Posted inଫୁରସତ

ଜାଣନ୍ତି କି ପାଣିରେ ଅଧିକ ସମୟ ରହିଲେ ତ୍ୱଚା କାହିଁକି ଲୋଚା ହୋଇଯାଏ

ସାଧାରଣତଃ ଆମେ ସମସ୍ତେ ଜାଣିଛେ ଯେ, ଦୀର୍ଘ ସମୟ ଧରି ପାଣିରେ ରହିବା ହେତୁ ହାତ ଏବଂ ପାଦର ଚର୍ମ ଲୋଚା ହୋଇଯାଏ। କିନ୍ତୁ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି କି ଏହା କାହିଁକି ହୁଏ ବୋଲି। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ହାତ ଏବଂ ପାଦର ଚର୍ମ ବାକି ଚର୍ମ ଅପେକ୍ଷା ବହୁତ ମୋଟା ଅଟେ। ଦୀର୍ଘ ସମୟ ଧରି ପାଣିରେ ରହିବା ହେତୁ ଚର୍ମରେ ସଂକୋଚନ ମଧ୍ୟ ଅଳ୍ପ ସମୟ ପାଇଁ ହୁଏ ଏବଂ ପରେ ଏହା ଠିକ୍‌ ହୋଇଯାଏ। ବାସ୍ତବରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ପ୍ରାକୃତିକ ଏବଂ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ।

ଏକ ରିପୋର୍ଟ ଅନୁଯାୟୀ, ଆମ ଚର୍ମର ଉପର ସ୍ତରରେ ସେବମ୍‌ ନାମକ ଏକ ତେଲିଆ ଅଂଶ ରହିଛି। ଏହା ଆମ ତ୍ୱଚାକୁ ସୁରକ୍ଷା ଦେବା ବ୍ୟତୀତ ଆର୍ଦ୍ରତା ଏବଂ ଚିକ୍କଣ ମଧ୍ୟ କରିଥାଏ। ଏହି ତେଲ ଚର୍ମ ଉପରେ ବର୍ଷା କୋଟ୍‌ ପରି କାମ କରେ। ଏହି ତେଲ ଯୋଗୁ ଆମେ ଯେତେବେଳେ ଶୁଖିଲା ହାତ ଧୋଇଥାଉ, ପାଣି ସହଜରେ ଖସିଯାଏ। ଦୀର୍ଘ ସମୟ ପାଣିରେ ରହିବା ଆମ ଚର୍ମରେ ଥିବା ସେବମ ତେଲକୁ ଧୋଇଯାଏ। ତେଣୁ ପାଣି ଆମ ଚର୍ମରେ ପ୍ରବେଶ କରିବା ଆରମ୍ଭ କରେ ଏବଂ ଚର୍ମ ସଙ୍କୁଚିତ ହେବାକୁ ଲାଗିଥାଏ। ତଥାପି ଆମ ଚର୍ମର ଉପର ସ୍ତରର ଜଳ ବାଷ୍ପୀଭୂତ ହେବା ମାତ୍ରେ ଆମ ହାତ ଏବଂ ପାଦରେ ଥିବା ଚର୍ମ ପୂର୍ବ ପରି ସ୍ବାଭାବିକ ହୋଇଯାଏ। ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଏଥିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୫୦ ବର୍ଷର ବରଗଛ ତଳେ ତାପମାତ୍ରା ୬ ଡିଗ୍ରୀ କମ୍‌ ରହୁଛି

ଗୋପାଳଗଞ୍ଜ(ବିହାର): ଏହା ଜଙ୍ଗଲ ନୁହେଁ, ୧୫୦ ବର୍ଷର ଏକ ବରଗଛ। ଏହି ଗଛର ୨୦୦ ଶାଖା ରହିଛି ଓ ୨୫୦୦ ବର୍ଗମିଟର ଜମିକୁ ଏହାର ଶାଖା...

ଏହି ଦେଶଗୁଡିକରେ ଭାରତର ଛାତ୍ରୀଛାତ୍ରଙ୍କୁ ମିଳିଥାଏ ମାଗଣା ଶିକ୍ଷା!

ସାରା ବିଶ୍ୱରୁ ନିରକ୍ଷରତା ଦୂର କରିବା ଉଦ୍ଦେଶ୍ୟରେ ସେପ୍ଟେମ୍ବର ୮ ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ। ବିଶ୍ୱର ଆବଶ୍ୟକତା ମଧ୍ୟରୁ ସାକ୍ଷରତା...

ଏଥର ପର୍ଯ୍ୟଟନରେ ବାରାଣସୀ ଦୁର୍ଗା ମନ୍ଦିର: ଜାଣନ୍ତୁ କେବେ, କେମିତି ଯିବେ

ଉତ୍ତରପ୍ରଦେଶର ବାରାଣସୀଠାରେ ମା’ ଦୁର୍ଗାଙ୍କୁ ସମର୍ପିତ ଏକ ମନ୍ଦିର ରହିଛି, ଯାହାକୁ କେହି କେହି ଦୁର୍ଗା ମନ୍ଦିର ତ ଆଉ କେହି ଦୁର୍ଗା କୁଣ୍ଡ ମନ୍ଦିର...

ଛାତରୁ ଓହ୍ଲାଇବା ପାଇଁ ଏମିତି ଉପାୟ ଆପଣାଉଛି ଭାଲୁ , ଦେଖିଲେ ଉଡ଼ିଯିବ ହୋସ

ସୋସିଆଲ ମିଡିଆରେ ବର୍ତ୍ତମାନ ଭାଲୁକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ଭାଲୁ ମାଙ୍କଡ଼ ଭଳି...

କାର୍‌ ଚଳାଇବେ ବେଳେ ହେଲ୍‌ମେଟ ନ ପିନ୍ଧିବାରୁ…

ସହାରନପୁର, ୧୫।୭- ବାଇକ୍‌ ଚଳାଉଥିବାବେଳେ ହେଲ୍‌ମେଟ୍‌ ନ ପିନ୍ଧିଲେ ଟ୍ରାଫିକ ପୋଲିସ ଜରିମାନା ଆଦାୟ କରିଥାଏ। ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ଉତ୍ତର ପ୍ରଦେଶର ସହରାନପୁର...

ଖଣ୍ଡେ ମାଛ ପାଇଁ ବରଯାତ୍ରୀଙ୍କ ମଧ୍ୟରେ ମାରପିଟ୍‌…

ଗୋପାଳଗଞ୍ଜ,୧୨।୬: ଖାଇବାକୁ ନେଇ ବରଯାତ୍ରୀଙ୍କ ମଧ୍ୟରେ ମାରପିଟ୍‌ ଯୋଗୁ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା...

ସଉକ ପାଇଁ ସାଜିଲେ କୁକୁର

ମଣିଷ ନିଜ ସଉକ ପୂରଣ କରିବା ଲାଗି ବେଳେବେଳେ ଟଙ୍କା ପାଣି ଭଳି ଖର୍ଚ୍ଚ କରିଦିଏ। ତେବେ ସେ ସଉକ ଅଜବ ହେଉ ପଛେ। ସେମିତି...

ପତ୍ନୀ ତକିଆ ସହ ଭ୍ରମଣ

ଭ୍ରମଣ କରିବାର ସଉକ ଅନେକଙ୍କର ଥାଏ। ଆଉ ଯଦି କେହି ସାଥିରେ ବୁଲିବାକୁ ଯାଆନ୍ତି ତେବେ ଭ୍ରମଣର ମଜା ବଢ଼ିଯାଏ। ହେଲେ ସେହି ସାଥୀ ଜଣକ...

Advertisement
Archives

Model This Week