ମୋଦିଙ୍କୁ ‘ମହାନ’ ବୋଲି କହିଲେ ଟ୍ରମ୍ପ!

ଓ୍ବାଶିଂଟନ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଆମେରିକା ଗସ୍ତ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ବୈଠକ ପରେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ସ୍ବତନ୍ତ୍ର ଉପହାର ପ୍ରଦାନ କରିଥିଲେ। ପ୍ରକୃତରେ, ଏହା ଏକ ପୁସ୍ତକ ଏବଂ ଏହି ପୁସ୍ତକ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାତ୍ରାକୁ ଚିତ୍ରଣ କରିଛି।
ପୁସ୍ତକର ନାମ ହେଉଛି – ଆଓ୍ବାର ଜର୍ନିଂ ଟୁଗେଦର। ପୁସ୍ତକରେ ହାଉଡି ମୋଦି ଏବଂ ନମସ୍ତେ ଟ୍ରମ୍ପଙ୍କ ଫଟୋ ରହିଛି। ପୁସ୍ତକରେ ସ୍ବାକ୍ଷର କରିବା ସମୟରେ ଟ୍ରମ୍ପ ଲେଖିଛନ୍ତି, ମିଷ୍ଟର ପ୍ରାଇ ମିନିଷ୍ଟର, ୟୁ ଆର ଗ୍ରେଟ ଏହାର ଅର୍ଥ ହେଉଛି ମାନ୍ୟବର ପ୍ରଧାନମନ୍ତ୍ରୀ, ଆପଣ ମହାନ।
ସୂଚନାଯୋଗ୍ୟ, ସାରା ବିଶ୍ୱରେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଭିନ୍ନ ପରିଚୟ ଥିବା ବେଳେ ଆମେରିକାର ଭାରତ ବି ଏବେ ଭଲ ବନ୍ଧୁ ହୋଇ ପାରିଛି। ଏମିତିକି ସାରା ବିଶ୍ୱର ନଜର ଏବେ ମୋଦିଙ୍କ ଉପରେ ରହିଛି। ମୋଦିଙ୍କ ଆମେରିକା ଗସ୍ତ ଏକ ମାଇଲ ଖୁଣ୍ଟ ନେବ ବୋଲି ବି ଅନେକେ ବିବେଚନା କରୁଛନ୍ତି।

ଟ୍ରମ୍ପଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କ ସ୍ଲୋଗାନ ‘ଆମେରିକାକୁ ପୁଣି ଥରେ ମହାନ କର’ ପରି ‘ଭାରତକୁ ପୁଣି ଥରେ ମହାନ କର’ ସ୍ଲୋଗାନ ଉଲ୍ଲେଖ କରିଥିଲେ। ସେ ଟ୍ରମ୍ପଙ୍କୁ ଭାରତର ଆମେରିକାକୁ ପୁଣି ଥରେ ମହାନ କରିବା ଦୃଷ୍ଟିକୋଣ ବିଷୟରେ କହିଥିଲେ। ସେ କହିଥିଲେ ଯେ ‘MAGA’ ଏବଂ ‘MIGA’ର ସହଭାଗୀ ଦୃଷ୍ଟିକୋଣ ସମୃଦ୍ଧି ପାଇଁ ଏକ ମେଗା ସହଭାଗୀତାରେ ପରିଣତ ହୁଏ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମେରିକାର ଲୋକମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କ ମୂଳମନ୍ତ୍ର – ଆମେରିକାକୁ ପୁଣି ଥରେ ମହାନ କର, ଏହା ବିଷୟରେ ଭଲ ଭାବରେ ଜାଣନ୍ତି। ସେହିପରି, ଭାରତର ଲୋକମାନେ ମଧ୍ୟ ସେମାନଙ୍କର ଐତିହ୍ୟ ଏବଂ ବିକାଶ ଉପରେ ଧ୍ୟାନ ଦେଉଛନ୍ତି। ଭାରତୀୟମାନେ ଦ୍ରୁତଗତି ଏବଂ ଦୃଢ଼ତାର ସହିତ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ଆଡ଼କୁ ଆଗକୁ ବଢ଼ୁଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ମସିହାରେ ହ୍ୟୁଷ୍ଟନର ଫୁଟବଲ ଷ୍ଟାଡିୟମରେ ‘ହାଉଡି ମୋଦି’ ନାମକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୫୦,୦୦୦ରୁ ଅଧିକ ଭାରତୀୟ-ଆମେରିକୀୟ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପ ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ। ଏହାର ଠିକ ପାଞ୍ଚ ମାସ ପରେ, ଫେବୃଆରୀ ୨୦୨୦ ରେ, ଅହମ୍ମଦାବାଦରେ ଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ ରାଲି ଅନୁଷ୍ଠିତ ହୋଇଥିଲା। ଉଭୟ ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଗର୍ଭନିରୋଧକ ଇଞ୍ଜେକ୍ସନ ପ୍ରସ୍ତୁତ କଲେ ବୈଜ୍ଞାନିକ: ସହଜରେ ଏଡ଼ାଇପାରିବେ ଗର୍ଭଧାରଣ

ନୂଆଦିଲ୍ଲୀ,୨୫।୩: ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT)ର ବୈଜ୍ଞାନିକମାନେ ଏକ ନୂତନ ପ୍ରକାର ଇଞ୍ଜେକ୍ସନ ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ବିନା ଚିକିତ୍ସା ପ୍ରକ୍ରିୟା ଏବଂ ଔଷଧ...

ଗାଜାରେ ପୁଣି ବୋମା ବର୍ଷା କଲା ଇସ୍ରାଏଲ, ଏୟାର ଷ୍ଟ୍ରାଇକରେ ଅଲ ଜଜିରା ଖବରଦାତାଙ୍କ ମୃତ୍ୟୁ

ଜେରୁଜେଲମ,୨୫।୩: ସୋମବାର ଇସ୍ରାଏଲ ପୁଣି ଥରେ ଗାଜର ଉତ୍ତରରେ ଅବସ୍ଥିତ ବେଇଟ ଲାହିଆ ସହର ଉପରେ ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅଲ ଜଜିରା...

ଲିକ୍‌ ହେଲା ଟ୍ରମ୍ପଙ୍କ ଓ୍ବାର ପ୍ଲାନ! କେବେ ଆଉ କେଉଁଠି କରିବେ ଆକ୍ରମଣ ଜାଣନ୍ତୁ…

ଓ୍ବାଶିଂଟନ,୨୫।୩: ୟେମେନର ହୁତି ବିଦ୍ରୋହୀଙ୍କ ବିରୋଧରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଯୁଦ୍ଧ ଯୋଜନା ଲିକ ହୋଇଯାଇଛି। ସମ୍ପୂର୍ଣ୍ଣ ମାମଲା ପାଇଁ ଟ୍ରମ୍ପ ପ୍ରଶାସନକୁ ଦାୟୀ କରାଯାଉଛି।...

ସାରା ବିଶ୍ୱର ହୋସ୍‌ ଉଡାଇଲାଣି ଚାଇନା, କାଟିଦେବ ସବୁ ଇଣ୍ଟରନେଟ!

ବେଜିଂ,୨୫।୩: ଚାଇନା ସମ୍ପ୍ରତି ଏକ ଏପରି ଉପକରଣ ତିଆରି କରିଛି ଯାହା ପାଣି ତଳେ ସବୁଠାରୁ ଦୃଢ଼ ଯୋଗାଯୋଗ ଏବଂ ବିଦ୍ୟୁତ ତାରଗୁଡ଼ିକୁ କାଟି ପାରିବ।...

PoK ଖାଲି କର ନଚେତ୍‌ ଭୋଗିବ ପରିଣାମ: ପାକିସ୍ତାନକୁ ଧମକ ଦେଲା ଭାରତ

ନୂଆଦିଲ୍ଲୀ,୨୫।୩: ଜାତିସଂଘ (UN) ସୁରକ୍ଷା ପରିଷଦରେ ଭାରତ ପୁଣିଥରେ ପାକିସ୍ତାନକୁ ତାର କାର୍ଯ୍ୟକଳାପ ପାଇଁ ଘେରିଛି। ଶାନ୍ତି ବଜାୟ ରଖିବା ପ୍ରସଙ୍ଗରେ ଆଲୋଚନାବେଳେ ପାକିସ୍ତାନ ପୁଣି...

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ: ଭୟରେ ଲୋକେ ଦୌଡ଼ିଲେ

ଅକଲାଣ୍ଡ,୨୫।୩: ନ୍ୟୁଜିଲାଣ୍ଡର ରିଭରଟନ ଉପକୂଳରେ ମଙ୍ଗଳବାର ୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏକ ପୋଷ୍ଟ ମାଧ୍ୟମରେ...

ପୁଟିନଙ୍କଠାରୁ ଦୂରେଇ ରୁହନ୍ତୁ, କେବେବି ଆରମ୍ଭ କରିପାରନ୍ତି ବିଶ୍ୱଯୁଦ୍ଧ, କିଏ ଦେଲେ ଏମିତି ଭବିଷ୍ୟବାଣୀ ଜାଣନ୍ତୁ…

ଲଣ୍ଡନ,୨୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରୟାସ ଚାଲିଛି। ଆମେରିକା ଏହି ଯୁଦ୍ଧକୁ ଶେଷ କରିବାକୁ ଚେଷ୍ଟା କରୁଛି। କିନ୍ତୁ...

ଟ୍ରମ୍ପଙ୍କ ପୂର୍ବତନ ବୋହୂଙ୍କ ସହିତ ସମ୍ପର୍କ ନିଶ୍ଚିତ କଲେ ଟାଇଗର ଉଡ୍ସ, ଆଗରୁ ୧୨୦ ଜଣ ମହିଳାଙ୍କ ସହିତ…

ନୂଆଦିଲ୍ଲୀ,୨୪।୩: ଟାଇଗର ଉଡ୍ସ ରବିବାର ସୋସିଆଲ ମିଡିଆରେ ଏକ ସଂକ୍ଷିପ୍ତ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ବୋହୂଙ୍କ ସହିତ ତାଙ୍କର ପ୍ରେମକୁ ନିଶ୍ଚିତ କରିବାର ଅସାଧାରଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri