ହାରିବା ପରେ ବି ଅଢ଼େଇ ମାସ ପର୍ଯ୍ୟନ୍ତ ପଦବୀ ଛାଡ଼ନ୍ତି ନାହିଁ ଆମେରିକାର ରାଷ୍ଟ୍ରପତି, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୯ା୧୧: ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପରାସ୍ତ କରିବା ପରେ ନୂତନ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ। ତେବେ ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ ରାଷ୍ଟ୍ରପତି କାର୍ଯ୍ୟକାଳ ଆରମ୍ଭ କରିବେ। ଏଭଳି ପରିସ୍ଥିତିରେ ନିର୍ବାଚନ ହାରିଥିଲେ ମଧ୍ୟ ଟ୍ରମ୍ପ୍‌ଙ୍କୁ ଆସନ୍ତା ଅଢ଼େଇ ମାସ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି କୁହାଯିବ। ଏହା ପଛରେ ଏକ କାରଣ ରହିଛି। ପରାଜୟ ପରେ ନୂତନ ରାଷ୍ଟ୍ରପତିଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ଯେଉଁ ସମୟ ମିଳେ ତାହାକୁ ପରିବର୍ତ୍ତନ ସମୟ କୁହାଯାଏ।

ପରିବର୍ତ୍ତନ ପ୍ରକ୍ରିୟା କ’ଣ?

ରାଷ୍ଟ୍ରପତିଙ୍କ ପରିବର୍ତ୍ତନ ପ୍ରକ୍ରିୟା ଅନୁଯାୟୀ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ନୂତନ ରାଷ୍ଟ୍ରପତିଙ୍କୁ ସମସ୍ତ କ୍ଷମତା ତଥା ସମସ୍ତ ବିଭାଗ ସହ ଜଡ଼ିତ ନୀତିଗତ ଦସ୍ତାବିଜକୁ ହସ୍ତାନ୍ତର କରିଥାନ୍ତି। ଏହି ପ୍ରକ୍ରିୟା ନିର୍ବାଚନ ଫଳାଫଳ ଦିନଠାରୁ ଶପଥ ଗ୍ରହଣ ପର୍ଯ୍ୟନ୍ତ ହୋଇଥାଏ। ତେବେ ନିର୍ବାଚନ ପୂର୍ବରୁ ଯେକୌଣସି ସମୟରେ କ୍ଷମତା ହସ୍ତାନ୍ତର ଆରମ୍ଭ ହୋଇପାରିବ।

ପୂର୍ବରୁ ଏହି ପରିବର୍ତ୍ତନ ଅବଧି ଅଧିକ ଦିନ ଥିଲା। ଏପରି ରାଷ୍ଟ୍ରପତିଙ୍କୁ ‘ଲେମ ଡକ’ ରାଷ୍ଟ୍ରପତି ମଧ୍ୟ କୁହାଯାଏ। ଇଏ ଏମିତି ଜଣେ ରାଷ୍ଟ୍ରପତି ଯିଏ ପଦରେ ରହିଥାନ୍ତି, କିନ୍ତୁ ରହିବାର ଶକ୍ତି ତାଙ୍କ ପାଖରେ ନ ଥାଏ। ୧୯୩୩ରେ ଆମେରିକା ସମ୍ବିଧାନର ୨୦ତମ ସଂଶୋଧନରେ ପରିବର୍ତ୍ତନ ସମୟକୁ କମ୍‌ କରି ଦିଆଯାଇଥଲା। ଏହାପୂର୍ବରୁ ଏହି ଅବଧି ୪ ମାର୍ଚ୍ଚ ପାଇଁ ଧାର୍ଯ୍ୟ କରାଯାଇଥିଲା। ଯାହାକି ବର୍ତ୍ତମାନ ୨୦ ଜାନୁୟାରୀ କରାଯାଇଛି।

ନିର୍ବାଚନ ପୂର୍ବରୁ ହୋଇଥାଏ ଯୋଜନା:
ବର୍ତ୍ତମାନ ଆମେରିକାରେ ଏହି ପ୍ରକ୍ରିୟାର ମୂଳଦୁଆ ରାଷ୍ଟ୍ରପତି ଟ୍ରାନ୍ସମିଶନ ଆକ୍ଟ ୧୯୬୩ ଦ୍ୱାରା ସ୍ଥାପିତ ହୋଇଥିଲା। ଏହି ଅନୁଯାୟୀ, ଶାନ୍ତିପୂର୍ଣ୍ଣ ଢଙ୍ଗରେ କ୍ଷମତା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା। ନିର୍ବାଚନ ପୂର୍ବରୁ ଏହି ପ୍ରକ୍ରିୟା ଯୋଜନା କରାଯାଇଛି। କାରଣ ଏଠାରେ ବଡ଼ ପ୍ରଶାସନିକ ପରିବର୍ତ୍ତନ ଅଛି, ତେଣୁ ଆଗୁଆ ଅଭ୍ୟାସ ପ୍ରସ୍ତୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri