ସ୍ୱଚ୍ଛତା: ପୁରୀ, ଭୁବନେଶ୍ୱର, ଆସିକାକୁ ଜାତୀୟ ସ୍ୱୀକୃତି

ଭୁବନେଶ୍ୱର, ୧୨ା୧୧ (ରବିନାରାୟଣ ଜେନା):ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୁସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ସ୍ୱଚ୍ଛ ସର୍ୱେକ୍ଷଣ ପୁରସ୍କାର ୨୦୨୫-୨୬ରେ ଓଡ଼ିଶାକୁ ୩ଟି ସମ୍ମାନ ମିଳିଛି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ବୁଧବାର ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଜାତୀୟସ୍ତରରେ ପ୍ରଶଂସିତ ହେଉଥିବାବେଳେ ସ୍ୱଚ୍ଛତା ପାଇଁ
ଏହି ସଫଳତାରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ପ୍ରଥମ ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱରକୁ ସ୍ୱୀକୃତି ମିଳିଛି। ସେହିପରି ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବର୍ଗର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ମଧ୍ୟରେ ଆସିକା ପୌରପାଳିକା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ସଫଳତା ରାଜ୍ୟର ସହର ଓ ନଗରଗୁଡ଼ିକରେ ସ୍ୱଚ୍ଛତା, ଉନ୍ନତ ପରିମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁର ସୁପରିଚାଳନା ଏବଂ ଜନସାଧାରଣଙ୍କ ସକ୍ରିୟ ସହଭାଗିତାର ପ୍ରତିଫଳନ ବୋଲି ମନ୍ତ୍ରୀ ମହାପାତ୍ର କହିଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି, ଏହି ଜାତୀୟ ସ୍ୱୀକୃତି ଓଡ଼ିଶାର ସ୍ୱଚ୍ଛ, ସୁସ୍ଥ ଓ ବାସଯୋଗ୍ୟ ସହର ଗଠନ ଦିଗରେ ନିରନ୍ତର ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଏଥିସହ ରାଜ୍ୟ ସରକାର, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ସଫେଇ କର୍ମଚାରୀ ଓ ନାଗରିକମାନଙ୍କର ସମ୍ମିଳିତ ପ୍ରୟାସକୁ ମଧ୍ୟ ଏହା ସ୍ୱୀକୃତି ପ୍ରଦାନ କରିଛି। ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ନାଗରିକଙ୍କ ସହଭାଗିତା ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି ଦିଗରେ ଏହି ପ୍ରୟାସ ଗୁରୁତ୍ୱ ବହନ କରୁଛି। ସ୍ୱଚ୍ଛ ଭାରତ ମିଶନ୍‌-ସହରାଞ୍ଚଳ ଅଧୀନରେ ଆୟୋଜିତ ସ୍ୱଚ୍ଛ ସର୍ୱେକ୍ଷଣ ପୁରସ୍କାର ୨୦୨୫-୨୬ ହେଉଛି ଏହାର ଦଶମ ସଂସ୍କରଣ। ଏହା ବିଶ୍ୱର ସର୍ୱବୃହତ୍‌ ସହରାଞ୍ଚଳ ସ୍ୱଚ୍ଛତା ଓ ପରିମଳ ମୂଲ୍ୟାୟନ କାର୍ଯ୍ୟକ୍ରମ ଭାବେ ପରିଚିତ।
ଏହି ପୁରସ୍କାର ସମାରୋହରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର, ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁଙ୍କ ସହ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କମିଶନର ଚଞ୍ଚଳ ରାଣା ଓ ପୁରୀ ମହାନଗର ନିଗମ ଏବଂ ଆସିକା ପୌରପାଳିକାର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣରେ ପ୍ରଳୟର ବନ୍ୟା

ବିଭିନ୍ନ ପୌରାଣିକ ଗ୍ରନ୍ଥରେ ବନ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି। ଏଗୁଡ଼ିକୁ ପ୍ରଳୟକୈନ୍ଦ୍ରିକ ଭାବେ ଦର୍ଶାଯାଇଛି। ବାଇବେଲ (ଖ୍ରୀଷ୍ଟପୂର୍ୱ ୫୦୦)ରେ ନୋଆ ଏବଂ ମହାବନ୍ୟା ବା ମହାପ୍ରଳୟର କାହାଣୀ…

