କର୍ଦ୍ଦମାକ୍ତ ହୋଇପଡିଛି ଅମାମୁଣ୍ଡା-କୁହିବାହାଲ ରାସ୍ତା

ବିନିକା, ୧୩ା୮(ଡି.ଏନ୍‌.ଏ.):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଜୁଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଅମାମୁଣ୍ଡାରୁ କୁହିବାହାଲକୁ ସଂଯୋଗ କରୁଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡିଛି। ଦୀର୍ଘବର୍ଷ ହେଲା ଏହି ମାଟିରାସ୍ତାର ପୁନରୁଦ୍ଧାର ହୋଇନି ା ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଜୁଲୁଣ୍ଡା, ଅମାମୁଣ୍ଡା, ସିଆଲି, ସିଲଜୁରୀ, କୁହିବାହାଲ, ଖୁର୍ଡିଆବାହାଲ ପ୍ରଭୃତି ଗ୍ରାମର ଲୋକେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହିତ ଶନିବାର ଜୁଲୁଣ୍ଡା ସାପ୍ତାହିକ ବଜାର ବସୁଥିବାରୁ ବହୁସଂଖ୍ୟାରେ ବ୍ୟବସାୟୀ ଓ ଗ୍ରାହକ ଏଠାକୁ ଆସିଥାନ୍ତି। ହେଲେ ରାସ୍ତା ଦୁରବସ୍ଥା ସମସ୍ୟା ସୃଷ୍ଟି କରୁଛି। ଏବେ ବର୍ଷାଦିନ ଆସି ଯାଇଥିବାରୁ ଏହି ରାସ୍ତାରେ ଯିବା ଆସିବା କରିବା ଦୁର୍ବିଷହ ହୋଇପଡୁଛି। ଅବିଳମ୍ବେ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ମଦ ବିକ୍ରି ବନ୍ଦ ଦାବିରେ ଏକଜୁଟ ହେଲେ ମହିଳା, ଅବକାରୀ ବିଭାଗର ସହଯୋଗ ଲୋଡ଼ିଲେ

ଅମରପାଲି,୨୯।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ଗ୍ରାମରେ ମଦ ବିକ୍ରି ବନ୍ଦ ଦାବିରେ ମହିଳାମାନେ ଏକଜୁଟ ହୋଇଛନ୍ତି । ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?