ରୁଷିଆ ପକ୍ଷରୁ ଅପରେଶନ୍‌ ‘ଜେଡ୍‌’ ଆରମ୍ଭ…

ମସ୍କୋ/କ୍ୱିଭ୍‌,୨୧।୨ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ତିକ୍ତତା ବଢୁଥିବା ବେଳେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନଙ୍କ ସହିତ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ରୁଷିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। କିନ୍ତୁ ରୁଷିଆ ୟୁକ୍ରେନ୍‌ ବିରୋଧରେ ଅପରେଶନ୍‌ ଜେଡ୍‌ ଆରମ୍ଭ କରିଛି। ବ୍ରିଟିଶ ଖବରକାଗଜ ଡେଲି ମେଲର ରିପୋର୍ଟ ଅନୁଯାୟୀ, ରୁଷିଆର ଏହି ଅପରେଶନରେ ବ୍ୟବହୃତ ତୋପ ଗୁଡ଼ିକରେ ଇଂଲିଶ୍‌ରେ ‘ଜେଡ୍‌’ ଅକ୍ଷର ଲେଖାଯାଇଛି।

‘ଜେଡ୍‌’ ଅକ୍ଷର କେବଳ ତୋପ ଉପରେ ନୁହେଁ, ବନ୍ଧୁକ, ଇନ୍ଧନ ଟ୍ରକ ଏବଂ ପରିବହନ ଯାନ ଉପରେ ମଧ୍ୟ ଲେଖାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟୁକ୍ରେନ ସୀମାବର୍ତ୍ତୀ କୁର୍ସ୍କ ନିକଟରେ ଏବଂ ବେଲଗୋରୋଡଠାରେ ରୁଷିଆର ତୋପ ଏବଂ ସୈନ୍ୟ ଦଳଙ୍କୁ ଦେଖିବାକୁ ମିଳିଛି। ପ୍ରାୟ ୨୦୦ ରୁଷୀୟ ସାମରିକ ଯାନଗୁଡ଼ିକ ଉପରେ ‘ଜେଡ୍‌’ ଲେଖା ଯାଇଛି। ଯାହା ତରବରିଆ ଭାବେ ଚିହ୍ନିତ ହୋଇଥିବାର ଅନୁମାନ କରାଯାଉଛି।

ଶାନ୍ତି ବିଷୟରେ ଉଲ୍ଲେଖ କରି ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ମୁଁ ଜାଣେ ନାହିଁ ରୁଷିଆର ରାଷ୍ଟ୍ରପତି କଣ ଚାହୁଁଛନ୍ତି। ସେଥିପାଇଁ ମୁଁ ତାଙ୍କୁ ଭେଟିବାକୁ ପ୍ରସ୍ତାବ ଦେଇଛି। ଜେଲେନସ୍କି କହିଛନ୍ତି ଯେ ରୁଷିଆ ଆଲୋଚନା ପାଇଁ ସ୍ଥାନ ଚୟନ କରିପାରିବ। ସୁରକ୍ଷା ସମ୍ମିଳନୀରେ ଜେଲେନସ୍କି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ଭେଟିଥିଲେ।

ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି, ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ୟୁକ୍ରେନ କୂଟନୈତିକ ପଥ ଅନୁସରଣ କରିବ। ଜେଲେନସ୍କିଙ୍କ ପ୍ରସ୍ତାବ ଏପରି ଏକ ସମୟରେ ଆସିଛି ଯେତେବେଳେ ପୂର୍ବ ୟୁକ୍ରେନର ରୁଷିଆକୁ ସମର୍ଥନ କରୁଥିବା ବିଦ୍ରୋହୀମାନଙ୍କ ଯୋଗୁ ହିଂସା ବୃଦ୍ଧି ପାଉଛି ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଶଙ୍କା କରୁଛନ୍ତି କରୁଛି ଯେ ରୁଷିଆ ଆକ୍ରମଣ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲରେ ନେତାନ୍ୟାହୁ ସରକାର !…

ଜେରୁଜେଲମ୍‌,୨।୧୧ : ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କ୍ଷମତାକୁ ଫେରିବାକୁ ଯାଉଛନ୍ତି। ବୁଧବାର ସେ କହିଛନ୍ତି ଯେ ତାଙ୍କର ଦକ୍ଷିଣପନ୍ଥୀ ଶିବିର ଏକ ନିର୍ବାଚନୀ...

ଯେଶୋରେଶ୍ୱରୀ କାଳୀ ମନ୍ଦିରରେ ନିର୍ମାଣ ହେବ କମ୍ୟୁନିଟି ହଲ୍‌: ମୋଦି କଲେ ଘୋଷଣା

ଢାକା,୨୭।୩: ବାଂଲାଦେଶରେ ଥିବା ମାତା ଯେଶୋରେଶ୍ୱରୀ କାଳୀ ମନ୍ଦିରରେ କମ୍ୟୁନିଟି ହଲ ନିର୍ମାଣ ହେବ। ଏନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଘୋଷଣା କରିଛନ୍ତି।...

ଅଲ କାଏଦାର ନୂଆ ମୁଖ୍ୟ ସୈଫ୍‌ ଆଦେଲ ଇରାନରେ ଲୁଚି ରହିଛନ୍ତି: ଆମେରିକା…

ଓ୍ବାଶିଂଟନ,୧୬।୨ : ସାରା ବିଶ୍ୱରେ ଆତଙ୍କ ବିସ୍ତାର କରୁଥିବା ଆତଙ୍କବାଦୀ ସଂଗଠନ ଅଲ-କାଏଦା ଏହାର ନୂତନ ମୁଖ୍ୟ ଚୟନ କରିଛି। ଗତ ବର୍ଷ ଜୁଲାଇରେ ଆମେରିକା...

ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରାରେ ଗିରଫ ହେଲେ ଜଣେ ବ୍ୟକ୍ତି

ଲଣ୍ଡନ,୧୭ା୯: ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରା ସମୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଲଣ୍ଡନର ଓ୍ବେଷ୍ଟମିନଷ୍ଟର ହଲରେ ସ୍ବର୍ଗତ ରାଣୀଙ୍କ କଫିନ ରଖାଯାଇଥିଲା।...

ଗୁଗଲର ଆର୍ଥିକ ସହାୟତା, ଶିକ୍ଷାର୍ଥୀଙ୍କୁ ୭୫ ହଜାର ଟଙ୍କାର ଛାତ୍ରବୃତ୍ତି…

ଓ୍ବାଶିଂଟନ,୩।୧୨ : ଗ୍ରାଜୁଏଶନରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର ଆସିଛି। ଗୁଗଲ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଯାଉଛି। ଗୁଗୁଲ ନିର୍ଦ୍ଦିଷ୍ଟ ସର୍ତ୍ତରେ...

ମୂଳ ଭାରତୀୟ ସୁଦର୍ଶନମ ବାବୁଙ୍କୁ ଆମେରିକାର ଶୀର୍ଷ ବିଜ୍ଞାନ ବୋର୍ଡରେ ନିଯୁକ୍ତି ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ମୂଳ ଭାରତୀୟ ଆମେରିକୀୟ ସୁଦର୍ଶନମ ବାବୁଙ୍କୁ ଦେଶର ସର୍ବୋଚ୍ଚ ବିଜ୍ଞାନ ବୋର୍ଡରେ ନିଯୁକ୍ତ କରିଛନ୍ତି। ସୁଦର୍ଶନମ ସମ୍ମାନଜନକ...

ରୁଷିଆର ତୈଳ ଡିପୋ ଜଳିଗଲା

ମସ୍କୋ, ୨୬ା୪: ୟୁକ୍ରେନ୍‌ ସୀମା ନିକଟ ରୁଷୀୟ ସହର ବ୍ରିୟାନ୍‌ସ୍କରେ ଥିବା ଏକ ତୈଳ ଡିପୋ ସୋମବାର ଜଳିଯାଇଛି। ନିଆଁ ଲାଗିବାର କାରଣ ଜଣାପଡି ନ...

ଲୁହାନସ୍କରେ ପୁଟିନଙ୍କ ବିଜୟ ଘୋଷଣା

କିଭ୍‌/ମସ୍କୋ,୪ା୭: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ସୋମବାର ୧୦୦ଦିନ ପୂରିଛି। ଇତିମଧ୍ୟରେ ପୂର୍ବ ୟୁକ୍ରେନ୍‌ ପ୍ରମୁଖ ଶିଳ୍ପାଞ୍ଚଳ ଲୁହାନସ୍କକୁ ରୁଷିଆ ସମ୍ପୂର୍ଣ୍ଣ ଭାବେ ଦଖଲ କରିଛି।...

Advertisement
Archives

Model This Week