Posted inଖେଳ

ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ କାହିଁକି ନେଇଥିଲେ ସନ୍ନ୍ୟାସ? ହେଲା ବଡ଼ ଖୁଲାସା…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟର ‘ରନ ମେଶିନ’ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ପ୍ରାୟ ବର୍ଷେରୁ ଅଧିକ ସମୟ ବିତିଗଲାଣି। ହେଲେ ଆଜି ବି ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, କୋହଲି ହଠାତ ଟେଷ୍ଟ କ୍ରିକେଟକୁ କାହିଁକି ସନ୍ନ୍ୟାସ ନେଲେ? ଏବେ ଏହି ରହସ୍ୟ ଉପରୁ ପରଦା ହଟାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍। ବିରାଟ କାହିଁକି ଟେଷ୍ଟ କ୍ରିକେଟ ଛାଡ଼ିଲେ, ସେ ନେଇ ସେ ଏକ ବଡ଼ ଦାବି କରିଛନ୍ତି।

ମେ ୨୦୨୫ରେ ଭାରତୀୟ ଟେଷ୍ଟ ଇତିହାସର ଏକ ସୁବର୍ଣ୍ଣ ଅଧ୍ୟାୟର ଅନ୍ତ ଘଟିଥିଲା, ଯେତେବେଳେ ବିରାଟ ନିଜର ୧୪ ବର୍ଷର ଲମ୍ବା ଟେଷ୍ଟ କ୍ୟାରିୟରରୁ ଅବସର ଘୋଷଣା କରିଥିଲେ। ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ ଶେୟାର କରି ସେ ଟେଷ୍ଟ କ୍ରିକେଟକୁ ବାଏ-ବାଏ କହିଥିଲେ। ଏବେ ଏକ ଆଲୋଚନା ବେଳେ କୈଫ୍ ଏହା ପଛର ପ୍ରକୃତ କାରଣ ପ୍ରକାଶ କରିଛନ୍ତି।

କୈଫ୍‌ଙ୍କ କହିବା ଅନୁଯାୟୀ, ବିରାଟଙ୍କୁ ଦଳରେ ଯେଉଁ ସମ୍ମାନ ଓ ଗୁରୁତ୍ୱ ମିଳିବା କଥା, ତାହା ମିଳୁ ନ ଥିଲା। ଯଦିଓ ସେ ଟେଷ୍ଟ କ୍ରିକେଟକୁ ବହୁତ ଭଲ ପାଉଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିରାଟ ଟେଷ୍ଟ ଖେଳିବାକୁ ଚାହୁଁଥିଲେ କିନ୍ତୁ ପରିସ୍ଥିତି ଏପରି ହେଲା ଯେ ତାଙ୍କୁ ଏହି ଫର୍ମାଟ୍ ଛାଡ଼ିବାକୁ ପଡ଼ିଲା।

କୈଫ୍ କହିଛନ୍ତି, “ବିରାଟ କୋହଲି ଟେଷ୍ଟ ମ୍ୟାଚ୍ ଛାଡ଼ିଛନ୍ତି। ନିକଟରେ ତାଙ୍କର ଏକ ବୟାନ ଆସିଥିଲା, ଯେଉଁଠି ସେ କହିଥିଲେ ଯେ ମୁଁ ଏଥିପାଇଁ ଟେଷ୍ଟ ଛାଡ଼ିଲି କାରଣ ମତେ ଟିମ୍‌ରେ ‘ୱେଲକମିଂ’ ଅନୁଭୂତ ହେଉ ନ ଥିଲା। ମତେ ଲାଗୁଥିଲା ଯେ ଲୋକମାନେ ଚାହୁଁନାହାନ୍ତି ମୁଁ ଦଳରେ ରୁହେ। ସେଥିପାଇଁ ସେ ଟେଷ୍ଟ ଛାଡ଼ି ଚାଲିଗଲେ।” କୈଫ୍‌ଙ୍କ ମତରେ, ବିରାଟ ସବୁବେଳେ ଟେଷ୍ଟ କ୍ରିକେଟକୁ ସବୁଠାରୁ କଠିନ ଫର୍ମାଟ ବୋଲି ଭାବୁଥିଲେ ଏବଂ ଯୁବ ପିଢ଼ିଙ୍କ ପାଇଁ ଏକ ଉଦାହରଣ ସାଜିବାକୁ ଚାହୁଁଥିଲେ।

