କିଏ ଜିତିବ

Dillip Cherian

ରେଲ୍‌ଓ୍ବେରେ ଉଚ୍ଚ ପଦବୀଗୁଡ଼ିକୁ ପଦୋନ୍ନତି ପାଇଁ ନୂଆ ନିୟମ ଘୋଷଣା ହେବାର ପାଖାପାଖି ୪ ମାସ ବିତିଗଲାଣି। ରେଲ୍‌ ବାବୁମାନେ ବି ପ୍ରଥମ ବ୍ୟାଚ୍‌ ପଦୋନ୍ନତିକୁ ଏ ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। ତେବେ ଘୋଷଣା ହେବା ପରେ ଦୀର୍ଘଦିନର ନୀରବତାକୁ ନେଇ ସେମାନଙ୍କ ମଧ୍ୟରେ ସାମୂହିକ ଭାବେ ବ୍ୟଗ୍ରତା ପ୍ରକାଶ ପାଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ଏହା କେବଳ ଏକ ଦୀର୍ଘମିଆଦୀ ଚୟନ ପ୍ରକ୍ରିୟା ନୁହେଁ ଯାହା ରେଲଓ୍ବେ ବାବୁମାନଙ୍କୁ ଚିନ୍ତାରେ ପକାଇଛି, ବରଂ ନୂଆ ନିୟମ ପରିପ୍ରେକ୍ଷୀରେ ସେମାନଙ୍କ କ୍ୟାରିୟରର ଭବିଷ୍ୟତ ମଧ୍ୟ ଆଶଙ୍କାରେ ରହିଛି। ସ୍ପଷ୍ଟତଃ,ଏକ ଏକ୍ସପର୍ଟ ପ୍ୟାନେଲ ବା ବିଶେଷଜ୍ଞ କମିଟିର ଅନୁମୋଦନ କ୍ରମେ ରେଳ ମନ୍ତ୍ରଣାଳୟ ଯୋଗ୍ୟ ଅଧିକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି। ବିଶ୍ୱାସ କରାଯାଉଛି ଯେ, ମହାପ୍ରବନ୍ଧକ ପଦବୀ ଲାଗି ମନ୍ତ୍ରଣାଳୟ ୧୩୫ ଦରଖାସ୍ତ ଗ୍ରହଣ କରିଥିଲା। କିନ୍ତୁ ନିଯୁକ୍ତି ଲାଗି କମିଟିର ସୁପାରିସ ଆଧାରରେ କେବଳ ପ୍ରାୟ ୩୫ ଜଣ ଅଧିକାରୀଙ୍କ ତାଲିକା କରିଥିଲା। ତେବେ ସମସ୍ତ ଆବେଦନକାରୀ ଅଧିକାରୀଙ୍କ ମଧ୍ୟରୁ କେବଳ ଏହିମାନଙ୍କ ନାମ ସୁପାରିସ କରିବାକୁ ବିଶେଷଜ୍ଞ କମିଟିକୁ କୁହାଯାଇଥିଲା ବୋଲି କେତେଜଣ ବାବୁ ବିଶ୍ୱାସ କରୁଛନ୍ତି । ପ୍ରଥମରୁ ଏଥିରେ କିଛି ଭୁଲ୍‌ ନ ଥିବା ଜଣାପଡ଼ୁଥିବାବେଳେ ଏହି ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଓ ଏକପାଖିଆ ବୋଲି କେତେଜଣ ବାବୁ ମଧ୍ୟ ଦାବି କରନ୍ତି । ଡିର୍ପାଟମେଣ୍ଟ ପ୍ରମୋଶନ କମିଟି (ଡିପିସି) ବା ବିଭାଗୀୟ ପଦୋନ୍ନତି କମିଟି ଏହାର ପରିସରରେ ସମସ୍ତ ଅଧିକାରୀଙ୍କ କଥା ବିଚାର କରିବା ଦରକାର ଥିଲା। ନିଯୁକ୍ତି ପାଇଁ ଏକ ସଂକ୍ଷିପ୍ତ ତାଲିକା କରିବା ଏବଂ ନିର୍ଦ୍ଦିଷ୍ଟ ନିୟମ ଆଧାରରେ ଅଧିକାରୀମାନଙ୍କ କମିଟିକୁ ସୁପାରିସ ଲାଗି କେବଳ ଡିପିସିର ହିଁ କ୍ଷମତା ରହିଥିଲା। କିନ୍ତୁ ଏହା ପରିବର୍ତ୍ତେ ବିଶେଷଜ୍ଞ କମିଟି କାର୍ଯ୍ୟ ଆଧାରରେ ମନ୍ତ୍ରଣାଳୟ ଅଧିକାରୀମାନଙ୍କ ନିଯୁକ୍ତି ତାଲିକା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ତେବେ ବିଶେଷଜ୍ଞଙ୍କ ନୂଆ କମିଟି କିମ୍ବା ଡିପିସି ମଧ୍ୟରୁ କିଏ ଜିତିବ ବା କାହା କଥା ରହିବ ତାହା ଦେଖିବାକୁ ବାକି ରହିଲା।
ନିଯୁକ୍ତିକୁ ବିରୋଧ
ହିମାଚଳ ପ୍ରଦେଶରେ ଆଗକୁ ନିର୍ବାଚନ ହେବାକୁ ଥିବାବେଳେ ଅମଲାତନ୍ତ୍ରର ଶୀର୍ଷରେ ଦେଖାଦେଇଥିବା ବିବାଦ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ ତାଙ୍କ ପାର୍ଟି ଲାଗି ଶୁଭ ସଙ୍କେତ ନୁହେଁ। ବରିଷ୍ଠ ଆଇଏଏସ୍‌ ଅଧିକାରୀ ନିଶା ସିଂଙ୍କୁ ଅଧିକ୍ରମଣ କରି ତାଙ୍କ ବଦଳରେ ରାମ କେ.ଧିମାନଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ଦିଆଯାଇଛି। ବାବୁମାନଙ୍କ ଶୀର୍ଷ ପଦବୀରେ ଧିମାନଙ୍କ ନିଯୁକ୍ତିକୁ ନେଇ ଏବେ ନିଶା ପ୍ରଶ୍ନ ଉଠାଇଛନ୍ତି। ଏବକାର ପ୍ରଶାସନ ମହିଳା ଅଧିକାରୀ ଏବଂ ସାଧାରଣ ମହିଳାମାନଙ୍କ ପ୍ରତି ସକାରାମତ୍କ ମନୋଭାବ ପୋଷଣ କରୁ ନ ଥିବା କହିବା ସହ ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ସିଂ ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କ ହସ୍ତକ୍ଷେପ ଦାବି କରିଥିବା ଜଣାପଡ଼ିଛି। ପୁନଶ୍ଚ ସେ ଅଭିଯୋଗ କରିଛନ୍ତି ଯେ, କୌଣସିି କାରଣ ନ ଦର୍ଶାଇ ଚଳିତ ବର୍ଷ ଜୁଲାଇରେ ମୁଖ୍ୟ ଶାସନ ସଚିବ ଭାବେ ଧିମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ସିଂ ରାଜ୍ୟ ସରକାରଙ୍କ ପ୍ରମୁଖ ପରାମର୍ଶଦାତା (ପ୍ରଶିକ୍ଷଣ) ଭାବେ ନିଯୁକ୍ତି ପାଇଛନ୍ତି। କେବଳ ସିଂ ନୁହନ୍ତି , ବରଂ ୧୯୮୮ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଉଭୟ ଅଲି ରାଜ୍‌ ରିଜ୍‌ଭି ଏବଂ ସଞ୍ଜୟ ଗୁପ୍ତାଙ୍କୁ ମଧ୍ୟ ଅଣଦେଖା କରାଯାଇ ଧିମାନଙ୍କୁ ନିଯୁକ୍ତି ଦିଆଯାଇଛି। ସିଂ ହେଉଛନ୍ତି ପୂର୍ବତନ ମୁଖ୍ୟ ସଚିବ ରାମ ସୁଭଗ ସିଂଙ୍କ ସ୍ତ୍ରୀ। ଆଶ୍ଚର୍ଯ୍ୟ କଥା,ରାମ ସୁଭଗଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରୁ ହଟାଯାଇ ତାଙ୍କ ସ୍ଥାନରେ ଧିମାନଙ୍କୁ ନିଯୁକ୍ତ କରାଯାଇଥିଲା। ସୁଭଗ ହେଉଛନ୍ତି ପଞ୍ଚମ ମୁଖ୍ୟ ସଚିବ ଯିଏ କି ଏବକାର ଭାଜପା ସରକାରରେ ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିନାହାନ୍ତି। ସୁଭଗଙ୍କ ବ୍ୟତୀତ ଅନ୍ୟ ୪ ଜଣ ହେଲେ ଭି.ସି.ଫାର୍‌କା, ବିନୀତ ଚୌଧୁରୀ, ବି.କେ.ଅଗ୍ରଓ୍ବାଲ ଏବଂ ଅନିଲ ଖାଚି ।
କ୍ଷୀଣ ଆଶା
ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ଓ୍ବେରେ ଗାଡ଼ ଜଣାପଡ଼ିବା ପରେ ତାହା ହିଁ ଉତ୍ତରପ୍ରଦେଶର ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ(ଗୃହ)ଅଓ୍ବନିଶ କୁମାର ଅଓ୍ବସ୍ତିଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ନ ହେବାର କାରଣ ହୋଇପାରେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଏ ବିଷୟରେ କେନ୍ଦ୍ରକୁ ଦୁଇଥର ଅନୁରୋଧ କରିବା ସତ୍ତ୍ୱେ କାର୍ଯ୍ୟକାଳ ସମ୍ପ୍ରସାରଣ ପରିବର୍ତ୍ତେ ତାଙ୍କୁ ଅବସର ଦିଆଗଲା। ସୂତ୍ରରୁ ପ୍ରକାଶ ଯେ,ବର୍ଷାଦିନେ ଏକ୍ସପ୍ରେସ୍‌ଓ୍ବେ ଉଦ୍‌ଘାଟନ କରାଯିବା ଲାଗି ଅଓ୍ବସ୍ତି ନିଷ୍ପତ୍ତି ନେଇଥିଲେ ଯାହାଦ୍ୱାରା ହାଇଓ୍ବେର କ୍ଷତି ହୋଇଥିଲା ଏବଂ ଏହା ରାଜ୍ୟରେ ସମାଜବାଦୀ ପାର୍ଟି ଶାସକ ଦଳକୁ ଟାର୍ଗେଟ କରିବା ଲାଗି ଏକ ସୁଯୋଗ ଦେଇଥିଲା। ଫଳରେ ଅଓ୍ବସ୍ତିଙ୍କ ଏଭଳି ନିଷ୍ପତ୍ତିରେ କେନ୍ଦ୍ର ସନ୍ତୁଷ୍ଟ ନ ଥିଲା। ଅଧିକାଂଶ ଲୋକ ଜାଣନ୍ତି ଯେ, ଏବେ ଲକ୍ଷ୍ନୌ ଏବଂ ଦିଲ୍ଲୀ ମଧ୍ୟରେ ସମ୍ପର୍କ ନିଶ୍ଚିତ ରୂପେ ଶାନ୍ତ ରହିଛି । ଯୋଗୀ ସରକାରଙ୍କ ଉପରେ ଲଗାମ ଲଗାଇବା ଏବଂ ନିଜର ଇଚ୍ଛା ଲଦି ଦେବା ଲାଗି କେନ୍ଦ୍ର ଏଭଳି ପଦକ୍ଷେପ ନେଇଥିତ୍ବା ଅନେକେ ବିଚାର କରନ୍ତି। ଯେଉଁମାନେ ଅଓ୍ବସ୍ତିଙ୍କୁ ଚାହଁୁଛନ୍ତି ସେମାନଙ୍କ ପାଇଁ ଏପର୍ଯ୍ୟନ୍ତ ଏକ କ୍ଷୀଣ ଆଶା ରହିଛି। ୟୁପିରେ ଗୁଞ୍ଜରଣ ଉଠିଛି ଯେ, ଶୀଘ୍ର ହେଉ କି ବିଳମ୍ବରେ, ମୁଖ୍ୟମନ୍ତ୍ରୀ କିଛି ଗୁରୁଦାୟିତ୍ୱକୁ ତାଙ୍କୁ ଫେରାଇ ଆଣିବେ। ୧୯୬୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅଓ୍ବସ୍ତି ଏବେସୁଦ୍ଧା ଯୋଗୀ ଆଦିତ୍ୟନାଥଙ୍କର ଜଣେ ଅତି ଘନିଷ୍ଠ ଭାବେ ରହିଛନ୍ତି ବୋଲି ସମସ୍ତେ ଜାଣନ୍ତି। ଯଦି ଆବଶ୍ୟକ ହୁଏ ଓ ଯୋଗୀ ତାଙ୍କୁ ଫେରାଇଆଣନ୍ତି, ତେବେ ଏହାକୁ ଜଣେ ମହତ୍ତ୍ୱାକାଂକ୍ଷୀ ମୁଖ୍ୟମନ୍ତ୍ରୀ ଦ୍ୱାରା ଖୋଲା ଅବଜ୍ଞା ବୋଲି କେନ୍ଦ୍ର ବିଚାର କରିବ କି? ଆଗକୁ କ’ଣ ଘଟୁଛି ତାହାକୁ ଲକ୍ଷ୍ୟ କରିବା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri