ଅର୍ଥ କିଏ ଦେବେ

ଗେର୍‌ନଟ ଓ୍ବାଗ୍‌ନର

ଚଳିତବର୍ଷ ଇଜିପ୍ଟରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ସମ୍ମିଳନୀ (କପ୍‌୨୭)ରେ ଅର୍ଥ ହିଁ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଉକ୍ତ ସମ୍ମିଳନୀରେ ଅନେକ ଦେଶର ପ୍ରତିନିଧି, ଜଳବାୟୁ କର୍ମୀ ଏବଂ ପ୍ରାଇଭେଟ ସେକ୍ଟର ସହଭାଗୀମାନେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ପାଇଁ କିଏ ଓ କିପରି ଅର୍ଥ ଦେବେ ସେ ସମ୍ପର୍କରେ ଆଲୋଚନା କରୁଛନ୍ତି। ଅତୀତରେ ମଧ୍ୟ ଅର୍ଥ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରି ଏକ କାର୍ବନ ଶୂନ୍ୟ ଅର୍ଥ ବ୍ୟବସ୍ଥା ଆଣିବା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ। ବୃଦ୍ଧି ପାଉଥିବା ହାରାହାରି ତାପମାତ୍ରା ଓ ସମୁଦ୍ର ସ୍ତର, ଲଗାତର ତୀବ୍ର ହେଉଥିବା ଜଳବାୟୁ ଘଟଣା ଏବଂ ଜୀବାଶ୍ମ ଇନ୍ଧନ ଦହନର କ୍ଷତିକାରକ ପ୍ରଭାବକୁ ମୁକାବିଲା କରିବାରେ ଏହି ଅର୍ଥ ଉପଯୋଗୀ ହେବ।
୨୦୦୯ରେ କୋପେନ୍‌ହାଗେନରେ କପ୍‌୨୬ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ୧୦୦ ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବା ବିତର୍କର ମୁଖ୍ୟ ବିଷୟ ହୋଇଆସିଛି। ୨୦୨୦ ସୁଦ୍ଧା ପ୍ରତିବର୍ଷ ବିକାଶଶୀଳ ଦେଶସବୁକୁ ଏହି ପରିମାଣ ଅର୍ଥ ଦେବାକୁ ବିଶ୍ୱର ଧନୀ ଦେଶଗୁଡ଼ିକ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। କିନ୍ତୁ ଏହି ଅର୍ଥ କେବଳ ସରକାରଗୁଡ଼ିକ ଦେବେ ନା ମିଳିତ ଭାବେ ଏହା ସରକାରୀ ଓ ଘରୋଇ କ୍ଷେତ୍ରରୁ ଆସିବ ତାହା କେବେ ବି ସ୍ପଷ୍ଟ କରାଗଲା ନାହିଁ। ୨୦୦୯ ସଙ୍କଳ୍ପର ୧୩ ବର୍ଷ ପରେ ଶକ୍ତି କ୍ଷେତ୍ରରେ ବୈଶ୍ୱିକ ପରିବର୍ତ୍ତନ ପାଇଁ ପ୍ରତିବର୍ଷ ବିଲିୟନ ନୁହେଁ ବରଂ ଟ୍ରିଲିୟନ ଡଲାର ଦରକାର ବୋଲି ସମସ୍ତେ ସ୍ବୀକାର କରୁଛନ୍ତି। ଗତବର୍ଷ ଗ୍ଲାସ୍‌ଗୋରେ କପ୍‌୨୬ ଆଲୋଚନା ପୂର୍ବରୁ କ୍ଲାଇମେଟ ଆକ୍ସନ ଓ ଫାଇନାନ୍ସ ପାଇଁ ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି ମାର୍କ କାର୍ନେ କହିଥିଲେ ଯେ, ଆସନ୍ତା ତିନି ବର୍ଷରେ ପ୍ରଭାବଶାଳୀ ଭାବେ ପାରମ୍ପରିକ ଶକ୍ତି ଉପତ୍ାଦନ ଓ ସଞ୍ଚାଳନ ପାଇଁ ଅତିକମ୍‌ରେ ୧୦୦ ଟ୍ରିଲିୟନ ଡଲାର ଦରକାର ହେବ। ଅନ୍ତର୍ଜାତୀୟ ସଂସ୍ଥା, ବିଶେଷଜ୍ଞ ପରାମର୍ଶଦାତା ସଂସ୍ଥା ଓ ବ୍ୟାଙ୍କଗୁଡ଼ିକର ଏହା ଉପରେ ସହମତି ରହିଛି। ସିଧାସଳଖ ଜୀବାଶ୍ମ ଇନ୍ଧନ ନିବେଶରୁ ଦୂରେଇଯିବା ଏବଂ କମ୍‌ କାର୍ବନ ନିର୍ଗମନ କରୁଥିବା ଭିତ୍ତିଭୂମି, ଶକ୍ତି ଏବଂ ପରିବହନ ପାଇଁ ବ୍ୟୟ କରିବାକୁ ଘରୋଇ କ୍ଷେତ୍ରରୁ ଅତ୍ୟଧିକ ଅର୍ଥ ଆବଶ୍ୟକ ହେବ। ତେବେ ପ୍ରଦାନ କରାଯାଉଥିବା ସରକାରୀ ପାଣ୍ଠିଗୁଡ଼ିକ ଆବଶ୍ୟକ ପରିମାଣରେ ଘରୋଇ ଅର୍ଥ ପ୍ରବାହକୁ ବାଧ୍ୟ କରିବ। ନିକଟରେ ଆମେରିକାରେ ପାସ୍‌ କରାଯାଇଥିବା ମୁଦ୍ରାସ୍ଫୀତି ହ୍ରାସ ଆଇନ, ଦ୍ୱିଦଳୀୟ ଭିତ୍ତିଭୂମି ଆଇନ୍‌ ଏବଂ ସିଏଚ୍‌ଆଇଏସ୍‌ ଓ ସାଇନ୍ସ ଆକ୍ଟ ସବୁ ଘରୋଇ କ୍ଷେତ୍ରକୁ ଅର୍ଥ ପ୍ରଦାନ କରିବା ଲାଗି ଚାପ ପକାଇବାରେ ଭଲ ଦୃଷ୍ଟାନ୍ତ। ସେଠାରେ ପାଖାପାଖି ୫୦୦ ବିଲିୟନ ଡଲାର ସରକାରୀ ନିବେଶ ହିଁ ଘରୋଇ କ୍ଷେତ୍ରକୁୁ ଅନେକ ଶହ ବିଲିୟନ ପ୍ରଦାନ କରିବା ଲାଗି ପ୍ରେରିତ କରିବ। ଏହି ପରିମାଣ ଅର୍ଥ ବିଶ୍ୱ ସ୍ତରରେ କାର୍ବନ ନିର୍ଗମନ ଶୂନ୍ୟ ଶକ୍ତି ପ୍ରତିଯୋଗିତା ଆରମ୍ଭ କରିପାରେ। ଏହି ଧାରାକୁ ଅନ୍ୟ ଧନୀ ଦେଶମାନେ ଗ୍ରହଣ କରିବେ।
ସମାନ ପ୍ରକାର ଢାଞ୍ଚା ସାରା ବିଶ୍ୱ ପାଇଁ ଉପଯୁକ୍ତ ହେବ। କାର୍ବନ ଡାଇଅକ୍ସାଇଡ, ମିଥେନ ଏବଂ ଅନ୍ୟ ସବୁଜଗୃହ ବାଷ୍ପଜନିତ ପ୍ରଦୂଷଣ କମ୍‌ କରିବା ପାଇଁ ଘରୋଇ ଉତ୍ସଗୁଡ଼ିକରୁ ଅତ୍ୟଧିକ ଅର୍ଥ ଆସିବ। ଉକ୍ତ ଫଣ୍ଡ୍‌ଗୁଡ଼ିକର ଧାରାବାହିକ ପ୍ରବାହ ପାଇଁ ନୂତନ ବାଟ ଦରକାର। କିନ୍ତୁ ଜଣେ ଚାହିଁଲେ ଏହା ପ୍ରଦାନ କରିପାରିବ ନାହିଁ; ଏଥିପାଇଁ ବୈଶ୍ୱିକ ସହଯୋଗ ଲୋଡା। କପ୍‌୨୭ ସମ୍ମିଳନୀକୁ ଆମେରିକାର ଜଳବାୟୁ ପ୍ରତିନିଧି ଜନ୍‌ କେରୀ ଅର୍ଥ ପ୍ରଦାନରେ ରହିଥିବା ପ୍ରଭେଦ ଦୂର କାର୍ବନ କ୍ରେଡିଟ୍‌ ଉପଯୋଗ କରିବା ପାଇଁ ପ୍ରସ୍ତାବ ଆଣିଥିଲେ। ଏହି ବ୍ୟବସ୍ଥାରେ ଧନୀଦେଶ ଓ କମ୍ପାନୀଗୁଡ଼ିକ ସେମାନଙ୍କ ପ୍ରଦୂଷଣ କମ୍‌ କରିବା ସହ ଅନ୍ୟକୁ ଏହା