ସମାଲୋଚନାକୁ ଭୟ କାହିଁକି

ଡ. ସନ୍ତୋଷ କୁମାର ମହାପାତ୍ର

ର୍ତ୍ତମାନ ଯିଏ କେନ୍ଦ୍ର ସରକାରଙ୍କ ଦୋଷ ତ୍ରୁଟି ଦେଖାଇଲା, ସେ କ’ଣ କହୁଛି, କି ତଥ୍ୟ ଦେଉଛି, ତା’ର ସମୀକ୍ଷା ନ କରି ସେହି ବ୍ୟକ୍ତି ବିରୋଧରେ କୁତ୍ସା, ଘୃଣା, ନିନ୍ଦା ସୃଷ୍ଟି କରାଯାଉଛି। ଏପରିକି ବ୍ୟକ୍ତିଗତ ଶତ୍ରୁ ପରି ବ୍ୟବହାର କରାଯାଉଛି। ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ ମଧ୍ୟ ଏପରି ଚରିତ୍ର ସଂହାରରୁ ବର୍ତ୍ତିନାହାନ୍ତି। ଏମିତି କୌଣସି ଲୋକ ନାହିଁ, ଯାହାର କିଛି ତ୍ରୁଟି ନ ଥିବ। ତାହା ମାନେ କ’ଣ ସରକାରଙ୍କ ଦୋଷ କେହି ଦେଖାଇବେ ନାହିଁ। ଅନେକ ସମୟରେ ପ୍ରଶ୍ନ କରାଯାଏ- ସରକାରଙ୍କ କ’ଣ କିଛି ଭଲ ନାହିଁ? କିନ୍ତୁ ସେହିମାନେ ପ୍ରଶ୍ନ କରନ୍ତି ନାହିଁଯେ, ସରକାରଙ୍କ କ’ଣ କିଛି ବିଫଳତା ନାହିଁ ଏବଂ ସରକାର କାହିଁକି ନିଜ ବିଫଳତା ସ୍ବୀକାର କରୁନାହାନ୍ତି ? ସରକାର କାହିଁକି ସମ୍ବଳ ଅଭାବ ବେଳେ ଟିକସଦାତାଙ୍କ ଅର୍ଥ ବ୍ୟୟ କରି ଘନ ଘନ ପ୍ରଚାର କରୁଛନ୍ତି? ବର୍ତ୍ତମାନର କ୍ଷୁଧା, ଦାରିଦ୍ର୍ୟ, ବେକାରି, ବୈଷମ୍ୟ ଓ ଦରଦାମ ବୃଦ୍ଧି ଭଳି ସମସ୍ୟା କଥା ନ କହି ଭବିଷ୍ୟତର ରଙ୍ଗେଲି ସ୍ବପ୍ନ ଦେଖାଉଛନ୍ତି? ଲୋକଙ୍କୁ ଭୂତେଇବା ପାଇଁ ଏବଂ ବର୍ତ୍ତମାନର ବିଫଳତା ଘୋଡ଼ାଇବା ପାଇଁ ‘ଆଚ୍ଛା ଦିନ ଆସୁଛି’, ‘ନୂଆ ଭାରତ’, ‘ଅମୃତ ବେଳା’ ଆଦି ଖାଲି ସ୍ଲୋଗାନ୍‌ ଦେଉଛନ୍ତି। ଲୋକଙ୍କଠାରୁ ଆଦାୟ ହେଉଥିବା ଟିକସକୁ ବ୍ୟୟ କରି ନିଜେ ହାତରୁ ଦେଲା ପରି ସର୍ବଦା ପ୍ରଚାର କରୁଛନ୍ତି।
ସ୍ବୟଂ ପ୍ରଭୁ ରାମଚନ୍ଦ୍ର ଗୁପ୍ତଚର ମାଧ୍ୟମରେ ପ୍ରଜାଙ୍କ ଭଲ ମନ୍ଦ ବୁଝୁଥିଲେ, ତାଙ୍କ ଶାସନର ତ୍ରୁଟି ଜାଣିବାକୁ ଚାହୁଁଥିଲେ ଏବଂ ଜାଣି ସଂଶୋଧନ କରୁଥିଲେ। ଏଣୁ ଯଦି ବର୍ତ୍ତମାନ କିଏ ସରକାରଙ୍କ ଦୋଷ ତ୍ରୁଟି ଦେଖାଇଲା, ଶାସକ ଶ୍ରେଣୀ ଖୁସି ହୋଇ ପୁରସ୍କାର ଦେବା କଥା ଏବଂ ନିଜ ତ୍ରୁଟିର ସଂଶୋଧନ କରିବା ଉଚିତ। ଶାସକ ଶ୍ରେଣୀ ସମାଲୋଚନାକୁ ଭୟ କରିବାର କାରଣ ହେଉଛି କ୍ଷମତା ହରାଇବାର ଭୟ। କାରଣ ଲୋକ ଯଦି ଦୋଷ ତ୍ରୁଟି ଜାଣିବେ, ତେବେ ଜନପ୍ରିୟତା ହ୍ରାସ ପାଇବ । କିନ୍ତୁ ନିଜକୁ ଦେଶସେବକ ବା ପ୍ରଧାନ ସେବକ କହୁଥିବା ନେତୃତ୍ୱ ସମାଲୋଚନାକୁ ସ୍ବାଗତ କରିବା ଉଚିତ। ସରକାର ନିର୍ବାଚିତ ହୋଇଥା’ନ୍ତି ଜନତା ଓ ଦେଶର ଉନ୍ନତି କରିବାକୁ। ଏଣୁ ଏଥିପାଇଁ ପ୍ରଶଂସା ଖୋଜିବା ଅନୁଚିତ। ପୁନଶ୍ଚ ପ୍ରତ୍ୟେକ ବର୍ଷ ବଜେଟରେ ଆୟ ଓ ବ୍ୟୟ ବୃଦ୍ଧି ପାଉଛି ଏବଂ ଯିଏ କ୍ଷମତାରେ ରହିବ, ସେ କିଛି ବ୍ୟୟ କରିବ ଓ ଯୋଜନା କରିବ। ତାହାକୁ ଭିତ୍ତି କରି ପ୍ରଶଂସା କରାଯାଏ ନାହିଁ। ପ୍ରଶ୍ନ ନୁହେଁ ସରକାର ଭଲ ବା ଖରାପ କରୁଛନ୍ତି; ପ୍ରଶ୍ନ ହେଉଛି, ସରକାରଙ୍କ ନୀତି, ସିଦ୍ଧାନ୍ତ ଦ୍ୱାରା ସାଧାରଣ ଜନତା କେତେ ଉପକୃତ ହେଉଛନ୍ତି ଏବଂ ତାଙ୍କ ଜୀବନ ଧାରଣ ମାନରେ କେତେ ଉନ୍ନତି ହେଉଛି। ବାସ୍ତବରେ କର୍ତ୍ତବ୍ୟପାଳନ କରିବାକୁ ଯାଇ ଯେପରି ଜଣେ ପୋଲିସ ଚୋର, ଅପରାଧୀ ଧରେ, ବିଚାରପତି ଦଣ୍ଡ ଦିଏ, ସାମ୍ବାଦିକ କ୍ଷମତାଶାଳୀଙ୍କ ଦୋଷ ତ୍ରୁଟି ପର୍ଦ୍ଦାଫାଶ କରିଥାଏ, ସେହିପରି ଜଣେ ସମାଲୋଚକ ବା ସ୍ତମ୍ଭକାର ଗରିବଙ୍କ ସ୍ବାର୍ଥ କେଉଁଠି ହାନି ହେଉଛି, ତାହା ଦର୍ଶାଇବା ଉଚିତ। ଜଣେ ଲେଖକର କର୍ତ୍ତବ୍ୟ ହେଉଛି ଅବହେଳିତଙ୍କ କଥା କହିବା। ଯେତେବେଳେ ଜଣେ ଗରିବଙ୍କ ସ୍ବାର୍ଥ କେଉଁଠି ହାନିହେଉଛି ଦେଖାଇବ, ସେତେବେଳେ ସେ ସରକାରଙ୍କ ବିଫଳତା ମଧ୍ୟ ସ୍ବାଭାବିକ ଭାବେ ଦେଖାଇବ। କିନ୍ତୁ ବର୍ତ୍ତମାନ କ୍ଷମତାଶାଳୀ, ଧନିକ ଶ୍ରେଣୀ, ପୁଞ୍ଜିପତି ଓ ଶିଳ୍ପପତିଙ୍କ ସ୍ବାର୍ଥ ସାଧନ ହେଲା ପରି ପଦକ୍ଷେପ ନିଆଯାଉଛି।
ବ୍ୟକ୍ତିଗତ ଜୀବନରେ ଜଣେ ଆଶାବାଦୀ ହେବା ଉଚିତ, କିନ୍ତୁ ଏହାର ଅର୍ଥ ନୁହେଁ ସରକାରଙ୍କ ଦୋଷ ତ୍ରୁଟି ଦେଖାଇବା ନାହିଁ କି ଶୋଷଣଭିତ୍ତିକ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରିବା ନାହିଁ। ଅନେକ ସମାଲୋଚନାକୁ ଚାପିଦେବା ପାଇଁ ଶାନ୍ତିପ୍ରିୟ ହେବା, ଖୁସିରେ ରହିବାକୁ ପରାମର୍ଶ ଦେଇଥା’ନ୍ତି। କିନ୍ତୁ ଯେଉଁମାନେ ଦେଶ ସ୍ବାଧୀନତା ଆନ୍ଦୋଳନ କରିଥିଲେ ବା ସମାଜରେ ପରିବର୍ତ୍ତନ ବା ସଂସ୍କାର ଆଣିବା ପାଇଁ ଚେଷ୍ଟା କରିଛନ୍ତି, ସେମାନେ ଜୀବନରେ ଅନେକ ନିନ୍ଦା ଓ କଷ୍ଟ ସହିଛନ୍ତି। ସେମାନେ ଯଦି କେବଳ ଖୁସି ଓ ଶାନ୍ତି ଖୋଜିଥା’ନ୍ତେ, ତେବେ ଭାରତ ଆଜି ସ୍ବାଧୀନ ହୋଇନଥା’ନ୍ତା ବା ସମାଜରେ କିଛି ପରିବର୍ତ୍ତନ ହୁଅନ୍ତା ନାହିଁ। ଏପରିକି ଆମେ ଯେଉଁ ଅଭୂତପୂର୍ବ ବୈଜ୍ଞାନିକ ଆବିଷ୍କାର, ଉଦ୍ଭାବନ, ଚମତ୍କାର ଦେଖୁଛେ- ଯାହା ଆମ ଜୀବନକୁ ସରସ ସୁନ୍ଦର, ସୁଖମୟ କରିଛି- ତାହା ଅନେକ ରାତି ଅନିଦ୍ରା, କଠୋର ପରିଶ୍ରମ କରି ବାହାର କରିଛନ୍ତି।
ବାସ୍ତବରେ ଯଦି ସରକାରଙ୍କୁ ପ୍ରଶଂସା କରିବାରେ ପ୍ରତିଯୋଗିତା କରାଯାଏ, ତେବେ ବେଶି ଲୋକ ବାହାରିବେ। କାରଣ ଏଥିପାଇଁ ଗବେଷଣା ଓ ଅଧ୍ୟବସାୟ ଦରକାର ନୁହେଁ। ପୁନଶ୍ଚ ଏହାଦ୍ବାରା କିଛି ବିପଦ ନାହିଁ, ବରଂ ବିଭିନ୍ନ ପୁରସ୍କାର, ପଦ ପଦବୀ ମିଳିବାର ସମ୍ଭାବନା ଥାଏ। ଅବଶ୍ୟ କେଉଁମାନଙ୍କୁ ପୁରସ୍କାର ଦେଲେ ଅଧିକ ରାଜନୈତିକ ଫାଇଦା ମିଳିବ, ସେହିମାନଙ୍କୁ ବିଭିନ୍ନ ପୁରସ୍କାର ଦିଆଯାଉଛି। ଚାକିରି କରିଥିଲେ ପଦୋନ୍ନତି ଏବଂ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଉଛି। ଯାହାଫଳରେ ପ୍ରତିଭା ବିକଶିତ ନ ହୋଇ ନଷ୍ଟ ହୋଇଯାଉଛି। ଅନେକ ବୁଦ୍ଧିଜୀବୀ, ପ୍ରଫେସର, ଖବରଦାତା ସରକାରଙ୍କୁ ସୁହାଇଲା ପରି ଲେଖୁଛନ୍ତି ବା କହୁଛନ୍ତି। ଯାହା ଫଳରେ ଗରିବର ସ୍ବର ନିଷ୍ପ୍ରଭ ହୋଇଯାଉଛି ଏବଂ ସେ ଦୁଃଖରେ ଥାଇ ମଧ୍ୟ ଭାବୁଛି ସେହି ଅବସ୍ଥା ତା’ ପାଇଁ ଶ୍ରେଷ୍ଠ ଅବସ୍ଥା ଏବଂ ଈଶ୍ୱରଙ୍କ ଆଶୀର୍ବାଦ। ଯାହାଫଳରେ ଅନ୍ୟାୟ, ଅନୀତି, ଶୋଷଣ ଓ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରିବାରୁ କ୍ଷାନ୍ତ ରହୁଛି। କିନ୍ତୁ ଶୋଷକ ଶ୍ରେଣୀ ତାହାର ଶୋଷଣ ଆହୁରି ପ୍ରଶସ୍ତ କଲାବେଳେ ଶାସକ ଶ୍ରେଣୀ କ’ଣ କଲେ ବେଶିଦିନ କ୍ଷମତାରେ ରହିହେବ, ତାହାହିଁ କରୁଛି।
ଜଣେ ପ୍ରଶ୍ନ କରିପାରେ, ସରକାର କାହିଁକି ଲୋକଙ୍କ କ୍ଷତି ହେଲା ପରି କରିବେ। ଲୋକଙ୍କ ଭଲ କଲେ ଲୋକ ପୁନର୍ବାର ନିର୍ବାଚିତ କରିବେ। ସତ୍ୟ ହେଉଛି- କେବଳ ଭାରତ ନୁହେଁ, ଏପରିକି ବିଶ୍ୱର ବିଭିନ୍ନ ଦେଶରେ ଯେଉଁମାନେ ଆମକୁ ଶାସନ କରିଥା’ନ୍ତି, ତାଙ୍କୁ ନିୟନ୍ତ୍ରଣ କରିଥା’ନ୍ତି ବଡ଼ ବଡ଼ ଧନୀ, ନିବେଶକ, ପୁଞ୍ଜିପତି, କର୍ପୋରେଟ୍‌ମାନେ। ଯେଉଁମାନେ ଦଳୀୟ ପାଣ୍ଠିକୁ, ରାଜନୈତିକ ନେତାଙ୍କୁ ନିର୍ବାଚନ ବ୍ୟୟ ପାଇଁ କୋଟି କୋଟି ଟଙ୍କା ଦେଇଥା’ନ୍ତି, ତାଙ୍କ ନିୟନ୍ତ୍ରିତ ଗଣମାଧ୍ୟମ ଶାସକ ଶ୍ରେଣୀ ସପକ୍ଷରେ ପ୍ରଚାର କରିଥାଏ। ଯାହାର ପ୍ରତିବଦଳରେ ଶାସକ ଶ୍ରେଣୀ ସେମାନଙ୍କ ଉପରେ କମ ଟିକସ ଧାର୍ଯ୍ୟ କରନ୍ତି, ଟିକସ ଫାଙ୍କି, କଳାଟଙ୍କାର ପ୍ରସାର ରୋକନ୍ତି ନାହିଁ। ଏହା ହୋଇ ନ ଥିଲେ କଳାଟଙ୍କା ଆମ ଜିଡିପିର ୫୦% ପାଖାପାଖି ହୁଅନ୍ତା ନାହିଁ। ଧନିକ ଶ୍ରେଣୀଙ୍କଠାରୁ କମ ହାରରେ ଟିକସ ଆଦାୟ କରିବା ଅର୍ଥ ଟିକସ ସବ୍‌ସିଡି ଦେବା।
ଯଦି ସରକାର ଗରିବଙ୍କ ପାଇଁ ଚିନ୍ତିତ, ତେବେ ପରୋକ୍ଷ କର ଯାହା ପ୍ରତିଗାମୀ, ତାହା ବୃଦ୍ଧି କରନ୍ତେ ନାହିଁ। ବୀମା ପ୍ରିମିୟମ, ସଞ୍ଚୟଜନିତ ସୁଧ, ପରିପକ୍ବ ରାଶିକୁ ଟିକସର ପରିସରଭୁକ୍ତ ମଧ୍ୟ କରନ୍ତେ ନାହିଁ। ସମସ୍ତଙ୍କୁ ବାଧୁଥିବା ଇନ୍ଧନ ଉପରେ ଆଖିବୁଜା ସେସ୍‌, ସରଚାର୍ଜ ଧାର୍ଯ୍ୟ କରନ୍ତେ ନାହିଁ। ରାଷ୍ଟ୍ରାୟତ୍ତ ଶିଳ୍ପର ଘରୋଇକରଣ କରନ୍ତେ ନାହିଁ। ଦରଦାମ ନିୟନ୍ତ୍ରଣ କରନ୍ତେ। ଶିକ୍ଷା ସ୍ବାସ୍ଥ୍ୟ ଲୋକଙ୍କୁ ମାଗଣାରେ ବା ଅଳ୍ପ ମୂଲ୍ୟରେ ଦିଅନ୍ତେ। ଜଣେ ଯୁକ୍ତି କରିପାରେ ସମ୍ବଳ ଅଭାବ ଯୋଗୁ ସରକାର କରିପାରୁନାହାନ୍ତି। ସମ୍ବଳ ଅଭାବର କାରଣ ହେଲା ଧନିକ ଶ୍ରେଣୀଠାରୁ ଆବଶ୍ୟକ ଟିକସ ଆଦାୟ ନ କରିବା। ପୁନଶ୍ଚ ସେମାନେ ତାଙ୍କ କଳାଟଙ୍କା ବିଦେଶରେ ଟିକସ ଭୂସ୍ବର୍ଗରେ ରଖନ୍ତି, ଯେଉଁଠି ଟିକସ ପଡ଼େ ନାହିଁ ବା କମ୍‌ ପଡ଼େ। ଯେତେବେଳେ ସମ୍ବଳ ଅଭାବ ରହୁଛି, ସରକାର କର୍ପୋରେଟ ଟିକସ ହ୍ରାସ କରୁଛନ୍ତି। ବର୍ତ୍ତମାନ ସରକାର ଯେଉଁ ନୀତି କାର୍ଯ୍ୟକାରୀ କରୁଛନ୍ତି ତାହା ବିଶେଷକରି ଧନିକ ଶ୍ରେଣୀ, କର୍ପୋରେଟ ଓ ପୁଞ୍ଜିପତିଙ୍କ, କ୍ଷମତାଶାଳୀଙ୍କ ସୁହାଇଲା ପରି ହୋଇଛି, ଯାହା ଫଳରେ ଆମେ ଦୁଇଟି ଭାରତ ଦେଖିବାକୁ ପାଉଛୁ। ୩୦ କୋଟି ଥିଲାବାଲାଙ୍କୁ ପ୍ରତିନିଧିତ୍ୱ କରୁଥିବା ଉଜ୍ଜ୍ୱଳ ଭାରତ ବା ଏବଂ ଦୁଃଖପୂର୍ଣ୍ଣ ଜୀବନ ବିତାଉଥିବା ୧୦୦ କୋଟିର ଉଜୁଡ଼ା ଭାରତ।
skmohapatra67@gmail.com
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri