ଓଡ଼ିଶାବାସୀ କାହିଁକି ସରକାର ପରିର୍ତ୍ତନ କଲେ: ସିଧା ସିଧା କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ

ଭୁବନେଶ୍ୱର, ୩୧।୭(ସୁନିତ୍‌ ମିଶ୍ର): ବିଧାନସଭାରେ ଗତ ୨୫ ତାରିଖରେ ୨୦୨୪-୨୫ ବର୍ଷର ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବିଧାନସଭାରେ କହିଛନ୍ତି। ୨୯ତାରିଖଠାରୁ ଏହି ବଜେଟ ଉପରେ ସାଧାରଣ ଆଲୋଚନା ଆରମ୍ଭ ହୋଇ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥିରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଭାଗ ନେଇଛନ୍ତି। ଏଥିପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଅବସରରେ ସେ ତାଙ୍କ ଉତ୍ତରରେ କହିଛନ୍ତି, ଗତ ନିର୍ବାଚନରେ ନିର୍ଣ୍ଣାୟକ ମତଦାନ କରି ରାଜ୍ୟବାସୀ ଭାଜପାକୁ ସରକାର ଗଠନ କରିବାର ସୁଯୋଗ ଦେଇଥିବାରୁ ଅଶେଷ ଧନ୍ୟବାଦ। ଓଡ଼ିଶାବାସୀ ଲମ୍ବା ସମୟ ଧରି ଜଣେ ବ୍ୟକ୍ତିଙ୍କୁ ସେମାନଙ୍କ ଭାଗ୍ୟ ପରିବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିଲେ, କିନ୍ତୁ ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେଲାନାହିଁ। ତେଣୁ ହତାଶ ହୋଇ ରାଜ୍ୟବାସୀ ସରକାର ପରିବର୍ତ୍ତନ କଲେ। ଆମ ସରକାର ହେଉଛି ଲୋକଙ୍କ ସରକାର ଏବଂ ଏହି ବଜେଟ ହେଉଛି ଲୋକଙ୍କ ବଜେଟ। ନିର୍ବାଚନୀ ଇସ୍ତାହାରରେ ଆମେ ଓଡ଼ିଶାବାସୀଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲୁ। ଏହି ବଜେଟ ତା’ର ଏକ ପ୍ରତିଫଳନ। ଏଥିରେ ସାମାଜିକ ନ୍ୟାୟ, ଭିତ୍ତିଭୂମିର ଉନ୍ନତି, ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବା, ବଞ୍ଚିତଙ୍କ ପାଇଁ ସାମାଜିକ ନିରାପତ୍ତା, ମହିଳା, ଯୁବବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ, ସଂଖ୍ୟାଲଘୁ, ଭିନ୍ନକ୍ଷମ ତଥା ବରିଷ୍ଠ ନାଗରିକଙ୍କ ସଶକ୍ତୀକରଣ ମାଧ୍ୟମରେ ସାମୂହିକ ତଥା ଦୃଢ଼ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କହିଛନ୍ତି, ଏଥର ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଅଟକଳ ମଧ୍ୟରୁ କାର୍ଯ୍ୟକ୍ରମ ବ୍ୟୟ ୧ ଲକ୍ଷ ୫୫ ହଜାର କୋଟି ଟଙ୍କା ଆକଳନ କରାଯାଇଛି, ଯାହା ୨୦୨୩-୨୪ ବର୍ଷ ତୁଳନାରେ ୨୪% ଅଧିକ । ବିରୋଧୀ ଦଳ ନେତା ଏହି ବଜେଟକୁ ଏକ ନେମ୍‌ ଚେଞ୍ଜିଙ୍ଗ୍‌ ବଜେଟ କହିଛନ୍ତି। ଏହାକୁ ଜୁମ୍‌ଲା ବି କହିଛନ୍ତି। ଦେଖିବାକୁ ଗଲେ ପୂର୍ବରୁ ରାଜ୍ୟରେ ଜୁମ୍‌ଲା ସରକାର ଥିଲା। ଭୋଟବ୍ୟାଙ୍କ ପାଇଁ ଯୋଜନା କରୁଥିଲେ। ଅନେକ ଯୋଜନା ଆରମ୍ଭ ହୋଇ ବନ୍ଦ ହୋଇଯାଉଥିଲା। ତେଣୁ ଲୋକମାନେ ସେ ସରକାରକୁ ବଦଳାଇଦେଲେ। ଆମ ସରକାର ଓଡ଼ିଆ ଅସ୍ମିତାର ସରକାର। ସେହିପରି ଇଂରାଜୀ ଶବ୍ଦ ବ୍ୟବହାର କରି ନାମିତ ହୋଇଥିବା ଯୋଜନାକୁ ଓଡ଼ିଆ ଶବ୍ଦ ଦ୍ୱାରା ନାମିତ କରିବା କ’ଣ ଭୁଲ୍‌। ଆମର ଚିର ନମସ୍ୟ ପଞ୍ଚସଖାଙ୍କ ସମ୍ମାନାର୍ଥେ ମୋ ସ୍କୁଲ ଯୋଜନାକୁ ପଞ୍ଚସଖା ଶିକ୍ଷା ସେତୁ ଯୋଜନା ଭାବେ ନାମିତ କରିବା କ’ଣ ଭୁଲ୍‌ କି ବୋଲି ସେ ପ୍ରଶ୍ନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥ ସମଗ୍ର ଓଡ଼ିଆ ଜାତିର ପ୍ରାଣ କେନ୍ଦ୍ର ତଥା ‘ଓଡ଼ିଆ ଅସ୍ମିତା’ ଆମର ପରିଚୟ। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ତଥା ଯାତ୍ରୀ ସୁବିଧା ପାଇଁ ଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଁ ୫ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ତଥା ଓଡ଼ିଆ ଅସ୍ମିତା ପାଇଁ ୨ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ନିମନ୍ତେ ଏହି ବଜେଟରେ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଘଟଗାଁ ସ୍ଥିତ ମା’ ତାରିଣୀ ପୀଠର ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି। ପୂର୍ବ ସରକାର କ’ଣ ଏହା କରିପାରି ନ ଥାଆନ୍ତେ। ଏହା ନ କରି ସମାଲୋଚନା କରିବା ହେଉଛି ତାଙ୍କର ଅସହିଷ୍ଣୁତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ସର୍ବବୃହତ୍‌ ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା। କିନ୍ତୁ ପରିତାପର ବିଷୟ ହେଉଛି, ଏ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତକରି ରଖାଯାଉଥିଲା। ଆମ ସରକାର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟର ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରଗୁଡ଼ିକୁ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ନଗଦବିହୀନ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛି। ଆମ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପ୍ରଥମ କ୍ୟାବିନେଟ୍‌ରେ ଆମ ସରକାର ଧାନ କ୍ରୟ ମୂଲ୍ୟ କୁଇଣ୍ଟାଲ ପିଛା ୩୧ ଶହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ଯାହା ବର୍ତ୍ତମାନର ଏମ୍‌ଏସ୍‌ପିଠାରୁ କୁଇଣ୍ଟାଲ ପିଛା ୮ ଶହ ଟଙ୍କା ଅଧିକ ହେବ। ଏଥିଲାଗି ବଜେଟରେ ୫ ହଜାର କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। ଆମର ସଂକଳ୍ପପତ୍ର ଅନୁଯାୟୀ ପ୍ରଥମ କ୍ୟାବିନେଟ୍‌ ବୈଠକରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖାଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ ବ୍ୟୟ ବରାଦ କରାଯିବ।
ନୂଆ ଓଡ଼ିଶା ଗଠନ ନେଇ ଆମ ସରକାର ଯେଉଁ ପ୍ରତିଶ୍ରୁତି ଦେଇଛି ତାହା ନିଶ୍ଚୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ବଜେଟକୁ ଗୃହର ଅନୁମୋଦନ ଦେବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?