Posted inଫୁରସତ

ସିମ୍‌ କାର୍ଡ କୋଣ କାହିଁକି କଟାଥାଏ: ଜାଣନ୍ତୁ ରହସ୍ୟ

ବିଶ୍ୱରେ ଏପରି କୌଣସି ମୋବାଇଲ ନାହିଁ, ଯାହା ସିମ କାର୍ଡ ବିନା ଚାଲିଥାଏ। ପ୍ରତ୍ୟେକ ଫୋନରେ ସିମ ସ୍ଲଟ ରହିଛି। ସିମ କାର୍ଡର ନିଜସ୍ବ ଆକାର ଅଛି। ସିମ କାର୍ଡ ସହିତ ଜଡିତ ଏକ ମଜାଦାର ତଥ୍ୟ ଆଜି କହିବୁ। ଆମେ ସମସ୍ତେ ଜାଣୁ ଯେ ଦୁନିଆର ପ୍ରତ୍ୟେକ ସିମ କାର୍ଡ କୋଣରୁ କଟାଯାଇଥାଏ। କିନ୍ତୁ ଆପଣ ଏହାର କାରଣ ଜାଣିବାକୁ କେବେ ଚେଷ୍ଟା କରିଛନ୍ତି କି? ଏହା ଜାଣିବା ପାଇଁ ଆମକୁ ସିମ କାର୍ଡ ଏବଂ ମୋବାଇଲର ଇତିହାସ ମଧ୍ୟ ଜାଣିବାକୁ ପଡିବ। କାରଣ ଏହା ବିନା ଏହି ରହସ୍ୟ ସମାଧାନ କରିବା ଅତ୍ୟନ୍ତ କଷ୍ଟକର।
ପୂର୍ବରୁ ପ୍ରତିଦିନ ସିମ ପରିବର୍ତ୍ତନ କରିବା ସମ୍ଭବ ନ ଥିଲା। ପୂର୍ବରୁ ମୋବାଇଲ ଫୋନରେ, ସିମ ପରିବର୍ତ୍ତନ କରିବାର କୌଣସି ସୁବିଧା ମଧ୍ୟ ଉପଲବ୍ଧ ନଥିଲା। ଥରେ ଯେଉଁ ଅପରେଟର (ଟେଲିକମ ଅପରେଟର)ର ଫୋନ ନିଆଗଲା, ସେହି ସିମ ମଧ୍ୟ ସବୁବେଳେ ବ୍ୟବହାର କରିବାକୁ ପଡୁଥିଲା। ପୂର୍ବରୁ ଡୁଆଲ ସିମ ଫୋନ ନ ଥିଲା। ସମୟର ଗତି ସହିତ ଟେକ୍ନୋଲୋଜି ମଧ୍ୟ ଧୀରେ ଧୀରେ ବଦଳି ଯାଇଛି। ଏବେ ଏମିତି ଫୋନ ବଜାରକୁ ଆସିଛି, ଯେଉଁଥିରୁ ସିମ ଆବଶ୍ୟକତା ଅନୁଯାୟୀ କଢାଯାଇପାରିବ। ସେହି ସମୟରେ ସିମ କୋଣ କଟା ନଥିଲା। ଟେକ୍ନୋଲୋଜିର ପରିବର୍ତ୍ତନ ସହିତ, ସ୍ଲଟରୁ ସିମ କାଢିବା ସହଜ ଥିଲା କିନ୍ତୁ ଲୋକମାନେ ତୁରନ୍ତ ସିମ୍‌ କାଢିବାକୁ କଷ୍ଟ ଅନୁଭବ କରୁଥିଲେ।
ଯେତେବେଳେ ଏହି ସମସ୍ୟା ବଢିବାରେ ଲାଗିଲା, ଟେଲିକମ କମ୍ପାନୀଗୁଡିକ ସିମର ଡିଜାଇନ ପରିବର୍ତ୍ତନ କରିବାକୁ ଯୋଜନା କଲେ। ଏହି ସମସ୍ୟାକୁ ଦୂର କରିବା ପାଇଁ ଟେଲିକମ କମ୍ପାନୀଗୁଡିକ ସିମ୍‌ର ଗୋଟିଏ କୋଣରୁ ଏକ ଛୋଟ ଅଂଶ କାଟିଥିଲେ। ପରେ ଲୋକଙ୍କ ସମସ୍ୟା ଦୂର ହେବାକୁ ଲାଗିଲା ଏବଂ ସେମାନେ ସହଜରେ ନିଜ ଫୋନରେ ସିମ ଇନଷ୍ଟଲ କରିବା ଆରମ୍ଭ କଲେ । ସେବେଠାରୁ ସିମ୍‌ରେ କଟ ମାର୍କ ଦେଖାଯିବା ଆରମ୍ଭ କଲା ଏବଂ ଫୋନରେ ମଧ୍ୟ ଏହି ସୁବିଧା ଦିଆଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri