ଚାଇନା ଗବେଷକ ସୃଷ୍ଟିକଲେ ବିଶ୍ୱର ସବୁଠୁ ଶୀତଳ ତାପମାତ୍ରା

ବେଜିଂ, ୧୨ା୧୧: ବ୍ରହ୍ମାଣ୍ଡର ପ୍ରାକୃତିକ ପୃଷ୍ଠଭୂମି ତାପମାତ୍ରା ପ୍ରାୟ ୨.୭ କେଲଭିନ (-୨୭୦.୪୫ ଡିଗ୍ରୀ ସେଲ୍‌ସିୟସ୍‌) ଥିବାବେଳେ, ଚାଇନାର ମହାକାଶ ଗବେଷକମାନେ ଏହା ତୁଳନାରେ ପ୍ରାୟ ୨୮୦ ବିଲିୟନ (୨୮,୦୦୦ କୋଟି) ଗୁଣ ଅଧିକ ଶୀତଳ ତାପମାତ୍ରା ସୃଷ୍ଟି କରି ବିଜ୍ଞାନ ଜଗତରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ମହାକାଶସ୍ଥିତ ଚାଇନାର ‘ତିଆଙ୍ଗୋଙ୍ଗ’ ସ୍ପେସ୍‌ ଷ୍ଟେଶନରେ କରାଯାଇଥିବା ଏହି ପରୀକ୍ଷାରେ ବୈଜ୍ଞାନିକମାନେ ୯.୭ ପିକୋକେଲ୍‌ଭିନ (pK) ବା ୦.୦୦୦୦୦୦୦୦୦୦୦୯୭ କେଲ୍‌ଭିନ ତାପମାତ୍ରା ହାସଲ କରିଛନ୍ତି, ଯାହାକି ମାନବ ଇତିହାସରେ ଏଯାଏ ମପାଯାଇଥିବା ସର୍ୱନିମ୍ନ ତାପମାତ୍ରା। ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ‘ସାଇନ୍ସ’ରେ ଏହି ଗବେଷଣା ପ୍ରକାଶ ପାଇଛି।
ଏହି ଅଭୂତପୂର୍ୱ ପରୀକ୍ଷାରେ ପଦାର୍ଥର ପଞ୍ଚମ ଅବସ୍ଥା ଭାବେ ପରିଚିତ ‘ବୋଷ-ଆଇନଷ୍ଟାଇନ କଣ୍ଡେନସେଟ’ (ବିଇସି) ସୃଷ୍ଟି କରାଯାଇଥିଲା, ଯେଉଁଥିରେ ପରମାଣୁଗୁଡ଼ିକୁ ପରମ ଶୂନ୍ୟ ତାପମାତ୍ରା ନିକଟକୁ ଥଣ୍ଡା କରାଯିବା ଦ୍ୱାରା ସେଗୁଡ଼ିକ ଏକକ କ୍ୱାଣ୍ଟମ ତରଙ୍ଗ ଭାବେ କାର୍ଯ୍ୟ କରିଥାନ୍ତି। ପେକିଂ ବିଶ୍ୱବିଦ୍ୟାଳୟ ଏବଂ ଚାଇନିଜ ଏକାଡେମୀ ଅଫ୍‌ ସାଇନ୍ସେସ୍‌ର ଗବେଷକମାନେ (କ୍ଷୋଜି ଝୋଉ, ଜୁଜୋଙ୍ଗ ଚେନ ଏବଂ ୱେବିଆଓ ଚେନ) ଏଥିପାଇଁ ରୁବିଡିୟମ-୮୭ର ୨୦,୦୦୦ ପରମାଣୁ ବ୍ୟବହାର କରିଥିଲେ। ପୃଥିବୀ ପୃଷ୍ଠରେ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଅତିଶୀତଳ ପରମାଣୁଗୁଡ଼ିକୁ ସ୍ଥିର ରଖିବା କଷ୍ଟକର ହେଉଥିବାରୁ ଗବେଷକମାନେ ମହାକାଶର ମାଇକ୍ରୋଗ୍ରାଭିଟି ପରିବେଶକୁ ବାଛିଥିଲେ। ମହାକାଶରେ ପ୍ରାକୃତିକ ମାଧ୍ୟାକର୍ଷଣର ଅଭାବକୁ ଦୂରକରିବା ପାଇଁ ଅତିଶକ୍ତିଶାଳୀ ଚୁମ୍ୱକୀୟ କ୍ଷେତ୍ର ପ୍ରୟୋଗ କରାଯିବା ସହ ଲେଜର ଟ୍ରାପ୍‌ ଏବଂ ବାଷ୍ପୀଭୂତ ଶୀତଳୀକରଣ ପ୍ରଣାଳୀ ଦ୍ୱାରା ପରମାଣୁଗୁଡ଼ିକୁ ଅତି ନିମ୍ନ ତାପମାତ୍ରାକୁ ଅଣାଯାଇଥିଲା ଏବଂ ଏହି ସମ୍ପ୍ରସାରିତ ପରମାଣୁ ପୁଞ୍ଜକୁ ବୈଜ୍ଞାନିକମାନେ ୭ ସେକେଣ୍ଡ ପର୍ଯ୍ୟନ୍ତ ନିରୀକ୍ଷଣ କରିବାରେ ସଫଳ ହୋଇଥିଲେ।
ଏହି ଅଭୂତପୂର୍ୱ ସଫଳତା କେବଳ ଏକ ତାପମାତ୍ରା ରେକର୍ଡ ନୁହେଁ, ବରଂ ଏହା ଭବିଷ୍ୟତର ମହାକାଶ ଅନୁସନ୍ଧାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାଧିତ ହେବ; ଯେଉଁଥିରେ ପରମାଣୁର ତରଙ୍ଗ ପ୍ରକୃତିକୁ ବ୍ୟବହାରକରି ପରିବେଶରେ ଘଟୁଥିବା ଅତିସୂକ୍ଷ୍ମ ପରିବର୍ତ୍ତନଗୁଡ଼ିକୁ ମାପ କରିବା ପାଇଁ ଆଟମ ଇଣ୍ଟରଫେରୋମେଟ୍ରିର ସହାୟତା ନିଆଯିବ। ମାଧ୍ୟାକର୍ଷଣର ସମାନତା ନୀତି ଏବଂ ବ୍ରହ୍ମାଣ୍ଡର ମୌଳିକ ନିୟମଗୁଡ଼ିକୁ ଅଧିକ ସଠିକତା ସହ ପରୀକ୍ଷା କରିବାକୁ ମୌଳିକ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏହା ପ୍ରୟୋଗ ହେବ ଏବଂ ପୃଥିବୀର ପରୀକ୍ଷାଗାରରେ ସହଜରେ ଅଧ୍ୟୟନ କରାଯାଇପାରୁ ନ ଥିବା ବିଭିନ୍ନ ଅଦ୍ଭୁତ କ୍ୱାଣ୍ଟମ୍‌ ଅବସ୍ଥା ଏବଂ ପଦାର୍ଥର ଗଠନକୁ ମହାକାଶରେ ସହଜରେ ବୁଝିବା ପାଇଁ କ୍ୱାଣ୍ଟମ୍‌ ସିମୁଲେଶନ କାର୍ଯ୍ୟକାରୀ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣରେ ପ୍ରଳୟର ବନ୍ୟା

ବିଭିନ୍ନ ପୌରାଣିକ ଗ୍ରନ୍ଥରେ ବନ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି। ଏଗୁଡ଼ିକୁ ପ୍ରଳୟକୈନ୍ଦ୍ରିକ ଭାବେ ଦର୍ଶାଯାଇଛି। ବାଇବେଲ (ଖ୍ରୀଷ୍ଟପୂର୍ୱ ୫୦୦)ରେ ନୋଆ ଏବଂ ମହାବନ୍ୟା ବା ମହାପ୍ରଳୟର କାହାଣୀ…

ବାଣ ପ୍ରଦୂଷଣ ପାଇଁ ଚିନ୍ତା ନାହିଁ, ଆପେ କମିଯିବ: ଯୋଗୀ

ଲକ୍ଷ୍ନୌ, ୧୨ା୧୧:ଦୀପାବଳି ପରେ ବୃଦ୍ଧି ପାଇଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର…

ପ୍ରେସର କୁକରରେ ସିଝିଲାନି ଭାତ, ଡାଲି: ୧୬,୭୫୫ ଟଙ୍କା ଦେଲା କମ୍ପାନୀ

ବିଶାଖାପାଟଣା,୧୨।୧୧: ନିର୍ଦ୍ଧାରିତ ୩ରୁ ୪ଟି ସିଟି ବାଜିବା ପରେ ମଧ୍ୟ ପ୍ରେସର କୁକରରେ ଭାତ ଓ ଡାଲି ଠିକ୍‌ ଭାବରେ ନ ସିଝିବା କମ୍ପାନୀ ଓ ଦୋକାନୀଙ୍କୁ…

ନେପାଳରେ ଭୂକମ୍ପର ପ୍ରଚଣ୍ଡ ଝଟ୍‌କା! ରିକ୍ଟର ସ୍କେଲରେ ତୀବ୍ରତା ୪.୯

ନୂଆଦିଲ୍ଲୀ,୧୨।୧୧: ଆଜି ସକାଳେ ଭାରତର ପଡ଼ୋଶୀ ଦେଶ ନେପାଳରେ ଭୂକମ୍ପ ଅନୁଭୂତ ହୋଇଛି, ଯାହାଫଳରେ ପ୍ରଚ଼ଣ୍ଡ ଝଟକାରେ ପୃଥିବୀ ଥରି ଉଠିଛି। ଲୋକଙ୍କ ମଧ୍ୟରେ ମଧ୍ୟ ଆତଙ୍କର…

ଆଜିଠୁ ଅମୁଲ, ମଦର ଡେରୀ କ୍ଷୀର ମହଙ୍ଗା

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ଅମୁଲ ଏବଂ ମଦର ଡେରୀ ଗୁରୁବାରଠାରୁ କ୍ଷୀର ଦର ଲିଟର ପ୍ରତି ୨ରୁ ୪ ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀଙ୍କଠାରୁ ଅଧିକ…

ସ୍ୱଚ୍ଛତା: ପୁରୀ, ଭୁବନେଶ୍ୱର, ଆସିକାକୁ ଜାତୀୟ ସ୍ୱୀକୃତି

ଭୁବନେଶ୍ୱର, ୧୨ା୧୧ (ରବିନାରାୟଣ ଜେନା):ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୁସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ସ୍ୱଚ୍ଛ ସର୍ୱେକ୍ଷଣ…

ଜେନାପୁର ଉଚ୍ଚ ବିଦ୍ୟାଳୟ: ଶିକ୍ଷକ ଅଭାବରୁ ପଢ଼ା ବାଧାପ୍ରାପ୍ତ

ଜେନାପୁର,୧୨ା୧୧(ଅଶୋକ ଦାସ):ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ସୁଦ୍ଧା ଏବେ ବି ବହୁ ସ୍ଥାନରେ…

ଜମ୍ମୁ-କାଶ୍ମୀରରେ କୁଲଗାମ ପରେ କିଶ୍ୱାଡ଼ରେ ଆତଙ୍କୀ ଆକ୍ରମଣ ଆଶଙ୍କା: ଦୁଇ SPO ଯବାନ ନିଖୋଜ, ହାଇଆଲର୍ଟ

ଶ୍ରୀନଗର,୧୧ା୧୧: : ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏବେ କିଶ୍ୱାଡ଼ ଜିଲାରେ ଉତ୍ତେଜନା ପ୍ରକାଶ ପାଇଛି। କିଶ୍ୱାଡ଼ର ମାରୱାହ ସ୍ଥିତ ଦେହରନା ଜଙ୍ଗଲ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?