Posted inଫୁରସତ

ହୃଦୟର ଆକାର କାହିଁକି ଏମିତିଆ? କେବେଠୁ କରାଯାଉଛି ବ୍ୟବହାର…

କିଛି ଗବେଷଣା ଦାବି କରେ ଯେ, ପୂର୍ବେ ଯେବେ ଯୁବତୀ ଯୁବକ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖୁଥିଲେ ଗର୍ଭଧାରଣ ଅଟକାଇବା ଲାଗି ଯୁବକମାନେ ଯୁବତୀଙ୍କୁ ସିଲିଫିୟମ ଗଛର ବିଜ ଦେଉଥିଲେ। ଯାହାର ଆକାର ଆଜିକାର ହାର୍ଟ ଶେପ୍‌ ପରି। ସିଲିଫିୟମ ଜୁଆଣି ପ୍ରଜାତିର ଅଟେ। ପ୍ରାଚିନ ଗ୍ରୀକ ଓ ରୋମରେ ଏହାକୁ ଭୋଜନ ସ୍ବାଦିଷ୍ଟ କରିବା ପାଇଁ ବ୍ୟବହାର କରିବା ସହ ଔଷଧ ଭାବେ ବ୍ୟବହାର କରାଯାଉଥିଲା। କୁହାଯାଏ ଏହା କାଶ ପଇଁ ଭଲ କାମ କରୁଥିଲା। ହେଲେ ଏହା ବେଶି ପରିଚିତ ଥିଲା ଜନ୍ମ ନିୟନ୍ତ୍ରକ ଭାବେ। ସମୟକ୍ରମେ ଏହି ଗଛର ବିଜକୁ ପ୍ରେମର ପ୍ରତୀକଭାବେ ଗଣନା କରାଗଲା । ଆଉ ତାକୁ ବିଭିନ୍ନ ସ୍ଥାନରେ ଅଙ୍କା ଗଲା। ପୁରାତନ ସହର ସାଇରେନ ଯେଉଁଠି ସିଫିଲିୟମ ପ୍ରଚୁର ହେଉଥିଲା ଓ ଏହାର ବ୍ୟବସାୟ କରାଯାଉଥିଲା ସେଠାକାର ମୁଦ୍ରାରେ ବି ଏହି ହାର୍ଟ ଶେପ୍‌କୁ ସ୍ଥାନ ଦିଆଯାଇଥିଲା। ଆଉ କିଛି ତଥ୍ୟ କହେ ଯେ, ଆଇଭି ଗଛର ପତ୍ରରୁ ହାର୍ଟଶେପ୍‌ ଆସିଛି। ଏହାବାଦ କେହି କେହି ଦାବି କରନ୍ତି ଯେ,ଏହି ଆକୃତିକୁ ନାରୀର ସ୍ତନ, ନିତମ୍ବ ଅବା ମାନବ ଶରୀରର ଅନ୍ୟ କିଛି ଭାଗର ଆଧାରରେ ତିଆରି କରାଯାଇଛି। ତେବେ ବିଦ୍ୱାନ ପିଏରେ ଭେନକିନ ଓ ମାର୍ଟିନ କେମ୍ପ ଦାବି କରନ୍ତି ଯେ, ଏହି ହାର୍ଟଶେପ୍‌ର ଉତ୍ପତି ଗାଲେନ ଓ ଦାର୍ଶନିକ ଆରିଷ୍ଟଟଲଙ୍କ କିଛି ଆଲେଖ୍ୟରୁ ହୋଇଛି। ସେମାନେ ବର୍ଣ୍ଣନା କରିଥିଲେ ଯେ, ମଣିଷ ହୃତପିଣ୍ଡର ତିନୋଟି ଚାମ୍ବର ବା କୋଠରୀ ଅଛି। ଦୁଇଟି ଉପରେ ଓ ଗୋଟେ ତଳେ। ଆଉ ଏହାର ଉପରଭାଗର ମଝିରେ ଏକ ଛୋଟ ସ୍ଥାନ ଚେପା ବା ଖାଲ ସଦୃଶ ଅଛି। କୁହାଯାଏ ଏହି ତଥ୍ୟକୁ ଆଧାର କରି ପରବର୍ତ୍ତୀ ସମୟରେ ଯେବେ ମଧ୍ୟଯୁଗର କଳାକାର ଓ ବୈଜ୍ଞାନିକମାନେ ସେହି ପ୍ରାଚୀନ ଚିକିତ୍ସା ସମ୍ବନ୍ଧୀୟ ଆଲେଖ୍ୟକୁ ଚିତ୍ରକରି ପୁନଃପ୍ରଦର୍ଶିତ କରିଥିବେ ସେତେବେଳେ ଉକ୍ତ ହାର୍ଟଶେପ୍‌ର ଉତ୍ପତି ହୋଇଥିବ। ଯେମିତିକି ଚତୁର୍ଦ୍ଦଶ ଶତାବ୍ଦିରେ ଇଟାଲୀର ପଦାର୍ଥ ବିଜ୍ଞାନୀ ଗୁଇଡୋ ଦା ଭିଗଭାନୋ ଶରୀର ସମ୍ବନ୍ଧୀୟ ଏକ ସିରିଜ ଚିତ୍ର କରିଥିଲେ ଯେଉଁଥିରେ ହୃତପିଣ୍ଡର ଚିତ୍ର ଆରିଷ୍ଟଟଲ ବର୍ଣ୍ଣନା କରିଥିବା ହୃତପିଣ୍ଡ ପରି ଥିଲା। ଅର୍ଥାତ୍‌ ହୃତପିଣ୍ଡର ଆକାର କିଛିଟା ଆଜିକାର ହାର୍ଟଶେପ୍‌ ପରି ଥିଲା।

ମଣିଷର ହୃତପିଣ୍ଡ ଖୁସି ସହ ବିଭିନ୍ନ ଭାବକୁ ଦର୍ଶାଇଥାଏ। ତେଣୁ ଏହି ଶେପ୍‌କୁ ପ୍ରେମ ଓ ପ୍ରଣୟର ପ୍ରତୀକଭାବେ ଗ୍ରହଣ କରାଗଲା। ଏହାର ବ୍ୟବହାର ଯେବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ହୃଦୟ ଭାବେ କରାଗଲା ଏବଂ ତାସ୍‌ ଖେଳରେ ବ୍ୟବହାର ହେଲା ଏହି ଆକୃତିର ଲୋକପ୍ରିୟତା ବଢିଲା। ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀବେଳକୁ ତ ପ୍ରେମ ଚିଠି ଓ ଭାଲେଣ୍ଟାଇନ୍ସ ଡ଼େ’ କାର୍ଡରେ ଏହାର ବ୍ୟବହାର ହେବାକୁ ଲାଗିଲା। ଆଉ ଏହା ପ୍ରେମର ପ୍ରତୀକଭାବେ ଧୀରେ ଧୀରେ ସାରା ପୃଥିବୀରେ ପରିଚିତ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri