Posted inଜାତୀୟ

ଚନ୍ଦ୍ରର ଦକ୍ଷିଣ ଭାଗରେ କାହିଁକି ଅବତରଣ କରିବ ଚନ୍ଦ୍ରାୟାନ ୩, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୨।୮: ଇତିହାସ ରଚିବାକୁ ଯାଉଛି ଭାରତ। ୨୩ ଅଗଷ୍ଟ ଅର୍ଥାତ୍‌ ବୁଧବାର ଭାରତ ପାଇଁ ବଡ ଦିନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ଚନ୍ଦ୍ରାୟାନ-୩ ଉପରେ ରହିଛି ସାରା ବିଶ୍ୱର ନଜର। ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର୍‌ ଅଲଗା ହେବା ପରେ ଲ୍ୟାଣ୍ଡର ଚନ୍ଦ୍ରର ସମସ୍ତ କକ୍ଷପଥକୁ ସଫଳତାର ସହ ପ୍ରବେଶ କରି ଚନ୍ଦ୍ର ଆଡକୁ ଅଗ୍ରସର ହେଉଛି। ଯଦି ଚନ୍ଦ୍ରାୟାନ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରେ ତେବେ ଏହା ବିଶ୍ୱରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଚତୁର୍ଥ ଦେଶ ଭାବେ ଇତିହାସ ରଚିବ।

ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ମିନିଟ୍‌ରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଏଥିପାଇଁ ଇସ୍ରୋର ବୈଜ୍ଞାନିକ ମାନେ ଚନ୍ଦ୍ରର ଦକ୍ଷିଣ ମେରୁକୁ ଚିହ୍ନଟ କରିଛନ୍ତି। ଚନ୍ଦ୍ରର ଦକ୍ଷିଣ ପୋଲ ବା ଦକ୍ଷିଣ ମେରୁରେ ଜଳ ଏବଂ ବରଫ ବଡ ଭଣ୍ଡାର ରହିଛି ଏଥିସହ ଏହି ଭାଗର ସ୍ଥାୟୀ ଅନ୍ଧକାରରେ ରହିଥାଏ। ଭବିଷ୍ୟତର ମହାକାଶ ମିଶନ ପାଇଁ ଜଳର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ମିଶନରେ ଜଳ, ଅମ୍ଳଜାନ ଏବଂ ହାଇଡ୍ରୋଜେନ ରକେଟ ଇନ୍ଧନର ଉତ୍ସ ଭାବେ ଲାଗିପାରେ। ଏହି କ୍ଷେତ୍ର ସ୍ଥ ସୂର୍ଯ୍ୟ କିରଣରୁ ଦୂରରେ ରହିଛି। ଏବଠ ଏଠାର ତାପମାତ୍ରା ମାଇନସ ୫୦ ରୁ ୧୦ ଡିଗ୍ରୀ ମଧ୍ୟରେ ରହିଥାଏ। ଏହାଦ୍ୱାରା ରୋଭର କିମ୍ବା ଲ୍ୟାଣ୍ଡରରେ ଉପସ୍ଥିତ ଥିବା ବୈଦ୍ୟୁତିକ ଉପକରଣଗୁଡିକ ଉତ୍ତମ ରୂପେ କାର୍ଯ୍ୟ କରିପାରିବ।

ଚନ୍ଦ୍ରର ଦକ୍ଷିଣ ମେରୁର ଭୂମି ଏବଂ ଭୌଗୋଳିକ ଗଠନ ଏହାର ଅନ୍ୟ ଅଞ୍ଚଳଠାରୁ ଅଲଗା।
ଚନ୍ଦ୍ରରେ ଉଲକାପିଣ୍ଡ ଦ୍ୱାରା ସୃଷ୍ଟି ହୋଇଥିବା ଗର୍ତ୍ତଗୁଡିକ ଥଣ୍ଡା ରହିଥାଏ। ଏହି କାରଣରୁ ଏଠାରେ ଜଳ ବରଫ ରୂପେ ଜମା ହୋଇଥାଏ। ତେବେ ଏପର୍ଯ୍ୟନ୍ତ କୌଣସି ଦେଶ ଚନ୍ଦର ଦକ୍ଷିଣ ମେରୁରେ ନିଜର ଲ୍ୟାଣ୍ଡର ଅବତରଣ କରି ନାହାନ୍ତି। ତେଣୁ ସମସ୍ତଙ୍କର ନଜର ଭାରତର ଚନ୍ଦ୍ରାୟାନ-୩ ଉପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?