Posted inଫୁରସତ

କାହିଁକି ଅଧିକ ବର୍ଷ ବଞ୍ଚନ୍ତି ଏହି ଲୋକେ

କିଛି ଗବେଷଣାରୁ ଜଣାପଡ଼ିଛି ଯେ,ଜାପାନର ଲୋକେ ଦୀର୍ଘ ବର୍ଷ ବଞ୍ଚନ୍ତି।ସେମାନଙ୍କ ଦୀର୍ଘାୟୁ ହେବା ପଛରକାରଣ କ’ଣ ଜାଣନ୍ତୁ ସେ ସମ୍ପର୍କରେ…
ଜାପାନର ଲୋକଙ୍କୁ ଦେଖି ସେମାନଙ୍କ ବୟସ ଅନୁମାନ କରିବା ସହଜ ନୁହେଁ। କାରଣ ଏଠାକାର ଅନେକ ବୟସ୍କ ଲୋକ ବହୁତ ୟଙ୍ଗ୍‌ ଓ ଫିଟ୍‌ ଦେଖାଯାଆନ୍ତି। ଆଉ ଏହାପଛର କାରଣ ହେଉଛି ସେମାନଙ୍କ ଲାଇଫ୍‌ ଷ୍ଟାଇଲ୍‌ ଓ ଫିଟ୍‌ନେସ୍‌ ସିକ୍ରେଟ୍‌। କିଛି ଗବେଷଣା କହେ ଏଠାକାର ପ୍ରାୟ ୫୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ଏମିତି ଅଛନ୍ତି, ଯାହାଙ୍କ ବୟସ ୧୦୦ ବର୍ଷରୁ ଊର୍ଦ୍ଧ୍ୱ। ସାଧାରଣତଃ ଭାରତ ଓ ଅନ୍ୟ ଦେଶରେ ଲୋକଙ୍କ ହାରାହାରି ବୟସ ୬୦-୭୦ ବର୍ଷ ହୋଇଥାଏ। କିନ୍ତୁ ଜାପାନ ଲୋକ ଅଧିକ ବର୍ଷ ଜିଅନ୍ତି। ଏହା ପଛର କାରଣସବୁ ହେଉଛି…
ଡାଏଟ୍‌ ଉପରେ ଫୋକସ୍‌: ପାରମ୍ପରିକ ଜାପାନୀ ମିଲ୍ସରେ ତାଜା ଫଳ, ପନିପରିବା, ଲିନ୍‌ ପ୍ରୋଟିନ୍‌ ଓ ଶସ୍ୟ ଆଦିର ସନ୍ତୁଳନ ଥାଏ। ସେମାନେ ପ୍ରୋସେସ୍‌ଡ ଫୁଡ, ଟ୍ରାନ୍ସ ଫ୍ୟାଟ୍‌ ଓ ଚିନିର ବ୍ୟବହାର ବହୁତ କମ୍‌ କରନ୍ତି। ଆଉ ପୋଷକ ତତ୍ତ୍ୱରେ ଭରପୂର ଖାଦ୍ୟ ଅଧିକ ଖାଆନ୍ତି। ହେଲେ କାର୍ବୋହାଇଡ୍ରେଟ୍‌ସଯୁକ୍ତ ଖାଦ୍ୟ କମ୍‌ ଖାଆନ୍ତି।
ସି’ଫୁଡ୍‌ ବ୍ୟବହାର: ଜାପାନୀମାନେ ଯେମିତି ବି ହେଉ ସି’ ଫୁଡ୍‌କୁ ନିଜ ଡାଏଟ୍‌ରେ ସାମିଲ କରନ୍ତି। କାରଣ ସି’ଫୁଡ୍‌ରେ ଓମେଗା ୩, ଫ୍ୟାଟି ଏସିଡ୍‌ ସହ ଆହୁରି ଅନେକ ପୋଷକ ତତ୍ତ୍ୱ ଭରପୂର ଥାଏ। ଯାହା ଶରୀରକୁ ଅନ୍ୟ ମାଂସ ତୁଳନାରେ ୧୦ ଗୁଣ ଅଧିକ ଶକ୍ତି ପ୍ରଦାନ କରିଥାଏ। ତେଣୁ କୁହାଯାଏ ସି’ ଫୁଡ ଖାଇଲେ ଲୋକେ ୟଙ୍ଗ୍‌ ରୁହନ୍ତି।
ଗ୍ରୀନ ଟି: ଜାପାନ ଲୋକଙ୍କୁ ଚା’ ପିଇବା ବହୁତ ପସନ୍ଦ। ଏଠାରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଚା’ ମିଳିଥାଏ। ହେଲେ ଏଠାକାର ଲୋକେ ଗ୍ରୀନ ଟି’ ପିଇବାକୁ ଅଧିକ ପସନ୍ଦ କରନ୍ତି। ଏହାବାଦ୍‌ ମାଚା ଗ୍ରୀନ ଟି’ର ବି ବହୁତ ବ୍ୟବହାର ହୁଏ। ଯେଉଁଥିରେ ପଲିଫେନାଲ୍ସ ଅଧିକ ମାତ୍ରାରେ ଥାଏ। ଏହା ଓଜନ କମାଇବାରେ ସାହାଯ୍ୟ କରେ। ତା’ସହ ଏହା ଶରୀରରୁ ଟକ୍ସିନ୍‌ ସଫା କରେ। ପେଟ ଓ ଲିଭର୍‌ର କାମକୁ ସହଜ କରେ। ଏହାବାଦ୍‌ ଏଠାକାର ଲୋକେ ଚା’ରେ କ୍ଷୀର ଓ ଚିନିର ବ୍ୟବହାର କରନ୍ତି ନାହିଁ। ତେଣୁ ତାଙ୍କ ଚା’ ହେଲ୍‌ଦି ହୋଇଥାଏ ଓ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ବଢାଏ।
ଚାଲିବା ପସନ୍ଦ: ଜାପାନର ଲୋକେ ଗାଡ଼ି ଚଳାଇ ଯିବା ଅପେକ୍ଷା ନିକଟସ୍ଥ ସ୍ଥାନକୁ ଚାଲିକି ଯିବାକୁ ପସନ୍ଦ କରନ୍ତି। ସ୍କୁଲ, କଲେଜ, ଅଫିସ, ଲାଇବ୍ରେରୀ, ପାର୍କ, ଜିମ୍‌ ଆଦି ସ୍ଥାନକୁ ଯିବା ପାଇଁ ସାଇକେଲ ବ୍ୟବହାର କରନ୍ତି ଅବା ଚାଲିକି ଯାଆନ୍ତି। ଯାହାଦ୍ୱାରା ବ୍ୟାୟାମ ହୋଇଯାଏ, ଖାଦ୍ୟ ଆରାମରେ ହଜମ ହୁଏ ଏବଂ ଓଜନ ନିୟନ୍ତ୍ରଣରେ ରହେ।
ମିଠା ଖାଆନ୍ତି ନାହିଁ: ଜାପାନ ଲୋକ ଅଧିକ ବୟସ ବଞ୍ଚତ୍ବାର ମୁଖ୍ୟ କାରଣ ହେଉଛି ସେମାନେ ମିଠା ଆଦୌ ଖାଆନ୍ତି ନାହିଁ। ଫଳରେ ମେଦବହୁଳତା, ହୃଦ୍‌ରୋଗ ଭଳି ରୋଗ ହୁଏ ନାହିଁ।
ଫରେଷ୍ଟ ବାଥିଂ: ଜାପାନର ଲୋକେ ଫରେଷ୍ଟ ବାଥିଂ ଉପରେ ବହୁତ ବିଶ୍ୱାସ ରଖନ୍ତି। ଅର୍ଥାତ୍‌ ଜଙ୍ଗଲରେ ସମୟ ବିତାଇବା। ଜଙ୍ଗଲରେ ବୁଲିବା, ଚାଲିବା, ପ୍ରାକୃତିକ ଜିନିଷକୁ ଉପଭୋଗ କରିବା ଓ ତା’ର ଆନନ୍ଦ ନେବା ପ୍ରକୃତରେ ନେଚର ଥେରାପି ଅଟେ।
ଜାପାନକୁ ସୂର୍ଯ୍ୟ ଉଦୟର ଦେଶ ବୋଲି କୁହାଯାଏ। ଆଉ ଏଠି ଶୀଘ୍ର ଉଠିବା ଏକ ପ୍ରଥା। ଏଠାକାର ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ସୂର୍ଯ୍ୟୋଦୟ ଦେଖିବାରୁ ଆରମ୍ଭ କରନ୍ତି, ଯାହାକି ସେମାନଙ୍କୁ ଚାପମୁକ୍ତ ଜୀବନ ଜିଇବାରେ ସାହାଯ୍ୟ କରିଥାଏ।
ଛୋଟ ପ୍ଲେଟ୍‌ର ବ୍ୟବହାର: ଏଠାରେ ଖାଦ୍ୟ ଖାଇବା ଲାଗି ଛୋଟ ପ୍ଲେଟ୍‌ର ବ୍ୟବହାର କରାଯାଏ, ଯାହାକି ପ୍ରାୟ ଚାରିରୁ ଛଅ ଇଞ୍ଚ୍‌ ଆକାରର ହୋଇଥାଏ। ଏହା ମାଧ୍ୟମରେ ଜାପାନୀମାନେ ନିଜ ଖାଦ୍ୟର ମାତ୍ରାକୁ ସୀମିତ କରନ୍ତି। ଅର୍ଥାତ୍‌ ତାଙ୍କର ଚିନ୍ତାଧାରା ହେଉଛି କମ୍‌ ଖାଅ ଓ ଲମ୍ବା ସମୟ ପର୍ଯ୍ୟନ୍ତ ଜିଅ।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?