Posted inଫୁରସତ

କାହିଁକି ବିବାହ କଲେ ନାହିଁ ମୁକେଶ ଖାନ୍ନା; ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୩।୧୦: ବହୁଚର୍ଚ୍ଚିତ ‘ଶକ୍ତିମାନ’ ସିରିୟଲର ମୁଖ୍ୟ ଅଭିନେତା ମୁକେଶ ଖାନ୍ନା ଏବେ ଖବରର ଶିରୋନାମାରେ ରହୁଛନ୍ତି। ‘ଦି କପିଳ ଶର୍ମା ଶୋ’କୁ ନେଇ ଦେଇଥିବା ମନ୍ତବ୍ୟ ଲାଗି ମୁକେଶ ଚର୍ଚ୍ଚାରେ ରହିଥିଲେ। ଯେତେବେଳେ ବି ମୁକେଶ ଖାନ୍ନାଙ୍କୁ ନେଇ ଆଲୋଚନା ହୋଇଛି, ସେତେବେଳେ ନିଶ୍ଚୟ ତାଙ୍କ ବିବାହ ବିଷୟରେ କଥା ପଡ଼ିଛି। ତେବେ ଆଜି ପର୍ଯ୍ୟନ୍ତ କାହିଁକି ସେ ଅବିବାହିତ ରହିଛନ୍ତି। ଏହା ପଛରେ ଥିବା କାରଣ ଉପରୁ ନିଜେ ୬୨ ବର୍ଷୀୟ ମୁକେଶ ଉନ୍ମୋଚନ କରିଛନ୍ତି।

ଏକ ସାକ୍ଷାତ୍‌କାର ଅବସରରେ ମୁକେଶ କହିଥିଲେ, ‘ବିବାହ ସେହି ମାନଙ୍କର ହୋଇଥାଏ, ଯାହାର ଭାଗ୍ୟରେ ଏହା ଲେଖା ହୋଇଥାଏ। ବାସ୍ତବରେ ମୋର କହିବାର ଅଭ୍ୟାସ ହେତୁ ଅନେକ ବିବାଦୀୟ ଘଟଣା ମୋ ସହିତ ଜଡ଼ିତ। ମୋ ଜୀବନର ଏଭଳି ଏକ ବିବାଦୀୟ ଘଟଣାର ପରିସମାପ୍ତ ଘଟାଇବାକୁ ଚାହୁଁଛି, ଯାହା ବହୁବର୍ଷ ଧରି ଚାଲି ଆସୁଛି।’ ଶକ୍ତିମାନ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ମୁକେଶ ଆହୁରି ମଧ୍ୟ କହିଛନ୍ତି, ‘ମୁଁ କାହିଁକି ବିବାହ କରିନାହିଁ? ଗୋଟିଏ ସମୟରେ ଏହା ପ୍ରତ୍ୟେକ ଖବରଦାତାଙ୍କ ପାଇଁ ପ୍ରିୟ ପ୍ରଶ୍ନ ଥିଲା। ତେବେ ଆପଣଙ୍କୁ କହିବି ଯେ, ମୁଁ ବିବାହ ବିରୋଧୀ ନୁହେଁ।

ଲୋକମାନେ ବହୁଥର କହିଛନ୍ତି ମୁକେଶ ଖାନ୍ନା ଭିଷ୍ମପିତାମହ ଭୂମିକା ତୁଲାଇଥିଲେ। ଯାହାକୁ ସେ ନିଜ ବ୍ୟକ୍ତିଗତ ଜୀବନରେ ଆପଣାଇଛନ୍ତି। କିନ୍ତୁ ଆପଣଙ୍କୁ କହିବି ଯେ ମୁଁ ଏତେ ମହାନ ନୁହେଁ। କୌଣସି ବ୍ୟକ୍ତି ଭୀଷ୍ମ ପିତାମହ ହୋଇପାରିବେ ନାହିଁ। ମୁଁ ମୋର ବ୍ୟକ୍ତିଗତ ଜୀବନରେ କୌଣସି ଭୀଷ୍ମ ପ୍ରତିଜ୍ଞା କରିନି। ବିବାହରେ ୨ଟି ଆତ୍ମାର ମିଳନ ହୋଇଥାଏ। ବିବାହ ଉପରୁ ଲେଖା ହୋଇଆସିଥାଏ। ମୁଁ ବିଶ୍ୱାସ କରେ ଯେ କେହି ସତ୍ୟ ଜାଣନ୍ତି ନାହିଁ। ଯଦି ମୋର ବିବାହ ହେବାକୁ ଥିବା ତେବେ ନିଶ୍ଚୟ ହେବ। କିନ୍ତୁ ବର୍ତ୍ତମାନ କୌଣସି ଝିଅ ମୋ ପାଇଁ ଜନ୍ମ ହେବାକୁ ନାହିଁ। ବିବାହ ମୋର ବ୍ୟକ୍ତିଗତ ବିଷୟ। ମୋର କେହି ସ୍ତ୍ରୀ ନାହାନ୍ତି। ଏଠାରେ ମୋର ବିବାହ ବିବାଦକୁ ସମାପ୍ତ କରାଯାଉ’ ବୋଲି ମୁକେଶ ଖାନ୍ନା ଏହି ସାକ୍ଷାତ୍‌କାର ଅବସରରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri