ଗୁଳି ବର୍ଷୁଛି, ଆମେ ଲୁଚିଛୁ

କ୍ୱିଭ୍‌, ୨୧ା୨: ‘ଘର ନିକଟରେ ବ୍ୟାଗ୍‌ ଧରି ଛିଡ଼ା ହୋଇଥିଲି। ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବା ସହ ଗଛ ଜଳିବାକୁ ଲାଗିଲା। ଭୟରେ ଦୌଡ଼ି ଆସି ନିକଟରେ ଥିବା ଦୋକାନରେ ପଶିଗଲି। ମୋ ଶରୀରରେ ଯନ୍ତ୍ରଣା ହେଲା। ତଳକୁ ଚାହିଁଲା ବେଳକୁ ଅଣ୍ଟା ଓ ଆଙ୍ଗୁଠିରୁ ରକ୍ତ ବୋହିବାରେ ଲାଗିଥିବା ଦେଖିବାକୁ ପାଇଲି। ରୁଷିଆ ଆକ୍ରମଣର ଭୟ ଭିତରେ ବିଚ୍ଛିନ୍ନତାବାଦୀ ଓ ୟୁକ୍ରେନ ସୈନ୍ୟଙ୍କ ଭିତରେ ଲଢ଼େଇ ଚାଲିଛି। ଏପରି ସ୍ଥିତିରେ ଏଠାରେ ଜୀବନ ଧରି ବଞ୍ଚିବା କଷ୍ଟକର। ଚାରିପଟୁ ଗୁଳି ଗୋଳା ଚାଲିଛି। ବଞ୍ଚିବା ପାଇଁ ଲୁଚିଛପି ରହୁଛୁ।’ ଏହା ହେଉଛି ପୂର୍ବ ୟୁକ୍ରେନରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ଆକ୍ରମଣର ଶିକାର ହୋଇଥିବା ୬୫ ବର୍ଷୀୟା ବୃଦ୍ଧା ଭାଲେଣ୍ଟିନା ଗୋରଡେୟେଭାଙ୍କ କାହାଣୀ। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସଙ୍କଟ ଘନେଇଥିବାବେଳେ ପୂର୍ବ ୟୁକ୍ରେନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ରୁଷିଆ ସମର୍ଥତ୍ତ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ୟୁକ୍ରେନ ସୈନ୍ୟଙ୍କୁ ଟାର୍ଗେଟ କରି ଗୁଳିଗୋଳା ଚଲାଇଛନ୍ତି। ମୋର୍ଟାର, ସେଲ ମାଡ଼ରେ ଅନେକ ଘର, ସ୍କୁଲ, ଗାଡ଼ି ଆଦି ନଷ୍ଟ ହୋଇଛି। ଏପରି ସ୍ଥିତିରେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି ଡୋନେଟସ୍କ, ଲୁହାନ୍‌ସ୍କ ଏବଂ ମାରିନ୍‌କା ସହରର ବାସିନ୍ଦା।
ପ୍ରାୟ ସପ୍ତାହେ ହେଲାଣି ସେଠାରେ ହିଂସାକାଣ୍ଡ ଘଟାଉଛନ୍ତି। ମାରିୟୁପୋଲ ନିକଟରେ ମୁତୟନ ୟୁକ୍ରେନ ସୈନ୍ୟ ଆକ୍ରମଣର ସାମ୍‌ନା କରୁଛନ୍ତି। ଶନିବାର ମୋର୍ଟାର, ସେଲ୍‌ ମାଡ଼ରେ ଦୁଇ ୟୁକ୍ରେନ ସୈନ୍ୟ ନିହତ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଶନିବାର ସୁଦ୍ଧା ସେଠାରେ ୨ ହଜାରରୁ ଊର୍ଦ୍ଧ୍ୱ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ସେପଟେ ଯୁଦ୍ଧ ଟାଳିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ ଆଲୋଚନା ପ୍ରସ୍ତାବ ଦେଇଛନ୍ତି। ପୁଟିନ୍‌ କ’ଣ ଚାହୁଁଛନ୍ତି ତାହା ମୁଁ ଜାଣେ ନାହିଁ। କିନ୍ତୁ ଏକ ବୈଠକ ହେବା ଆବଶ୍ୟକ। ପୁଟିନ୍‌ କଥାବାର୍ତ୍ତା ହେବାର ସ୍ଥାନ ଚୟନ କରିପାରିବେ। ୟୁକ୍ରେନ୍‌ କୂଟନୈତିକ ରାସ୍ତାରେ ଚାଲିବା ଜାରି ରଖିବ ବୋଲି ଜେଲେନ୍‌ସ୍କି କହିଛନ୍ତି। ସେହିପରି ୟୁକ୍ରେନ ପ୍ରସଙ୍ଗରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ଫୋନ୍‌ ଯୋଗେ ରବିବାର ପୁଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି। ୟୁକ୍ରେନରେ ଅସ୍ତ୍ରବିରତି ଉଲ୍ଲଂଘନ ରୋକିବା ପାଇଁ ପଦକ୍ଷେପ ନେବାକୁ ପୁଟିନ୍‌ ରାଜି ହୋଇଥିବା ଜଣାଯାଇଛି। ସୋମବାର ଏହି ଦୁଇ ଦେଶର ବହିର୍ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ ହେବାକୁ ସ୍ଥିର ହୋଇଛି। ରବିବାର ଆଲୋଚନାକୁ ମିଶାଇ ଚଳିତ ବର୍ଷ ଇମାନୁଏଲ ୫ମ ଥର ପାଇଁ ପୁଟିନ୍‌ ସହ କଥା ହୋଇଛନ୍ତି। ଅନ୍ୟପକ୍ଷରେ ରୁଷିଆ ଓ ବେଲାରୁଷ ମଧ୍ୟରେ ରବିବାର ଶେଷ ହେବାକୁ ଥିବା ସାମରିକ ଅଭ୍ୟାସକୁ ବର୍ଦ୍ଧିତ କରାଯାଇଛି। ଡୋନ୍‌ବାସରେ ଉତ୍ତେଜନା ଲାଗି ରହିଥିବାରୁ ଉତ୍ତର ୟୁକ୍ରେନ ସୀମା ନିକଟରେ ବେଲାରୁଷ ରୁଷିଆ ସହ ସମରାଭ୍ୟାସ ଜାରି ରଖିବ ବୋଲି ବେଲାରୁଷ ପ୍ରତିରକ୍ଷା ମନ୍ତ୍ରୀ ଭିକ୍ଟର ଖ୍ରେନିନ୍‌ କହିଛନ୍ତି।

ୟୁକ୍ରେନ୍‌ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ

ରୁଷିଆର ଆକ୍ରମଣ ଆଶଙ୍କା ବଢ଼ୁଥିବାରୁ ୟୁକ୍ରେନ୍‌ରେ ଥିବା ଭାରତୀୟମାନଙ୍କୁ ସାମୟିକ ଭାବେ ଦେଶ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଜରୁରୀ ଆବଶ୍ୟକତା ନ ଥିଲେ ସେଠାରୁ ପଳାଇ ଆସିବା ଲାଗି ରବିବାର ୟୁକ୍ରେନ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାନି ଆଡଭାଇଜରି ଜାରି କରାଯାଇଛି। ୟୁକ୍ରେନ୍‌ ସଙ୍କଟକୁ ନେଇ ରୁଷିଆ ଓ ନାଟୋ ଦେଶଗୁଡ଼ିକ ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି। ଭାରତୀୟ ଛାତ୍ରୀଛାତ୍ରଙ୍କୁ ତୁରନ୍ତ ବ୍ୟବସାୟିକ ବିମାନ କିମ୍ବା ଚାର୍ଟାର୍ଡ ବିମାନରେ ୟୁକ୍ରେନ୍‌ ଛାଡ଼ି ଚାଲିଆସିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ୟୁକ୍ରେନ୍‌ରେ ପ୍ରାୟ ୧୮,୦୦୦ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?