ବାଣ ପ୍ରଦୂଷଣ ପାଇଁ ଚିନ୍ତା ନାହିଁ, ଆପେ କମିଯିବ: ଯୋଗୀ

ଲକ୍ଷ୍ନୌ, ୧୨ା୧୧:ଦୀପାବଳି ପରେ ବୃଦ୍ଧି ପାଇଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର…

ପ୍ରେସର କୁକରରେ ସିଝିଲାନି ଭାତ, ଡାଲି: ୧୬,୭୫୫ ଟଙ୍କା ଦେଲା କମ୍ପାନୀ

ବିଶାଖାପାଟଣା,୧୨।୧୧: ନିର୍ଦ୍ଧାରିତ ୩ରୁ ୪ଟି ସିଟି ବାଜିବା ପରେ ମଧ୍ୟ ପ୍ରେସର କୁକରରେ ଭାତ ଓ ଡାଲି ଠିକ୍‌ ଭାବରେ ନ ସିଝିବା କମ୍ପାନୀ ଓ ଦୋକାନୀଙ୍କୁ…

ଚାଇନା ଗବେଷକ ସୃଷ୍ଟିକଲେ ବିଶ୍ୱର ସବୁଠୁ ଶୀତଳ ତାପମାତ୍ରା

ବେଜିଂ, ୧୨ା୧୧: ବ୍ରହ୍ମାଣ୍ଡର ପ୍ରାକୃତିକ ପୃଷ୍ଠଭୂମି ତାପମାତ୍ରା ପ୍ରାୟ ୨.୭ କେଲଭିନ (-୨୭୦.୪୫ ଡିଗ୍ରୀ ସେଲ୍‌ସିୟସ୍‌) ଥିବାବେଳେ, ଚାଇନାର ମହାକାଶ ଗବେଷକମାନେ ଏହା ତୁଳନାରେ ପ୍ରାୟ ୨୮୦…

ଆଜିଠୁ ଅମୁଲ, ମଦର ଡେରୀ କ୍ଷୀର ମହଙ୍ଗା

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ଅମୁଲ ଏବଂ ମଦର ଡେରୀ ଗୁରୁବାରଠାରୁ କ୍ଷୀର ଦର ଲିଟର ପ୍ରତି ୨ରୁ ୪ ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀଙ୍କଠାରୁ ଅଧିକ…

ଜେନାପୁର ଉଚ୍ଚ ବିଦ୍ୟାଳୟ: ଶିକ୍ଷକ ଅଭାବରୁ ପଢ଼ା ବାଧାପ୍ରାପ୍ତ

ଜେନାପୁର,୧୨ା୧୧(ଅଶୋକ ଦାସ):ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ସୁଦ୍ଧା ଏବେ ବି ବହୁ ସ୍ଥାନରେ…

ସମ୍ୱଲପୁରରେ କୃଷକଙ୍କ ବିଶାଳ ବିକ୍ଷୋଭ ସମାବେଶ

ସମ୍ୱଲପୁର,୧୨ା୧୧(ପ୍ରମୋଦ ବହିଦାର): ଚାଷୀଙ୍କ ସମସ୍ୟା ସମାଧାନ ନ ହେଲେ ଗଁା ଗଁାରେ ହେବ ଆନ୍ଦୋଳନ। ମଣ୍ଡିରେ ପଡ଼ିବ ତାଲା ଏବଂ କୌଣସି ଜନ ପ୍ରତିନିଧିଙ୍କୁ ଗଁାକୁ ପୂରାଇ…

ଜମ୍ମୁ-କାଶ୍ମୀରରେ କୁଲଗାମ ପରେ କିଶ୍ୱାଡ଼ରେ ଆତଙ୍କୀ ଆକ୍ରମଣ ଆଶଙ୍କା: ଦୁଇ SPO ଯବାନ ନିଖୋଜ, ହାଇଆଲର୍ଟ

ଶ୍ରୀନଗର,୧୧ା୧୧: : ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏବେ କିଶ୍ୱାଡ଼ ଜିଲାରେ ଉତ୍ତେଜନା ପ୍ରକାଶ ପାଇଛି। କିଶ୍ୱାଡ଼ର ମାରୱାହ ସ୍ଥିତ ଦେହରନା ଜଙ୍ଗଲ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?