କାଳୁଆ ମନ୍ଦିର ଜମିକୁ ନେଇ ଉତ୍ତେଜନା

ଆର.ଉଦୟଗିରି,୧୯।୩(ଡି.ଏନ୍‌.ଏ.): ଠାକୁରାଣୀ ମନ୍ଦିର ଜମିକୁ ଜଣେ ବ୍ୟକ୍ତି ଅକ୍ତିଆର କରିଛନ୍ତି। ତା ସହ ଜଙ୍ଗଲ ମଧ୍ୟ ସଫ କରୁଛନ୍ତି ା ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବି ସ୍ଥାନ ଛାଡିଲାନି ସେହି ବ୍ୟକ୍ତି। ଶେଷରେ ମହିଳା ସଂଘ ଅଣ୍ଟା ଭିଡିଲେ। ଦୋକାନ ବଜାର ବନ୍ଦ କଲେ। ସେହି ଜମି ନିକଟରେ ଧାରଣା ଦେଲେ। ଖବର ପାଇ ସେଠାରେ ତହସିଲଦାର ଏବଂ ପୋଲିସ୍‌ ପହଞ୍ଚିଲେ। ସେହି ଜମିରେ ୧୪୪ ଧାରା ଲାଗୁକଲେ। ଏଭଳି ଘଟଣା ଘଟିଛି ଗଜପତି ଜିଲା ଅଡବା ଗ୍ରାମର ଭୀମାକାଳୁଆ ମନ୍ଦିର ଜମିରେ। ସେହି ମନ୍ଦିର ଜମିରେ ଅସଂଖ୍ୟ ମୂଲ୍ୟବାନ ଗଛ ଅଛି। ହେଲେ ଏହି ଜମିକୁ କାମିଏଲ୍‌ ନାୟକ ନାମକ ଜଣେ ବ୍ୟକ୍ତି ଜବରଦଖଲ କରିଥିବା ସହ ମୂଲ୍ୟବାନ ଗଛ ଗୁଡିକ କାଟି ନେଉଥିବା ଅଭିଯୋଗ ହେଉଥିଲା। ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବାରୁ ଓଲଟା ଅକ୍ତିଆର କରିଥିବା ବ୍ୟକ୍ତି ଜଣକ ସାମ୍ପ୍ରଦାୟିକ ପରିସ୍ଥିତି ସୃଷ୍ଟି ହେଲା ଭଳି ଲେଖା ଲେଖି ତହସିଲଦାର ଏବଂ ଆର୍‌ଆଇ ଏନେଇ ଦାୟୀ ରହିବେ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତେଣୁ ଶନିବାର ଗ୍ରାମବାସୀ ସେହି ଜମି ନିକଟରେ ଏକତ୍ରିତ ହୋଇଥିଲେ। ପୋଲିସ ଓ ତହସିଲ ପ୍ରଶାସନ ପହଞ୍ଚି ଲୋକଙ୍କ ସହ ଆଲୋଚନା ପରେ ସେଠାରେ ୧୪୪ ଧାରା ଜାରି କରିଛନ୍ତି। ଆସନ୍ତା ତିନି ସପ୍ତାହ ମଧ୍ୟରେ ସମସ୍ତ ସମାଧାନ ହୋଇଯିବ ବୋଲି କହିଛନ୍ତି ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲେଇ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ ଗୁଜରାଟରୁ ଆସିଲେ ୩୮ଜଣ ଫୁଲବାଣୀ ପ୍ରବାସୀ: ଓଡ଼ିଆଙ୍କୁ ଭଞ୍ଜନଗରରେ ଓହ୍ଲାଇ ଦେଲା ବସ୍‌

ଭଞ୍ଜନଗର,୧୫।୫(ଡି.ଏନ.ଏ)- ଗୁଜରାଟରୁ ଓଡ଼ିଶାକୁ ଟ୍ରେନ୍‌ ସେବା ଆରମ୍ଭ ପରେ ବସ୍‌ ସେବା ବନ୍ଦ ହୋଇଯାଇଥିଲା। କିନ୍ତୁ ଗୁରୁବାର କରସିଙ୍ଗି ଦେଇ ଗଞ୍ଜାମକୁ ଗୋଟିଏ ବସ୍‌ରେ ଗୁଜରାଟର...

