ବିସ୍ଥାପିତ ହେବେ ୪୧୦ ପରିବାର

ଅମ୍ବାଭୋନା,୯।୧୦(ଡି.ଏନ.ଏ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କୁରୁମକେଲ ଗ୍ରାମରେ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ପୁନର୍ବାସ ଯୋଜନା ଅନୁଯାୟୀ ଶୁକ୍ରବାର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ହୀରାକୁଦ ବନ୍ୟପ୍ରାଣୀ ସଂରକ୍ଷଣ ଡିଏଫ୍‌ଓ ଅଂଶୁପ୍ରଭା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ହୀରାକୁଦ ଜଳଭଣ୍ଡାର ଅବବାହିକାରେ ଥିବା ରେଙ୍ଗାଲି, ଭୁଥୁଲି, କୁରୁମକେଲ, ବାଲିଯୋରି ଗ୍ରାମର ବିସ୍ଥାପନ ପାଇଁ ଶୁଣାଣି କରାଯାଇଥିଲା। ଶିବିରରେ ଅମ୍ବାଭୋନା ତହସିଲଦାର ସୀତାରାମ ଭୋଇ, ବିଡ଼ିଓ ଆଲଫ୍ରାନ୍ସ ବିଲୁଙ୍ଗ, ହୀରାକୁଦ ବନ୍ୟପ୍ରାଣୀ ସଂରକ୍ଷଣ ଅଧିକାରୀ ଦାଶ, ଅତିରିକ୍ତ ଜିଲାପାଳ ନବୀନ କୁମାର ପଟେଲ, ଉପଜିଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଅମ୍ବାଭୋନା ପ୍ରାଣୀଧନ ଅଧିକାରୀ ଶ୍ରୀକାନ୍ତ ପରିଡ଼ା, ରେଞ୍ଜ ଅଧିକାରୀ ଦିଲୀପ କୁମାର ଧଳ, ପୂର୍ବତନ ସରପଞ୍ଚ ହୀରାଧର ସାହୁ, ଲଖନପୁର ସରପଞ୍ଚ ସତ୍ୟଭୂଷଣ ସାହୁ ପ୍ରମୁଖ ଯୋଗଦେଇ ସରକାରଙ୍କ ବିସ୍ଥାପନ, ପୁନର୍ବାସ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। ଏହା ଅନ୍ତିମ ଜନଶୁଣାଣି ହୋଇଥିବାରୁ ନିକଟ ଭବିଷ୍ୟତରେ ଉପରୋକ୍ତ ଗ୍ରାମବାସୀ ଭିଟାମାଟି ଛାଡ଼ିବେ ଏବଂ ଅମ୍ବାଭୋନା ବ୍ଲକ ମାନଚିତ୍ରରୁ ଏହି ଗ୍ରାମ ଗୁଡ଼ିକ ଲିଭିଯିବା ସ୍ପଷ୍ଟ ହୋଇଯାଇଛି।
ହୀରାକୁଦ ନଦୀବନ୍ଧ ଯୋଜନା ଆରମ୍ଭ ହେବା ପରେ ଉପରୋକ୍ତ ଗ୍ରାମବାସୀ ବିସ୍ଥାପିତ ହୋଇ ବାରପାହାଡ଼ ଜଙ୍ଗଲ ନିକଟରେ ଏହି ଗ୍ରାମ ଗୁଡ଼ିକରେ ବସତି ସ୍ଥାପନ କରିଥିଲେ । ତେବେ କେନ୍ଦ୍ର ସରକାରଙ୍କ ବ୍ୟାଘ୍ର ସଂରକ୍ଷଣ ପାଇଁ ଉକ୍ତ ସ୍ଥାନ ଚିହ୍ନଟ ହେବା ପରେ ପୁଣି ସେମାନଙ୍କୁ ବିସ୍ଥାପିତ ହେବାକୁ ପଡୁଛି। ଉପରୋକ୍ତ ଗ୍ରାମର ୪୧୦ ପରିବାର ବିସ୍ଥାପିତ ହେବେ ବୋଲି ସୂଚନା ମିଳିଛି। ପୁନର୍ବାସ ଯୋଜନା ଅନୁଯାୟୀ ପ୍ରତି ପରିବାରକୁ ୧୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସାଙ୍ଗକୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ ଆଦି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଦଳୀୟ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୩୧।୭(ଡି.ଏନ୍‌.ଏ.): ବ୍ରହ୍ମପୁର ଏମ୍‌ପିଙ୍କ ବିରୋଧରେ କରୋନା ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଛି ଭାଜପା ଓ କଂଗ୍ରେସ। ଗଜପତି ଜିଲା ଗୋଷାଣୀ ବ୍ଲକର ଗାରାବନ୍ଧଠାରେ ଏମ୍‌ପି ଚନ୍ଦ୍ରଶେଖର...

ଜାତୀୟ କନ୍ୟାସନ୍ତାନ ଦିବସ କନ୍ୟା ଏକ ଉଜ୍ଜ୍ୱଳ ତାରକା

ଗଣିଆ,୨୬ା୧(ଡି.ଏନ୍‌.ଏ.): ପୁଅଟିଏ ଜନ୍ମହେଲେ ରୋଜଗାର କରି ପୋଷିବ ଓ ବଂଶ ରକ୍ଷା କରିବ ା କନ୍ୟା ସନ୍ତାନ ଜନ୍ମ ହେଲେ ପରଘରକୁ ଚାଲିଯିବ ଏବଂ ବିବାହ...

ଆବଶ୍ୟକତା ଠାରୁ କମ ବର୍ଷା: ଖରିଫ ଚାଷ କ୍ଷତିଗ୍ରସ୍ତ; ଚିନ୍ତାରେ ଚାଷୀ

ଝୁମ୍ପୁରା, ୨।୮ (ଡି.ଏନ.ଏ.)-ଆବଶ୍ୟକତାଠାରୁ ବର୍ଷାର ପରିମାଣ ଖୁବ କମ ରହିଥିବାରୁ ଝୁମ୍ପୁରା ବ୍ଲକରେ ଖରିଫ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଝୁମ୍ପୁରା ବ୍ଲକର...

ଖବରଦାତାଙ୍କୁ ପୋଲିସର ଆକ୍ରମଣ: ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଯାଜପୁର ଅଫିସ,୩୧ା୫:ଧରିତ୍ରୀର ପୁରୀ ଜିଲା ପ୍ରତିନିଧି ଦତ୍ତାତ୍ରେୟ ନାୟକଙ୍କୁ ପୋଲିସର ଆକ୍ରମଣ ଘଟଣା ସମ୍ପର୍କରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଜାତୀୟ...

ସାମାଜିକ ଦୂରତା ରଖି ପରିବା କିଣିଲେ

ସମ୍ବଲପୁର,୨୬।୩(ବ୍ୟୁରୋ)-କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ନେଇ ସମ୍ବଲପୁର ମହାନଗର ନିଗମ ଓ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର ସକାଳେ ପନିପରିବା ବଜାରରେ...

ଅବ୍ୟବସ୍ଥା ଘେରରେ ଭାଲିଆମୁଣ୍ଡା ସାପ୍ତାହିକ ବଜାର: ବ୍ୟବସାୟୀ ବସିବାକୁ ନାହିଁ ଆବଶ୍ୟକ ପିଣ୍ଡି

ଲୋଇସିଂହା,୭ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡା ସପ୍ତାହିକ ବଜାର ଅବ୍ୟବସ୍ଥା ଘେରରେ ରହିଛି। ବଜାରରେ ବ୍ୟବସାୟୀମାନେ ବିକ୍ରିବଟା କରିବା ଲାଗି ପିଣ୍ଡିର ଅଭାବ ରହିଛି।...

ଅତିରିକ୍ତ ତହସିଲଦାରଙ୍କୁ ଅଟକ ରଖିଲେ ଉତ୍ତେଜିତ ଲୋକେ: ମୁଖ୍ୟ ଫାଟକ ଭାଙ୍ଗି ପଲିଥିନ୍‌ ବୋହିନେଲେ

ଭୋଗରାଇ, ୨୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ନାଛିନ୍ଦା ପଞ୍ଚାୟତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଅଭାବନୀୟ ଘଟଣା ଘଟିଛି। ‘ଅମ୍ଫନ’ ବାତ୍ୟାରେ ଘର...

କରୋନା ମୁକାବିଲା ନିମନ୍ତେ ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ମାସର ପେନ୍‌ସନ ଦେଲେ ବରଗଡ଼ ପୂର୍ବତନ ବିଧାୟକ

ବରଗଡ଼ ଅଫିସ୍‌,୧୦।୪: କରୋନା ମୁକାବିଲାରେ ବିନିଯୋଗ ପାଇଁ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ତାଙ୍କ ମାସକର ପେନସନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିଛନ୍ତି...

Advertisement
Archives

Model This Week