Posted inଜାତୀୟ

ସ୍ବାମୀଙ୍କ ଦ୍ୱିତୀୟ ବିବାହ ନେଇ ସ୍ତ୍ରୀ ରାଜି, ୨୧ ବର୍ଷ ବୟସ୍କାଙ୍କୁ ବିବାହ କରିବାକୁ କୋର୍ଟରେ ପହଞ୍ଚିଲେ ୪ ସନ୍ତାନଙ୍କ ପିତା, ହାଇ ଭୋଲଟେଜ ଡ୍ରାମା ଭାଇରାଲ…

ଫରିଦାବାଦ,୨୨।୧୦ : ହରିୟାଣାର ଫରିଦାବାଦ ଜିଲାରେ ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ କୋର୍ଟରେ ପହଞ୍ଚିଥିଲେ। ଯାହା ପରେ ଜିଲା କୋର୍ଟରେ ଏକ ହାଇ ଭୋଲଟେଜ ଡ୍ରାମା ହୋଇଥିଲା। ୨୧ ବର୍ଷର ଯୁବତୀଙ୍କୁ ବିବାହ କରିବାକୁ ଆସିଥିବା ୪ ସନ୍ତାନର ପିତାଙ୍କୁ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ହିନ୍ଦୁ ସଂଗଠନର ଲୋକମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁବତୀ ଜଣକ ମଧ୍ୟ ସମ୍ପୃକ୍ତ ଯୁବକଙ୍କୁ ବିବାହ କରିବାକୁ ବୋଲି ଜିଦ ଧରିଥିଲେ। କିନ୍ତୁ ଲୋକମାନେ ଏଥିରେ ସହମତ ନ ଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଲା ବିବାହ କରିବାକୁ ଆସିଥିବା ଯୁବକଙ୍କର ପ୍ରଥମ ସ୍ତ୍ରୀଙ୍କର ମଧ୍ୟ ଏହି ବିବାହରେ କୌଣସି ଆପତ୍ତି ନ ଥିଲା।

ଯେତେବେଳେ ମାମଲା ବଢ଼ିବାରେ ଲାଗିଲା, କେହି ଜଣେ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ପୋଲିସ ଷ୍ଟେଶନ ଇନଚାର୍ଜ ଇନ୍ସପେକ୍ଟର ରଣଭୀର ସିଂ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସମସ୍ତ ଲୋକଙ୍କୁ ସାଙ୍ଗରେ ନେଇ ପୋଲିସ ଷ୍ଟେଶନକୁ ଆସିଥିଲେ। ଷ୍ଟେଶନରେ ସମସ୍ତ ପକ୍ଷଙ୍କର ବିବୃତ୍ତି ନିଆଯାଇଥିଲା। ପରେ ପୋଲିସ ଯୁବତୀଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ପୋଲିସ ଯୁବକଙ୍କୁ କିଛି ସର୍ତ୍ତ ଆଧାରରେ ଘରକୁ ଫେରିବାକୁ ଅନୁମତି ଦେଇଥିଲେ। ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିବା ସହିତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଇନ୍ସପେକ୍ଟର ରଣଭୀର ସିଂ କହିଛନ୍ତି ଯୁବତୀ ଜଣକ ଗାନ୍ଧୀ କଲୋନୀର ବାସିନ୍ଦା। ସେ ତାଙ୍କ ପଡ଼ୋଶୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଯିଏ ଅନ୍ୟ ସମ୍ପ୍ରଦାୟର ଥିଲେ। ଯୁବକ ଜଣକ ବିବାହିତ ଏବଂ ଚାରି ସନ୍ତାନଙ୍କର ପିତା। ଯୁବତୀଙ୍କର ତିନି ଭଉଣୀ ଏବଂ ଜଣେ ଭାଇ ଅଛନ୍ତି। ଶନିବାର ସେମାନେ ବିବାହ ଉଦ୍ଦେଶ୍ୟରେ ଜିଲା କୋର୍ଟକୁ ଆସିଥିଲେ। ଯୁବତୀଙ୍କର ଭାଇ ଏ ବିଷୟରେ ଜାଣିବାକୁ ପାଇଲେ, ଏହା ପରେ କିଛି ଲୋକଙ୍କ ସହ କୋର୍ଟକୁ ଆସି ବିବାହକୁ ବିରୋଧ କରିଥିଲେ।
ଯୁବତୀଙ୍କୁ ହିନ୍ଦୁ ସଂଗଠନ ଏବଂ ତାଙ୍କ ଭାଇ ଓ ଭଉଣୀମାନେ ବହୁତ ବୁଝାଇଥିଲେ। କିନ୍ତ ସେ ବିବାହ କରିବାକୁ ଜିଦ ଧରିଥିଲେ। ଉତ୍ତେଜନା ବଢ଼ିଥିଲା। ଓକିଲ ଏବଂ ଅନ୍ୟ ଲୋକମାନେ ଏକତ୍ରିତ ହୋଇଥିଲେ। ଏହି ସମୟ ମଧ୍ୟରେ ଓକିଲ ଏବଂ ଗଣମାଧ୍ୟମ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପରେ ପୋଲିସ ସମସ୍ତ ଲୋକଙ୍କୁ ଥାନାକୁ ଆଣିଥିଲେ।

ଯୁବତୀଙ୍କୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଯୁବକଙ୍କ ପକ୍ଷରୁ ପୋଲିସ ଷ୍ଟେଶନକୁ ଏକ ଲିଖିତ ଚିଠି ଦିଆଯାଇଛି। ଯେଉଁଥିରେ ସେ ଯୁବତୀ ସହିତ ଥିବା ସମ୍ପର୍କକୁ ଭାଙ୍ଗିବାକୁ ଏବଂ ଭବିଷ୍ୟତରେ ତାଙ୍କ ସହିତ ଯୋଗାଯୋଗ ନ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

ଆଦର୍ଶ ଆଇନଜୀବୀ ଭାବେ ପରିଚିତ ଥିଲେ ବଂଶୀଧର, ଆଜି ତାଙ୍କୁ ଝୁରୁଛି ଓକିଲ ସଂଘ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟ ବରିଷ୍ଠ ଆଇନଜୀବୀ ବଂଶୀଧର ପାଳଙ୍କ ଭୁବନେଶରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

EPFରେ ବଡ଼ ପରିବର୍ତ୍ତନ; ୫୧ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଉପକୃତ, ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୧୬ା୯: କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍‌ ପାଇଁ ଲାଗୁଥିବା…

ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା…

ବାଲସି ଗାଁରେ ନୂଆଖାଇ ଜୁହାର, ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ପରେ…

କେସିଙ୍ଗା,୧୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଷଣା ବଂଶ ପକ୍ଷରୁ ନୂଆଖାଇ ଓ ଜୁହାର କାର୍ଯ୍ୟକ୍ରମ…

Asian Games 2026: ଏସିଆନ୍ ଗେମ୍ସ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ବାଦ୍ ପଡ଼ିଲେ ବରୁଣ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୬।୯: ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ହୋଇଛି । ଆହତ କାରଣରୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏସିଆନ୍ ଗେମ୍ସରୁ ବାଦ୍…

ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

ବଞ୍ଚୋ/ଆନନ୍ଦପୁର,,୧୬ା୯(ପ୍ରଦୋଷ ବିଶ୍ୱାଳ/ ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୁଧବାର ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅଚାନକ ବଜ୍ରପାତରେ ଦୁଇଟି…

ଶ୍ରୀଦେବୀଙ୍କ ସମ୍ପତ୍ତିକୁ ନେଇ ଉଠିଲାଣି ବିବାଦ; ସୁପ୍ରିମକୋର୍ଟ ଦେଲେ ଏମିତି ପରାମର୍ଶ

ନୂଆଦିଲ୍ଲୀ,୧୬।୯: ସୁପ୍ରିମକୋର୍ଟ ବଲିଉଡର ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାରିବାରିକ ସମ୍ପତ୍ତି ସହ ଜଡ଼ିତ ବିବାଦର ସମାଧାନ ପାରସ୍ପରିକ ଆଲୋଚନା ମାଧ୍ୟମରେ କରିବାକୁ ପରାମର୍ଶ ଦେଇଛନ୍ତି। ଚେନ୍ନାଇର ଶୋଲିଙ୍ଗାନାଲୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?