ଦେଢ଼କୋଟି ଟଙ୍କାର ସାପ ବିଷ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଗ୍ରାହକ ସାଜି ବାନ୍ଧିଲା ପୋଲିସ

ଦେବଗଡ଼,୨୦ା୧୧(ଡି.ଏନ୍‌.ଏ.): ସାପ ବିଷ ଚୋରାଚାଲାଣ ରାକେଟର ପର୍ଦ୍ଦାଫାଶ ହୋଇଛି। ସାପ ବିଷ ବିକ୍ରି ପାଇଁ ଉଦ୍ୟମ କରୁଥିବାବେଳେ ଗ୍ରାହକ ସାଜି ୨ ଜଣଙ୍କୁ ଗିରଫ କରିଛି...

ନାଏବ ସରପଞ୍ଚ ନିର୍ବାଚନ ବେଳେ ଉତ୍ତେଜନା

ବଲାଙ୍ଗୀର ଅଫିସ/ଦେଓଗାଁ,୧୨ା୩ (ଡି.ଏନ.ଏ.): ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ସମୟରେ ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଏବଂ ବଡ଼ବାହାଲ ଗ୍ରାମ ପଞ୍ଚାୟତରେ ୪...

ପୂର୍ବ ଶତ୍ରୁତାରୁ ବୋମାମାଡ଼: ଜଣେ ମୃତ

ବାଙ୍କୀ,୨୪।୮(ଡି.ଏନ୍‌.ଏ.): କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଘୋଲପୁର ଆନନ୍ଦ ପାଟଣା ସାହିରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଛି। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା...

ଡିଲରଙ୍କ ଲାଇସେନ୍ସ ଅବଧି ବଢ଼ିଲା

କଟକ ଅଫିସ,୨୫ା୭: ଲାଇସେନ୍ସ ନବୀକରଣ ପ୍ରସଙ୍ଗରେ ରାଜ୍ୟର ପ୍ରାୟ ୨ ହଜାର ୫୯୦ ଜଣ ଡିଲରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ...

‘ବର୍ଷକରେ ୮ଲକ୍ଷ ଶିଶୁଙ୍କୁ ଟିକା ଲକ୍ଷ୍ୟ’

ଝାରସୁଗୁଡ଼ା ଅଫିସ,୧।୭: ୫ବର୍ଷରୁ କମ୍‌ ବୟସର ଶିଶୁ, କମ୍‌ ରୋଗ ପ୍ରତିରୋଧକ ଶକ୍ତିଥିବା ଶିଶୁ, ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ ନିମୋକୋକାଲ ରୋଗ ହେବା ଆଶଙ୍କା...

ଡକାୟତି ଉଦ୍ୟମ ପଣ୍ଡ : ଅଟକ ୨ ଡକାୟତ ଜେଲ ଗଲେ

ରଣପୁର,୧୪ା୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାରେ ଅଟକ ଥିବା ୨ ଡକାୟତ ଡମସାହିର ଯଶୋଦା ପ୍ରଧାନ (୩୮) ଓ ସୁବ୍ରତ ନାୟକ (୪୫)ଙ୍କୁ ପୋଲିସ ଗିରଫ...

ଭିତରକନିକା ଯିବା ପାଇଁ ଚାନ୍ଦବାଲିରୁ ଏଣ୍ଟ୍ରି ପାସ୍‌ ଆରମ୍ଭ

ଚାନ୍ଦବାଲି, ୨।୮(ଡି.ଏନ୍‌.ଏ.)- ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ପ୍ରବେଶପଥ ଭାବେ ଚାନ୍ଦବାଲି ପରିଚିତ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକମାନେ ମୁଖ୍ୟତଃ ଚାନ୍ଦବାଲିରୁ ଘରୋଇ ବୋଟ୍‌ ସହାୟତାରେ ଜଳପଥରେ...

Advertisement
Archives

Model This Week