇ ପୋଲିସ ଅଧିକାରୀ ନ୍ୟାୟ ପାଇବେ ନାହିଁ କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ରବିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହା ଦୁଃଖଦାୟକ ଘଟଣା। ସାଇଣ୍ଟିଫିକ୍‌ ଟିମ୍‌ ଓ ମେଡିକାଲ ରିପୋର୍ଟ ଆଧାରରେ ତଦନ୍ତ ଚାଲିଛି। ଏଚ୍‌ଆର୍‌ପିସି ମଧ୍ୟ ଏହାର ତଦନ୍ତ କରୁଛନ୍ତି। ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ର୍ନିବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri