ୟୁରିଆର ଦୁରୁପଯୋଗ

ଡ.ଚିନ୍ତାମଣି ପଣ୍ତା

 

୧୮୨୩ ମସିହାରେ ବୈଜ୍ଞାନିକ ସାର୍‌ ଫ୍ରେଡେରିକ ଓହଲର ଜୈବିକ ଉପାଦାନ ଯଥା ଗୋମୂତ୍ରରୁ ୟୁରିଆ ଉଦ୍ଭାବନ କରିଥିଲେ। କିନ୍ତୁ ଏହାର ମାତ୍ରା ଏତେ କମ୍‌ ଥିଲା ଯେ ଏକ ବ୍ୟୟବହୁଳ ଆହରଣ ପ୍ରଣାଳୀ କଦାପି ଲାଭଜନକ ହୋଇ ପାରୁ ନ ଥିଲା। କିଛିଦିନ ପରେ ପୁନଃଗବେଷଣା ଦ୍ୱାରା କୃତ୍ରିମ ଉପାୟରେ ରାସାୟନିକ ବିଘଟନ କରାଇ ବିଭନ୍ନ ଅଜୈବିକ ଉପାଦାନରୁ ଅଳ୍ପ ଖର୍ଚ୍ଚରେ ୟୁରିଆ ଉତ୍ପାଦନ କରାଯାଇ ପାରିଲା। ଫଳରେ ଏହାକୁ ମୁଖ୍ୟ ସାର ହିସାବରେ କୃଷିକ୍ଷେତ୍ରରେ ବ୍ୟବହାର କରି କୃଷକମାନେ ଫସଲ ଅମଳକୁ ବହୁଗୁଣିତ କରିପାରିଲେ। ଫସଲ ଉପରେ ଏହାର ତତ୍କକାଳ ପ୍ରଭାବ ହେତୁ ଏହା ଏତେ ଲୋକପ୍ରିୟ ହେଲା ଯେ କ୍ରମେ ଉତ୍ପାଦିତ ସାର କୃଷିକ୍ଷେତ୍ରକୁ ନିଅଣ୍ଟ ପଡ଼ିଲା ଏବଂ ସରକାର ଆଉ ପାଦଟେ ଆଗେଇ ଯାଇ ଏହାକୁ ରିହାତି ଦରରେ ଯୋଗାଇବା ଆରମ୍ଭ କରିଦେଲେ। ଅନ୍ୟ ପକ୍ଷରେ ଏହି ରିହାତି ଯୁକ୍ତ ସାରକୁ ଚତୁର ବ୍ୟବସାୟୀଗଣ ହଡ଼ପ କରିନେଲେ ନିଜ ନିଜର ଶିଳ୍ପରେ ବ୍ୟବହାର ପାଇଁ। ଫଳରେ ବଜାରରେ ଏହାର କୃତ୍ରିମ ଅଭାବ ଅନୁଭୂତ ହେଲା।
ବିଭିନ୍ନ ଆନୁଷଙ୍ଗିକ ଶିଳ୍ପ ଯଥା ପ୍ଲାଇଉଡ, ରେସିନ, ଚିନାମାଟି ବାସନ, ଗୋଖାଦ୍ୟ ଓ ବିସ୍ଫୋରକ ପ୍ରସ୍ତୁତି ପାଇଁ ପ୍ରତିବର୍ଷ ପ୍ରାୟ ୧୦ – ୧୨ ଲକ୍ଷଟନ ୟୁରିଆ ବ୍ୟବହୃତ ହେଉଛି। ଏହାକୁ ଆଖିଆଗରେ ରଖି ସରକାର ସାର ନିୟନ୍ତ୍ରଣ ଅଧ୍ୟାଦେଶ ୧୯୮୫ର ଧାରା ୨୫ ତଥା ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ୧୯୫୫ର ଧାରା ୭ ଓ ୧୦ ଅନୁଯାୟୀ ୟୁରିଆର ଅପବ୍ୟବହାରକୁ ଧର୍ତ୍ତବ୍ୟ ଅପରାଧରେ ସାମିଲ କଲେ। ପୁନଶ୍ଟ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୪୨୦ ଅନୁଯାୟୀ ଏଥି ନିମନ୍ତେ ଦଣ୍ତବିଧାନର ବ୍ୟବସ୍ଥା ମଧ୍ୟ କଲେ। ତଥାପି ଏହାର ଦୁରୁପଯୋଗକୁ ରୋକାଯାଇ ପାରିଲା ନାହିଁ। ଖଣି ଖନନ ପାଇଁ ଆବଶ୍ୟକ ହେଉଥିବା ଆଇଡି ବିସ୍ଫୋରକ ପ୍ରସ୍ତୁତିରେ ୟୁରିଆ ନାଇଟ୍ରେଟ୍‌କୁ ବହୁଳଭାବରେ ବ୍ୟବହାର କରାଯାଉଛି। ଦୁଇଟି ପ୍ଲାଇଉଡ୍‌କୁ ଯୋଡିବା ପାଇଁ ଆବଶ୍ୟକ ପଡୁଥିବା ଅଠା ୟୁରିଆ ଫର୍ମାଲ ଡିହାଇଡ ଓ ରେସିନର ସମ୍ମିଶ୍ରଣରେ ପ୍ରସ୍ତୁତ ହେଉଛି। କେବଳ ଶିଳ୍ପ କ୍ଷେତ୍ରରେ କାହିଁକି ଚିକିତ୍ସା କ୍ଷେତ୍ରରେ ମଧ୍ୟ ଔଷଧ ପ୍ରସ୍ତୁତିରେ ୟୁରିଆର ବ୍ୟବହାର ସର୍ବଜନ ବିହିତ। କଳକାରଖାନା ତଥା ଯାନବାହନରୁ ନିର୍ଗତ ଧୂଆଁର କୁପ୍ରଭାବରୁ ମଣିଷ ଶରୀରକୁ ରକ୍ଷାକରିବା ପାଇଁ ୟୁରିଆ ମିଶ୍ରିତ ଏକ ପ୍ରଲେପର ବହୁଳ ଆବଶ୍ୟକତା ପଡ଼ିଥାଏ। ଦନ୍ତଶୋଧନ ଚୂର୍ଣ୍ଣ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ପ୍ରସ୍ତୁତିରେ ୟୁରିଆ ବ୍ୟବହୃତ ହୋଇଥାଏ। ଏତଦ୍‌ବ୍ୟତୀତ ପ୍ରସାଧନ ସାମଗ୍ରୀ ଓ ଶରୀରରୁ ଅନାବଶ୍ୟକ ଲୋମନିର୍ମୂଳକ ପ୍ରସ୍ତୁତିରେ ୟୁରିଆକୁ ବ୍ୟବହାର କରାଯାଏ। ପର୍ଯ୍ୟାବରଣ କ୍ଷେତ୍ରରେ ବାୟୁପ୍ରଦୂଷଣକୁ କମାଇବା ପାଇଁ ଯେଉଁ କୃତ୍ରିମ ମେଘର ସୃଷ୍ଟି କରାଯାଏ ସେଥିରେ ମଧ୍ୟ ୟୁରିଆର ନିର୍ଦ୍ଦିଷ୍ଟ ଭୂମିକା ରହିଛି। ହିମଅଞ୍ଚଳରେ ରାସ୍ତାରେ ଜମୁଥିବା ବରଫର ଆସ୍ତରଣକୁ ତରଳାଇବା ପାଇଁ ୟୁରିଆ ବ୍ୟବହୃତ ହୁଏ। ଯନ୍ତ୍ରପାତିରେ କଳଙ୍କି ନ ଧରିବା ପାଇଁ ଦିଆ ଯାଉଥିବା ବାଦାମୀ ପ୍ରଲେପରେ ୟୁରିଆର ସିଂହଭାଗ ରହୁଥିବା ବେଳେ ଅଗ୍ନି ନିର୍ବାପକ କ୍ଷେତ୍ରରେ ମଧ୍ୟ ଏହାର ଅବଦାନ ଅନସ୍ବୀକାର୍ଯ୍ୟ। ଆଜିକାଲି ଗାଁ ଗହଳିରେ ମଧ୍ୟ ବାସନକୁସନ ସଫା କରିବାକୁ ୟୁରିଆ ପ୍ରସ୍ତୁତ ସାବୁନର ଚାହିଦା ଅଧିକ। କିଏ ମୁଢ଼ି, ଲିଆ ଭାଜିବାରେ ୟୁରିଆକୁ ଉପଯୋଗ କଲାଣି ତ ପୁଣିକିଏ ଦେଶୀ ମଦ ପ୍ରସ୍ତୁତିରେ ଶର୍କରା ଅଂଶର ବିଘଟନ ପାଇଁ ୟୁରିଆକୁ ବ୍ୟବହାର କଲାଣି। ଇଟା ପ୍ରସ୍ତୁତକାରୀମାନ ଆଉ ପାଦେ ଆଗେଇ ଯାଇ ଇଟାଭାଟିରେ ୟୁରିଆ ବ୍ୟବହାର କରି କମ୍‌ ଜାଳରେ ଅଧିକ ଲାଲରଙ୍ଗର ଇଟା ତିଆରି କଲେଣି। ଦୁଗ୍ଧଚାଷୀମାନେ ଦୁଗ୍ଧର ମାନବର୍ଦ୍ଧକ ହିସାବରେ ୟୁରିଆର ଅପମିଶ୍ରଣ କୌଶଳ ଆପଣାଇଲେଣି।
ଏତଦ୍‌ବ୍ୟତୀତ ଗୌଖାଦ୍ୟ ପ୍ରସ୍ତୁତିରେ ଘାସକୁ ଶଢ଼େଇ ଆଚାର ବନେଇବା କିମ୍ବା ଛତୁଚାଷରେ ଧିଙ୍ଗିରି ଛତୁର ଆକାର ଓ ଓଜନ ବୃଦ୍ଧି କରିବାରେ ୟୁରିଆ ସହାୟକ ହୋଇପାରୁଛି।
ପାଣି ଭିତରେ ବଢୁଥିବା ମାଛଖାଦ୍ୟ ପ୍ଳାଙ୍କଟନ ଉଦ୍ଭିଦର ବୃଦ୍ଧିପାଇଁ ମତ୍ସ୍ୟଚାଷୀମାନେ ବି ୟୁରିଆର ବହୁଳ ବ୍ୟବହାର କରୁଛନ୍ତି। ଅତଏବ କୁଟୀରଶିଳ୍ପ ଠାରୁ ଆରମ୍ଭ କରି ବଡ଼ ବଡ଼ ଶିଳ୍ପ କାରଖାନା ପର୍ଯ୍ୟନ୍ତ ସବୁଠି ୟୁରିଆର ବ୍ୟବହାର ବଢ଼ିଚାଲିବାରୁ କୃଷି କ୍ଷେତ୍ରରେ ବ୍ୟବହାର ପାଇଁ ଏହା ତିରୋଟ ପଡୁଛି ଏବଂ କଳାବଜାର ବଢୁଛି। ତେଣୁ କାରଖାନାଗୁଡ଼ିକରେ ୟୁରିଆର ଉତ୍ପାଦନ ବଢ଼ାଇବା ସଙ୍ଗେ ସଙ୍ଗେ ଏହାର ବିତରଣକୁ ନିୟନ୍ତ୍ରଣକୁ ନ ଆଣିଲେ ଆଗକୁ ଅଭାବଜନିତ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବା ସହିତ କୃଷି ଉତ୍ପାଦନରେ ସୁଦୂରପ୍ରସାରୀ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।
ମୋ: ୯୪୩୭୧୮୫୧୩୫


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?