Posted inଜାତୀୟ

ଆର୍‌ଏସ୍‌ଏସ୍‌ ସହ ସମ୍ପର୍କ ନା ନିର୍ବାଚନ ପ୍ରଭାବ? ଓଡ଼ିଶାରେ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ କ’ଣ ରହିଛି ଭାଜପାର ରଣନୀତି….

ଭୁବନେଶ୍ୱର,୧୨।୬: ଭାଜପା ପୁଣିଥରେ ଓଡ଼ିଶାରେ ନୂଆ ଚେହେରା ଦେଇ ସମସ୍ତଙ୍କୁ ଚମକାଇଛି। ନାନାଦି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦଳ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ପୂର୍ବରୁ ଅନେକ ଲୋକପ୍ରିୟ ବିଧାୟକଙ୍କ ନାମ ଚର୍ଚ୍ଚାରେ ରହିଥିଲେ ହେଁ ସମସ୍ତଙ୍କୁ ପଛରେ ପକାଇ ମୋହନ କିଭଳି ମୁଖ୍ୟମନ୍ତ୍ରୀ ହେଲେ ତାହା ବିଚାରଯୋଗ୍ୟ।

Mohan Majhi To Take Oath As Odisha CM Today; Know More About This Tribal BJP Leader From Keonjhar - odishabytes

ଆର୍‌ଏସ୍‌ଏସ୍‌ ସହ ସମ୍ପର୍କ
ମାଝି ଜଣେ ବିବାଦୀୟ ନେତା ନୁହନ୍ତି। ତାଙ୍କର ଆର୍‌ଏସ୍‌ଏସ୍‌ ସହ ଭଲ ସମ୍ପର୍କ ରହିଛି। କାରଣ ସେ ଜଣେ ଆର୍‌ଏସ୍‌ଏସ୍‌ କର୍ମୀ ଥିଲେ। ୪ ଥର ବିଧାୟକ ଥିବା ଏହି ନେତା ଓଡ଼ିଶା ଶାସନକୁ ନେଇ ଦଳର ରଣନୀତିରେ ସହାୟକ ଭୂମିକା ତୁଲାଇଥିଲେ। ତାଙ୍କର କାହା ସହ ବିବାଦ ନାହିଁ। ସେ ଜଣେ ଆଦିବାସୀ ଏବଂ ମାଝି। ମୋହନଙ୍କ ଝାଡ଼ଖଣ୍ଡ କନେକ୍ସନ ମଧ୍ୟ ଏଭଳି ନିଷ୍ପତ୍ତି ପଛର କାରଣ ବୋଲି କୁହାଯାଉଛି। ବୋଧହୁଏ ଏସବୁ ଲାଗି କନକ ବର୍ଦ୍ଧନ ସିଂ ଦେଓ, ପ୍ରଭାତି ପରିଡ଼ା, ସୁରେଶ ପୁଜାରୀ, ମନମୋହନ ସାମଲ, ମୁକେଶ ମହାଲିଙ୍ଗ ଏବଂ ସୁରମା ପାଢ଼ୀଙ୍କୁ ମୋହନ ପଛରେ ପକାଇଲେ।

Who is Mohan Charan Majhi, BJP's CM pick for Odisha? - The Statesman

୨୦୨୪ ନିର୍ବାଚନର ପ୍ରଭାବ:
ଲୋକ ସଭା ନିର୍ବାଚନରେ ଭାଜପାକୁ ବଡ଼ ଝଟ୍‌କା ମିଳିଛି। କାରଣ ଦଳ ୪୦୦ ପାର ସ୍ଲୋଗାନ ଦେଇଥିଲେ ହେଁ ଏକାକି ବହୁମତ ହାସଲ କରିପାରି ନାହିଁ। କେବଳ ୨୪୦ ଆସନରେ ଦଳ ସୀମିତ ରହିଛି। ଏବେ କେନ୍ଦ୍ରରେ ମେଣ୍ଟ ସରକାର ଚାଲିଛି। ଏଣୁ ଆଗାମୀ ଦିନରେ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୧୯ରେ ଝାଡ଼ଖଣ୍ଡରେ ଏନ୍‌ଡିଏ ୧୪ରୁ ୧୨ ଆସନରେ ବିଜେତା ହୋଇଥିଲା, ହେଲେ ୨୦୨୪ ଲୋକ ସଭା ନିର୍ବାଚନରେ ଦଳକୁ ମାତ୍ର ୯ ଆସନ ମିଳିଛି। ରାଜ୍ୟରେ ପୂର୍ବମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯିବାର ପ୍ରଭାବ ନିର୍ବାଚନରେ ପଡ଼ିଥିବା କୁହାଯାଉଛି।

Mohan Majhi: Saraswati Vidya Mandir teacher to 1st BJP Odisha CM

ମାଝି ଏବଂ ଝାଡ଼ଖଣ୍ଡ କନେକ୍ସନ:
ଓଡ଼ିଶାରେ ମାଝିଙ୍କୁ ଶାସନ ଡୋର ଦେଇ ଭାଜପା ଝାଡ଼ଖଣ୍ଡରେ ଆଦିବାସୀ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିଛି। ରାଜ୍ୟରେ ଅକ୍ଟୋବର-ନଭେମ୍ବରରେ ବିଧାନସଭା ନିର୍ବାଚନ ହେବ। ୪୫% ଆଦିବାସୀ ଥିବା କେନ୍ଦୁଝର ବିଧାନସଭା ଆସନରୁ ମାଝି ବିଜେତା ହୋଇଛନ୍ତି, ଏହା ଏକ ଏସ୍‌ଟି ସଂରକ୍ଷିତ ଆସନ। କେନ୍ଦୁଝର ଜିଲା ଝାଡ଼ଖଣ୍ଡ ସୀମାଠାରୁ ମାତ୍ର ୫୦ କିମି ଦୂରରେ ଅବସ୍ଥିତ। ୨୦୧୧ ଜନଗଣନା ଅନୁଯାୟୀ ଏହା ଏକ ଆଦିବାସୀ ରାଜ୍ୟ, ଏଠାରେ ମୋଟ ଜନସଂଖ୍ୟାର ୨୬.୨% ଏସ୍‌ଟି ଅଛନ୍ତି।

From Shishu Mandir teacher and sarpanch to Odisha's 1st BJP CM — who is Mohan Charan Majhi

ସଫଳତାର ଗ୍ୟାରେଣ୍ଟି କେତେ?
ଭାଜପା ଝାଡ଼ଖଣ୍ଡକୁ ଧ୍ୟାନରେ ରଖି ମୋହନଙ୍କ ଉପରେ ମୋହର ଲଗାଇଥିଲେ ହେଁ ଏଥିରେ ସଫଳତା ମିଳିବାର କୌଣସି ଗ୍ୟାରେଣ୍ଟି ନାହିଁ। ଭାଜପା ପୂର୍ବରୁ ଉତ୍ତରପ୍ରଦେଶ ଏବଂ ବିହାରରେ ଯାଦବ ଭୋଟକୁ ନିଜ ପକ୍ଷରେ କରିବା ଲାଗି ମଧ୍ୟପ୍ରଦେଶରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ହେଲେ ସେତେଟା ଲାଭ ମିଳି ନ ଥିଲା। ଏମିତିରେ ମୋହନଙ୍କ ଉପରେ ଗୋଟି ଚାଳନା କରି ଭାଜପାକୁ ଝାଡ଼ଖଣ୍ଡରେ ଲାଭ ମିଳୁଛି କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଅଭିନେତା ବିଜୟଙ୍କ ଶୈଳୀରେ ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଆୟୋଜକଙ୍କ ଗିରଫଦାରୀ ଦାବି କଲା ଭାଜପା

ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

ବଲିଉଡ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାପାଇଁ ପୋଷ୍ଟ କଲେ ‘ଦିଲ ତୋ ପାଗଲ ହୈ’

ନୂଆଦିଲ୍ଲୀ/କୁଆଲଲମପୁର,୧୫।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ…

ଏତିକିରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପଡ଼ିବ ଚାର୍ଜ, ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ: ଆମେରିକା ଚାପରେ ସରକାର…

ନୂଆଦିଲ୍ଲୀ,୧୫।୯: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ମାଧ୍ୟମ UPIକୁ ନେଇ ଏବେ ରାଜନୈତିକ ବିବାଦ ଚର୍ଚ୍ଚା ଜୋର୍‌ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ, ଚେତାବନୀ ଜାରି କଲା…

ନୂଆଦିଲ୍ଲୀ,୧୫।୯: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର, ବିଶେଷକରି ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିିଝଡ଼ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ରହେ। ଏହି ସମୟକୁ ଭାରତର…

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?