ବିଲ୍‌ ସାଇକଲ: କାହିଁକି ଏ ପରିବର୍ତ୍ତନ

ଭୁବନେଶ୍ୱର,୯। ୮(ବ୍ୟୁରୋ): ଉପଭୋକ୍ତାଙ୍କୁ ଉନ୍ନତମାନର ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଗୋଟିଏ ପରେ ଗୋଟିଏ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଉଛି। ପ୍ରଥମେ ଆମେରିକୀୟ କମ୍ପାନୀ ଏଇଏସ୍‌(୧୯୯୯ ରୁ ୨୦୦୧ ), ଏହାପରଠାରୁ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ଦ୍ୱାରା ୨୦୨୦ ମେ ୩୧ ପର୍ଯ୍ୟନ୍ତ ପରିଚାଳିତ ହେଉଥିଲା। ଏବେ ଗତ ଜୁନ୍‌ ୧ରୁ ଟାଟା ପାଓ୍ବାର କମ୍ପାନୀ ଲିମିଟେଡ(ଟିପିସିଏଲ୍‌)କୁ ସେସୁର ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏଥିସହିତ ଟାଟା ପାଓ୍ବାର ସେସୁର ନାମ ପରିବର୍ତ୍ତନ କରି ଟାଟା ପାଓ୍ବାର ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌(ଟିପିସିଓଡିଏଲ୍‌) ରଖିଛି। ଗ୍ରୀଡ୍‌କୋ ସହ ଚୁକ୍ତି ସମୟରେ ଗ୍ରାହକଙ୍କୁ ଉନ୍ନତ ସେବା, ବୈଷୟିକ ଓ ବାଣିଜ୍ୟ କ୍ଷତି କମାଇବା, ନୂତନ ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶ କରିବା ଆଦି ଚୁକ୍ତିରେ ଉଲ୍ଲେଖ ରହିଥିଲା। ହେଲେ ଗ୍ରାହକଙ୍କୁ ଉତ୍ତମ ସେବା ଦେବା ପରିବର୍ତ୍ତେ ଟିପିସିଓଡିଏଲ୍‌ ପ୍ରଥମରୁ ଶୋଷଣ କରିବା ଆରମ୍ଭ କଲାଣି। ଜୁନ ମାସରୁ ବିଲ୍‌ ସାଇକଲ ଫନ୍ଦି ଆରମ୍ଭ କରିଛି। ସେସୁଠାରୁ ମାଲିକାନା ମଙ୍ଗ ଧରିବା ମାତ୍ରକେ ଟାଟା ପାଓ୍ବାର ଗ୍ରାହକଙ୍କୁ ମିଳୁଥିବା ୧୫ ଦିନିଆ ବିଲ୍‌ ପଇଠ ସୁବିଧାକୁ ଛଡ଼ାଇ ନେଇଛି। ସପ୍ତାହକ ମଧ୍ୟରେ ବିଦ୍ୟୁତ୍‌ ଦେୟ ଦାଖଲ ନ କଲେ କୌଣସି ରିହାତି ମିଳିବ ନାହିଁ ବୋଲି ଟାଟା କମ୍ପାନୀ ଗ୍ରାହକଙ୍କୁ ନୋଟିସ ଧରାଇ ଦେଇଛି। ଟାଟା କମ୍ପାନୀର ଏଭଳି ଷଡ଼ଯନ୍ତ୍ରକୁ ନେଇ ଉପଭୋକ୍ତା ମହଲ୍‌ରେ ଅସନ୍ତୋଷ ଦେଖା ଦେଇଛି। ଆଧୁନିକ ମାର୍କେଟିଂ ପାଠରେ କୁହାଯାଏ ଯେ, ଅର୍ଥର ସମୟ ଓ ସୁଯୋଗର ମୂଲ୍ୟ ଗ୍ରାହକ ପାଇବା ଦରକାର। ଟାଟା ପାଓ୍ବାର ବିଲ୍‌ ପରିବର୍ତ୍ତନ ସମୟକୁ ଦେଖିଲେ, ସେହି ଅର୍ଥକୁ ଖୁବ୍‌ଶୀଘ୍ର ଗ୍ରାହକଙ୍କ ଠାରୁ ଛଡ଼ାଇନେବା ଫଳରେ କମ୍ପାନୀର ଲାଭ ବୃଦ୍ଧି ହେବା ସହିତ ଗ୍ରାହକଙ୍କର କ୍ଷତି ଘଟୁଛି। ଉଲ୍ଲେଖଯୋଗ୍ୟ ଯେ, ଟାଟା ପାଓ୍ବାର ନେଇଥିବା ସେସୁ ହେଉଛି ଓଡ଼ିଶାର ୪ଟି ଡିଭିଜନ୍‌ ମଧ୍ୟରୁ ସର୍ବବୃହତ୍‌ ଏବଂ ସର୍ବାଧିକ ଲାଭ କରିଥାଏ। ଏଠାରେ ଆମେ ଅନେକ କୋଟି ଘରୋଇ ଗ୍ରାହକଙ୍କ ସମେତ ବହୁଳ ପରିମାଣର ବ୍ୟବସାୟିକ ସଂସ୍ଥା ଏବଂ ଶିଳ୍ପାନୁଷ୍ଠାନର ବିଲ୍‌ ସମ୍ପର୍କରେ ଆଲୋଚନା କରୁଛେ।

ସେସୁ ମାଲିକାନାରେ ବିଦ୍ୟୁତ୍‌ ବ୍ୟବସ୍ଥା ଥିବାବେଳେ ଉପଭୋକ୍ତାମାନେ ବିଲ୍‌ ଦାଖଲ କରିବାକୁ ୧୫ଦିନ ସମୟ ପାଉଥିଲେ। ଅର୍ଥାତ୍‌ ଯଦି ଜଣେ ଗ୍ରାହକଙ୍କୁ ମାସର ୧୩ ତାରିଖରେ ବିଲ୍‌ ଦିଆଯାଏ ତେବେ ସେ ସେହି ମାସର ୨୮ତାରିଖ ମଧ୍ୟରେ ଦେୟ ଜମା କରିପାରୁଥିଲେ। ଏଭଳି ଏକ ବିଲ୍‌ର ନକଲ ପାର୍ଶ୍ୱରେ ଦିଆଯାଇଛି। ଉକ୍ତ ସମୟ ସୀମା ମଧ୍ୟରେ ବିଲ୍‌ ପଇଠ କଲେ ଉପଭୋକ୍ତାମାନେ ୨ପ୍ରତିଶତ ରିହାତି ପାଇପାରୁଥିଲେ। ପୂର୍ବରୁ ଦିଆଯାଉଥିବା ୧୫ଦିନିଆ ସମୟ ସୀମା ଗ୍ରାହକଙ୍କୁ ବିଦ୍ୟୁତ୍‌ ଦେୟ ପଇଠ କରିବାରେ ସୁବିଧା ହେଉଥିଲା। ଏହି ବ୍ୟବସ୍ଥାକୁ କାହିଁକି ଟିପିସିଓଡିଏଲ୍‌ ବଦଳାଇଲା ତାହା ବୁଝିବା ଅତି ସହଜ। ଓଇଆର୍‌ସି ଅଧୀନରେ ଥିବା ଅନ୍ୟ ୩ଟି ବିଦ୍ୟୁତ୍‌ ଯୋଗାଣ କମ୍ପାନୀ ନେସ୍‌କୋ, ୱେସ୍‌କୋ ଏବଂ ସାଉଥ୍‌କୋରେ ବିଲ୍‌ ପଇଠ ପାଇଁ ଏବେ ମଧ୍ୟ ୧୫ ଦିନିଆ ସମୟ ରହିଛି। ଟାଟା ପାୱାର ସେସୁ ମାଲିକାନା ନେବା ପରେ ଗତ ଜୁନ ଓ ଜୁଲାଇ ମାସରେ ୫୦୯.୯୧କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ଆଦାୟ କରିଛି। ଜୁନ ମାସରେ ୨୪୫.୩୬କୋଟି ଏବଂ ଜୁଲାଇରେ ୨୬୪.୫୫କୋଟି ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମୋଟ ବିଲ୍‌ର ପରିମାଣ ଆଦାୟ ପରିମାଣଠାରୁ ଅଧିକ। ହେଲେ ଟାଟା ପାଓ୍ବାର ସରକାରଙ୍କ ହାତରୁ ସେସୁର ଦାୟିତ୍ୱ ନେବା ସମୟରେ ଏହାର ମୂଲ୍ୟ ମୋଟ ୩୫୦କୋଟି ଟଙ୍କାର ଆକଳନ କରାଯାଇଥିଲା।

ଭୁବନେଶ୍ୱର ବାସିନ୍ଦା ଉପଭୋକ୍ତା ପ୍ରଫୁଲ୍ଲ ଦାସ କହିଛନ୍ତି, ଟାଟା ପାୱାର ବିଦ୍ୟୁତ ଦାୟିତ୍ୱ ନେବା ପରେ ଆମେମାନେ ହଇରାଣ ହେଉଛୁ। ୭ଦିନ ମଧ୍ୟରେ ବିଲ୍‌ ପଇଠ ନ କଲେ ରିହାତି ମିଳୁ ନାହିଁ। ଘନ ଘନ ବିଦୁତ୍‌ କାଟ ମଧ୍ୟ ହେଉଛି ବୋଲି ସେ କହିଛନ୍ତି। ସେସୁ ଓଇଆର୍‌ସି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥିବାବେଳେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ମିଳି ପାରୁଥିଲା। ଟାଟା ହାତକୁ ଯିବାପରେ ବାରମ୍ବାର ବିଦ୍ୟୁତ୍‌ କାଟ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏ ସମ୍ପର୍କରେ ଟିପିସିଓଡିଏଲର ମୁଖ୍ୟ ବାଣିଜି୍ୟକ ସେବା ଅଧିକାରୀ ରାଜୀବ ଖରିଆଲଙ୍କୁ ଧରିତ୍ରୀ ପକ୍ଷରୁ ମତ ଲୋଡ଼ାଯାଇଥିଲା। ତାଙ୍କ କହିବା ଅନୁସାରେ ଓଇଆର୍‌ସିଙ୍କ ନିର୍ଦ୍ଦେଶକ୍ରମେ ୧୫ଦିନ ବଦଳରେ ୭ଦିନ ମଧ୍ୟରେ ବିଦ୍ୟୁତ୍‌ ବିଲ୍‌ ଆଦାୟ ବ୍ୟବସ୍ଥା ପ୍ରଚଳନ କରାଯାଉଛି। ବିଦ୍ୟୁତ୍‌ କାଟ ସମ୍ପର୍କରେ ସେ କହିଛନ୍ତି, ରକ୍ଷଣାବେକ୍ଷଣ କାମ ଚାଲୁ ରହିଥିବାରୁ ଅସ୍ଥାୟୀ ବିଦ୍ୟୁତ୍‌ କାଟ ହେଉଛି। ଆସନ୍ତା ଦେଢମାସ ମଧ୍ୟରେ ସବୁ ଠିକ୍‌ ହୋଇଯିବ। ଗ୍ରାହକମାନଙ୍କର ଯଦି କିଛି ଅସୁବିଧା ଥିବ ତେବେ ସେମାନେ କଲ୍‌ସେଣ୍ଟରକୁ ଫୋନ କରି ସମସ୍ୟାର ସମାଧାନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?