Posted inଖେଳ

ଇଦ୍‌ରେ କାହିଁକି ଟ୍ରୋଲ୍‌ ହେଲେ ପାକିସ୍ତାନ କ୍ରିକେଟର୍‌

ମାଞ୍ଚେଷ୍ଟର, ୧।୮: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ଓ ଟି୨୦ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍‌ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ରହିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଅଗଷ୍ଟ ୫ରୁ ମାଞ୍ଚେଷ୍ଟରରେ ଖେଳାଯିବ। ସେହିଭଳି ଅଗଷ୍ଟ ୨୮ରୁ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ। ତେବେ ସିରିଜ ପୂର୍ବରୁ ପାକିସ୍ତାନ କ୍ରିକେଟ୍‌ ଦଳର ଖେଳାଳିମାନେ ଇଦ୍‌ ପର୍ବ ପାଳନ କରିଛନ୍ତି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପକ୍ଷରୁ ମଧ୍ୟ ଖେଳାଳିମାନେ ଇଦ୍‌ ପାଳନ କରୁଥିବାର ଫଟୋ ଶେୟାର କରାଯାଇଛି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ସମସ୍ତ ଖେଳାଳି କୁର୍ତ୍ତା ଓ ପାଇଜାମା ପରିଧାନ କରିଛନ୍ତି। ଖେଳାଳିମାନେ ନମାଜ ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ଅଭିନନ୍ଦନ ଜଣାଇବା ସହିତ ଏକାଠି ଠିଆ ହୋଇ ଫଟୋ ଉଠାଇଥିଲେ। ତେବେ ପିସିବି ପକ୍ଷରୁ ଯେଉଁ ଫଟୋ ଟୁଇଟର୍‌ରେ ଶେୟାର କରାଯାଇଛି ତାକୁ ନେଇ କିଛି ପ୍ରଶଂସକ ଟ୍ରୋଲ କରିଥିବା ଜଣାପଡ଼ିଛି। ଏହି ଫଟୋରେ କୌଣସି ଖେଳାଳି ମାସ୍କ ପିନ୍ଧି ନ ଥିବାବେଳେ ସାମାଜିକ ଦୂରତ୍ୱ ମଧ୍ୟ ରକ୍ଷା ନ କରି ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି। କିଛି ପ୍ରଶଂସକ ମାସ୍କ କୁଆଡ଼େ ଗଲା ବୋଲି ପଚାରିଥିବାବେଳେ ଆଉ କିଛି ସାମାଜିକ ଦୂରତା ପାଳନ ହୋଇ ନ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ସେହିଭଳି କିଛି ପ୍ରଶଂସକ ଏହି ଫଟୋକୁ ଦେଖି କହିଛନ୍ତି ‘ଏଭଳି ସାମାଜିକ ଦୂରତା ପାଳନକୁ ଦେଖି ଲାଗୁଛି ବୋଧ ହୁଏ କରୋନା ମରିଗଲା। ’ ଏଠାରେ ଉଲ୍ଲେଖଯୋଗ୍ୟ, ଯେବେଠାରୁ ପାକିସ୍ତାନ ଟିମ୍‌ ଇଂଲଣ୍ଡରେ ପହଞ୍ଚତ୍ ସାରିଛି ସେବେଠାରୁ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଜୈବ ସୁରକ୍ଷା ପରିବେଶ ମଧ୍ୟରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୧୫ ତହସିଲଦାରଙ୍କ ଖାତାରେ ଜମାହୋଇଛି ୨୫୬.୮୧କୋଟିର ରୟାଲ୍‌ଟି: ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଲେ ପିଏଜି

ଭୁବନେଶ୍ୱର,୨୧ା୪(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିିଜ ଦ୍ରବ୍ୟରୁ ସରକାରଙ୍କୁ ଯେଉଁ ଅର୍ଥ ମିଳିବା କଥା ତାହା ବାଟବଣା ହୋଇଛି। ନିୟମ ଅନୁଯାୟୀ, ଏହି ଉତ୍ସରୁ ସଂଗ୍ରହ ସମସ୍ତ…

ବିସ୍ଫୋରକ ଶତକ ମାରି ବଡ଼ ରେକର୍ଡ କଲେ ତିଲକ ବର୍ମା: ଆଇପିଏଲ ଇତିହାସରେ…

ମୁମ୍ବାଇ,୨୦।୩: ତିଲକ ବର୍ମାଙ୍କ ବିସ୍ଫୋରକ ଶତକ ଏବଂ ନମନ ଧୀରଙ୍କ ଦୃଢ଼ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ…

ସମାଜସେବୀ ଅଜିତଙ୍କ ଅକାଳ ବିୟୋଗ: ଅଞ୍ଚଳରେ ଗଭୀର ଶୋକ

ଗଞ୍ଜାମ,୨୦।୪(ଅନାଥ ତରାଇ): ଗଞ୍ଜାମ ସହର ଓଡ଼ିଆ ଢମଣାସାହି ଅଞ୍ଚଳରେ ଆଜି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ତଥା ବଜରଙ୍ଗ…

ସିଦ୍ଧେଶ୍ୱର କଲ୍ୟାଣ ମଣ୍ଡପ ବିବାଦ: ପୋଲିସ ଉପସ୍ଥିତିରେ ଦଖଲ କଲା ବ୍ଲକ ପ୍ରଶାସନ, ପଞ୍ଚାୟତକୁ ହସ୍ତାନ୍ତର କରାଗଲା ଚାବି

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ରଘୁନାଥ ମନ୍ଦିର ନିକଟରେ ନବ ନିର୍ମିତ କଲ୍ୟାଣ ମଣ୍ଡପ ଦଖଲକୁ ନେଇ ଦୀର୍ଘ ବର୍ଷ…

ପାଇନ ଜଙ୍ଗଲରେ ନିଆଁ: ନିଦରେ ଶୋଇଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୪ (ଅରୁଣ ସାହୁ):ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଗୁଳଗୁଳି ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବାରୁ…

ଆଜି ଆମେରିକା-ଇରାନ ମଧ୍ୟରେ ହେବ ବଡ଼ ଡିଲ୍‌! ଟ୍ରମ୍ପଙ୍କ ଦାବି ପରେ ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୦।୪: ମଧ୍ୟପ୍ରାଚ୍ୟରେ ଅରାଜକତା ମଧ୍ୟରେ, ଆଶ୍ୱସ୍ତିର ଖବର ସାମ୍ନାକୁ ଆସୁଛି। ଇରାନ ଏହାକୁ ଅସ୍ବୀକାର କରିଚାଲିଥିବା ବେଳେ, ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଆମେରିକାର ରାଷ୍ଟ୍ରପତି…

ସୁସଜ୍ଜିତ ଡଙ୍ଗାରେ ନୌକା ବିହାର କଲେ ମଦନ ମୋହନ, ଉଠୁଛି ପଡୁଛି ସହର

ଗଞ୍ଜାମ,୨୦।୪(ବିଦ୍ୟାଧର ସାହୁ ): ଦୀର୍ଘ ୨୧ ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର । ସୋମବାର ଅକ୍ଷୟ ତୃତୀୟାରୁ…

ସିଜିମାଳିରେ କର୍ପୋରେଟ ପାଇଁ ସରକାରୀ ଦମନଲୀଳା: ଆଦିବାସୀଙ୍କ ଜଳ-ଜଙ୍ଗଲ ଜମି ହକ ପାଇଁ ଏକଜୁଟ ହେଲେ ଏମ୍‌ପି

ଥୁଆମୂଳ ରାମପୁର, ୨୦।୪ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଏବଂ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଳି ପାହାଡ଼ ଏବେ ଅଶାନ୍ତ ହୋଇପଡ଼ିଛି। ବେଦାନ୍ତ କମ୍ପାନୀ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri