ହାରିବା ପରେ ବି ଅଢ଼େଇ ମାସ ପର୍ଯ୍ୟନ୍ତ ପଦବୀ ଛାଡ଼ନ୍ତି ନାହିଁ ଆମେରିକାର ରାଷ୍ଟ୍ରପତି, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୯ା୧୧: ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପରାସ୍ତ କରିବା ପରେ ନୂତନ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ। ତେବେ ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ ରାଷ୍ଟ୍ରପତି କାର୍ଯ୍ୟକାଳ ଆରମ୍ଭ କରିବେ। ଏଭଳି ପରିସ୍ଥିତିରେ ନିର୍ବାଚନ ହାରିଥିଲେ ମଧ୍ୟ ଟ୍ରମ୍ପ୍‌ଙ୍କୁ ଆସନ୍ତା ଅଢ଼େଇ ମାସ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି କୁହାଯିବ। ଏହା ପଛରେ ଏକ କାରଣ ରହିଛି। ପରାଜୟ ପରେ ନୂତନ ରାଷ୍ଟ୍ରପତିଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ଯେଉଁ ସମୟ ମିଳେ ତାହାକୁ ପରିବର୍ତ୍ତନ ସମୟ କୁହାଯାଏ।

ପରିବର୍ତ୍ତନ ପ୍ରକ୍ରିୟା କ’ଣ?

ରାଷ୍ଟ୍ରପତିଙ୍କ ପରିବର୍ତ୍ତନ ପ୍ରକ୍ରିୟା ଅନୁଯାୟୀ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ନୂତନ ରାଷ୍ଟ୍ରପତିଙ୍କୁ ସମସ୍ତ କ୍ଷମତା ତଥା ସମସ୍ତ ବିଭାଗ ସହ ଜଡ଼ିତ ନୀତିଗତ ଦସ୍ତାବିଜକୁ ହସ୍ତାନ୍ତର କରିଥାନ୍ତି। ଏହି ପ୍ରକ୍ରିୟା ନିର୍ବାଚନ ଫଳାଫଳ ଦିନଠାରୁ ଶପଥ ଗ୍ରହଣ ପର୍ଯ୍ୟନ୍ତ ହୋଇଥାଏ। ତେବେ ନିର୍ବାଚନ ପୂର୍ବରୁ ଯେକୌଣସି ସମୟରେ କ୍ଷମତା ହସ୍ତାନ୍ତର ଆରମ୍ଭ ହୋଇପାରିବ।

ପୂର୍ବରୁ ଏହି ପରିବର୍ତ୍ତନ ଅବଧି ଅଧିକ ଦିନ ଥିଲା। ଏପରି ରାଷ୍ଟ୍ରପତିଙ୍କୁ ‘ଲେମ ଡକ’ ରାଷ୍ଟ୍ରପତି ମଧ୍ୟ କୁହାଯାଏ। ଇଏ ଏମିତି ଜଣେ ରାଷ୍ଟ୍ରପତି ଯିଏ ପଦରେ ରହିଥାନ୍ତି, କିନ୍ତୁ ରହିବାର ଶକ୍ତି ତାଙ୍କ ପାଖରେ ନ ଥାଏ। ୧୯୩୩ରେ ଆମେରିକା ସମ୍ବିଧାନର ୨୦ତମ ସଂଶୋଧନରେ ପରିବର୍ତ୍ତନ ସମୟକୁ କମ୍‌ କରି ଦିଆଯାଇଥଲା। ଏହାପୂର୍ବରୁ ଏହି ଅବଧି ୪ ମାର୍ଚ୍ଚ ପାଇଁ ଧାର୍ଯ୍ୟ କରାଯାଇଥିଲା। ଯାହାକି ବର୍ତ୍ତମାନ ୨୦ ଜାନୁୟାରୀ କରାଯାଇଛି।

ନିର୍ବାଚନ ପୂର୍ବରୁ ହୋଇଥାଏ ଯୋଜନା:
ବର୍ତ୍ତମାନ ଆମେରିକାରେ ଏହି ପ୍ରକ୍ରିୟାର ମୂଳଦୁଆ ରାଷ୍ଟ୍ରପତି ଟ୍ରାନ୍ସମିଶନ ଆକ୍ଟ ୧୯୬୩ ଦ୍ୱାରା ସ୍ଥାପିତ ହୋଇଥିଲା। ଏହି ଅନୁଯାୟୀ, ଶାନ୍ତିପୂର୍ଣ୍ଣ ଢଙ୍ଗରେ କ୍ଷମତା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା। ନିର୍ବାଚନ ପୂର୍ବରୁ ଏହି ପ୍ରକ୍ରିୟା ଯୋଜନା କରାଯାଇଛି। କାରଣ ଏଠାରେ ବଡ଼ ପ୍ରଶାସନିକ ପରିବର୍ତ୍ତନ ଅଛି, ତେଣୁ ଆଗୁଆ ଅଭ୍ୟାସ ପ୍ରସ୍ତୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?