Posted inଫୁରସତ

ତାରା ଟିମ୍‌ଟିମ୍‌ ହୁଏ କାହିଁକି?

ରାତିର କାଳିମା ଭିତରେ ଟିମ୍‌ ଟିମ୍‌ କରୁଥିବା ତାରାର ଦୃଶ୍ୟ କାହାକୁ ବା ଭଲ ନ ଲାଗେ?
ହେଲେ କେବେ ଭାବିଛନ୍ତି ଏଇ ତାରାସବୁଟିମ୍‌ ଟିମ୍‌ ହେବାପରି କାହିଁକିଦେଖା ଯାଆନ୍ତି?

ତାରା ସବୁବେଳେ ମଣିଷକୁ ଆକର୍ଷିତ କରି ଆସିଛି। ପିଲାଠୁ ବୁଢା ପର୍ଯ୍ୟନ୍ତ ଏହା ସମସ୍ତଙ୍କ ପାଇଁ କୌତୁହଳର ବିଷୟ। ରାତିର କାଳିମା ଭିତରେ ଟିମ୍‌ ଟିମ୍‌ କରୁଥିବା ତାରାର ଦୃଶ୍ୟ କାହାକୁ ବା ଭଲ ନ ଲାଗେ? ହେଲେ କେବେ ଭାବିଛନ୍ତି ଏଇ ତାରାସବୁ ଟିମ୍‌ ଟିମ୍‌ ହେବାପରି କାହିଁକି ଦେଖା ଯାଆନ୍ତି?
ତାରା ଟିମ୍‌ ଟିମ୍‌ ହେବା ପଛର କାରଣ ହେଉଛି ଆମର ବାୟୁମଣ୍ଡଳ, ଯାହାକି ନାଇଟ୍ରୋଜେନ, ଅକ୍ସିଜେନ୍‌ ପରି ଅନେକ ଗ୍ୟାସ୍‌ ମିଶ୍ରଣରେ ତିଆରି। ଏହି ବାୟୁମଣ୍ଡଳ ଆମକୁ ସୁରକ୍ଷା ଦେଉଥିବା କମ୍ବଳ ପରି କାମ କରେ, ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରଣରେ ବି ରଖେ। ଯେମିତିକି ଅଧିକ ଗରମ କି ଅଧିକ ଶୀତ ଅନୁଭୂତ ନ ହୁଏ। ତା’ସହ ଅନ୍ତରୀକ୍ଷରୁ ଆସୁଥିବା ହାନିକାରକ ବିକିରଣରୁ ଆମକୁ ରକ୍ଷା କରେ, ଅନ୍ତରୀକ୍ଷରୁ ଆସୁଥିବା ଆବର୍ଜନାକୁ ବି ଜଳାଇ ପାଉଁସ କରିଦିଏ। ତେବେ ଏହି ବାୟୁମଣ୍ଡଳ ଆମକୁ ଅନ୍ତରୀକ୍ଷର ଜିନିଷକୁ ସ୍ପଷ୍ଟ ଦେଖିବାରେ ବାଧା ଉପୁଜାଇବାର ବି କାମ କରିଥାଏ। ଏହା ଅନ୍ତରୀକ୍ଷରୁ ଆସୁଥିବା ପ୍ରକାଶକୁ ବିକୃତ କରିଥାଏ ଫଳରେ ଅନ୍ତରୀକ୍ଷର ଅନେକ ଜିନିଷ ଆମେ ସ୍ପଷ୍ଟ ଦେଖିପାରି ନ ଥାଉ। ସେଥିପାଇଁ ଆମକୁ ଟେଲିସ୍କୋପ ଆବଶ୍ୟକ ହୁଏ। ରାତିରେ ଏହି ବାୟୁମଣ୍ଡଳ ଲାଗି ହିଁ ଅନେକ ଖଗୋଳିୟ ପିଣ୍ଡ କେବେ ଦେଖାଯାଏ ତ କେବେ ସ୍ପଷ୍ଟ ଦେଖାଯାଏନି। ବାୟୁମଣ୍ଡଳରେ ଗ୍ୟାସ୍‌ର ବିଭିନ୍ନ ପରସ୍ତ ଥାଏ। ଏହି ପରସ୍ତର ତାପମାତ୍ରା ଓ ବାୟୁର ଘନତ୍ୱ ଭିନ୍ନ ଭିନ୍ନ ହୋଇଥାଏ। ଯେବେ ତାରାଙ୍କ କିରଣ ବାୟୁମଣ୍ଡଳରେ ପ୍ରବେଶ କରେ ଏହି ଗରମ ଓ ଥଣ୍ଡା ବାୟୁର ପରସ୍ତ ଦେଇ ଯିବାକୁ ହୁଏ। ଆଉ ଏହି ପରସ୍ତ ସବୁ ଏକ ବଡ଼ ମୋଟା ଲେନ୍ସର କାମ କରିଥାଏ। ଯାହାଦ୍ୱାରା ପ୍ରକାଶର ପରାବର୍ତନର ପ୍ରକ୍ରିୟା ହୋଇଥାଏ ଓ ଆଲୋକର ଦିଗ ବିକୃତ ହୋଇଯାଏ। ତେବେ ଏହି ପରସ୍ତସବୁ ସ୍ଥିର ଲେନ୍ସ ନୁହେଁ ବରଂ ଗତିମାନ ଲେନ୍ସ ପରି କାମ କରିଥାଏ। ଯାହାଦ୍ୱାରା ତାରାମାନଙ୍କର କିରଣ ଟିମ୍‌ ଟିମ୍‌ ହେଲାପରି ଦେଖାଯାଏ। ଏହାବାଦ ତାରାଙ୍କ କିରଣ ବହୁ ଦୂରରୁ ଆସିଥାଏ ଫଳରେ ସେଠାରୁ ଆଲୋକ ଏକ ବିନ୍ଦୁରୁ ଆସିବା ପରି ଦେଖାଯାଏ। ଯାହାଦ୍ୱାରା ତାରାର ଟିମ୍‌ ଟିମ୍‌ ଅଧିକ ପ୍ରଭାବି ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri