ଟିକାକରଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ କାହିଁକି, କେନ୍ଦ୍ରକୁ ହାଇକୋର୍ଟଙ୍କ ଜବାବ୍‌ ତଲବ…

ଥିରୁଭାନନ୍ତପୁରମ୍‌,୯।୧୦: କରୋନା ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ସମ୍ପର୍କରେ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। କୋଟ୍ଟାୟାମର ବାସିନ୍ଦା ଏମ୍‌. ପିଟର ଅଭିଯୋଗ କରିଛନ୍ତି ଯେ, ଟିକାକରଣ ପ୍ରମାଣପତ୍ର ନାଗରିକଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି ଏବଂ ପ୍ରଧାନମନ୍ତ୍ରୀଙ୍କ ଫଟୋ ବିନା ପ୍ରମାଣପତ୍ର ଦାବି କରିଛନ୍ତି। ଏହାର ଶୁଣାଣି କରି ବିଚାରପତି ପି.ବି ସୁରେଶ କୁମାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ମତାମତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ଆମେରିକା, ଇଣ୍ଡୋନେସିଆ, ଇସ୍ରାଏଲ ଏବଂ ଜର୍ମାନୀ ସମେତ ବିଭିନ୍ନ ଦେଶର ଟିକାକରଣ ପ୍ରମାଣପତ୍ର ଦାଖଲ କରି ଦର୍ଶାଇଛନ୍ତି ଯେ ସମ୍ପୃକ୍ତ ଦେଶ ପ୍ରମାଣପତ୍ରରେ ସମସ୍ତ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରୁଛନ୍ତି। ସେସବୁ ପ୍ରମାଣପ୍ରତରେ ତାଙ୍କ ଦେଶର ସରକାରୀ ମୁଖ୍ୟଙ୍କ ଫଟୋ ଲଗା ଯାଇନାହିଁ। ଅନେକ ଦେଶ ଭ୍ରମଣ କରିଥିବା ଆବେଦନକାରୀ କହିଛନ୍ତି ଯେ ତାଙ୍କୁ ବିଭିନ୍ନ ସ୍ଥାନରେ ତାଙ୍କ ସହିତ ପ୍ରମାଣପତ୍ର ବହନ କରିବାକୁ ପଡିବ ଏବଂ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋଗ୍ରାଫର କୌଣସି ଉପଯୋଗୀତା କିମ୍ବା ପ୍ରାସଙ୍ଗିକତା ନାହିଁ। ଯଦି ସରକାର ସଶକ୍ତ ତେବେ ଲୋକମାନଙ୍କୁ ବିନା ଫଟୋରେ ସାର୍ଟିଫିକେଟ ବହନ କରିବାର ବିକଳ୍ପ ଦିଆଯାଇପାରିବ ବୋଲି ସେ କହିଛନ୍ତି।

ଆଇନଜୀବୀ ଅଜିତ ଜୟଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଏହି ଆବେଦନରେ ପିଟର କହିଛନ୍ତି ଯେ ମହାମାରୀ ବିରୋଧରେ ଲଢ଼େଇ ଏକ ଜନସମ୍ପର୍କ ତଥା ଗଣମାଧ୍ୟମ ଅଭିଯାନରେ ପରିଣତ ହୋଇଛି । ଏପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରମାଣପତ୍ରରେ ଲଗାଇ ଏହାକୁ ଓ୍ବାନ୍‌ ମ୍ୟାନ୍‌ ଶୋ ଭାବେ ପ୍ରତିପାଦିତ କରିବା ଏବଂ ସମଗ୍ର ଅଭିଯାନରେ ଜଣେ ବ୍ୟକ୍ତିଙ୍କୁ ପ୍ରୋଜେକ୍ଟ କରିବାର କୌଣସି ଆବଶ୍ୟକତା ନାହିଁ। ପ୍ରଧାନମନ୍ତ୍ରୀଙ୍କ ଫଟୋ ବିନା ଟିକା ପ୍ରମାଣପତ୍ର ନେବାକୁ ତାଙ୍କର ସମସ୍ତ ଅଧିକାର ରହିଛି ବୋଲି ସେ କହିଛନ୍ତି।

ଆବେଦନରେ ଯୁକ୍ତି କରାଯାଇଛି ଯେ ଆବେଦନକାରୀଙ୍କ ବ୍ୟକ୍ତିଗତ ସ୍ଥାନରେ ଥିବା ଫଟୋଗ୍ରାଫ ଏକ ଅନାବଶ୍ୟକ ଅନୁପ୍ରବେଶ ଭଳି ମନେ ହେଉଛି। କେନ୍ଦ୍ର ସରକାର କିମ୍ବା ପ୍ରଧାନମନ୍ତ୍ରୀ କିଛି ବିଶେଷ କାର୍ଯ୍ୟ କରିଥିବାର ଦାବି କରିପାରିବେ ନାହିଁ, କାରଣ ଏହା ସେମାନଙ୍କର କର୍ତ୍ତବ୍ୟ। ଏହାପୂର୍ବରୁ କେନ୍ଦ୍ର ସରକାର ଫଟୋଗ୍ରାଫକୁ ସାର୍ଟିଫିକେଟରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ନେଇ କହିଥିଲେ ଯେ ଏହା ସାଧାରଣ ସଚେତନତା ଏବଂ କରୋନା ମାର୍ଗଦର୍ଶିକା ପାଳନକୁ ଦୃଷ୍ଟିରେ ରଖି କରାଯାଇଛି। ଦୁଇମାସ ପୂର୍ବେ ଯେତେବେଳେ ରାଜ୍ୟ ସଭାରେ ଏନେଇ ଏକ ପ୍ରଶ୍ନ ଉଠିଥିଲା, ସେତେବେଳେ ସ୍ବାସ୍ଥ୍ୟ ରାଷ୍ଠ୍ର ମନ୍ତ୍ରୀ ବିପି ପାୱାର କହଥିଲେ ଯେ ସଚେତନତା ସୃଷ୍ଟି କରିବା ଲାଗି ଏଭଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri