ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ ବହୁ ଉଦ୍ୟମ ହୋଇଥିଲେ ହେଁ ବାତ୍ୟାର ପ୍ରକୋପ କମିବା ପରିବର୍ତ୍ତେ ବୃଦ୍ଧି ଘଟୁଛି। ବାତ୍ୟା ଓଡ଼ିଶାର ଉପକୂଳ ଅଞ୍ଚଳର ଧନଜୀବନର ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଓଡ଼ିଶାର ଅର୍ଥନୈତିକ ବିକାଶରେ ଉପକୂଳ ଅଞ୍ଚଳ ଏକ ଗୁରୁଦାୟିତ୍ୱ ବହନ କରିଥିବା କଥା କୁହାଯାଉଥିଲେ ହେଁ ଉପକୂଳ ଅଞ୍ଚଳରେ ଏକାଧିକ ସାମୁଦ୍ରିକ ବନ୍ଦର, ପ୍ରତିରକ୍ଷା ପ୍ରତିଷ୍ଠାନ ଇତ୍ୟାଦି ଉପକୂଳ ଅଞ୍ଚଳର ପରିବେଶ ପ୍ରତି ପ୍ରତିକୂଳ ପ୍ରଭାବ ପକାଉଛି ଯାହା ନିଃସନ୍ଦେହ।
ନିକଟରେ କେନ୍ଦ୍ର ସରକାର ଓଡ଼ିଶାର ପୁରୀ ଭଳି ବାତ୍ୟା ଓ ସୁନାମିପ୍ରବଣ ଅଞ୍ଚଳରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସମୁଦ୍ର ପୂର୍ବାପେକ୍ଷା ଅଧିକ ଅଶାନ୍ତ ଓ ପ୍ରଳୟମୁଖୀ ହୋଇପଡୁଥିବାରୁ ବିଶ୍ୱ ବେସାମରିକ ବିମାନ ପରିଚାଳନା କୌଶଳ ସଂସ୍ଥା ସମୁଦ୍ର କୂଳରେ ବିମାନବନ୍ଦର ନ କରିବାକୁ ଏହାର ସଭ୍ୟଭୁକ୍ତ ଦେଶଗୁଡ଼ିକୁ ପରାମର୍ଶ ଦେଇଛି। ଅପରପକ୍ଷେ ଯେଉଁସବୁ ବିମାନବନ୍ଦର ସମୁଦ୍ର କୂଳରେ ଅଛି ସେଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଜାରି କରିଛି। ଫଳ ସ୍ବରୂପ ଗୋଆ,ବିଶାଖାପାଟଣା,ମୁମ୍ବାଇ ଇତ୍ୟାଦି ବିମାନବନ୍ଦରଗୁଡ଼ିକୁ ସମୁଦ୍ରକୂଳଠାରୁ ୫୦-୬୦ କି.ମି . ଦୂରକୁ ସ୍ଥାନାନ୍ତରୀକରଣ ପ୍ରକ୍ରିୟା ଚାଲୁ ରହିଛି। ତେବେ ସରକାର ଏହାକୁ ଗୁରୁତ୍ୱ ନ ଦେଇ ପୁରୀ ବେଳାଭୂମିରେ ବିମାନବନ୍ଦର ନିର୍ମାଣ ଭଳି ଏକ ପରିବେଶ ବିରୋଧୀ ପ୍ରକଳ୍ପ ନିମନ୍ତେ ଅଣ୍ଟା ଭିଡ଼ିବା ବିପଜ୍ଜନକ ବିଷୟ। ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ୧୨ଶହ ଏକର ଜମି ମଧ୍ୟରେ ରହିଛିି ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ, ଅନେକ ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳ, ବିରଳ ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କ ଅଣ୍ଡାଦାନ ଓ ଇରାୱାଡି ଡଲ୍‌ଫିନ୍‌ଙ୍କ ଚଳପ୍ରଚଳ ପାଇଁ ଉଦ୍ଦିଷ୍ଟ ସ୍ଥାନ। ଏତଦ୍‌ ବ୍ୟତୀତ କେତେକ ବିରଳ ଗୁଳ୍ମ ଏଠାରେ ଦେଖିବାକୁ ମିଳେ।
ସରକାରଙ୍କ ଯୁକ୍ତି ଯେ, ଅନ୍ତର୍ଜାତୀୟ ବିମାନବନ୍ଦର ହେଲେ ପୁରୀଙ୍କୁ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ବାର୍ଷିକ ପ୍ରାୟ ୪.୫ ଲକ୍ଷ ପର୍ଯ୍ୟଟକ ଆସିବେ। ପୁରୀର ବିକାଶ ହେବ, ଉକ୍ତ ଅଞ୍ଚଳ ଜମିର ମୂଲ୍ୟ ବୃଦ୍ଧି ଘଟିଲେ ସରକାର ବହୁ କୋଟି ଟଙ୍କା ରାଜସ୍ବ ପାଇବେ ଏବଂ ଜଗନ୍ନାଥ ସଂସ୍କୃତି ବିଶ୍ୱସ୍ତରରେ ପ୍ରଚାରପ୍ରସାର ହେବ। ଏଠାରେ ଉଲ୍ଲେଖଯୋଗ୍ୟ, ପୁରୀର ପର୍ଯ୍ୟଟନ ଋତୁ ୫ମାସ, ଅର୍ଥାତ୍‌ ନଭେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ପୁରୀକୁ ବିଦେଶୀ ପର୍ଯ୍ୟଟକ ପୁରୀକୁ ଆସନ୍ତି। ଗ୍ରୀଷ୍ମଦିନେ ପ୍ରାୟ ବିଦେଶୀ ପର୍ଯ୍ୟଟକ ପୁରୀ ଆସନ୍ତି ନାହିଁ। ବର୍ଷାଦିନେ ବାରମ୍ବାର ଲଘୁଚାପ ଓ ଅଶାନ୍ତ ସମୁଦ୍ର ହେତୁ ବିଦେଶୀ ପର୍ଯ୍ୟଟକ ପୁରୀ ଆସନ୍ତି ନାହିଁ। ଯେଉଁ ବିଦେଶୀ ପର୍ଯ୍ୟଟକ ଆସନ୍ତି ସେମାନଙ୍କୁ ମନ୍ଦିର ପ୍ରବେଶ ନିଷେଧ। ସେମାନଙ୍କ ରହଣି ପାଇଁ ଗୋଟିଏ ବି ପଞ୍ଚତାରକା ହୋଟେଲ ପୁରୀରେ ନାହିଁ କିମ୍ବା ଏକ ସୁସଂଗଠିତ, ସ୍ବଚ୍ଛ ସୁରକ୍ଷିତ ବେଳାଭୂମି ନାହିଁ। ଉଲ୍ଲେଖଯୋଗ୍ୟ, ପୁରୀଠାରୁ ମାତ୍ର ୬୦ କି.ମି. ଦୂରତାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅଛି। ଯେଉଁଠୁ ସଡ଼କ ପଥରେ ପୁରୀ ଆସିବା ପାଇଁ ମାତ୍ର ୪୦ ମିନିଟ୍‌ ସମୟ ଲାଗେ। ୨୦୨୩ରୁ ଭୁବନେଶ୍ୱର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦର ହେବା ପରଠାରୁ ଏହା ଆଶାନୁରୂପକ ସଫଳତା ପାଇପାରିନାହିଁ। ତେବେ ଯାତ୍ରୀଙ୍କ ସଂଖ୍ୟା ଆଶାନୁରୂପକ ହେଉ ନ ଥିବାରୁ ବିଜୁ ପଟ୍ଟନାୟକ ବିମାନବନ୍ଦର କ୍ଷତିରେ ଚାଲୁଛି। ତେଣୁ ଘରୋଇ ବିମାନଗୁଡିକ ଉଡ଼ାଣଜନିତ କ୍ଷତିକୁ ଭରଣା କରିବା ପାଇଁ ରାଜ୍ୟ ସରକାର ଅଗଷ୍ଟ ୨୦୨୫ ସୁଦ୍ଧା ୧୭୦ କୋଟି ଟଙ୍କା ସାଧନ ଯୋଗ୍ୟ ସହାୟତା ରାଶି ଯୋଗାଇଛନ୍ତି। ଏତଦ୍‌ ବ୍ୟତୀତ ବିଦେଶ ଓ ଦେଶ ଭିତରେ କେତେକ ବିମାନକୁ ରୁଟ୍‌ ପିଛା ଯଥାକ୍ରମେ ୧୦ ଲକ୍ଷ ଓ ୫ ଲକ୍ଷ ଟଙ୍କା ସାଧନ ସହାୟତା ଯୋଗାଉଛନ୍ତି।
ଅପରପକ୍ଷେ ସିଏଜି ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାରଙ୍କ ‘ଉଡ଼େ ଦେଶ୍‌କା ଆମ୍‌ ନାଗରିକ’ ବା ‘ଉଡ଼ାଣ’ ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଛି। କାରଣ ‘ବନ୍ଦେ ଭାରତ’ ଭଳି ଦ୍ରୁତଗାମୀ ଟ୍ରେନ୍‌, ସମ୍ପ୍ରସାରିତ ରାଜପଥ ଯୋଗୁ ଦୂରନ୍ତ ଅଞ୍ଚଳକୁ ଯାତ୍ରା କରୁଥିବା ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ବସ୍‌ଗୁଡ଼ିକର ବ୍ୟାାପକ ପ୍ରଚଳନ ହେତୁ ସାଧାରଣ ଜନତା ବିମାନସେବା ଅପେକ୍ଷା ସଡ଼କ ଓ ରେଳ ସେବାକୁ ଅଧିକ ପସନ୍ଦ କରୁଛନ୍ତି। ଏଭଳି ସି୍ଥତିରେ ପୁରୀରେ ଏକ ଅନ୍ତର୍ଜାତୀୟ ଗ୍ରୀନ୍‌ ଫିଲ୍ଡ ବିମାନବନ୍ଦର ପାଇଁ ସରକାରଙ୍କ ପ୍ରସ୍ତାବ ଚିନ୍ତାଜନକ ବିଷୟ।
ପୁରୀରେ ବିମାନବନ୍ଦର ହେଲେ ଲକ୍ଷ ଲକ୍ଷ ବୃକ୍ଷ ଛେଦନ ସହ ଅନେକ ଶହ ବାଲୁବନ୍ତଗୁଡ଼ିକୁ ଭାଙ୍ଗିଦିଆଯିବ। ପରିଣତି ସ୍ବରୂପ ଉକ୍ତ ଅଞ୍ଚଳରେ ବାତ୍ୟା ଓ ସାମୁଦ୍ରିକ ଜୁଆର ପ୍ରକୋପ ବୃଦ୍ଧିପାଇବ। ସମୁଦ୍ର ଗର୍ଭରୁ ଅଣ୍ଡା ଦେବା ପାଇଁ ଆସୁଥିବା ଅଲିଭ ରିଡ୍‌ଲେ କଇଁଛଙ୍କ ଆଗମନ ବାଧାପ୍ରାପ୍ତ ହେବା ସହ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ପ୍ରତି କେବଳ ସମସ୍ୟା ହେବ ନାହିଁ, ଉଡ଼ାଣଜନିତ ବାର୍ଡହିଟ୍‌ର ଆଶଙ୍କା ଦେଖାଯାଇପାରେ। ଅନ୍ୟପଟେ ପୁରାତନ କୀର୍ତ୍ତିରାଜି ଶ୍ରୀମନ୍ଦିର ପ୍ରତି ମଧ୍ୟ ବିପଦ ଦେଖାଯିବ। ସାଧାରଣତଃ ଅନ୍ତର୍ଜାତୀୟସ୍ତରୀୟ ଉଡ଼ାଣ ହେଉଥିବା ବିମାନଗୁଡିକ ପା୍ରୟତଃ ୪ ଇଞ୍ଜିନ ବିଶିଷ୍ଟ, ଏହାର ଉଡ଼ାଣ ବେଳେ ଉପତ୍ନ୍ନ ହେଉଥିବା ଶବ୍ଦ ତରଙ୍ଗଜନିତ କମ୍ପନ ଶ୍ରୀମନ୍ଦିର ପ୍ରତି କ୍ଷତି ପହଞ୍ଚାଇବ ନାହିଁ ତ? ଯେଉଁଥିପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଂସ୍ଥାର ମହାନିର୍ଦ୍ଦେଶକ (ଡିଏଜି) ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳର ଭୂମିଠାରୁ ୫୦ ହଜାର ଫୁଟ ଉଚ୍ଚ ଆକାଶ ଅଞ୍ଚଳକୁ ରେଡ୍‌ ଜୋନ୍‌ ବା ନୋ ଫ୍ଲାଇ ଜୋନ୍‌ ଘୋଷଣା କରିଛନ୍ତି ଯାହାର ଅବଧି ୨୦୨୮ ସେପ୍ଟେମ୍ବର ୨୩ ବଳବତ୍ତର ରହିଛି। ଅପରପକ୍ଷେ ଭାରତୀୟ ବିମାନବନ୍ଦର ଆଇନ ୧୯୯୪ ଅନୁଯାୟୀ ଗୋଟିଏ ବିମାନବନ୍ଦର ଅବସ୍ଥତିଠାରୁ ୧୫୦ କି.ମି ଦୂରତା ମଧ୍ୟରେ ଭିନ୍ନ ଏକ ବିମାନବନ୍ଦର ସ୍ଥାପନ କରାଯାଇପାରିବ ନାହିଁ, ପୁନଶ୍ଚ ଆଇନ ୧୯୩୪ ଅନୁଯାୟୀ ଦେଶର ସମସ୍ତ ସରକାରୀ ଓ ଘରୋଇ ବିମାନ ଏବଂ ବିମାନବନ୍ଦରଗୁଡିକର ଉନ୍ନତୀକରଣ ଓ ପରିଚାଳନା ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ମହାନିର୍ଦ୍ଦେଶକଙ୍କ ସୂଚନାରୁ ଏହା ସ୍ପଷ୍ଟ। ଏଭଳି ଏକ ସ୍ପର୍ଶକାତର ତଥା ସମ୍ବେଦନଶୀଳ ପ୍ରସଙ୍ଗକୁ ଯଦି ସରକାର ଗୁରୁତର ସହ ବିଚାର କରିବା ଦରକାର।
ଏଭଳି ସ୍ଥିତିରେ ଯଦି ବିଚାର କରାଯାଏ ତେବେ ଧନଜୀବନ ସୁରକ୍ଷା, ବ୍ୟବସାୟିକ, ସାଂସ୍କୃତିକ ଓ ପରିବେଶ କୌଣସି ଗୋଟିଏ ଦିଗରୁ ପୁରୀରେ ବିମାନବନ୍ଦର ପରିକଳ୍ପନା ଅନୁକୂଳ ନୁହେଁ। ଯଦି ସରକାର ବିକାଶ ଚାହୁଁଛନ୍ତି ତେବେ ଉକ୍ତ ସୁଦୀର୍ଘ ବେଳାଭୂମି ଅଞ୍ଚଳରେ ବ୍ୟାପକ ବନୀକରଣ ସହ ପାରମ୍ପରିକ କୃଷି ବା ଜୈବିକ କୃଷି ପ୍ରଣାଳୀ (ପ୍ରୋମାକଲ୍‌ଚର)ର ଏକ ପ୍ରୟୋଗଶାଳା ଖୋଲନ୍ତୁ । ଏହା ଅନେକ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ସହ ଉପକୂଳ ଅଞ୍ଚଳର ଜୈବ ବିବିଧତାକୁ ସୁରକ୍ଷା ଦେବ।
କହିବା ବାହୁଲ୍ୟ , ଯେବେଠାରୁ ପୁରୀରେ ଗ୍ରୀନ୍‌ ଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦର ହେବା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ସେହିଦିନଠାରୁ ବିଭିନ୍ନ ଜନଶୁଣାଣିରେ ସ୍ଥାନୀୟ ଅଧିବାସୀ ଓ ପରିବେଶବିତ୍‌ମାନେ ଏହାକୁ ବିରୋଧକରି ସରକାରଙ୍କୁ ଖାଲି ଜଣାଇ ନାହାନ୍ତି ବରଂ ଏହା ବିରୋଧରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ମାମଲା ଦାୟର କରିଛନ୍ତି।
ବିଡ଼ମ୍ବନାର ବିଷୟ, ବିମାନବନ୍ଦର ସପକ୍ଷରେ ନାନା ଲୋଭନୀୟ ଗୁଜବ ପ୍ରଚାର କରାଯାଉଛି। ବେଳାଭୂମିର ପରିବେଶ ଓ ଲୋକଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସରକାର ଏଥିପ୍ରତି ସଜାଗ ରହିବା ଦରକାର।
ଜଗନ୍ନାଥ କଲୋନି,ପୁରୀ
ମୋ: ୮୨୪୯୧୬୩୪୩୯

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?