ରାଫାଲକୁ ନେଇ ଏତେ ଚର୍ଚ୍ଚା କାହିଁକି

ଷ୍ଟାଲିନ୍‌ ମିଶ୍ର

ରାଫାଲ ଭାରତରେ ଏକ ବହୁଚର୍ଚ୍ଚିତ ନାମ। ଗତ କିଛିଦିନ ତଳେ ଭାରତ ୫ଟି ରାଫାଲ ବିମାନ ଫ୍ରାନ୍ସରୁ ଆମଦାନୀ କରିଛି। ଏହି ପ୍ରସଙ୍ଗରେ ଆମ ଦେଶର ଗଣମାଧ୍ୟମଗୁଡ଼ିକ ଯେପରି ପ୍ରଚାର ପ୍ରସାର କରିଚାଲିଛନ୍ତି ତଥା ସର୍ବଶକ୍ତିମାନ ହେବାର ମିଛ ଅହଂକାରରେ ନିଜକୁ ଗର୍ବିତ ମନେକରୁଛନ୍ତି, ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହାସ୍ୟାସ୍ପଦ ମଧ୍ୟ। ସାମରିକ ଶକ୍ତି ହିସାବରେ ବିଶ୍ୱର ଚତୁର୍ଥ ସ୍ଥାନରେ ଥିବା ଭାରତ ପାଇଁ ଏହା ଏକ ସାଧାରଣ କଥା। ତେଣୁ ରାଫାଲ କିମ୍ବା ଅନ୍ୟ କୌଣସି ବିଦେଶୀ ଯୁଦ୍ଧାସ୍ତ୍ରର ମାତ୍ରାଧିକ ପ୍ରଚାର ଦେଶର ବର୍ତ୍ତମାନର ସାମରିକ ସାମର୍ଥ୍ୟକୁ ବିଶ୍ୱ ଦରବାରରେ ନିମ୍ନମାନର ବୋଲି କହିବା ସହିତ ସମାନ, ଏହାଦ୍ୱାରା ଦେଶର ମର୍ଯ୍ୟାଦା ହାନି ହେଉଛି ବୋଲି ମୁଁ ମନେକରେ।
ଚାଲନ୍ତୁ ଜାଣିବା ରାଫାଲ ଯୁଦ୍ଧବିମାନ କ’ଣ ଏବଂ ଏହାର ବିଶେଷତ୍ୱ କ’ଣ ରହିଛି। ରାଫାଲର ପୂରା ନାମ ‘ଡାସଲ୍ଟରାଫାଲ’, ଆକ୍ଷରିକ ଅର୍ଥ ହେଲା ‘ପବନର ଝୁଙ୍କ୍‌’ ବା ସାମରିକ ଅର୍ଥରେ କହିବାକୁ ଗଲେ ‘ଅଗ୍ନିବିସ୍ପୋରକ’। ଫ୍ରାନ୍ସର ବାୟୁସେନା ଓ ନୌସେନାର ସାମରିକ ଶକ୍ତି ବୃଦ୍ଧିକରିବା ପାଇଁ ‘ଡାସଲ୍ଟ ଏଭିଏଶନ’ ସଂସ୍ଥା ଦ୍ବାରା ନିର୍ମିତ ଅତ୍ୟାଧୁନିକ ଯୁଦ୍ଧବିମାନ। ଏଥିରେ ଉଭୟ ପାରମ୍ପରିକ ଯୁଦ୍ଧାସ୍ତ୍ର ଓ ପରମାଣୁ ଅସ୍ତ୍ର ଖଞ୍ଜାଯାଇ ପାରିବ। ଏହି ଯୁଦ୍ଧବିମାନର ଅତ୍ୟାଧୁନିକ ରାଡ଼ାର ଓ ସେନ୍ସରର କାର୍ଯ୍ୟଦକ୍ଷତା ବର୍ତ୍ତମାନ ସମୟରେ ଅନ୍ୟ ସମସାମୟିକ ଯୁଦ୍ଧବିମାନ ତୁଳନାରେ ଅତି ଉନ୍ନତମାନର। ରାଫାଲରେ ‘ଫ୍ରଣ୍ଟସେକ୍ଟରଅପ୍ଟ୍ରୋନିକ୍ସ’ (FSO) ସିଷ୍ଟମ ମଧ୍ୟ ଅଛି, ଯାହା ଅପ୍ଟ୍ରୋନିକ୍ସ ରଙ୍ଗରେ କାର୍ଯ୍ୟକରିବା ସମୟରେ ରାଡାର ଅଚଳ ପ୍ରତି ପ୍ରତିରୋଧକ। ଏହାର ସ୍ପେକ୍ଟ୍ରା-ଇଣ୍ଟିଗ୍ରେଟେଡ ଇଲେକ୍‌ଟ୍ରୋନିକ୍ସ ଯୁଦ୍ଧ ସିଷ୍ଟମ ଯାହା ଇନ୍‌ଫ୍ରାଡ, ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ଏବଂ ଲେଜର ବିପଦକୁ ଦୂରରୁ ଚିହ୍ନଟ କରି ପାଇଲଟକୁ ଆଗୁଆ ସଚେତନ କରିଥାଏ। ସଂକ୍ଷେପରେ କହିଲେ ଏହି ବିମାନରେ ସମସ୍ତ ପ୍ରକାର ନିରାପତ୍ତା ସୁବିଧା ଅଛି ଯଥା ଅଗ୍ରିମ ବିପଦ ଚିହ୍ନଟ ପାଇଁ ରାଡାର, ଲେଜର ଏବଂ କ୍ଷେପଣାସ୍ତ୍ର ଚେତାବନୀ ଗ୍ରହଣକାରୀ ବ୍ୟବସ୍ଥା ଏବଂ ଆରେରାଡାରଜାମର ପ୍ରଭୃତି ଉପକରଣ, ଯାହା ବିମାନକୁ ସୁରକ୍ଷିତ ରଖିବାରେ ଏବଂ ବିପଦ ପ୍ରତିରୋଧ ପାଇଁ ଅନୁକୂଳସିଦ୍ଧ। ଏକାଥରେ ୩୭୦୦କି.ମି. ଦୂର ଉଡିପାରିବା କ୍ଷମତା, ଅଧିକ ଓଜନର ଯୁଦ୍ଧାସ୍ତ୍ର ବହନ କରିବା ଯଥା ସର୍ବାଧିକ ଟେକ୍‌ଅଫ ଓଜନ ୨୪.୫ଟନ୍‌ ଥିବାବେଳେ ଏହି ଯୁଦ୍ଧବିମାନ ୪.୭ଟନ୍‌ ଆଭ୍ୟନ୍ତରୀଣ ଇନ୍ଧନ ଏବଂ ୬.୬ଟନ୍‌ ବାହାର ଦକ୍ଷତା ଏହି ଯୁଦ୍ଧ ବିମାନକୁ ଅନ୍ତଃରାଷ୍ଟ୍ରୀୟ ବଜାରରେ ବ୍ୟବସାୟିକ ସଫଳତା ଦେଇପାରିଛି।
ହଁ, ଯଦି ଆଜିର ଜ୍ଞାନକୌଶଳକୁ ଅତ୍ୟାଧୁନିକ କୁହାଯାଇପାରିବ ତା’ହେଲେ ଏହି ବିମାନ ନିଶ୍ଚିତଭାବେ ବିକଶିତ ଓ ଆଧୁନିକ ଯୁଦ୍ଧବିମାନ। କିନ୍ତୁ ଭାରତର ଜ୍ଞାନକୌଶଳ କାହିଁ କେଉଁ ଆଦିମ କାଳରୁ ବିକଶିତ। ଆମ ବେଦ, ଧର୍ମଶାସ୍ତ୍ରରେ ବିମାନବିଜ୍ଞାନ, ଜ୍ଞାନକୌଶଳ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗର ଯେଉଁ ଉଦାହରଣ ମିଳେ ଆଜିର ଜ୍ଞାନକୌଶଳକୁ ଅତ୍ୟାଧୁନିକ କହିବା ମୋ ପାଇଁ ସମ୍ଭବ ନୁହେଁ। ସେପରି ଉନ୍ନତ ଅଦ୍ୱିତୀୟ ଜ୍ଞାନକୌଶଳ ପ୍ରାପ୍ତି ପାଇଁ ଆଜିର ବିଶ୍ୱକୁ କାହିଁ କେତେ ହଜାର ବର୍ଷ ଲାଗିଯିବ ତାହା କଳନା କରିବା କଷ୍ଟ l କିନ୍ତୁ ନିଜେ ‘ଡାସଲ୍ଟ ଏଭିଏଶନ’ ରାଫାଲର ବିକଳ୍ପ ପାଇଁ ୨୦୧୮ରୁ କାର୍ଯ୍ୟରତ ଏବଂ ଖୁବଶୀଘ୍ର ନୂତନ ବିକଶିତ ଯୁଦ୍ଧବିମାନ ପ୍ରସ୍ତୁତ କରିବାକୁ ଘୋଷଣା କରିସାରିଛି। ଯାହା ଫ୍ରାନ୍ସର ରାଫାଲ, ଜର୍ମାନୀର ୟୁରୋଫାଇଟର ଟାଇଫୁନ୍‌ ଓ ସ୍ପେନର ହର୍‌ନେଟ ଯୁଦ୍ଧବିମାନର ବିକଳ୍ପ ହେବ। ଏହାର ମାନେ ହେଉଛି ଆମେ ଯେଉଁ ବିମାନ କିଣିଛୁ ବା କିଣୁଛୁ ତାହା ଅନ୍ୟ ଦେଶ ତୁଳନାରେ ଖୁବ୍‌ ଶୀଘ୍ର ପୁରୁଣାସିଦ୍ଧ ହେବାକୁ ଯାଉଛି l ଏପରି ପରିସ୍ଥିତିରେ ଯେଭଳି ଭାବେ ରାଫାଲକୁ ନେଇ ମାତ୍ରାଧିକ ପ୍ରଚାର କରିଚାଲିଛି ଏହା ଆମ ଦେଶର ସାମରିକ ଶକ୍ତି ଉପରେ ପ୍ରଶ୍ନବାଚୀ ଲଗାଇବା ସହିତ ଫ୍ରାନ୍ସ ବିମାନ ସଂସ୍ଥାର ବିଜ୍ଞାପନ ଏଜେଣ୍ଟ ହୋଇ କାର୍ଯ୍ୟ କରୁଥିବା ପରି ପରିଲକ୍ଷିତ ହେଉଛି l
ଆମେ ଯଦି ନିଜ ସଂସ୍କୃତି, ଧର୍ମଶାସ୍ତ୍ର ଓ ଜ୍ଞାନକୌଶଳକୁ ପ୍ରାଥମିକତା ଦେଇଥାନ୍ତୁ ଯୁଦ୍ଧବିମାନ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ି ନଥାନ୍ତା। ଭୁଲନ୍ତୁ ନାହିଁ ଯେ, ଆମେ କିଣିଥିବା ପାଞ୍ଚଟି ବିମାନ ଅତୀତରେ ଇଜିପ୍ଟ, କାତାର ଆଦି ଦେଶ କିଣି ନିଜ ବାୟୁସେନାରେ ନିୟୋଜିତ କରିଛନ୍ତି ଓ ଭବିଷ୍ୟତରେ ଅନ୍ୟ କୌଣସି ଦେଶ ମଧ୍ୟ କିଣି ପାରିବ। ବିମାନଶାସ୍ତ୍ର ଭାରତରୁ ସୃଷ୍ଟି ହୋଇଛି, ମହର୍ଷି ଭରଦ୍ୱାଜଙ୍କ ରଚିତ ବିମାନଶାସ୍ତ୍ରରେ ବିଭିନ୍ନ ପ୍ରକାର ଦିବ୍ୟ ବିମାନର ବର୍ଣ୍ଣନା ରହିଛି। ମହାଭାରତ, ରାମାୟଣ, ବେଦ, ଉପନିଷଦ୍‌ରେ ବିଭିନ୍ନ ପ୍ରକାର ବିମାନ ତଥା ଆକାଶରେ ଉଡି ଯୁଦ୍ଧ କରିପାରୁଥିବା ରଥଗୁଡ଼ିକର ବହୁଳ ପ୍ରୟୋଗର ଦୃଷ୍ଟାନ୍ତ ମିଳେ l ଆମେ ଏହାକୁ କାଳ୍ପନିକ କହି ଏଡ଼ାଇ ଦେଇପାରିବା କିନ୍ତୁ ଏହା ଆମ ମୂର୍ଖାମିର ପରିଚୟ ହେବ। ଥରେ ଭାବି ଦେଖନ୍ତୁ ୧୦-୨୦ ହଜାର ବର୍ଷ ପୂର୍ବେ ବିଶ୍ୱରେ ମାନବ ସଭ୍ୟତା କିପରି ଅବସ୍ଥାରେ ଥିଲା ଓ ଭାରତୀୟ ସଭ୍ୟତାରେ ମହାଭାରତ, ରାମାୟଣ ପରି ଗ୍ରନ୍ଥ ରଚନା କରାଯାଉଥିଲା, ଯଦି କାଳ୍ପନିକ ତା’ହେଲେ ବି ଏପରି ଉନ୍ନତ କଳ୍ପନା କରିପାରୁଥିବା ମନୁଷ୍ୟ ସତରେ କେତେ ବିକଶିତ ଥିଲେ ତାହା ବିଚାରଯୋଗ୍ୟ ନୁହେଁ କି ? ବିଦେଶୀ ଭାଷାସଂସ୍କୃତିକୁ ଆବଶ୍ୟକରୁ ଅଧିକ ପ୍ରାଥମିକତା ଦେବା, ନିଜର ଜ୍ଞାନକୌଶଳ ଉପରେ ଆଜିର ପିଢ଼ି ବିଶ୍ୱାସ ହରାଇବା ମୁଖ୍ୟ କାରଣ। ଯେତେବେଳେ ଅନ୍ୟ ଦେଶଗୁଡ଼ିକ ଆଜି ଭାଷାସଂସ୍କୃତି, ଭାରତୀୟ ସଂସ୍କୃତି, ବେଦ, ଉପନିଷଦ୍‌ ଉପରେ ଗବେଷଣା କରି ନିଜର ଜ୍ଞାନକୌଶଳକୁ ଅଧିକ ବିକଶିତ କରିଚାଲିଛନ୍ତି ସେତେବେଳେ ଆମେ ବିଦେଶୀ ସଂସ୍କୃତିକୁ ଅନ୍ଧଭଳି ଅନୁସରଣ କରି ନିଜ ଜ୍ଞାନଗାରିମା ପାସୋରି ଚାଲିଛନ୍ତି। ଫଳସ୍ବରୂପ ଅନ୍ୟ ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଚାଲିଛି।
ଭାରତୀୟ ବାୟୁସେନାରେ ବିଦେଶୀ ଯୁଦ୍ଧବିମାନ କିଛି ନୂଆ କଥା ନୁହେଁ, ଆଗରୁ ରୁଷିଆ ନିର୍ମିତ ମିଗ୍‌, ସୁଖୋଇ, ଫ୍ରାନ୍ସ ନିର୍ମିତ ମିରାଜ ଆଦି ବହୁ ବିମାନ ଅତୀତରେ ଆମକୁ ଯୁଦ୍ଧରେ ବିଜୟଲାଭ କରିବାରେ ସାହାଯ୍ୟ କରିଛି l ସୈନ୍ୟବାହିନୀ ପାଇଁ ଯୁଦ୍ଧାସ୍ତ୍ର ହେଉ ଅବା ଯୁଦ୍ଧବିମାନ କିମ୍ବା ଯୁଦ୍ଧପୋତ କିଣିବା ଏହା ଏକ ନିତ୍ୟନିରନ୍ତର ପ୍ରକ୍ରିୟା। ତେଣୁ ଏବେ ରାଫାଲକୁ ନେଇ ଏତେ ହଲ୍ଲା କରିବାର କ’ଣ ଆବଶ୍ୟକତା ଅଛି? ଦେଶର ସାଧାରଣ ନାଗରିକ ହିସାବରେ ଆମ ସୈନ୍ୟବାହିନୀର ନିଷ୍ଠା ଓ ପରାକ୍ରମ ଉପରେ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି ଏବଂ ସର୍ବଦା ରହିଥିବ ମଧ୍ୟ l
କିନ୍ତୁ ଏହାକୁ କାହାର ବ୍ୟକ୍ତିଗତ ଉପଲବ୍ଧି ଭାବେ ପ୍ରଚାର କରିବା ବା ରାଜନୈତିକ ମହତ୍ତ୍ୱାକାଂକ୍ଷାର ଚରିତାର୍ଥ ପାଇଁ ନିୟୋଜିତ କରିବା କଦାପି ଉଚିତ ନୁହେଁ। ଯଦି ଆମେ ଏକ ମହାଶକ୍ତି ହେବାକୁ ଚାହୁଁଛେ ତେବେ ଆମକୁ ନିଜ ଜ୍ଞାନକୌଶଳକୁ ପ୍ରାଥମିକତା ଦେବା ସହିତ ଆତ୍ମନିର୍ଭର ହେବାକୁ ପଡ଼ିବ। ଅନ୍ୟର ସାହାଯ୍ୟରେ କି ଦାନରେ ନୁହେଁ।
ସୂଚନା ପ୍ରଯୁକ୍ତିବିତ୍‌, ସିଙ୍ଗାପୁର


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?