ଅଫରକୁ କାହିଁକି ମନା କରିଥିଲେ ପ୍ରୀତି

ପ୍ରୀତି ଜିଣ୍ଟା ଅବଶ୍ୟ ବେଶ୍‌ କିଛି ବର୍ଷ ହେଲାଣି ଅଭିନୟରୁ ପ୍ରାୟ ସନ୍ନ୍ୟାସ ନେଇସାରିଲେଣି। ହେଲେ ତାଙ୍କ ଅଭିନୟ ଜୀବନରେ ଅନେକ କିଛି ଘଟଣା ଘଟିଛି। ୧୯୯୮ରେ ସେ ମଣି ରତ୍ନମଙ୍କ ନିର୍ଦ୍ଦେଶତ ‘ଦିଲ୍‌ ସେ’ରେ ସପୋର୍ଟିଂ ରୋଲ୍‌ରୁ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ତା’ପରେ ସେ ବେଶ୍‌ କେତୋଟି ହିଟ୍‌ ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି। ଏପରି କି ପ୍ରଥମ ସିନେମା ପାଇଁ ଶ୍ରେଷ୍ଠ ନବାଗତା ଭାବରେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ଠିକ୍‌ ତାହାର ପରବର୍ଷ ଏହି ଫିଲ୍ମଟିକୁ ତେଲୁଗୁ ଭାଷାରେ ଡବିଂ କରାଯାଇଥିଲା ଯାହାର ଟାଇଟଲ ଥିଲା ‘ରାଜା କୁମାରୁଡୁ’। ଏହାପରେ ତାଙ୍କୁ କେତୋଟି ତେଲୁଗୁ ଏପରି କି ତାମିଲ ଫିଲ୍ମରେ ଅଭିନୟ କରିବାକୁ ଅଫର ମିଳିଥିଲା। କିନ୍ତୁ ସେ ନମ୍ରତାର ସହ ମନା କରିଦେଇଥିଲେ। ଏଭଳି ସୁଯୋଗକୁ ହାତଛଡା କରିବା ପଛରେ କି କାରଣ ଥିଲା ସେ ନେଇ ପ୍ରୀତି କହନ୍ତି, ”ଯେଉଁ ଭାଷା ଉପରେ ମୋର ଦକ୍ଷତା ଅଛି ସେହି ଫିଲ୍ମରେ ମୁଁ ଅଭିନୟ କରିବି ବୋଲି ସ୍ଥିର କରିଥିଲି। ତେଣୁ ସେହି ସମୟରେ ମୋତେ ଅନେକ ପ୍ରାନ୍ତୀୟ ଫିଲ୍ମରେ ଆକ୍ଟିଂ କରିବାକୁ ଅଫର ମିଳିଥିଲେ ବି ସେଗୁଡ଼ିକୁ ମୁଁ ଗ୍ରହଣ କରି ନ ଥିଲି।“ ପ୍ରୀତି ଅଭିନୟ କରିଥିବା ପ୍ରମୁଖ ହିନ୍ଦୀ ସିନେମା ମଧ୍ୟରେ ରହିଛି- ‘ସୋଲଜର’, ‘ସଂଘର୍ଷ’, ‘କ୍ୟା କହନା’, ‘ମିଶନ କାଶ୍ମୀର’, ‘ଦିଲ୍‌ ଚାହତା ହେ’, ‘କୋଇ ମିଲ ଗୟା’, ‘କଲ୍‌ ହୋ ନା ହୋ’, ‘ବୀର ଜରା’, ‘କ୍ରିସ’ ଆଦି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri