ଜେନାପୁର ଉଚ୍ଚ ବିଦ୍ୟାଳୟ: ଶିକ୍ଷକ ଅଭାବରୁ ପଢ଼ା ବାଧାପ୍ରାପ୍ତ

ଜେନାପୁର,୧୨ା୧୧(ଅଶୋକ ଦାସ):ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ସୁଦ୍ଧା ଏବେ ବି ବହୁ ସ୍ଥାନରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଶିକ୍ଷାଦାନ ପ୍ରଭାବିତ ହେଉଛି। କେଉଁଠି ଭିତ୍ତିଭୂମି ନାହିଁ ତ’ ଅନ୍ୟ କେଉଁଠି ଶିକ୍ଷକ ଅଭାବ ସମସ୍ୟା ରହୁଛି। ଏହି କ୍ରମରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମେତ ବିଭିନ୍ନ ସମସ୍ୟା ଲାଗିରହିଛି, ଫଳରେ ପିଲାମାନଙ୍କ ପାଠପଢ଼ାରେ ବହୁ ଅସୁବିଧା ଦେଖା ଦେଉଛି।
୧୯୫୯ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପୂର୍ୱରୁ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏ ଥିଲା। ୨୮ା୯ା୨୦୧୮ରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ହାଇସ୍କୁଲରେ ସାମିଲ ହେବା ସହିତ ୨୦୨୫-୨୬ ଶିକ୍ଷାବର୍ଷରେ ଶିଶୁ ବାଟିକା ସାମିଲ ହୋଇଥିଲା। ଏବେ ଏଠାରେ ଶିଶୁବାଟିକାଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୧ଟି ଶ୍ରେଣୀରେ ୫୭୪ଜଣ ପିଲା ପାଠ ପଢ଼ୁଛନ୍ତି। ସେଥିମଧ୍ୟରୁ କେବଳ ନବମରେ ୧୧୮, ୧୦ମ ଶ୍ରେଣୀରେ ୧୨୭ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ୧୪ଜଣ ଶିକ୍ଷକ ଥିବାବେଳେ ହିନ୍ଦୀ ଶିକ୍ଷକ, ଖେଳ ଶିକ୍ଷକ, କମ୍ପ୍ୟୁଟର ଶିକ୍ଷକ ପଦ ଖାଲିପଡ଼ିଛି। ସ୍କାଉଟ୍‌ ଦାୟିତ୍ୱରେ ଥିବା ଟିଜିଟି ଇତିହାସ ଶିକ୍ଷକଙ୍କୁ ଡେପୁଟେଶନରେ ଧର୍ମଶାଳା ବାଣିପୀଠକୁ ନିଆଯାଇଛି। ଏସବୁକୁ ଦେଖିଲେ ଏଠାରେ ଛାତ୍ରୀଛାତ୍ରଙ୍କ ସ୍କାଉଟ, ଲାଇବ୍ରେରି, ଶାରୀରିକ ଶିକ୍ଷା ସହ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ସ୍କୁଲରେ ଶ୍ରେଣୀ ଅନୁସାରେ ଆବଶ୍ୟକ କୋଠରି ଥିବାବେଳେ ପାନୀୟ ଜଳର ସୁବ୍ୟବସ୍ଥା ରହିଛି। ହେଲେ ମଧ୍ୟାହ୍ନଭୋଜନ ପାଇଁ ରୋଷେଇ ଘର ନାହିଁ। ପୁରୁଣା ପରିତ୍ୟକ୍ତ ଶ୍ରେଣୀଗୃହରେ ରୋଷେଇ ହେଉଛି। ପିଲାମାନେ ବାରଣ୍ଡାରେ ବସି ଭୋଜନ କରୁଛନ୍ତି। ପାଚେରି ରହିଛି, ହେଲେ ଏହାର ଉଚ୍ଚତା କମ୍‌ ରହିଥିବାରୁ ସ୍କୁଲ ମଧ୍ୟକୁ ବୁଲାଗୋରୁ ଓ ଅସାମାଜିକ ବ୍ୟକ୍ତି ପଶି ପରିବେଶକୁ କଳୁଷିତ କରୁଛନ୍ତି। ବିଦ୍ୟାଳୟ ପରିସରରେ ନିର୍ମିତ ଶିଶୁ ଉଦ୍ୟାନର ଉନ୍ନତୀକରଣ କରାଯାଉ ନାହିଁ। ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ଅନୁଯାୟୀ ଶୌଚାଳୟ ନାହିଁ। ଫଳରେ ପିଲାମାନଙ୍କୁ ଖାଇବା ବିରତି(ରିସେସ୍‌) ସମୟରେ ଶୌଚ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ସେହିପରି ପିଲାଙ୍କ ଖେଳକୁଦ ପାଇଁ ଖେଳପଡ଼ିଆ ଏକାନ୍ତ ଅପରିହାର୍ଯ୍ୟ ହୋଇଥିଲେ ହେଁ ଏଠାରେ ଥିବା ଖେଳପଡ଼ିଆର ଆବଶ୍ୟକ ରକ୍ଷଣାବେକ୍ଷଣ କରାଯାଉନାହିଁ।
ଏ ନେଇ ପଞ୍ଚସଖା ଶିକ୍ଷାସେତୁ ସଭାପତି ପ୍ରଫୁଲ୍ଲ ଦାସଙ୍କୁ ପଚାରିବାରୁ ଶିକ୍ଷାନୁଷ୍ଠାନର ବହୁବିଧ ସମସ୍ୟା ସମ୍ପର୍କରେ ଅନେକବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ପ୍ରତିଶ୍ରୁତି ମିଳୁଛି ହେଲେ କୌଣସି ସୁଫଳ ମିଳୁନାହିଁ ବୋଲି ସେ କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାସ ସାମଲଙ୍କୁ ପଚାରିବାରୁ ୬୭ବର୍ଷର ଏହି ଶିକ୍ଷାନୁଷ୍ଠାନର ସମସ୍ୟା ସମାଧାନ ଦିଗରେ କେହି ଆନ୍ତରିକତା ଦେଖାଉ ନାହାନ୍ତି। ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ନ ହେବାରୁ ପିଲାଙ୍କ ପାଠପଢ଼ା ଗୁରୁତରଭାବେ ବାଧାପ୍ରାପ୍ତ ହେଉଛି। ୫-ଟି ଯୋଜନାରେ ସ୍କୁଲକୁ ଯୋଗାଇ ଦିଆଯାଇଥିବା ସ୍ମାର୍ଟବୋର୍ଡ ଅଚଳ ହୋଇପଡ଼ିଛି। ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଅବିଳମ୍ୱେ ଏଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଏନେଇ ପୂର୍ୱତନ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ସ୍ୱାଇଁଙ୍କୁ ପଚାରିବାରୁ ୫-ଟି ଯୋଜନାରେ ସ୍କୁଲକୁ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ ଆସିଥିଲା। ସେଥିରେ ସ୍କୁଲ କୋଠାଗୁଡ଼ିକର ମରାମତି ସହ ରଙ୍ଗ ଦିଆଯାଇଥିଲା। ଏଥିସହିତ ପୁରୁଣା ଅଟ୍ଟାଳିକାକୁ ଉନ୍ନତୀକରଣ କରାଯାଇ ୨ଟି ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରି, ଲାବରେଟୋରି କରାଯାଇଛି। ସ୍କୁଲ ପରିସର ରାସ୍ତା, ବଗିଚା, ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି। ସେହିପରି ମୋ ସ୍କୁଲ ଅଭିଯାନର ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ୨ଟି ସ୍ମାର୍ଟ ଶ୍ରେଣୀଗୃହ, ୪ଟି ଶୌଚାଳୟ, ସାଇକେଲ ଷ୍ଟାଣ୍ଡ, ଖୋଲା ଅଡିଟୋରିୟମ, ବଗିଚା କରାଯାଇଛି ବୋଲି କହିଛନ୍ତି। ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ନାୟକ କହିଛନ୍ତି, ସେ ଏଠାରେ ନୂତନ ଭାବେ ଯୋଗଦେଇଛନ୍ତି। ଉନ୍ନତ ଶିକ୍ଷାଦାନ ଓ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉଛି। ଏଥିସହିତ ଆବଶ୍ୟକ ଆଉ ୭ ଶିକ୍ଷକ ପଦବୀ ପୂରଣ ହେଲେ ଛାତ୍ରୀଛାତ୍ରଙ୍କ ପାଠ ପଢ଼ାରେ କୌଣସି ଅସୁବିଧା ହେବନାହିଁ ବୋଲି ନାୟକ କହିଛନ୍ତି। ଏ ସଂକ୍ରାନ୍ତରେ ବିଇଓ ଅଭୟ କୁମାର ବେହେରାଙ୍କୁ ପଚାରିବାରୁ ସ୍କୁଲ ସମସ୍ୟା ବିଷୟରେ ଅବଗତ ଅଛି। ଶିକ୍ଷକ ନିଯୁକ୍ତି ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛି। ଖୁବ୍‌ଶୀଘ୍ର ନିଯୁକ୍ତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣରେ ପ୍ରଳୟର ବନ୍ୟା

ବିଭିନ୍ନ ପୌରାଣିକ ଗ୍ରନ୍ଥରେ ବନ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି। ଏଗୁଡ଼ିକୁ ପ୍ରଳୟକୈନ୍ଦ୍ରିକ ଭାବେ ଦର୍ଶାଯାଇଛି। ବାଇବେଲ (ଖ୍ରୀଷ୍ଟପୂର୍ୱ ୫୦୦)ରେ ନୋଆ ଏବଂ ମହାବନ୍ୟା ବା ମହାପ୍ରଳୟର କାହାଣୀ…

ବାଣ ପ୍ରଦୂଷଣ ପାଇଁ ଚିନ୍ତା ନାହିଁ, ଆପେ କମିଯିବ: ଯୋଗୀ

ଲକ୍ଷ୍ନୌ, ୧୨ା୧୧:ଦୀପାବଳି ପରେ ବୃଦ୍ଧି ପାଇଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର…

ପ୍ରେସର କୁକରରେ ସିଝିଲାନି ଭାତ, ଡାଲି: ୧୬,୭୫୫ ଟଙ୍କା ଦେଲା କମ୍ପାନୀ

ବିଶାଖାପାଟଣା,୧୨।୧୧: ନିର୍ଦ୍ଧାରିତ ୩ରୁ ୪ଟି ସିଟି ବାଜିବା ପରେ ମଧ୍ୟ ପ୍ରେସର କୁକରରେ ଭାତ ଓ ଡାଲି ଠିକ୍‌ ଭାବରେ ନ ସିଝିବା କମ୍ପାନୀ ଓ ଦୋକାନୀଙ୍କୁ…

ଚାଇନା ଗବେଷକ ସୃଷ୍ଟିକଲେ ବିଶ୍ୱର ସବୁଠୁ ଶୀତଳ ତାପମାତ୍ରା

ବେଜିଂ, ୧୨ା୧୧: ବ୍ରହ୍ମାଣ୍ଡର ପ୍ରାକୃତିକ ପୃଷ୍ଠଭୂମି ତାପମାତ୍ରା ପ୍ରାୟ ୨.୭ କେଲଭିନ (-୨୭୦.୪୫ ଡିଗ୍ରୀ ସେଲ୍‌ସିୟସ୍‌) ଥିବାବେଳେ, ଚାଇନାର ମହାକାଶ ଗବେଷକମାନେ ଏହା ତୁଳନାରେ ପ୍ରାୟ ୨୮୦…

ଆଜିଠୁ ଅମୁଲ, ମଦର ଡେରୀ କ୍ଷୀର ମହଙ୍ଗା

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ଅମୁଲ ଏବଂ ମଦର ଡେରୀ ଗୁରୁବାରଠାରୁ କ୍ଷୀର ଦର ଲିଟର ପ୍ରତି ୨ରୁ ୪ ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀଙ୍କଠାରୁ ଅଧିକ…

ସ୍ୱଚ୍ଛତା: ପୁରୀ, ଭୁବନେଶ୍ୱର, ଆସିକାକୁ ଜାତୀୟ ସ୍ୱୀକୃତି

ଭୁବନେଶ୍ୱର, ୧୨ା୧୧ (ରବିନାରାୟଣ ଜେନା):ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୁସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ସ୍ୱଚ୍ଛ ସର୍ୱେକ୍ଷଣ…

ସମ୍ୱଲପୁରରେ କୃଷକଙ୍କ ବିଶାଳ ବିକ୍ଷୋଭ ସମାବେଶ

ସମ୍ୱଲପୁର,୧୨ା୧୧(ପ୍ରମୋଦ ବହିଦାର): ଚାଷୀଙ୍କ ସମସ୍ୟା ସମାଧାନ ନ ହେଲେ ଗଁା ଗଁାରେ ହେବ ଆନ୍ଦୋଳନ। ମଣ୍ଡିରେ ପଡ଼ିବ ତାଲା ଏବଂ କୌଣସି ଜନ ପ୍ରତିନିଧିଙ୍କୁ ଗଁାକୁ ପୂରାଇ…

ଜମ୍ମୁ-କାଶ୍ମୀରରେ କୁଲଗାମ ପରେ କିଶ୍ୱାଡ଼ରେ ଆତଙ୍କୀ ଆକ୍ରମଣ ଆଶଙ୍କା: ଦୁଇ SPO ଯବାନ ନିଖୋଜ, ହାଇଆଲର୍ଟ

ଶ୍ରୀନଗର,୧୧ା୧୧: : ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏବେ କିଶ୍ୱାଡ଼ ଜିଲାରେ ଉତ୍ତେଜନା ପ୍ରକାଶ ପାଇଛି। କିଶ୍ୱାଡ଼ର ମାରୱାହ ସ୍ଥିତ ଦେହରନା ଜଙ୍ଗଲ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?