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଟର କୈଫ୍ ଆହୁରି କହିଛନ୍ତି ଯେ, ବିରାଟଙ୍କୁ ଏପରି ଅନୁଭବ କରାଯାଇଥିଲା ଯେ ଟେଷ୍ଟ ଦଳରେ ଏବେ ଆଉ ତାଙ୍କର ଆବଶ୍ୟକତା ନାହିଁ। ଫର୍ମ ତ ଆସେ ଆଉ ଯାଏ, ତାହା ଅଲଗା କଥା। କିନ୍ତୁ ଖରାପ ଫର୍ମ ସହିତ ଲୋକମାନେ ତାଙ୍କୁ ଅନୁଭବ କରାଇଲେ ଯେ ଆପଣଙ୍କ ସମୟ ଏବେ ଶେଷ ହୋଇଯାଇଛି, ଦଳକୁ ଆଉ ଆପଣଙ୍କ ଦରକାର ନାହିଁ। ପରିସ୍ଥିତି ଏପରି ଜଟିଳ ହେଲା ଯେ ସେ ବାଧ୍ୟ ହୋଇ ଟେଷ୍ଟ କ୍ରିକେଟକୁ ସନ୍ନ୍ୟାସ କହିଲେ।

ବିରାଟ କୋହଲି ୨୦୧୪ ରୁ ୨୦୨୨ ମଧ୍ୟରେ ରେକର୍ଡ ୬୮ଟି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକତ୍ୱ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ୪୦ଟି ମ୍ୟାଚ୍ ଜିତିଥିଲା, ଯାହାକି ଯେକୌଣସି ଭାରତୀୟ ଟେଷ୍ଟ ଅଧିନାୟକଙ୍କ ପାଇଁ ସବୁଠାରୁ ଶ୍ରେଷ୍ଠ ରେକର୍ଡ। ସୂଚନାଯୋଗ୍ୟ, ବିରାଟ ୨୦୨୪ରେ ଟି-୨୦ ଆନ୍ତର୍ଜାତୀୟରୁ ଅବସର ନେଇଥିବା ବେଳେ ବର୍ତ୍ତମାନ ସେ କେବଳ ଦିନିକିଆ (ODI) କ୍ରିକେଟ୍ ଖେଳୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌

ପୁରୀ, ୨୬।୫: ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍‌ ତିଆରି କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

କଳିଙ୍ଗା ଘାଟିରେ ପରିବହନ ମନ୍ତ୍ରୀ: ବିକଳ୍ପ ରାସ୍ତା ନିର୍ମାଣ ଓ ଘାଟି ରାସ୍ତା ମରାମତି ନେଇ ଅନୁଧ୍ୟାନ

ଭଞ୍ଜନଗର, ୨୬/୯ (ବାବୁଲା ପ୍ରଧାନ): ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିର ଦୁଇଟି ସ୍ଥାନରେ ଭୂସ୍ଖଳନ ହେବାରୁ ବିଗତ ୫ ଦିନ…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସୂର୍ଯ୍ୟଙ୍କ ସବୁଠୁ ବଡ଼ ଗୋଚର: ତୁଳା ସମେତ ଏହି ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ବଡ଼ ଅଫର୍‌

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବଳ, ପ୍ରତିଷ୍ଠା, ଅଧିକାର, ନେତୃତ୍ୱ ଏବଂ କ୍ୟାରିୟର ସମ୍ୱନ୍ଧିତ ଗ୍ରହ ଭାବେ ବିବେଚନା କରାଯାଏ। ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?