ୟୁରୋପ ଏତେ ଦୁର୍ବଳ କାହିଁକି

ଆମେରିକାର ଅସ୍ଥିରତା, ଚାଇନାର ଏକଚ୍ଛତ୍ରବାଦ ଓ ରୁଷିଆର ଆକ୍ରମଣାତ୍ମକ ତଥା ବିଦ୍ୱେଷ ଭାବନାକୁ ବିଶ୍ୱ ଏବେ ସାମ୍ନା କରୁଛି। ବିଶ୍ୱରେ ଏଭଳି ସ୍ଥିତିରେ ପରିବର୍ତ୍ତନ ପାଇଁ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ବା ଗୋଷ୍ଠୀର ଆବଶ୍ୟକତା ଅନିବାର୍ଯ୍ୟ। ଯଦି ଦେଖାଯାଏ ତେବେ କେବଳ ୟୁରୋପ ଅର୍ଥାତ୍‌ ଏହାର ନେତାମାନେ ପରିବର୍ତ୍ତନ ଆଣିପାରିବେ। ବିଶ୍ୱ ସମ୍ମୁଖରେ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ଅନ୍ୟ କୌଣସି ଦେଶ କିମ୍ବା ଅଞ୍ଚଳ ୟୁରୋପ ଭଳି ଏତେ ବୃହତ୍‌, ସ୍ବାଧୀନ, ସମୃଦ୍ଧ, ମୂଲ୍ୟବୋଧ ସମ୍ପନ୍ନ ନୁହେଁ। କିନ୍ତୁ ଭଲ ବ୍ୟକ୍ତିମାନେ କେବଳ ଭଲ ହେଲେ ଯଥେଷ୍ଟ ହେବ ନାହିଁ। ସେମାନେ ଦୃଢ଼ ବଦ୍ଧପରିକର ହେବା ଦରକାର। କିନ୍ତୁ ମୋ ମନରେ ଆଶଙ୍କା ସୃଷ୍ଟି ହେଉଛି ଯେ, ଏଥିରେ ୟୁରୋପର ଅଭାବ ରହୁଛି । ଏବେ ୟୁରୋପ ସବୁଥିରେ ଦୃଢ଼ ମନେହେଉଥିଲେ ମଧ୍ୟ ଏହା ପୂରା ଦୁର୍ବଳ। ପ୍ରଥମେ ଆମେରିକା ସହ ତଥାକଥିତ ବାଣିଜ୍ୟ ଚୁକ୍ତିକୁ ଦେଖିବା। ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସର ସହକର୍ମୀ ଲୁଇସ୍‌ ଗାରିକାନୋ ଲେଖିଥିଲେ ଯେ, ଏହା ଏକ ଚୁକ୍ତି ନୁହେଁ, ବରଂ ଏକ ପ୍ରକାର ଆତ୍ମ ସମର୍ପଣ। କୌଣସି ବିନିମୟରେ ପ୍ରମୁଖ ରପ୍ତାନି ସାମଗ୍ରୀଗୁଡ଼ିକ ଉପରେ ୧୫% ଟାରିଫ୍‌କୁ ଗ୍ରହଣ କରିବା ସହ ଏହା ଅନେକ ଘଟଣାରେ ସହମତ ହୋଇଛି। ହ୍ବାଇଟ୍‌ ହାଉସରେ ଅଗଷ୍ଟ ୧୮ ବୈଠକରେ ୟୁରୋପୀୟ ନେତାମାନେ ଏକାଠି ହୋଇଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଯଦି କିଛି କଳା ରହିଛି ତାହା ହେଉଛି ସେ ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବା ପାଇଁ ସେଭଳି ପରିବେଶ ସୃଷ୍ଟି କରିଥାନ୍ତି। ଏଠାରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଥିଲା। ଏହି ବୈଠକରେ ସେ ତାଙ୍କ ଡେସ୍କ ପଛରେ ଏକ ଚେୟାରରେ ବସିଥିବାବେଳେ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଫିନଲାଣ୍ଡ, ୟୁକ୍ରେନ୍‌ ଏବଂ ବ୍ରିଟେନର ନେତାମାନଙ୍କ ସହ ୟୁରୋପୀୟ କମିଶନର ଅଧ୍ୟକ୍ଷ ଏବଂ ନାଟୋର ମହାସଚିବ ଡେସ୍କର ଅନ୍ୟ ପାଖରେ ବିନୀତ ବ୍ୟକ୍ତି ଭାବେ ବସିଥିଲେ। ସେମାନଙ୍କ ସାହସ ଓ ପ୍ରକୃତ ଶକ୍ତିରେ ବିଷମତା ଏଥିରୁ ସ୍ପଷ୍ଟ ପ୍ରତିପାଦିତ ହୋଇଥିଲା।
ଆମେରିକାର ଜଣେ କ୍ଷତିକାରକ ରାଷ୍ଟ୍ରପତି ସାମ୍ନାରେ ୟୁରୋପ ଦୋଷୀ ଭଳି ନତମସ୍ତକ ହେବାରେ କୌଣସି କାରଣ ନାହିଁ। ଦେଖିବାକୁ ଗଲେ, ଆମେରିକା ତୁଳନାରେ ୟୁରୋପର ଜନସଂଖ୍ୟା ଯଥେଷ୍ଟ ଅଧିକ। ଏହାସହ ୟୁରୋପୀୟ ସଂଘ, ବିଟ୍ରେନ ଏବଂ ନରଓ୍ବେ, ସୁଇଜରଲାଣ୍ଡ ଭଳି ଅନ୍ୟ ଧନୀ ୟୁରୋପୀୟ ଦେଶଗୁଡ଼ିକର ମୋଟ ଜିଡିପି ଆମେରିକା ଜିଡିପି ପାଖାପାଖି । ପ୍ରକୃତ କଥା, ୟୁରୋପର ତ୍ରୁଟିଗୁଡ଼ିକରେ ତାହାର ଦୁର୍ବଳତା ପ୍ରତିଫଳିତ ହେଉଛି। ସବୁଠୁ ବଡ଼ ତ୍ରୁଟି ରହିଛି ସୁରକ୍ଷାରେ ଏବଂ ତା’ ଉପରେ ଆଲୋଚନା କରିବା। ସ୍ପେନର ଅର୍ଥନୀତିଜ୍ଞ ରାଜନେତା ତଥା ୟୁରୋପୀୟ ସଂସଦର ପୂର୍ବତନ ସଦସ୍ୟ ଗାରିକାନୋ ଏହାକୁ ଭଲ ଭାବେ ଉପସ୍ଥାପନ କରିଛନ୍ତି। ସେ କହନ୍ତି, ତୁମକୁ ସୁରକ୍ଷା ଦେଉଥିବା ସେନା ବିରୋଧରେ ତୁମେ କେବେ ବି ବାଣିଜ୍ୟ ଯୁଦ୍ଧ ଜିତିପାରିବ ନାହିଁ। ଏହା ସହ ଆଜକୁ ୬୦ ବର୍ଷ ପୂର୍ବେ ସ୍ବାଧୀନ ଭାବେ ୟୁରୋପୀୟ ପ୍ରତିରକ୍ଷା ଦକ୍ଷତା ବୃଦ୍ଧି ସପକ୍ଷରେ ଫ୍ରାନ୍ସର ରାଷ୍ଟ୍ରପତି ଚାର୍ଲସ୍‌ ଦେ ଗାଉଲେ ଯେଉଁ ମତ ଦେଇଥିଲେ ସେଥିରେ ଫ୍ରାନ୍ସର କୌଣସି ପରିବର୍ତ୍ତନ ଆସି ନ ଥିବା ଦେଖାଯାଏ। ହେଲେ ସାମ୍ପ୍ରତିକ ସମୟରେ ଏହା ଏକ ଦୂରଦର୍ଶୀ ମତ ବୋଲି ଜଣାପଡ଼ୁଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସ୍ପଷ୍ଟ କରିଛି ଯେ, ଆମେରିକାର ସୁରକ୍ଷା ଗ୍ୟାରେଣ୍ଟି ବିନା ୟୁରୋପ ନିଷ୍ପ୍ରଭ। ହେଲେ ଯେ ପର୍ଯ୍ୟନ୍ତ ଟ୍ରମ୍ପ୍‌ ରାଷ୍ଟ୍ରପତି ଥିବେ ସେଯାଏ ଏହା ଉପରେ ଭରସା କରାଯାଇପାରିବ ନାହିଁ।
ୟୁରୋପ ତାହାର ସୁରକ୍ଷା ଅଭାବକୁ ପୂରଣ କରିବା ପାଇଁ ଅଧିକ କିଛି କରୁନାହିଁ। ୟୁରୋପୀୟ ନାଟୋ ସଦସ୍ୟ ମଧ୍ୟରୁ ୨୮ଟି ଦେଶ ୨୦୨୪ରେ ପ୍ରତିରକ୍ଷା ବାବଦରେ ସେମାନଙ୍କ ଜିଡିପିର ୨%ରୁ ଅଧିକ ବ୍ୟୟ କରିଛନ୍ତି ଏବଂ ଦୁଇ ବର୍ଷ ମଧ୍ୟରେ ଏଥିରେ ମାତ୍ର ୦.୬% ବୃଦ୍ଧି ଘଟିଛି। କିନ୍ତୁ ଏହା ଆମେରିକାର ପ୍ରତିରକ୍ଷା ବ୍ୟୟ (ଜିଡିପିର ୩.୪%) ତୁଳନାରେ ବହୁ ପଛରେ ରହିଛି। ପୋଲାଣ୍ଡ ୨୦୨୫ ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଜିଡିପିର ୪.୭% ବ୍ୟୟ କରିବାକୁ ଆକଳନ କରିଛି। ୟୁରୋପୀୟ ଦେଶଗୁଡ଼ିକ ପୃଥକ୍‌ ଭାବେ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରୁଛନ୍ତି। ଫଳସ୍ବରୂପ, ପ୍ରତିରକ୍ଷା ଅଭାବ ପୂରଣ କରିବାରେ ବିଳମ୍ବ ଘଟିବା ସହ ସେମାନଙ୍କ ଅକ୍ଷମତା ପ୍ରକାଶ ପାଇଛି। ତେବେ ପ୍ରସ୍ତାବିତ ୟୁରୋପୀୟ ପ୍ରତିରକ୍ଷା ବ୍ୟବସ୍ଥା, ଯେଉଁଥିରେ ବ୍ରିଟେନ୍‌ ସାମିଲ, ତାହା ଏକ ମିଳିତ କ୍ରୟ ସଂସ୍ଥା ଭାବେ କାମ କରିବ। ଆଗାମୀ ସମୟରେ ୟୁକ୍ରେନ ଓ ପୂର୍ବ ୟୁରୋପକୁ ସୁରକ୍ଷିତ ରଖିବା ପାଇଁ ଆମେରିକାଠାରୁ ଅସ୍ତ୍ର କିଣିବା (ଅତି କମ୍‌ରେ ସ୍ବଳ୍ପ ସମୟ ପାଇଁ)ର ବିଚାର ଏକ ସବୁଠୁ ଭଲ ଉପାୟ ବୋଲି କୁହାଯାଇପାରେ।
ନୂଆ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ୟୁରୋପ କିଭଳି ଦେୟ ଦେବ ତାହାକୁ ନେଇ ବଡ଼ ପ୍ରଶ୍ନ ଉଠୁଛି। ୟୁରୋପୀୟ ସଂଘ(ଇୟୁ) ଏକକ ପୁଞ୍ଜି ବଜାର ସଂଘ କିମ୍ବା ଏକକ ବ୍ୟାଙ୍କିଙ୍ଗ ସଂଘ ଗଢ଼ିପାରିନାହିଁ। ୟୁୁରୋପୀୟ ସଂଘର ସବୁସଦସ୍ୟଙ୍କ ତରଫରୁ ମିଳିତ ଭାବେ ଜାରି ଏକକ ବର୍ଗର ବଣ୍ଡ୍‌ ସ୍ଥାୟୀ ଭାବେ ସୃଷ୍ଟି କରାଯାଇନାହିଁ। କୋଭିଡ୍‌ ମହାମାରୀ ସମୟରେ ପ୍ରଦାନ କରାଯାଇଥିବା ଅତ୍ୟଧିକ ଇୟୁ ଋଣର ଯେତେବେଳେ ଅବଧି ପୂରଣ ହେବ ସେତେବେଳେ ଏହା ନବୀକରଣ ହେବ କି ନାହିଁ ସ୍ପଷ୍ଟ ହୋଇନାହିଁ। ଏଣୁ ଏକ ଅଧିକ ସ୍ଥାୟୀ ଓ ବଡ଼ ଭିତ୍ତିଭୂମି ପ୍ରତିଷ୍ଠା ହେବାର ସମ୍ଭାବନା କମ୍‌ ରହିଛି, ଯାହା ଅତ୍ୟନ୍ତ ଦୁଃଖଦାୟକ। ୟୁରୋପ ପାଇଁ ଏକ ମିଳିତ ୟୁରୋବଣ୍ଡ୍‌ ଅଧିକ ଲାଭଦାୟକ ହେବ। ଆର୍ଥିକ ଦୃଷ୍ଟିକୋଣରୁ ୟୁରୋବଣ୍ଡ୍‌ ନ୍ୟାୟିକ ଭାବେ ମିଳିତ ଋଣ ପ୍ରଦାନ କରି ମହାଦେଶରେ ମିଳିତ ପ୍ରତିିରକ୍ଷାକୁ ପାଣ୍ଠି ଯୋଗାଇବ। ଏହା ୟୁରୋକୁ ଏକ ବୈଶ୍ୱିକ ସୁରକ୍ଷିତ ଆସେଟ୍‌ ହେବାରେ ସାହାଯ୍ୟ କରିବ ଏବଂ ତାହା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ତେବେ ଟ୍ରମ୍ପ୍‌ଙ୍କ ଅଦ୍ଭୁତ ପଦକ୍ଷେପ ଯୋଗୁ ଏବେ ଡଲାର ବର୍ଦ୍ଧିତ ବଜାର ମୁଦ୍ରା ଭାବେ ସାମ୍ନାକୁ ଆସିବା ଲକ୍ଷ୍ୟ କରାଯାଉଛି। ଏବଂ ନିବେଶକମାନେ ସବୁଠି ବିକଳ୍ପ ସନ୍ଧାନରେ ରହୁଛନ୍ତି। ନିବେଶକଙ୍କ ଦୃଷ୍ଟିକୋଣରୁ, ଇୟୁ ସମର୍ଥିତ ବଣ୍ଡ୍‌ଗୁଡ଼ିକ ସୁରକ୍ଷିତ ହେବ। ସେଗୁଡ଼ିକର ସୁଧ ହାର କମ୍‌ ରହିବ ଓ ୟୁରୋପକୁ ପ୍ରଚୁର ଅର୍ଥ ସଞ୍ଚୟ କରିବାକୁ ସୁଯୋଗ ଦେବ। ୟୁରୋ ବିଶ୍ୱ ସ୍ତରରେ ମଜଭୁତ ହେବା ସମ୍ଭାବନା ରହିଛି। ଜର୍ମାନୀ ଓ ନେଦରଲାଣ୍ଡ ଭଳି ରପ୍ତାନି କୈନ୍ଦ୍ରିକ ଅର୍ଥ ବ୍ୟବସ୍ଥାଗୁଡ଼ିକର ରାଜନେତାଙ୍କୁ ଏହା ଦ୍ୱନ୍ଦ୍ୱରେ ପକାଇଛି। ସେଥିପାଇଁ ଏକ ମଜଭୁତ ୟୁରୋ ଅଧୁରା ରହିଥିବା ବିଶାଳ ଏକକ ବଜାର ଗଠନ କରିବା ଏକ ବାହାନା ହୋଇପାରେ।
ସବୁ ସାମଗ୍ରୀ ଓ ସେବାର ବାଣିଜ୍ୟ ପାଇଁ ଇୟୁ ଏକ ସମ୍ପୂର୍ଣ୍ଣ ଏକୀକୃତ ବଜାର ହେବା ଦରକାର, କିନ୍ତୁ ଏଥିରେ ବାସ୍ତବରେ ବହୁ ବାଧା ରହିଛି। ୟୁରୋପର ବାହ୍ୟ ଦୁର୍ବଳତା ହେଉଛି ତାହାର ଆଭ୍ୟନ୍ତରୀଣ ଦୁର୍ବଳତାର ପରିଣାମ। ମହାଦେଶର ରାଜନେତାମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ଏବଂ ସେମାନଙ୍କର ଦୂରଦୃଷ୍ଟିର ଅଭାବ ରହିଛି । ୨୦୧୨ରେ ଜର୍ମାନୀର ପୂର୍ବତନ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଯେତେବେଳେ ପ୍ରତିଜ୍ଞା କରିଥିଲେ ଯେ, ସେ ବଞ୍ଚିଥିବା ଯାଏ ୟୁରୋବଣ୍ଡ୍‌ ହୋଇପାରିବ ନାହିଁ, ସେତେବେଳେ ତାଙ୍କର ଦୂରଦର୍ଶୀ ନେତୃତ୍ୱର ଅଭାବ ଦେଖାଯାଇଥିଲା। ଏବଂ ନିକଟରେ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋଁ ଇୟୁ ମର୍କେସୋର ବାଣିଜ୍ୟ ଚୁକ୍ତି ବନ୍ଦ କରିବାକୁ ସବୁକିଛି କରି ସେ ଦେଶର କୃଷକମାନଙ୍କୁ ଖୁସି କରିବାକୁ ପ୍ରୟାସ କରିଥିଲେ। ଏମିତିକା ପ୍ରମୁଖ ନେତାମାନଙ୍କଠାରୁ ୟୁରୋପ ଯଦି ଏଭଳି କିଛି ପାଏ, ତେବେ ୟୁରୋପୀୟମାନେ ମହାଦେଶର ଅନ୍ୟ ସବୁ ନେତାଙ୍କଠାରୁ କ’ଣ ବା ଆଶା କରିପାରିବେ? ଗୋଟିଏ ପଟେ ଟ୍ରମ୍ପ୍‌ ଓ ଅନ୍ୟ ପଟେ ପୁଟିନଙ୍କ ଧମକ ରହିଥିବାବେଳେ ୟୁରୋପୀୟମାନେ ସେମାନଙ୍କ ନେତାଙ୍କଠାରୁ ସକ୍ରିୟ ପ୍ରତିକ୍ରିୟା ପାଇବାର ଆଶା କ୍ଷୀଣ। କେବଳ ବିଶ୍ୱର ଅବଶିଷ୍ଟ ଭଲ ନେତା ବା ବ୍ୟକ୍ତି ଆଗକୁ ଆସିବା ଦରକାର। ଏହାକୁ ସବୁଠି ଗଣତନ୍ତ୍ର ସପକ୍ଷବାଦୀମାନେ ଅପେକ୍ଷା କରି ରହିଛନ୍ତି।

ଆଣ୍ଡ୍ରେସ ଭେଲାସ୍କୋ
ପୂର୍ବତନ ଅର୍ଥମନ୍ତ୍ରୀ, ଚିଲି


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?