କରିବା ଲାଗି ଟଙ୍କା ଦେଲେ କ୍ଲାଇମେଟ ଫାଇନାନ୍ସରୁ ଲାଭ ପାଇପାରିବେ। ଏହି ଚିନ୍ତା ନୂଆ ନୁହେଁ। ୧୯୯୭ରେ କିଟୋରେ ଅନୁଷ୍ଠିତ କପ୍‌୩ ପୂର୍ବରୁ ଆମେରିକା ସମାନ ବ୍ୟବସ୍ଥାର ପ୍ରସ୍ତାବ ଆଣିଥିଲା। ୟୁରୋପୀୟ ସଂଘ( ଇୟୁ) ସମେତ ବିଶ୍ୱର ଅନ୍ୟସବୁ ଦେଶ ଏହି ଯୋଜନାକୁ ବିରୋଧ କରିଥିଲେ। ବିଡ଼ମ୍ବନା ଯେ, ଏବେ ଇୟୁ ବିଶ୍ୱର ସବୁଠୁ ବଡ଼ କାର୍ବନ ମାର୍କେଟ ହୋଇଛି। କାଲିଫର୍ର୍ନିିଆ ଓ କେତେକ ଉତ୍ତରପୂର୍ବ ରାଜ୍ୟକୁ ବାଦ୍‌ ଦେଲେ ଆମେରିକାରେ ଏହା ନାହିଁ।
ଅଦ୍ୟାବଧି କାର୍ବନ ପ୍ରଦୂଷଣ ପାଇଁ ଦେଶୀୟ ସ୍ତରରେ ପ୍ରଦୂଷଣକାରୀଙ୍କୁ କ୍ଷତି ପୂରଣ ଦେବା ଲାଗି ବାଧ୍ୟ କରାଯିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇଛି। ସେଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଦେଶରେ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ନିଜେ ଅର୍ଥ ବ୍ୟୟ କରିବା ପରିବର୍ତ୍ତେ ଆର୍ଥିକ ସହାୟତା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ କେରୀ ଏକ ସ୍ବେଚ୍ଛାକୃତ କାର୍ବନ କ୍ରେଡିଟ୍‌ ସିଷ୍ଟମର ପ୍ରସ୍ତାବ ରଖୁଛନ୍ତି। କାର୍ବନ କ୍ରେଡିଟ୍‌ ସମ୍ପୂର୍ଣ୍ଣ ଭାବେ ସ୍ବେଚ୍ଛାକୃତ ହେବା ଦରକାର ବୋଲି କହିଛନ୍ତି। କମ୍ପାନୀ ଏବଂ ଦେଶଗୁଡ଼ିକ ସେମାନଙ୍କ କାର୍ବନ ପ୍ରଦୂଷଣ ହ୍ରାସ କରିବାକୁ ନେଉଥିବା ପଦକ୍ଷେପ ଲାଗି କାର୍ବନ କ୍ରେଡିଟ୍‌ ଏକମାତ୍ର ବିକଳ୍ପ ନୁହେଁ। ଏହି ସିଷ୍ଟମରେ ବହୁ ସମସ୍ୟା ରହୁଛି। କାଲିଫର୍ର୍ନିିଆର କାର୍ବନ ମାର୍କେଟ ପ୍ରତିବର୍ଷ ଅନେକ ବିଲିୟନ ମୂଲ୍ୟର ଡଲାର କାରବାର କରିଥାଏ। ଏହା ମଧ୍ୟ ଅବୈଧ ଭାବେ କାର୍ବନ ନିର୍ଗମନ ହ୍ରାସ କରିବାରେ ଜଙ୍ଗଲ ସୃଷ୍ଟି କରିବା ପଦ୍ଧତି ଦର୍ଶାଇ ପାଖାପାଖି ୪୦୦ ମିଲିୟନ ଡଲାର କାରବାରକୁ ଅନୁମତି ଦେଇଥିବା ଅଭିଯୋଗ ଉଠୁଛି। ଯଦି କାଲିଫର୍ନିଆର ବୈଧ ମାର୍କେଟ ଏଭଳି ଅଭିଯୋଗର ସମ୍ମୁଖୀନ ହେଉଛି, ତେବେ ବିଶ୍ୱ ସ୍ତରରେ ଏହି ସିଷ୍ଟମରେ କେତେ ଯେ ସମସ୍ୟା ଆସିବ ତାହା ଚିନ୍ତା କରନ୍ତୁ।
ଆମେରିକା ଏବଂ ଅନ୍ୟ ଧନୀ ଓ ବୃହତ୍‌ ପ୍ରଦୂଷଣକାରୀମାନେ ଏବେ ଦେଉଥିବା ଅର୍ଥ ତୁଳନାରେ ସିଧାସଳଖ ସହାୟତା ଲାଗି ଅଧିକ ଅର୍ଥ ଦେବାର ଉତ୍ତରଦାୟିତ୍ୱ ରହିଛି। କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ କରିବାକୁ ଆର୍ଥିକ ସହାୟତା ନିଃସର୍ତ୍ତ ହେବା ଆବଶ୍ୟକ। ଅଧିକ ବିପଦରେ ଥିବା ଦେଶଗୁଡ଼ିକ ପାଇଁ ଆର୍ଥିକ ସହାୟତା ସକାଶେ ଜର୍ମାନୀ ଓ ଅଷ୍ଟ୍ରିିଆ ଯଥାକ୍ରମେ ୧୭୦ ମିଲିୟନ ଓ ୫୦ ମିଲିୟନ ଡଲାର ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ସେମାନେ ଶ୍ରେୟର ପାତ୍ର। ଆମେରିକା, ଇୟୁ ଏବଂ ଜର୍ମାନୀ ଅକ୍ଷୟ ଶକ୍ତି ନିମନ୍ତେ ଇଜିପ୍ଟରେ ୫୦୦ ମିଲିୟନ ଡଲାର ନିବେଶ କରିବା ପାଇଁ ଦେଇଥିବା ନୂଆ ପ୍ରତିଶ୍ରୁତି ଏକ ଉତ୍ତମ ପଦକ୍ଷେପ। କିନ୍ତୁ ଦେଖିବାକୁ ଗଲେ ଏହି ପରିମାଣ ଏବେ ମିଲିୟନରେ ସୀମିତ। ସେମାନେ ଏବେସୁଦ୍ଧା ବିଲିୟନ ପରିିମାଣରୁ ଦୂରେଇ ରହିଛନ୍ତି। ସମସ୍ୟାର ସମାଧାନ ପାଇଁ ଗ୍ଲୋବାଲ ସାଉଥ୍‌ରେ ଟ୍ରିଲିୟନ ପରିମାଣ ଘରୋଇ ନିବେଶକୁ ବାଟ କଢ଼ାଇ ନେବା ଲାଗି ପ୍ରଥମେ ବ୍ୟବସ୍ଥା କରିବା ଦରକାର। ଘରୋଇ ନିବେଶକାରୀଙ୍କ ସକାଶେ ଋଣ କରିବା ଏବଂ ନିବେଶକୁ ବିପଦଶୂନ୍ୟ କରିବା ଉପରେ ସେମାନେ ଗୁରୁତ୍ୱ ଦେବା ଆବଶ୍ୟକ।
ଆବଶ୍ୟକ ନିବେଶ ବୃଦ୍ଧି କରିବାରେ କାର୍ବନ କ୍ରେଡିଟ ସମାନ ପ୍ରକାର ଭୂମିକା ନେଇପାରେ। ପ୍ରଦୂଷଣକାରୀମାନେ ସେମାନଙ୍କ ପ୍ରଦୂଷଣ କମ୍‌ କରିବା ଲାଗି ନିଜେ ଅର୍ଥ ଦେବା ବ୍ୟବସ୍ଥାକୁ ସ୍ବେଚ୍ଛାକୃତ କାର୍ବନ କ୍ରେଡିଟର ପ୍ରଥମ ପ୍ରୟାସ ଭାବେ ଦେଖାଯିବା ଦରକାର। ବାସ୍ତବରେ ବିଶ୍ୱରେ କାର୍ବନ ନିର୍ଗମନ ମୁକ୍ତ ଶକ୍ତି (କ୍ଲିନ ଏନର୍ଜି ) ଲାଗି ଅଧିକ ଅଭିଯାନ ଚଳାଇବା ଏକ ବଡ଼ କଥା। ଧନୀ କମ୍ପାନୀଗୁଡ଼ିକ ଗ୍ଲୋବାଲ ସାଉଥ୍‌କୁ କ୍ଲିନ୍‌ ଏନର୍ଜି ପାଇଁ ଅଧିକ ପାଣ୍ଠି ଯୋଗାଇ ଦେବା ଦରକାର। ଅର୍ଥ ଦେବାରେ କିଏ ଶ୍ରେୟ ନେବ ତାହା ପ୍ରତି ଧ୍ୟାନ ନ ଦେଇ ନିଜର ପ୍ରତିଶ୍ରୁତି ମୁତାବକ ଅର୍ଥ ଯୋଗାଇ ଦେବା ସବୁଠୁ ଭଲ ଉପାୟ।
– ଜଳବାୟୁ ଅର୍ଥନୀତିଜ୍ଞ, କଲମ୍ବିଆ ବିଜ୍‌ନେସ ସ୍କୁଲ


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?