ଓପିଜିସି ପ୍ରକଳ୍ପରେ ଯାନ୍ତ୍ରିକ ତ୍ରୁଟି: ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଲଖନପୁର,୧ା୮(ଡି.ଏନ୍‌.ଏ.): ଓଡିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ (ଓପିଜିସି)ର ବନହରପାଲିସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଶନିବାର ସକାଳ ୮.୫୪ ମିନିଟ୍‌ରୁ ୨୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏ ସମ୍ପର୍କରେ ପ୍ରକଳ୍ପର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି, ପ୍ରଥମ ୟୁନିଟ୍‌ରୁ ଲିକେଜ ହେବା ଫଳରେ ୟୁନିଟ୍‌କୁ ବନ୍ଦ କରି ଦିଆଯାଇଛି। ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇ ୭୨ ଘଣ୍ଟା ମଧ୍ୟରେ ୟୁନିଟ୍‌ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ।
ସୂଚନାଥାଉ କି, ପ୍ରକଳ୍ପର ରକ୍ଷଣାବେକ୍ଷଣ ଠିକ୍‌ରେ କରାଯାଉ ନ ଥିବାରୁ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଯାଉଛି। ଏଥିପାଇଁ ବାରମ୍ବାର ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେଉଛି । ଫଳରେ କମ୍ପାନୀର ବହୁ କୋଟି ଟଙ୍କା କ୍ଷତି ହେଉଛି। ଏଥି ମଧ୍ୟରେ ଚଳିତବର୍ଷ ଜାନୁୟାରୀରୁ ଅଦ୍ୟାବଧି ପ୍ରଥମ ୟୁନିଟ୍‌ ୨ଥର ଓ ଦ୍ବିତୀୟ ୟୁନିଟ୍‌ ୨ ଥର ଯାନ୍ତ୍ରିକ ତ୍ରୁଟି ପାଇଁ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ କର୍ମଚାରୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଦୁଅ ଗୋଡ଼ ଧୋଇବାକୁ ଚୁଆକୁଯାଇ ପାଣିରେ ବୁଡ଼ିଗଲେ, ୫ ବର୍ଷର ଶିଶୁ ମୃତ

ଦାରିଙ୍ଗବାଡ଼ି,୨୫।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କାକାମାହା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କାଦୁଅ ଗୋଡ଼ ଧୋଇବାକୁ ଚୁଆକୁଯାଇ ଜଣେ...

ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ: ଗର୍ଭବତୀଙ୍କୁ ୫ କିଲୋମିଟର କାନ୍ଧରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ

ପାପଡ଼ାହାଣ୍ଡି,୧୦।୨(ଡି.ଏନ୍‌.ଏ.): ସବୁବେଳେ ଜନହିତକର କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ଲୋକଙ୍କ ଠାରୁ ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ...

ଧୂଳିଧୂଆଁରେ ଅଞ୍ଚଳବାସୀ ଅତିଷ୍ଠ : ୧ ହଜାର ପୋଷ୍ଟକାର୍ଡ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କୁ ପଠାଯିବ ଅଭିଯୋଗ

ବଡ଼ବିଲ,୧୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳବାସୀ ବିପର୍ଯ୍ୟସ୍ତ ରାସ୍ତାଘାଟ, ଟ୍ରାଫିକ ସମସ୍ୟା, ପ୍ରଦୂଷଣରେ ଅତିଷ୍ଠ ହୋଇପଡ଼ିଛନ୍ତି। ଧୂଳିଧୂଆଁ ଜନିତ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ...

ମହିଳାଙ୍କ ବେକରୁ ଦୁର୍ବୃତ୍ତ ଝାମ୍ପିନେଲେ ୨ ସୁନା ଚେନ୍‌

ହିଞ୍ଜିଳିକାଟୁ,୩୦।୧୧(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିିଞ୍ଜିଳିକାଟୁ ମାଣିକ ନଗରଠାରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ବେକରୁ ବାଇକ୍‌ରେ ଆସି ୨ ଜଣ ଦୁର୍ବୃତ୍ତ ପ୍ରାୟ ୪...

ପ୍ରବଳ ବର୍ଷା ଯୋଗୁ ଭାସିଗଲା ପିକ୍‌ଅପ୍‌ ଭ୍ୟାନ୍‌

ଜୟପୁର,୨୯।୭(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ମାଳଦା ପଞ୍ଚାୟତ କେଲାରୀ ରୋଡ୍‌ରେ ପ୍ରବଳ ବର୍ଷା ଯୋଗୁ ସୋମବାର ସକାଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାସିଯାଇଛି।...

ଘରପୋଡି କ୍ଷତିଗ୍ରସ୍ତଙ୍କୁ ସରକାରୀ ଆବାସ ଯୋଜନା ଦାବି

ଆନନ୍ଦପୁର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ନପଙ୍ଗା ଗ୍ରାମରେ ଅଗ୍ନିକାଣ୍ଡରେ ଗତ ମାର୍ଚ୍ଚ ୨୫ ତାରିଖରେ ୫ ପରିବାରର ୧୦ ବଖରା ଘର...

ମାଙ୍ଗାନିଜ ବୋଝେଇ ଟ୍ରକ ଜବତ: ୨ ଗିରଫ

ବଡବିଲ, ୨୧।୧୦(ସ୍ବ.ପ୍ର)-କେନ୍ଦୁଝର ଜିଲା ବଡବିଲ ପୋଲିସ ମଙ୍ଗଳବାର ରାତିରେ ରାତିରେ ଭଦ୍ରାସାହି ସ୍ଥିତ ୫୨ ନମ୍ବର ଜାତୀୟ ରାଜପଥରୁ ଏକ ଚୋରା ମାଙ୍ଗାନିଜ ବୋଝେଇ ଟ୍ରକ...

ଚିକିତ୍ସା ଲାଗି ଟଁକା ଅଭାବ୍‌: ରୋଗ୍‌ରେ ଶଢ଼ୁଛନ୍‌ ମା’ଛେଉଁଡ଼ କେଦାର

ପଦ୍ମପୁର, ୧୧।୭ (ଡି.ଏନ୍‌.ଏ.):  ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ସରେଇକେଲା ପଁଚେତ୍‌ ସମ୍ବଲପୁରୀ ଗାଁର କୈଳାଶ ବରିହାକଁର ପୁଓ କେଦାର ବରିହା(୫)। ୨ ବଛତର...

Play 250+ Trending Games
Archives

Model This Week

Why Dharitri