ଗାଁରୁ ୪ କି.ମି. ଅଙ୍ଗନଓ୍ବାଡି, ୩ କି.ମି. ଦୂର ସ୍କୁଲ

ତେନ୍ତୁଳିଖୁଣ୍ଟି, ୧୧।୨(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତର ବାମନବସା ଗାଁ। ଏହା ଉପରେ ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ। ଏମାନଙ୍କ ପାଖରେ ଶୁଦ୍ଧ ପାନୀୟ ଜଳ, ପ୍ରାକ୍‌ ବିଦ୍ୟାଳୟ ଓ ପ୍ରାଥମିକ ଶିକ୍ଷା ଅପହଞ୍ଚ। ସ୍ନାନ ଶୌଚ ପାଇଁ ଏକମାତ୍ର ନଳକୂଅ ଭରସା। ଉକ୍ତ ନଳକୂଅ ପାଣି ମଧ୍ୟ ଗୋଳିଆ। ପାହାଡ଼ିଆ ରାସ୍ତା ଦେଇ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବାକୁ ପଡ଼େ। ଫଳରେ ପିଲାମାନେ ସ୍କୁଲ ପୂର୍ବର ଶୈକ୍ଷିକ ବାତାବରଣ ଓ ଗର୍ଭବତୀ, ପ୍ରସୂତିମାନେ ପୁଷ୍ଟିକର ଖାଦ୍ୟ ପାଇବାରେ ବ୍ୟାପକ ସମସ୍ୟା ଭୋଗିଥାନ୍ତି। ପ୍ରାଥମିକ ସ୍କୁଲ ନ ଥିବାରୁ ମଧ୍ୟ ପିଲାମାନେ ଅସୁବିଧା ଭୋଗ କରୁଛନ୍ତି।
ବାମନବସା ଗାଁରେ ୧୨ରୁ ୧୪ ପରିବାର ରୁହନ୍ତି। ଗ୍ରାମର ଅର୍ଦ୍ଧାଧିକ ଘର ପୁରୁଷ ଶୂନ୍ୟ। କାରଣ ଏଠି କାମ ଅଭାବରୁ ଘରର ପୁରୁଷମାନେ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଜିଲା ଓ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ସୋଲାର ବେସଡ୍‌ ପାନୀୟ ଜଳ ବ୍ୟବସ୍ଥା କିନ୍ତୁ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳେ। ଗ୍ରାମରେ ୧୪ ପରିବାର ମଧ୍ୟରୁ କାହାରିକୁ କୌଣସି ଯୋଜନାରେ ଘର ମିଳିନାହିଁ। ପ୍ରାକ ୍‌ ବିଦ୍ୟାଳୟ ଶିକ୍ଷା ସାତସପନ। ୩ କି.ମି. ପାହାଡିଆ ପାଦଚଲା ରାସ୍ତା ଦେଇ ପ୍ରାୟ ୪ କି.ମି. ଗଲେ ଝଡ଼ିଆଗୁଡ଼ା ଅଙ୍ଗନବାଡି କେନ୍ଦ୍ର ପଡ଼େ। ପ୍ରାକ୍‌ ବିଦ୍ୟାଳୟ ବିଦ୍ୟାର୍ଥୀ ଓ ଗର୍ଭବତୀଙ୍କୁ ଗ୍ରାମରେ ଅଙ୍ଗନଓ୍ବାଡି କର୍ମୀ ଯାହାକିଛି ଛତୁଆ, ଅଣ୍ଡା ଆଦି ଦେଇଥାନ୍ତି ସେତିକି ହିଁ ସରକାରୀ ପ୍ରାପ୍ୟ। ୨ କି.ମି. ଦୂର ପାପଡ଼ାହାଣ୍ଡି ବ୍ଲକ ଚଚରାପଦରକୁ ପ୍ରାଥମିକ ଶିକ୍ଷା ପାଇଁ ପିଲାମାନଙ୍କୁ ଯିବାକୁ ପଡ଼େ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ମାଗଣା ଚାଉଳ ପାଇଁ ୮କି.ମି. ଦୂର ପଞ୍ଚାୟତକୁ ଯିବାକୁ ୩୦ରୁ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ସରକାରୀ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଗ୍ରାମରେ କେବେ ହୋଇ ନ ଥିବା ଗାଁର ସଦା ଯାନୀ, ପତି ଯାନୀ, କୋମୁଲୁ ଯାନୀ, ବୀରସିଂ ଯାନୀ, ଭୀମ ଯାନୀ, ରୁପା ଯାନୀ ପ୍ରମୁଖ କହିଛନ୍ତି। ରାସ୍ତା ଯାତାୟାତ ଉପଯୋଗୀ ନ ଥିବାରୁ ଶିକ୍ଷାଠୁ ଆରମ୍ଭ କରି ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ ହନ୍ତସନ୍ତ ହେଉଥିବା ଗ୍ରାମବାସୀ କହଛନ୍ତି। ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସିଡିପିଓ ବିନିତା ଜେଠୀଙ୍କୁ ପଚାରିବାରୁ ପ୍ରକୃତ ସ୍ଥିତି ଜାଣିନାହିଁ। ବୁଝିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ଉକ୍ତ ଗ୍ରାମ ରାସ୍ତା ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫାଇଲ ହୋଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଗାଡ଼ି ଆସିଲେ ମଧ୍ୟ ସେ ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri