କାହିଁକି ଝଗଡ଼ା ଲାଗିଥିଲେ ସୁଶାନ୍ତ ସିଂ, ସୁରଜ ପଞ୍ଚୋଲି

ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ପରେ ଅଭିନେତା ସୁରଜ ପାଞ୍ଚୋଲିଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସୋସିଆଲ ମିଡିଆରେ ଦିଶା ଏବଂ ସୁରଜଙ୍କ ସମ୍ପର୍କ ବିଷୟରେ କାହାଣୀ ଲେଖାଯାଉଛି। ଏହା ସହ ସୁଶାନ୍ତଙ୍କ ସହ ତାଙ୍କର ଝଗଡ଼ା ହୋଇଥିବା ଚର୍ଚ୍ଚା ଚାଲିଛି। ତେବେ ସୁରଜ ଶନିବାର ଏହି ସବୁ ଗୁଜବକୁ ଭିତ୍ତିହୀନ ବୋଲି କହିଛନ୍ତି। ଏହା ସହ ସେ କହିଛନ୍ତି, ସୁଶାନ୍ତଙ୍କ ସହ ତାଙ୍କର କୌଣସି ଝଗଡ଼ା ହୋଇ ନାହିଁ ଏବଂ ସେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କୁ ମଧ୍ୟ ଜାଣି ନାହାଁନ୍ତି।

କିଛି ଦିନ ଧରି ସୋସିଆଲ ମିଡିଆରେ ଏପରି କିଛି କାହାଣୀ ଶେୟାର କରାଯାଇଥିଲା। ଯେଉଁଥିରୁ ଗୋଟିଏ ସୁରଜ ପଞ୍ଚୋଲି ସହିତ ଜଡିତ। ଏହି ଲେଖାଗୁଡିକରେ କୁହାଯାଉଛି ଯେ, ଯେତେବେଳେ ଦିଶା ସାଲିଆନ ସୋରାଜଙ୍କ ସନ୍ତାନର ମା’ ହେବାକୁ ଯାଉଥିଲେ, ସେତେବେଳେ ତିନି ବର୍ଷ ପୂର୍ବେ ସୁଶାନ୍ତ ଏବଂ ସୁରଜଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ପୋଷ୍ଟଗୁଡିକରେ ଏହା ମଧ୍ୟ ଲେଖାଯାଇଛି ଯେ ସୁଶାନ୍ତ ସୁରଜଙ୍କ ଏହି କାର୍ଯ୍ୟକୁ ପ୍ରକାଶ କରିଦେବାକୁ ଚାହୁଁଥିଲେ। ମାତ୍ର ସଲମାନ୍‌ ଖାନ୍‌ ସୁରଜଙ୍କୁ ରକ୍ଷା କରିଥିଲେ। ଏହି ସବୁ ଅଭିଯୋଗ ଉପରେ ଚୁପ୍‌ ରହି ସୁରଜ କହିଛନ୍ତି ଯେ ସୁଶାନ୍ତଙ୍କ ସହ ତାଙ୍କର କୌଣସି ବିତର୍କ ହୋଇ ନାହିଁ ଝଗଡ଼ାତ ଦୂରର କଥା।

ସୁରଜ କହିଛନ୍ତି, ‘ମୁଁ ସୁଶାନ୍ତଙ୍କ ସହ ଜଡିତ ସମସ୍ତ କଥା କହି ସାରିଛି। ସଲମାନ ଖାନ୍‌ ମୋ ବ୍ୟକ୍ତଗତ ଜୀବନରେ କାହିଁକି ହସ୍ତକ୍ଷେପ କରିବେ? ସେମାନଙ୍କର ଆଉ କିଛି କାମ ନାହିଁ କି? ମୁଁ ଜାଣେ ନାହିଁ ଦିଶା କିଏ। ମୁଁ ମୋର ପୁରା ଜୀବନରେ ତାଙ୍କୁ କେବେବି ଭେଟି ନ ଥିଲି। ସୁଶାନ୍ତଙ୍କ ମୃତ୍ୟୁ ପରେ ମୁଁ ତାଙ୍କ ବିଷୟରେ ଜାଣିବାକୁ ପାଇଲି। ମୋତେ ଏହା ଖରାପ ଲାଗିଲା। କେହି କେହି ତାଙ୍କ ବ୍ୟକ୍ତିଗତ ଫେସବୁକ ପୃଷ୍ଠାରେ ଫିଲ୍ମର ସ୍କ୍ରିପ୍ଟ ପରି ଏହି ସବୁ ଜିନିଷ ଲେଖିଛନ୍ତି ଏବଂ ସମସ୍ତେ ତାଙ୍କୁ ଠିକ୍‌ ବୋଲି ବିଶ୍ୱାସ କରନ୍ତି।

ସୁରଜ ଏହି ସବୁ ଘଟଣାରେ ଜଡିତ ଥିବା ଦେଖି ତାଙ୍କ ପରିବାର ମଧ୍ୟ ବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁରଜଙ୍କ ପିତା ଆଦିତ୍ୟ ପାଞ୍ଚୋଲି କୁହିଛନ୍ତି ‘ମୋ ପୁଅକୁ ଏହି ସବୁ ଜିନିଷ ଭିତରକୁ କାହିଁକି ଟଣା ଯାଉଛି? ଦିନେ ନା ଦିନେ ସତ୍ୟ ସାମ୍ନାକୁ ଆସିବ। ମାତ୍ର କାଲି ଯଦି ମୋ ପୁଅ କିଛି କରେ, ତେବେ ଏଥିପାଇଁ କିଏ ଦାୟୀ ରହିବ?

ସୁରଜ ଏହା ମଧ୍ୟ କହିଛନ୍ତି, ‘ଭାବୁଥିଲେ ଯଦି ମୁଁ ଏହି ବିଷୟରେ ମୋର ସ୍ପଷ୍ଟୀକରଣ ଦେବି, ତେବେ ବୋଧହୁଏ ସବୁ ଜିନିଷ ସଫା ହୋଇଯିବ। ଆମେ ଦୁହେଁ ବାନ୍ଦ୍ରାରେ ବନ୍ଧୁଙ୍କ ସହ ରାତି ଭୋଜନରେ ଦେଖା ହୋଇଥିଲୁ। ସେଠାରେ ଆମେ କିଛି ବିଚିତ୍ର ଚିତ୍ର ଉଠାଇଥିଲୁ ଯେପରି ଆମେ ପରସ୍ପର ସହ ଝଗଡ଼ା କରୁଥିଲୁ। ଆମେ ଦୁହେଁ ପରସ୍ପରର ନମ୍ବର ଆଣିଥିଲୁ । ତାଙ୍କ ଫିଲ୍ମର ସ୍କ୍ରିନିଂ ପାଇଁ ସେ ମୋତେ ଡାଥିକିଲେ ଏବଂ ମୁଁ ନିଜେ ‘ରାବତା’ର ସ୍କ୍ରିନିଂକୁ ଯାଇଥିଲି। ମୋଟ ଉପରେ ଆମେ ଚାରିରୁ ପାଞ୍ଚଥର ସାକ୍ଷାତ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri