ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି ସମର୍ଥିତ ଅନୁଭବ ପଟ୍ଟନାୟକଙ୍କ ନେତୃତ୍ୱରେ ମଙ୍ଗଳବାର ମହାବିଦ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ପ୍ରତିବାଦ କରାଯାଇଥିଲା। ନିର୍ବାଚନକୁ ନେଇ ଭାଜପା  ଓ ବିଜେଡି ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି।

ସୂଚନା ଅନୁଯାୟୀ, ବିଜେଡି ସମର୍ଥିତ ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କ ନାମରେ ଥାନାରେ ମାମଲା ଥିବା ଏବଂ ପୋଲିସର ରିପୋର୍ଟ ଆଧାରରେ ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା କୁହାଯାଇଛି। ଏହାକୁ ନେଇ ବିଜେଡି ପକ୍ଷରୁ କଲେଜ ଅଧ୍ୟକ୍ଷ ଓ ଆଇଆଇସିଙ୍କ ସହ ଆଲୋଚନା କରାଯାଇଥିଲା। ନର୍ଲା ବିଧାୟିକା ମନୋରମା ମହାନ୍ତି, ଯୁବ ବିଜେଡି ଟାଉନ୍‌ ସଭାପତିଙ୍କ ସମେତ ଅନ୍ୟ ଦଳୀୟ ନେତାମାନେ ଅନୁଭବଙ୍କ ପ୍ରାର୍ଥୀପତ୍ର ନାକଚ କରାଯିବାର କାରଣ ସମ୍ପର୍କରେ ଆଲୋଚନା କରିଥିଲେ।

ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ଅନୁଭବଙ୍କ ପ୍ରାର୍ଥୀପତ୍ର ପୁନର୍ବାର କାଏମ ରହିଥିବା କୁହାଯାଇଛି। ଏହାକୁ ନେଇ  ଭାଜପା ପକ୍ଷରୁ ପ୍ରତିବାଦ କରାଯାଇଥିଲା। ନିର୍ବାଚନ ସମୟରେ ନର୍ଲା ବିଧାୟିକା ଓ ଯୁବ ବିଜେଡି ଟାଉନ୍‌ ସଭାପତି କିପରି କଲେଜ କ୍ୟାମ୍ପସକୁ ପ୍ରବେଶ କଲେ, ସେନେଇ  ଭାଜପା ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।

ଏହାକୁ ନେଇ କଲେଜରେ ଉତ୍ତେଜନା ଓ ଆଇନଶୃଙ୍ଖଳା ସମସ୍ୟା ଦେଖାଦେବାରୁ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ଉପଜିଲାପାଳଙ୍କୁ ଅବଗତ କରାଇଥିଲେ। ଉପଜିଲାପାଳଙ୍କ ସମୀକ୍ଷା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିର୍ବାଚନ ବାତିଲ ଘୋଷଣା କରାଯାଇଛି। ଏହାକୁ ନେଇ ଉଭୟ ଭାଜପାଓ ବିଜେଡି ମଧ୍ୟରେ ପୁଣି ଅସନ୍ତୋଷ ଦେଖାଦେଇଛି।

ବିଜେଡି ଯୁବନେତା ଅଭିନାଶ ଠାକୁର ଅଭିଯୋଗ କରିଛନ୍ତି ଯେ, ଭାଜପା ସମର୍ଥିତ ପ୍ରାର୍ଥୀ ହାରିବା ଆଶଙ୍କାରେ ଆରମ୍ଭରୁ ଶାସକ ଦଳ ପକ୍ଷରୁ ବିଭିନ୍ନ ଷଡ଼ଯନ୍ତ୍ର କରାଯାଇଥିଲା। ଅନୁଭବ ପଟ୍ଟନାୟକଙ୍କ ପ୍ରାର୍ଥୀପତ୍ର ପୁନର୍ବାର କାଏମ ରହିବା ପରେ ପରାଜୟ ଭୟରେ ନିର୍ବାଚନ ବାତିଲ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, କଲେଜରେ ଆଇନଶୃଙ୍ଖଳା ପରିସ୍ଥିତି ସ୍ୱାଭାବିକ ନଥିବାରୁ ନିର୍ବାଚନ ବାତିଲ କରାଯାଇଥିବା ବିଜେପି ପକ୍ଷରୁ କୁହାଯାଇଛି।

ଏହି ଘଟଣାକୁ ନେଇ ଆଗାମୀ ଦିନରେ କେସିଙ୍ଗା ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ଆହୁରି ସରଗରମ ହେବାର ଆଶଙ୍କା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ‘ସୁରଭି’

ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?