Posted inଫୁରସତ

କାହିଁକି ବିବାହ କଲେ ନାହିଁ ମୁକେଶ ଖାନ୍ନା; ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୩।୧୦: ବହୁଚର୍ଚ୍ଚିତ ‘ଶକ୍ତିମାନ’ ସିରିୟଲର ମୁଖ୍ୟ ଅଭିନେତା ମୁକେଶ ଖାନ୍ନା ଏବେ ଖବରର ଶିରୋନାମାରେ ରହୁଛନ୍ତି। ‘ଦି କପିଳ ଶର୍ମା ଶୋ’କୁ ନେଇ ଦେଇଥିବା ମନ୍ତବ୍ୟ ଲାଗି ମୁକେଶ ଚର୍ଚ୍ଚାରେ ରହିଥିଲେ। ଯେତେବେଳେ ବି ମୁକେଶ ଖାନ୍ନାଙ୍କୁ ନେଇ ଆଲୋଚନା ହୋଇଛି, ସେତେବେଳେ ନିଶ୍ଚୟ ତାଙ୍କ ବିବାହ ବିଷୟରେ କଥା ପଡ଼ିଛି। ତେବେ ଆଜି ପର୍ଯ୍ୟନ୍ତ କାହିଁକି ସେ ଅବିବାହିତ ରହିଛନ୍ତି। ଏହା ପଛରେ ଥିବା କାରଣ ଉପରୁ ନିଜେ ୬୨ ବର୍ଷୀୟ ମୁକେଶ ଉନ୍ମୋଚନ କରିଛନ୍ତି।

ଏକ ସାକ୍ଷାତ୍‌କାର ଅବସରରେ ମୁକେଶ କହିଥିଲେ, ‘ବିବାହ ସେହି ମାନଙ୍କର ହୋଇଥାଏ, ଯାହାର ଭାଗ୍ୟରେ ଏହା ଲେଖା ହୋଇଥାଏ। ବାସ୍ତବରେ ମୋର କହିବାର ଅଭ୍ୟାସ ହେତୁ ଅନେକ ବିବାଦୀୟ ଘଟଣା ମୋ ସହିତ ଜଡ଼ିତ। ମୋ ଜୀବନର ଏଭଳି ଏକ ବିବାଦୀୟ ଘଟଣାର ପରିସମାପ୍ତ ଘଟାଇବାକୁ ଚାହୁଁଛି, ଯାହା ବହୁବର୍ଷ ଧରି ଚାଲି ଆସୁଛି।’ ଶକ୍ତିମାନ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ମୁକେଶ ଆହୁରି ମଧ୍ୟ କହିଛନ୍ତି, ‘ମୁଁ କାହିଁକି ବିବାହ କରିନାହିଁ? ଗୋଟିଏ ସମୟରେ ଏହା ପ୍ରତ୍ୟେକ ଖବରଦାତାଙ୍କ ପାଇଁ ପ୍ରିୟ ପ୍ରଶ୍ନ ଥିଲା। ତେବେ ଆପଣଙ୍କୁ କହିବି ଯେ, ମୁଁ ବିବାହ ବିରୋଧୀ ନୁହେଁ।

ଲୋକମାନେ ବହୁଥର କହିଛନ୍ତି ମୁକେଶ ଖାନ୍ନା ଭିଷ୍ମପିତାମହ ଭୂମିକା ତୁଲାଇଥିଲେ। ଯାହାକୁ ସେ ନିଜ ବ୍ୟକ୍ତିଗତ ଜୀବନରେ ଆପଣାଇଛନ୍ତି। କିନ୍ତୁ ଆପଣଙ୍କୁ କହିବି ଯେ ମୁଁ ଏତେ ମହାନ ନୁହେଁ। କୌଣସି ବ୍ୟକ୍ତି ଭୀଷ୍ମ ପିତାମହ ହୋଇପାରିବେ ନାହିଁ। ମୁଁ ମୋର ବ୍ୟକ୍ତିଗତ ଜୀବନରେ କୌଣସି ଭୀଷ୍ମ ପ୍ରତିଜ୍ଞା କରିନି। ବିବାହରେ ୨ଟି ଆତ୍ମାର ମିଳନ ହୋଇଥାଏ। ବିବାହ ଉପରୁ ଲେଖା ହୋଇଆସିଥାଏ। ମୁଁ ବିଶ୍ୱାସ କରେ ଯେ କେହି ସତ୍ୟ ଜାଣନ୍ତି ନାହିଁ। ଯଦି ମୋର ବିବାହ ହେବାକୁ ଥିବା ତେବେ ନିଶ୍ଚୟ ହେବ। କିନ୍ତୁ ବର୍ତ୍ତମାନ କୌଣସି ଝିଅ ମୋ ପାଇଁ ଜନ୍ମ ହେବାକୁ ନାହିଁ। ବିବାହ ମୋର ବ୍ୟକ୍ତିଗତ ବିଷୟ। ମୋର କେହି ସ୍ତ୍ରୀ ନାହାନ୍ତି। ଏଠାରେ ମୋର ବିବାହ ବିବାଦକୁ ସମାପ୍ତ କରାଯାଉ’ ବୋଲି ମୁକେଶ ଖାନ୍ନା ଏହି ସାକ୍ଷାତ୍‌କାର ଅବସରରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri