Posted inଖେଳ

ICCର ଟେଷ୍ଟ ରାଙ୍କିଂ ଜାରି; ଟପ୍‌-୧୦ରେ ୨ ଭାରତୀୟ ଖେଳାଳି, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୧୧।୧୧: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ବୁଧବାର ଟେଷ୍ଟ କ୍ରିକେଟ୍‌ର ସଦ୍ୟତମ ଖେଳାଳି ରାଙ୍କିଂ ଜାରି କରିଛି । ଏହି ରାଙ୍କିଂର ଟପ୍‌-୧୦ ବ୍ୟାଟରଙ୍କ ତାଲିକାରେ ଦୁଇ ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ୱିକେଟ୍‌କିପର ବ୍ୟାଟର ଋଷଭ ପନ୍ତ ଓ ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ଟପ୍‌-୧୦ରେ ରହିଛନ୍ତି । ତେବେ ଟପ୍‌-୫ରେ କୌଣସି ଭାରତୀୟ ବ୍ୟାଟର ସ୍ଥାନ ପାଇନାହାନ୍ତି।

ସଦ୍ୟତମ ରାଙ୍କିଂ ଅନୁଯାୟୀ, ୭୧୩ ରେଟିଂ ପଏଣ୍ଟ ସହ ଋଷଭ ପନ୍ତ ଅଷ୍ଟମ ଏବଂ ୬୯୭ ପଏଣ୍ଟ ସହ ଶୁଭମନ ଗିଲ୍‌ ଦଶମ ସ୍ଥାନରେ ରହିଛନ୍ତି। ଉଭୟ ଖେଳାଳି ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସିଛନ୍ତି। ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲ ୧୩ତମ ସ୍ଥାନରେ ଅଛନ୍ତି।ଟେଷ୍ଟ ବ୍ୟାଟର ରାଙ୍କିଂର ପ୍ରଥମ ଦୁଇଟି ସ୍ଥାନରେ ଇଂଲଣ୍ଡର ହ୍ୟାରି ବ୍ରୁକ୍‌ ଓ ଜୋ ରୁଟ୍‌ ରହିଛନ୍ତି। ଏହା ପରେ ଅଷ୍ଟ୍ରେଲିଆର ଟ୍ରାଭିସ୍‌ ହେଡ୍‌, ଦକ୍ଷିଣ ଆଫ୍ରିକାର ଟେମ୍ବା ବାଭୁମା ଓ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଯଥାକ୍ରମେ ସ୍ଥାନ ପାଇଛନ୍ତି।

ଆଫଗାନିସ୍ତାନର ଅଧିନାୟକ ରାହମତ ଶାହ ଆଇସିସି ଟେଷ୍ଟ ରାଙ୍କିଂର ଯେକୌଣସି ବିଭାଗର ଟପ୍‌-୧୦ରେ ସ୍ଥାନ ପାଇବାରେ ଦେଶର ପ୍ରଥମ ଖେଳାଳି ହୋଇଛନ୍ତି । ଶାରଜାହାରେ ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ୧୭୩ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। ଏହାର ଫଳସ୍ୱରୂପ ସେ ୬ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଂ। ୩୩ ବର୍ଷୀୟ ରାହମତ ଏହି ଇନିଂସ ବଳରେ ନିଜ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କରମ ଓ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ୍‌ଙ୍କୁ ପଛରେ ପକାଇଛନ୍ତି।

ଟେଷ୍ଟ ବୋଲରଙ୍କ ରାଙ୍କିଂରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ପଞ୍ଚମ ସ୍ଥାନରେ ନିଜ ସ୍ଥିତି ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ମାର୍କୋ ୟାନସେନ, ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନରୀ ଓ ଇଂଲଣ୍ଡର ଓଲି ରବିନ୍‌ସନ ଟପ୍‌-୫ ବୋଲରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେହିପରି ଟେଷ୍ଟ ଅଲରାଉଣ୍ଡର ରାଙ୍କିଂରେ ମାର୍କୋ ୟାନସେନଙ୍କ ପରେ ଭାରତର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅନ୍ୟ ଭାରତୀୟ ଖେଳାଳି ଭାବେ ୱାଶିଂଟନ ସୁନ୍ଦର ଟପ୍‌-୧୦ରେ ସ୍ଥାନ ପାଇଛନ୍ତି। ସେ ସପ୍ତମ ସ୍ଥାନରେ ଅଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ୱଚ୍ଛତାରେ ଓଡ଼ିଶାକୁ ଜାତୀୟ ସମ୍ମାନ! ସ୍ୱଚ୍ଛ ଉପକୂଳ ସହର ବର୍ଗରେ…

ଭୁବନେଶ୍ୱର,୧୧ା୧୧: ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରୟାସ ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି ଓଡ଼ିଶା ।…

ସୋନିଆଙ୍କ ସହ ଐଶ୍ୱର୍ଯ୍ୟାଙ୍କ ୩୨ ବର୍ଷ ପୁରୁଣା ଭିଡିଓ ଭାଇରାଲ୍‌, ହାତରେ ଫୁଲ ଧରି କରିଥିଲେ….

ନୂଆଦିଲ୍ଲୀ,୧୧।୧୧: ସୋନିଆ ଗାନ୍ଧୀଙ୍କ ଏକ ପୁରୁଣା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ସୋନିଆଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ…

ରୌପ୍ୟ ଜିତି ଓଡ଼ିଶା ଫେରିଲେ ପାୟଲ ନାଗ, ୧୦ ଲକ୍ଷ ଟଙ୍କା ପୁରସ୍କାର ଦେଲା ରାଜ୍ୟ କ୍ରୀଡ଼ା ବିଭାଗ

ଭୁବନେଶ୍ୱର,୧୧।୧୧: ଜାପାନର ନାଗୋୟାଠାରେ ଅନୁଷ୍ଠିତ ଏସିଆନ୍‌ ପାରା ଗେମ୍ସ-୨୦୨୬ର ମହିଳା ଆର୍ଚେରୀ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ ଓଡ଼ିଶାର ପାୟଲ ନାଗ । ସେ ବୁଧବାର…

ଇଂଲଣ୍ଡ ପାଇଁ ବଡ଼ ଝଟକା; ODI-T20 ସିରିଜରୁ ବାଦ୍ ପଡ଼ିଲେ…

ଲଣ୍ଡନ,୧୧।୧୧: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍‌ ଦଳକୁ ଲାଗିଛି ବଡ଼ ଝଟ୍‌କା। ଦଳର ଷ୍ଟାର୍‌ ବ୍ୟାଟର୍‌ ଜାକବ୍‌ ବେଥେଲ୍‌ ଆହତ ହୋଇ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌…

କେଏଲ୍‌ ରାହୁଲଙ୍କ ସ୍ଥାନରେ କିଏ? ଭାରତ ପାଇଁ ୫-୬-୭ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ଜାଣନ୍ତୁ

ନୂଆଦିଲ୍ଲୀ,୧୧ା୧୧: ଭାରତୀୟ ଦିନିକିଆ ଦଳରେ କେଏଲ୍‌ ରାହୁଲଙ୍କ ସ୍ଥାନ ପୂରଣ କରିବା ସହଜ ନୁହେଁ। କାରଣ ସେ କେବଳ ୱିକେଟ୍‌କିପିଂ ନୁହେଁ, ବରଂ ଯେକୌଣସି ବ୍ୟାଟିଂ କ୍ରମରେ…

ଗ୍ରାହକଙ୍କୁ ଡବଲ ଝଟକା! Mother Dairy ପରେ ଲିଟର ପିଛା ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

ନୂଆଦିଲ୍ଲୀ: ଏଣିକି ଚା’ ଓ କଫି ପିଇବା ମଧ୍ୟ ମହଙ୍ଗା ହେବାକୁ ଯାଉଛି । ପ୍ରଥମେ ମଦର ଡେରୀ କ୍ଷୀର ଦର ବୃଦ୍ଧି କରିଥିବା ବେଳେ ଏବେ…

କଟକ ବାଲିଯାତ୍ରା: ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି

କଟକ,୧୧ା୧୧: ଓଡ଼ିଶାର ଐତିହାସିକ ତଥା ଗୌରବମୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ‘କଟକ ବାଲିଯାତ୍ରା’କୁ ନେଇ ଆସିଛି ଏକ ବଡ଼ ଖବର। ଚଳିତ ବର୍ଷର ବାଲିଯାତ୍ରା ଉଦ୍‌ଘାଟନୀ ସମାରୋହରେ…

୨୪ ଘଣ୍ଟାରେ ଲାଇନଚ୍ୟୁତ ହେଲା ୨ ଏକ୍ସପ୍ରେସ, ଆତଙ୍କିତ ଯାତ୍ରୀ

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶର କାନପୁରରେ ବୁଧବାର ଏକ ରେଳ ଦୁର୍ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କାନପୁର ସେଣ୍ଟ୍ରାଲ ଷ୍ଟେସନ୍‌ରୁ ବାହାରିବାର କିଛି ସମୟ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?