Posted inଜାତୀୟ

ବ୍ୟାପୁଛି ‘ଇସ୍‌ଲାମୋଫୋବିଆ’

ନୂଆଦିଲ୍ଲୀ,୯ା୬: ୨୦୨୦ ଏପ୍ରିଲରେ ଭାରତରେ କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବୃଦ୍ଧି ପାଇଁ ଏକ ମୁସଲମାନ ସମ୍ମିଳନୀକୁ ଦାୟୀ କରାଯାଇଥିଲା। ଏହା ପରେ ଦେଶବ୍ୟାପୀ ଇସ୍‌ଲାମୋଫୋବିଆ ବ୍ୟାପିଥିଲା। ଦେଶ ବିଦେଶରୁ ହଜାର ହଜାର ମୁସଲମାନ ଦିଲ୍ଲୀର ତବଲିଘି ଜମାତରେ ଏକତ୍ରିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ରର ଭାଜପା ସରକାର ଏହାକୁ ‘ସୁପର ସ୍ପ୍ରେଡର ଇଭେଣ୍ଟ’ ଆଖ୍ୟା ଦେଇଥିଲା। ସଂକ୍ରମଣ ବୃଦ୍ଧି ପାଇଁ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଦୋଷ ଲଦି ପୋଷ୍ଟ କରାଯାଇଥିବା ଇସ୍‌ଲାମୋଫୋବିକ୍‌ ମେମେସ୍‌ ଏବଂ ହ୍ୟାଶ୍‌ଟ୍ୟାଗ୍‌ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ୍‌ କରିବାରେ ଲାଗିଥିଲା। ଏପରି କି କେତେକ ମୁଖ୍ୟସ୍ରୋତର ଗଣମାଧ୍ୟମ ମଧ୍ୟ ‘ଦେଶକୁ କରୋନା ଜେହାଦରୁ ରକ୍ଷା କର’ ଶୀର୍ଷକ ଶିରୋନାମା ଦେବାକୁ ପଛାଇ ନ ଥିଲେ। ଉକ୍ତ ଧର୍ମ ସମ୍ମିଳନୀରେ ଯୋଗଦେଇଥିବା ପ୍ରାୟ ୧,୦୦୦ ଲୋକଙ୍କ ବିରୋଧରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଏହାର ୮ ମାସ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଦୋଷମୁକ୍ତ ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ମନ୍ଦ ଉଦ୍ଦେଶ୍ୟ ରଖି ସେମାନଙ୍କୁ ଆଇନର କାଠଗଡ଼ାକୁ ଟଣାଯାଇଥିବା ବିଷୟ ଅଦାଲତ ସ୍ପଷ୍ଟ କରିଥିଲେ। ବିଦ୍ୱାନ୍‌ମାନଙ୍କ ମଧ୍ୟରୁ ଅଧିକାଂଶ ଭାରତର ବାଣିଜି୍ୟକ ସହଭାଗୀ ଇଣ୍ଡୋନେସିଆରୁ ଆସିଥିଲେ। ଏହି ପ୍ରସଙ୍ଗକୁ ନେଇ ଜାକର୍ତ୍ତା ଅନେକ କ୍ଷେତ୍ରୀୟ ସମ୍ମିଳନୀରେ ଅସନ୍ତୋଷ ବ୍ୟକ୍ତ କରିଥିଲା। ହିନ୍ଦୁବହୁଳ ଭାରତରେ ମୁସଲମାନ ସମ୍ପ୍ରଦାୟକୁ କଳଙ୍କିତ କରିବା ପାଇଁ ଏଭଳି ଉଦ୍ୟମ ହୋଇଥିବା ଇଣ୍ଡୋନେସିଆ କହିଥିଲା।
ନିକଟରେ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଭାଜପାର ଦୁଇଜଣ ମୁଖପାତ୍ର ଆପତ୍ତିଜନକ ମନ୍ତବ୍ୟ ଦେଇ ଦଳରୁ ବିଦା ହୋଇଛନ୍ତି। ତେବେ ମୋଦି ସରକାରଙ୍କ ଅମଳରେ ତାଙ୍କ ଦଳ ଇସ୍‌ଲାମୋଫୋବିଆକୁ ନେଇ ବୈଶ୍ୱିକ ଚାପର ସମ୍ମୁଖୀନ ହେବାରେ ଏହା ପ୍ରଥମ ଘଟଣା ନୁହେଁ। ଦୁଇବର୍ଷ ପୂର୍ବେ ଆରବୀ ମହିଳାମାନଙ୍କ ଉପରେ ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟାଙ୍କ ୨୦୧୫ର ଏକ ଟୁଇଟ୍‌ ଭାଇରାଲ ହେବା ପରେ ଝଡ଼ ସୃଷ୍ଟି ହୋଇଥିଲା। ଦୁବାଇ ଓ କୁଏଟ୍‌ର ପ୍ରମୁଖ ବ୍ୟବସାୟୀ, ଆଇଜନୀବୀ ଓ ମୁଖପାତ୍ରମାନେ ମନ୍ତବ୍ୟକୁ ନିନ୍ଦା କରିବା ପରେ ତେଜସ୍ବୀ ସୂର୍ଯ୍ୟା ବାଧ୍ୟହୋଇ ନିଜ ପୋଷ୍ଟକୁ ଡିଲିଟ୍‌ କରିଥିଲେ।
୨୦୧୮ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଥିଲେ, ଭାରତକୁ ବେଆଇନ ଭାବେ ଆସି ଏଠାରେ ବସବାସ କରୁଥିବା ବାଂଲାଦେଶୀ ନାଗରିକମାନେ ଅନୁପ୍ରବେଶକାରୀ। ସେମାନେ ଆମ ଦେଶକୁ ଉଇ ଭଳି ଚରିବାରେ ଲାଗିଛନ୍ତି। ମୁସଲମାନବହୁଳ ପଡ଼ୋଶୀ ବାଂଲାଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଭାରତର ଦ୍ୱିତୀୟ ସର୍ବୋଚ୍ଚ ନେତାଙ୍କ ମନ୍ତବ୍ୟ ଅବାଞ୍ଛିତ ବୋଲି ସେଠାକାର ଜଣେ ବରିଷ୍ଠ ମନ୍ତ୍ରୀ କହିଥିଲେ। ଜଣେ ବାଂଲାଦେଶୀ ସ୍ତମ୍ଭକାର ଲେଖିଥିଲେ, ବାଂଲାଦେଶ ବିରୋଧକୁ ଅପମାନ କରିବା ପାଇଁ ଘୃଣା ମନ୍ତବ୍ୟ ଦେବା ନେଇ ଶାହାଙ୍କ ଲମ୍ବା ଇତିହାସ ରହିଛି।
ଗତ ବର୍ଷକ ମଧ୍ୟରେ ଭାରତରେ ଗୈରିକ ଦଳର ଦକ୍ଷିଣପନ୍ଥୀ ନେତାମାନେ ପ୍ରାୟ ୨୧ କୋଟି ମୁସଲମାନଙ୍କ ବିରୋଧରେ ଦେଇଆସିଥିବା ଘୃଣା ମନ୍ତବ୍ୟ ସୁନାମି ସୃଷ୍ଟି କରିଛି। ଏପରି କି ସେମାନଙ୍କ ମଧ୍ୟରୁ ଅନେକେ ଖୋଲାଖୋଲି ସଂଖ୍ୟାଲଘୁଙ୍କ ଗଣହତ୍ୟା ପାଇଁ ଅସ୍ତ୍ର ଧାରଣ କରିବାକୁ ହିନ୍ଦୁମାନଙ୍କୁ ଉସୁକାଇବା ଭଳି ବୟାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ମହିଳା ମୁସଲମାନ ଖବରଦାତା ଓ ସାମାଜିକ କର୍ମୀମାନଙ୍କୁ ପ୍ରବଳ ଟ୍ରୋଲ କରାଯାଇଛି। ଅନ୍‌ଲାଇନ୍‌ରେ ଫେକ୍‌ ନିଲାମ ପାଇଁ ମୁସଲମାନ ମହିଳାଙ୍କ ଫଟୋ ପୋଷ୍ଟ କରାଯାଇଛି। ପକ୍ଷପାତୀ ନ୍ୟୁଜ୍‌ ନେଟ୍‌ଓ୍ବର୍କଗୁଡ଼ିକ ବିତର୍କ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବକ୍ତାମାନଙ୍କୁ ପ୍ରବର୍ତ୍ତାଇ ନିଅଁାରେ ଘିଅ ଢାଳିବା ଭଳି କାର୍ଯ୍ୟ କରିଛନ୍ତି। ଦେଶରେ ଏଭଳି ସାମ୍ପ୍ରଦାୟିକ ଉତ୍ତେଜନା ବଢ଼ୁଥିବାବେଳେ ମୋଦି ସରକାର ନୀରବ ଦ୍ରଷ୍ଟ୍ରା ସାଜିଛନ୍ତି। କିନ୍ତୁ ଚାପ ବଢ଼ିଲେ ଏଥିପାଇଁ ‘ଫ୍ରିଙ୍ଗ୍‌ ଏଲିମେଣ୍ଟ୍‌ସ’ଙ୍କୁ ଦାୟୀ କରିଛନ୍ତି। ସରକାରଙ୍କ ଏପରି ଆଭିମୁଖ୍ୟ ସାଧାରଣ ହିନ୍ଦୁମାନଙ୍କୁ ଅନ୍‌ଲାଇନ୍‌ରେ ମୁସଲମାନ ବିରୋଧୀ ମନ୍ତବ୍ୟ ଦେବାକୁ ବଳ ଦେଇଛି। ଅତୀତରେ ଏହାର ପରିଣାମ ମଧ୍ୟ ଦେଖିବାକୁ ମିଳିଛି। ୨୦୧୮ରେ ଦୁବାଇର ଏକ ହୋଟେଲରେ କାର୍ଯ୍ୟରତ ଜଣେ ଭାରତୀୟ ବଂଶୋଦ୍ଭବ ସେଫ୍‌ଙ୍କୁ ଇସ୍‌ଲାମ୍‌ ବିରୋଧୀ ଟୁଇଟ୍‌ ପାଇଁ ଗୁଳି କରାଯାଇଥିଲା। ୨୦୨୦ରେ ଦୁବାଇରେ ରହୁଥିବା ଭାରତୀୟମାନେ ଯେତେବେେଳେ ତବ୍‌ଲିଘି ଜମାତ୍‌ ବିରୋଧୀ ପୋଷ୍ଟ କରିବାରେ ଲାଗିଥିଲେ ଶାସକ ରାଜ ପରିବାର ସହ ଜଡ଼ିତ ଜଣେ ସ୍ଥାନୀୟ ମହିଳା ବ୍ୟବସାୟୀ ଟୁଇଟ୍‌ କରିଥିଲେ ଯେ, କୌଣସି ଜାତିଆଣ ଓ ବୈଷମ୍ୟପୂର୍ଣ୍ଣ ଟୁଇଟ୍‌ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ ସହ ୟୁଏଇରୁ ତାଙ୍କୁ ବିଦା କରାଯିବ। ଏଥର ମଧ୍ୟ ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ମହମ୍ମଦଙ୍କ ବିରୋଧୀ ଅପମାନଜନକ ଟୁଇଟ୍‌ ସବୁ ସୀମା ଲଂଘିଯାଇଥିବା ଭାରତର ଜଣେ ପୂର୍ବତନ କୂଟନୀତିଜ୍ଞ କହିଛନ୍ତି। ଏହି ପ୍ରସଙ୍ଗରେ ସାଉଦି ଆରବ, ଇରାନ ଓ କାତାର ସମେତ ୨୦ ଇସ୍‌ଲାମିକ୍‌ ରାଷ୍ଟ୍ର ଏହାକୁ ନିନ୍ଦା କରି ଭାରତ ଉପରେ ଚାପ ସୃଷ୍ଟି କରିଛନ୍ତି। ଫଳରେ ମୋଦି ସରକାର ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛନ୍ତି। ଏହା ଭାରତର ବୈଶ୍ୱିକ ଛବିକୁ ମଳିନ କରିବ ବୋଲି ବିଦ୍ୱାନ୍‌ ପ୍ରତାପ ଭାନୁ ମେହଟ୍ଟା କହିଛନ୍ତି।
୬ ଉପସାଗରୀୟ ରାଷ୍ଟ୍ରରେ ୮.୫ ନିୟୁତ ଭାରତୀୟ ବସବାସ କରନ୍ତି। ଉପସାଗରୀୟ ସହଯୋଗ ପରିଷଦ (ଜିସିସି)ର ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ଥିବା ପାକିସ୍ତାନୀଙ୍କ ତୁଳନାରେ ଭାରତୀୟଙ୍କ ସଂଖ୍ୟା ଦୁଇଗୁଣ। ୟୁଏଇ, ସାଉଦି ଆରବ, କାତାର, କୁଏଟ୍‌, ଓମାନ ଏବଂ ବାହାରିନରେ ଥିବା ଭାରତୀୟମାନେ ସ୍ବଦେଶକୁ ବାର୍ଷିକ ୩୫ ନିୟୁତ ଡଲାର ପଠାଇଥାଆନ୍ତି। ଏହି ଅର୍ଥରେ ପ୍ରାୟ ୪୦ ନିୟୁତ ପରିବାର ଚଳିଥାଆନ୍ତି। ଏବେ ଭାଜପା ନେତାଙ୍କ ମନ୍ତବ୍ୟ ପ୍ରତିବାଦରେ ଉପରୋକ୍ତ ରାଷ୍ଟ୍ରଗୁଡ଼ିକରେ ଭାରତୀୟ ସାମଗ୍ରୀ ବର୍ଜନ ଟ୍ରେଣ୍ଡ୍‌ କରିବାରେ ଲାଗିଛି। ତେଣୁ ଭାରତରେ ଇସ୍‌ଲାମୋଫୋବିଆ ବଢ଼ିଲେ ମୋଦି ସରକାର ସାମୟିକ ଭାବେ ରାଜନୈତିକ ଫାଇଦା ପାଇପାରନ୍ତି। କିନ୍ତୁ ଏହାର ପରିଣାମ ୧୪୦ କୋଟି ଭାରତୀୟଙ୍କୁ ଭୋଗିବାକୁ ପଡ଼ିବ, ତାହା ପ୍ରତ୍ୟକ୍ଷରେ ହେଉ କି ପରୋକ୍ଷରେ।

ବିଷ ବିସ୍ତାର ବନ୍ଦ କରାନ୍ତୁ ପ୍ରଧାନମନ୍ତ୍ରୀ: ନାସିରୁଦ୍ଦିନ୍‌

ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଇସ୍‌ଲାମୀୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିବା ପ୍ରସଙ୍ଗରେ ବଲିଉଡ୍‌ ଅଭିନେତା ନାସିରୁଦ୍ଦିନ ଶାହା ପ୍ରତିକ୍ରିୟା ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଆଗକୁ ଆସିବା ସହ ଦେଶରେ ବିଷ ବ୍ୟାପିବା ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି। ଲୋକଙ୍କ ମଧ୍ୟରେ ଭଲ ବୁଝାମଣା ରଖିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ବିବାଦୀୟ ମନ୍ତବ୍ୟ ଦେଇଥିବା ମହିଳା ଜଣକ କୌଣସି ମାମୁଲି କିମ୍ବା ସାଧାରଣ ବ୍ୟକ୍ତି ନୁହଁନ୍ତି। ସେ ଜଣେ ରାଷ୍ଟ୍ରୀୟ ପ୍ରବକ୍ତା। ଏପରି ଦାୟିତ୍ୱରେ ଥିବା କୌଣସି ମୁସଲମାନ ବ୍ୟକ୍ତି ହିନ୍ଦୁ ଦେବଦେବୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ସେ ଶୁଣିନାହାନ୍ତି। ନୂପୁର ଶର୍ମା ଯେଉଁଭଳି ଭୁଲ ମାଗିଛନ୍ତି ତାହା ସ୍ବୀକାର କରିହେଉନାହିଁ। ଏ କ୍ଷେତ୍ରରେ ଦୋହାରା ନୀତି ଆପଣାଯାଉଛି ବୋଲି ନାସିରୁଦ୍ଦିନ କହିଛନ୍ତି। ଏଥିସହ ନୂପୁରଙ୍କୁ ଦିଆଯାଉଥିବା ହତ୍ୟା ଧମକକୁ ସେ ନିନ୍ଦା କରିଛନ୍ତି।

ସୀମାରେ ରହୁ ଅଲ୍‌-କାଏଦା

ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିବାଦୀୟ ମନ୍ତବ୍ୟ ପରେ ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା ଦିଲ୍ଲୀ, ମୁମ୍ବାଇ, ୟୁପି, ଗୁଜରାଟରେ ଆତ୍ମଘାତୀ ଆକ୍ରମଣ କରିବାକୁ ଧମକ ଦେଇଛି। ଏହା ଉପରେ ପ୍ରତିକ୍ରିୟା ରଖି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବୁଧବାର କହିଛନ୍ତି, ଅଲ୍‌-କାଏଦା ନିଜ ସୀମା ଭିତରେ ରହୁ। ଭାରତରେ ଆକ୍ରମଣ କଥା କହୁଥିବା ଲୋକ କିମ୍ବା ସଙ୍ଗଠନ ଜାଣି ରଖିବା ଉଚିତ୍‌ ଯେ ଏପରି କଲେ ସେମାନଙ୍କୁ ସମୂଳେ ନିପାତ କରିଦିଆଯିବ। ଏଠାରେ କୌଣସି ଆତଙ୍କବାଦୀ କିମ୍ବା ଆତଙ୍କବାଦୀ ସଙ୍ଗଠନକୁ ପ୍ରଶ୍ରୟ ଦିଆଯିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଭାରତ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ଦୁର୍ଗାପୂଜା ପୂର୍ବରୁ ବଡ଼ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ବଡ଼ ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?