Posted inଫୁରସତ

ରାତିର ଅନ୍ଧକାରରେ ହୋଇଥାଏ କିନ୍ନରଙ୍କ ଅନ୍ତିମ ସଂସ୍କାର, ହୁଏ ଉତ୍ସବ ପାଳନ; କାରଣ ଜାଣିଲେ…

ଘରେ କିଛି ଶୁଭକାମ ହେଉଥିଲେ, କେଉଁଆଡୁ ପହଞ୍ଚିଯାଇଥାନ୍ତି କିନ୍ନର। ସେ ବିବାହ ହେଉ ଅବା ଶିଶୁ ଜନ୍ମ, ସମସ୍ତ କାର୍ଯ୍ୟରେ ପହଞ୍ଚି ଆଶୀର୍ବାଦ ଦେଇଥାନ୍ତି ସେମାନେ। ସମାଜରେ ‘ଥାର୍ଡ ଜେଣ୍ଡର’ସ୍ଥାନ ନେଇଥିବା କିନ୍ନରଙ୍କ ଚଳଣି, ଜୀବନଚର୍ଯ୍ୟାଠାରୁ ଆରମ୍ଭ କରି ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅନ୍ୟମାନଙ୍କଠାରୁ ଭିନ୍ନ ଥାଏ। ସେଥିମଧ୍ୟରୁ କିନ୍ନରଙ୍କ ଅନ୍ତିମ ସଂସ୍କାର ବିଷୟରେ ବହୁତ କମ୍‌ ଲୋକ ଜାଣିଥାନ୍ତି।

କୁହାଯାଏ, କିଛି କିନ୍ନରଙ୍କ ପାଖରେ ଆଧ୍ୟାତ୍ମିକ ଶକ୍ତି ରହିଥାଏ। ଏଣୁ ସେମାନଙ୍କ ମୃତ୍ୟୁ ନେଇ ସୂଚନା ଆଗ ଆଭାସ ହୋଇଥାଏ। ମୃତ୍ୟୁ ପୂର୍ବରୁ କିଛି ଖାଇବା ପିଇବା ଏପରିକି ଯିବାଆସିବା ମଧ୍ୟ ବନ୍ଦ କରିଦେଇଥାନ୍ତି। ଏହି ସମୟରେ ସେ କେବଳ ପାଣି ପିଇଥାନ୍ତି ଏବଂ ଭଗବାନଙ୍କ ପାଖରେ ନିଜ ସହ ଅନ୍ୟ କିନ୍ନରଙ୍କ ପାଇଁ ପ୍ରାର୍ଥନା କରିଥାନ୍ତି।

ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଥିବା କିନ୍ନରଙ୍କ ଆଶୀର୍ବାଦ ନେବାକୁ ଯାଇଥାନ୍ତି। କାରଣ ତାଙ୍କର ଆଶୀର୍ବାଦ ଫଳପ୍ରଦ ହୋଇଥାଏ। ତାଙ୍କର ମରଶରୀରକୁ ପୋଡ଼ିବା ବଦଳରେ ପୋତାଯାଇଥାଏ। ସେମାନଙ୍କ ସମାଜରେ କାହାର ମୃତ୍ୟୁ ହେଲେ ତାଙ୍କର ଆତ୍ମାକୁ ମୁକ୍ତ କରିବାକୁ ସମସ୍ତ ପ୍ରକ୍ରିୟା କରାଯାଇଥାଏ। ଦିବଂଗତଙ୍କ ମୃତଦେହକୁ ଧଳା ଚାଦରରେ ଘୋଡାଇ ଦିଆଯାଏ। ଏହାକୁ ବନ୍ଧା ଯାଏ ନାହିଁ। ରାତିର ଅନ୍ଧକାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଏ। ଯେପରି ତାଙ୍କୁ ବାହାରର କେଉଁ ଲୋକ ଦେଖିବ ନାହିଁ ସେ ବନ୍ଦୋବସ୍ତ କରାଯାଏ। ଯଦି ଅନ୍ୟ କେହି ତାଙ୍କର ମୃତଦେହ ଦେଖିଲା ତେବେ ସେ କିନ୍ନର ହେବେ ବୋଲି ବିଶ୍ୱାସ ରହିଛି।

କିନ୍ନର ସମାଜରେ କାହାର ମୃତ୍ୟୁ ହେଲେ ଉତ୍ସବ ପାଳନର ମଧ୍ୟ ପରମ୍ପରା ରହିଛି। ଏହାଦ୍ୱାରା ନର୍କ ଜୀବନରୁ ମୁକ୍ତି ମିଳେ ବୋଲି କୁହାଯାଏ। ଅନ୍ତିମ ସଂସ୍କାର ପରର ଏକ ସପ୍ତାହ ପର୍ଯ୍ୟନ୍ତ ଅନ୍ୟ କିନ୍ନରମାନେ ଭୋକିଲା ରହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri