Posted inଫୁରସତ

ଏହି ୩ କୁକୁର ମୃତ୍ୟୁମୁଖରୁ ବଞ୍ଚାଇଥିଲେ ମାଲିକଙ୍କୁ

ଆମ ଆଖପାଖରେ ଏମିତି କିଛି ଜୀବଜନ୍ତୁ ଥା’ନ୍ତି ଯେ କି ଆମର ବହୁ ବିଶ୍ୱାସୀ ହୋଇଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ କହିଛନ୍ତି, ଯଦି ପାରୁଛ ପଶୁପକ୍ଷୀଙ୍କଠାରୁ କିଛି ଶିଖ। କୁକୁର ଏପରି ଏକ ଜୀବ, ଯିଏ ମଣିଷର ସବୁଠୁ ଭଲ ତଥା ବିଶ୍ୱସ୍ତ ବନ୍ଧୁ। କେବଳ ଫିଲ୍ମରେ ନୁହେଁ, ବାସ୍ତବ ଜୀବନରେ ମଧ୍ୟ ଏମିତି କିଛି ଘଟଣା ଦେଖିବାକୁ ମିଳିଥାଏ। ନିଜ ଜୀବନକୁ ବାଜି ଲଗାଇ ମାଲିକର ଜୀବନ ବଞ୍ଚାଇଥାଏ କୁକୁର। ଜାଣନ୍ତୁ ଏପରି କିଛି ବିଶ୍ୱସ୍ତ କୁକୁରଙ୍କ ସମ୍ପର୍କରେ…

ମାଲିକଙ୍କୁ ସାପ ମୁହଁରୁ ବଞ୍ଚାଇଥିଲା ଏହି କୁକୁର
୨୦୧୮ ଜୁନ୍‌ରେ ପୌଲା ଗଡ୍‌ଓ୍ବିନ୍‌ ଅରିଜୋନା ବୁଲିବାକୁ ଯାଇଥିଲେ। ସେଠାରେ ପୌଲା ଭୁଲରେ ସାପ ଉପରେ ପାଦ ରଖିଦେଇଥିଲେ। ଏହି ସମୟରେ ତାଙ୍କ ପୋଷା କୁକୁର ତାଙ୍କ ଜୀବନ ବଞ୍ଚାଇଥିଲା। ଏହା ପରେ ପୌଲା ତାଙ୍କ ଫେସବୁକ୍‌ରେ ଶେୟାର କରି ଲେଖିଥିଲେ, ଇଏ ମୋ’ ହିରୋ ‘ଟଡ୍‌’। ଯେ କି ମୋତେ ସାପ କାମୁଡ଼ିବାକୁ ଯାଉଥିବା ସମୟରେ ଡେଇଁକି ମୋ’ ଜୀବନ ରକ୍ଷା କରିଥିଲା।

ହଜି ଯାଇଥିବା ଛୋଟ ଝିଅ ସହ ପୂରା ରାତି ରହିଥିଲା ଏହି କୁକୁର
ୟୁଏସ୍‌ଏର ମିଶୋରୀରେ ରହୁଥିବା ଏକ ଛୋଟ ଝିଅ କେଉଁଆଡ଼େ ହଜି ଯାଇଥିଲା। ଏହା ପରେ ତାଙ୍କ ପରିବାର ଲୋକେ ଖୋଜିବା ଆରମ୍ଭ କରିଦେଇଥିଲେ। ଦୀର୍ଘ ୧୨ ଘଣ୍ଟା ପରେ ଏକ ମକା ବଗିଚାରୁ ମିଳିଥିଲା। ଝିଅଟି ସହ ତାଙ୍କ ପୋଷା କୁକୁର ‘ଫ୍ୟାଟ୍‌ ହେଥ୍‌’ ମଧ୍ୟ ପୂରା ରାତି ରହିଥିଲା। ଏହି ଘଟଣା ମଧ୍ୟ ୨୦୧୮ରେ ଘଟିଥିଲା। ସେତେବେଳେ ଏହି ଘଟଣା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା।

ପ୍ରବଳ ଥଣ୍ଡାରୁ ଏକ ଝିଅକୁ ବଞ୍ଚାଇଥିଲା ଏହି କୁକୁର:
୨୦୧୩ରେ ଏକ ୩ ବର୍ଷର ଝିଅ ହଜି ଯାଇଥିଲା ଆଉ ପ୍ରବଳ ଥଣ୍ଡାରେ ପୂରା ରାତି ବାହାରେ ରହିଥିଲା। ଏହି ଝିଅର କେୟାର ଟେକର କୁହନ୍ତି, ଝିଅଟି ସହ ତାଙ୍କ ପୋଷା କୁକୁର ସେମିତି ବାହାରେ ଥଣ୍ଡାରେ ଜଗି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri