ଗୁଳି ବର୍ଷୁଛି, ଆମେ ଲୁଚିଛୁ

କ୍ୱିଭ୍‌, ୨୧ା୨: ‘ଘର ନିକଟରେ ବ୍ୟାଗ୍‌ ଧରି ଛିଡ଼ା ହୋଇଥିଲି। ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବା ସହ ଗଛ ଜଳିବାକୁ ଲାଗିଲା। ଭୟରେ ଦୌଡ଼ି ଆସି ନିକଟରେ ଥିବା ଦୋକାନରେ ପଶିଗଲି। ମୋ ଶରୀରରେ ଯନ୍ତ୍ରଣା ହେଲା। ତଳକୁ ଚାହିଁଲା ବେଳକୁ ଅଣ୍ଟା ଓ ଆଙ୍ଗୁଠିରୁ ରକ୍ତ ବୋହିବାରେ ଲାଗିଥିବା ଦେଖିବାକୁ ପାଇଲି। ରୁଷିଆ ଆକ୍ରମଣର ଭୟ ଭିତରେ ବିଚ୍ଛିନ୍ନତାବାଦୀ ଓ ୟୁକ୍ରେନ ସୈନ୍ୟଙ୍କ ଭିତରେ ଲଢ଼େଇ ଚାଲିଛି। ଏପରି ସ୍ଥିତିରେ ଏଠାରେ ଜୀବନ ଧରି ବଞ୍ଚିବା କଷ୍ଟକର। ଚାରିପଟୁ ଗୁଳି ଗୋଳା ଚାଲିଛି। ବଞ୍ଚିବା ପାଇଁ ଲୁଚିଛପି ରହୁଛୁ।’ ଏହା ହେଉଛି ପୂର୍ବ ୟୁକ୍ରେନରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ଆକ୍ରମଣର ଶିକାର ହୋଇଥିବା ୬୫ ବର୍ଷୀୟା ବୃଦ୍ଧା ଭାଲେଣ୍ଟିନା ଗୋରଡେୟେଭାଙ୍କ କାହାଣୀ। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସଙ୍କଟ ଘନେଇଥିବାବେଳେ ପୂର୍ବ ୟୁକ୍ରେନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ରୁଷିଆ ସମର୍ଥତ୍ତ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ୟୁକ୍ରେନ ସୈନ୍ୟଙ୍କୁ ଟାର୍ଗେଟ କରି ଗୁଳିଗୋଳା ଚଲାଇଛନ୍ତି। ମୋର୍ଟାର, ସେଲ ମାଡ଼ରେ ଅନେକ ଘର, ସ୍କୁଲ, ଗାଡ଼ି ଆଦି ନଷ୍ଟ ହୋଇଛି। ଏପରି ସ୍ଥିତିରେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି ଡୋନେଟସ୍କ, ଲୁହାନ୍‌ସ୍କ ଏବଂ ମାରିନ୍‌କା ସହରର ବାସିନ୍ଦା।
ପ୍ରାୟ ସପ୍ତାହେ ହେଲାଣି ସେଠାରେ ହିଂସାକାଣ୍ଡ ଘଟାଉଛନ୍ତି। ମାରିୟୁପୋଲ ନିକଟରେ ମୁତୟନ ୟୁକ୍ରେନ ସୈନ୍ୟ ଆକ୍ରମଣର ସାମ୍‌ନା କରୁଛନ୍ତି। ଶନିବାର ମୋର୍ଟାର, ସେଲ୍‌ ମାଡ଼ରେ ଦୁଇ ୟୁକ୍ରେନ ସୈନ୍ୟ ନିହତ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଶନିବାର ସୁଦ୍ଧା ସେଠାରେ ୨ ହଜାରରୁ ଊର୍ଦ୍ଧ୍ୱ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ସେପଟେ ଯୁଦ୍ଧ ଟାଳିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ ଆଲୋଚନା ପ୍ରସ୍ତାବ ଦେଇଛନ୍ତି। ପୁଟିନ୍‌ କ’ଣ ଚାହୁଁଛନ୍ତି ତାହା ମୁଁ ଜାଣେ ନାହିଁ। କିନ୍ତୁ ଏକ ବୈଠକ ହେବା ଆବଶ୍ୟକ। ପୁଟିନ୍‌ କଥାବାର୍ତ୍ତା ହେବାର ସ୍ଥାନ ଚୟନ କରିପାରିବେ। ୟୁକ୍ରେନ୍‌ କୂଟନୈତିକ ରାସ୍ତାରେ ଚାଲିବା ଜାରି ରଖିବ ବୋଲି ଜେଲେନ୍‌ସ୍କି କହିଛନ୍ତି। ସେହିପରି ୟୁକ୍ରେନ ପ୍ରସଙ୍ଗରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ଫୋନ୍‌ ଯୋଗେ ରବିବାର ପୁଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି। ୟୁକ୍ରେନରେ ଅସ୍ତ୍ରବିରତି ଉଲ୍ଲଂଘନ ରୋକିବା ପାଇଁ ପଦକ୍ଷେପ ନେବାକୁ ପୁଟିନ୍‌ ରାଜି ହୋଇଥିବା ଜଣାଯାଇଛି। ସୋମବାର ଏହି ଦୁଇ ଦେଶର ବହିର୍ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ ହେବାକୁ ସ୍ଥିର ହୋଇଛି। ରବିବାର ଆଲୋଚନାକୁ ମିଶାଇ ଚଳିତ ବର୍ଷ ଇମାନୁଏଲ ୫ମ ଥର ପାଇଁ ପୁଟିନ୍‌ ସହ କଥା ହୋଇଛନ୍ତି। ଅନ୍ୟପକ୍ଷରେ ରୁଷିଆ ଓ ବେଲାରୁଷ ମଧ୍ୟରେ ରବିବାର ଶେଷ ହେବାକୁ ଥିବା ସାମରିକ ଅଭ୍ୟାସକୁ ବର୍ଦ୍ଧିତ କରାଯାଇଛି। ଡୋନ୍‌ବାସରେ ଉତ୍ତେଜନା ଲାଗି ରହିଥିବାରୁ ଉତ୍ତର ୟୁକ୍ରେନ ସୀମା ନିକଟରେ ବେଲାରୁଷ ରୁଷିଆ ସହ ସମରାଭ୍ୟାସ ଜାରି ରଖିବ ବୋଲି ବେଲାରୁଷ ପ୍ରତିରକ୍ଷା ମନ୍ତ୍ରୀ ଭିକ୍ଟର ଖ୍ରେନିନ୍‌ କହିଛନ୍ତି।

ୟୁକ୍ରେନ୍‌ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ

ରୁଷିଆର ଆକ୍ରମଣ ଆଶଙ୍କା ବଢ଼ୁଥିବାରୁ ୟୁକ୍ରେନ୍‌ରେ ଥିବା ଭାରତୀୟମାନଙ୍କୁ ସାମୟିକ ଭାବେ ଦେଶ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଜରୁରୀ ଆବଶ୍ୟକତା ନ ଥିଲେ ସେଠାରୁ ପଳାଇ ଆସିବା ଲାଗି ରବିବାର ୟୁକ୍ରେନ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାନି ଆଡଭାଇଜରି ଜାରି କରାଯାଇଛି। ୟୁକ୍ରେନ୍‌ ସଙ୍କଟକୁ ନେଇ ରୁଷିଆ ଓ ନାଟୋ ଦେଶଗୁଡ଼ିକ ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି। ଭାରତୀୟ ଛାତ୍ରୀଛାତ୍ରଙ୍କୁ ତୁରନ୍ତ ବ୍ୟବସାୟିକ ବିମାନ କିମ୍ବା ଚାର୍ଟାର୍ଡ ବିମାନରେ ୟୁକ୍ରେନ୍‌ ଛାଡ଼ି ଚାଲିଆସିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ୟୁକ୍ରେନ୍‌ରେ ପ୍ରାୟ ୧୮,୦୦୦ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌...

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri