ରୁଷିଆ ପକ୍ଷରୁ ଅପରେଶନ୍‌ ‘ଜେଡ୍‌’ ଆରମ୍ଭ…

ମସ୍କୋ/କ୍ୱିଭ୍‌,୨୧।୨ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ତିକ୍ତତା ବଢୁଥିବା ବେଳେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନଙ୍କ ସହିତ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ରୁଷିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। କିନ୍ତୁ ରୁଷିଆ ୟୁକ୍ରେନ୍‌ ବିରୋଧରେ ଅପରେଶନ୍‌ ଜେଡ୍‌ ଆରମ୍ଭ କରିଛି। ବ୍ରିଟିଶ ଖବରକାଗଜ ଡେଲି ମେଲର ରିପୋର୍ଟ ଅନୁଯାୟୀ, ରୁଷିଆର ଏହି ଅପରେଶନରେ ବ୍ୟବହୃତ ତୋପ ଗୁଡ଼ିକରେ ଇଂଲିଶ୍‌ରେ ‘ଜେଡ୍‌’ ଅକ୍ଷର ଲେଖାଯାଇଛି।

‘ଜେଡ୍‌’ ଅକ୍ଷର କେବଳ ତୋପ ଉପରେ ନୁହେଁ, ବନ୍ଧୁକ, ଇନ୍ଧନ ଟ୍ରକ ଏବଂ ପରିବହନ ଯାନ ଉପରେ ମଧ୍ୟ ଲେଖାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟୁକ୍ରେନ ସୀମାବର୍ତ୍ତୀ କୁର୍ସ୍କ ନିକଟରେ ଏବଂ ବେଲଗୋରୋଡଠାରେ ରୁଷିଆର ତୋପ ଏବଂ ସୈନ୍ୟ ଦଳଙ୍କୁ ଦେଖିବାକୁ ମିଳିଛି। ପ୍ରାୟ ୨୦୦ ରୁଷୀୟ ସାମରିକ ଯାନଗୁଡ଼ିକ ଉପରେ ‘ଜେଡ୍‌’ ଲେଖା ଯାଇଛି। ଯାହା ତରବରିଆ ଭାବେ ଚିହ୍ନିତ ହୋଇଥିବାର ଅନୁମାନ କରାଯାଉଛି।

ଶାନ୍ତି ବିଷୟରେ ଉଲ୍ଲେଖ କରି ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ମୁଁ ଜାଣେ ନାହିଁ ରୁଷିଆର ରାଷ୍ଟ୍ରପତି କଣ ଚାହୁଁଛନ୍ତି। ସେଥିପାଇଁ ମୁଁ ତାଙ୍କୁ ଭେଟିବାକୁ ପ୍ରସ୍ତାବ ଦେଇଛି। ଜେଲେନସ୍କି କହିଛନ୍ତି ଯେ ରୁଷିଆ ଆଲୋଚନା ପାଇଁ ସ୍ଥାନ ଚୟନ କରିପାରିବ। ସୁରକ୍ଷା ସମ୍ମିଳନୀରେ ଜେଲେନସ୍କି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ଭେଟିଥିଲେ।

ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି, ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ୟୁକ୍ରେନ କୂଟନୈତିକ ପଥ ଅନୁସରଣ କରିବ। ଜେଲେନସ୍କିଙ୍କ ପ୍ରସ୍ତାବ ଏପରି ଏକ ସମୟରେ ଆସିଛି ଯେତେବେଳେ ପୂର୍ବ ୟୁକ୍ରେନର ରୁଷିଆକୁ ସମର୍ଥନ କରୁଥିବା ବିଦ୍ରୋହୀମାନଙ୍କ ଯୋଗୁ ହିଂସା ବୃଦ୍ଧି ପାଉଛି ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଶଙ୍କା କରୁଛନ୍ତି କରୁଛି ଯେ ରୁଷିଆ ଆକ୍ରମଣ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri