ନୂଆଦିଲ୍ଲୀ,୧୧।୧୧: ସୋନିଆ ଗାନ୍ଧୀଙ୍କ ଏକ ପୁରୁଣା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ସୋନିଆଙ୍କ ସହ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ମଧ୍ୟ ନଜର ଆସିଛନ୍ତି । ହାତରେ ଫୁଲତୋଡ଼ା ଧରି ହସ ହସ ମୁହଁରେ ସୋନିଆଙ୍କୁ ଭେଟୁଥିବା ଐଶ୍ୱର୍ଯ୍ୟାଙ୍କ ସରଳ ଅନ୍ଦାଜ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଏହି ଭିଡିଓଟି ପ୍ରାୟ ୩୨ ବର୍ଷ ପୁରୁଣା, ଅର୍ଥାତ୍ ୧୯୯୪ ମସିହାର ।
୧୯୯୪ରେ ଐଶ୍ୱର୍ଯ୍ୟା ମିସ୍ ୱାର୍ଲ୍ଡ ମୁକୁଟ ଜିତିବା ପରେ ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲେ। ଦକ୍ଷିଣ ଆଫ୍ରିକାରେ ଏହି ଖିତାବ ଜିତି ଦେଶକୁ ଫେରିବା ପରେ ସେ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ୍ କରିଥିଲେ। ଭାଇରାଲ୍ ଭିଡିଓରେ ଐଶ୍ୱର୍ଯ୍ୟା ସୋନିଆଙ୍କୁ ଫୁଲତୋଡ଼ା ଦେଉଥିବା ଏବଂ ହସି ହସି ତାଙ୍କ ସହ କଥା ହେଉଥିବା ଦେଖିବାକୁ ମିଳୁଛି।ନଭେମ୍ବର ୧୦ ତାରିଖରେ ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ ପ୍ରକାଶ ପାଇଛି। ଏଥିରେ ସେ ନିଜ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ଅନୁଭୂତି ବିଷୟରେ ଲେଖିଛନ୍ତି। ପୁସ୍ତକ ପ୍ରକାଶ ପରେ ସୋନିଆ ପୁଣି ଚର୍ଚ୍ଚାକୁ ଆସିଥିବା ବେଳେ ଏହି ସମୟରେ ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କର ପୁରୁଣା ଭିଡିଓ ସାମ୍ନାକୁ ଆସିଛି।
୧୯୯୪ରେ ଐଶ୍ୱର୍ଯ୍ୟା ରାୟ ମିସ୍ ୱାର୍ଲ୍ଡ ମୁକୁଟ ଜିତିବାରେ ଦ୍ୱିତୀୟ ଭାରତୀୟ ମହିଳା ହୋଇଥିଲେ । ତାଙ୍କ ପୂର୍ବରୁ ୧୯୬୬ରେ ରୀତା ଫାରିଆ ଏହି ଖିତାବ ଜିତିଥିଲେ।

