କରିବ କିଏ

ଓଡ଼ିଶାର ବିଭିନ୍ନ ସ୍ଥାନରେ ନକଲି ସାମଗ୍ରୀ ତା’ର ପସରା ମେଲାଇ ଚାଲିଛି। କଟକର ଜଗତପୁରଠାରୁ ଆରମ୍ଭକରି ଅନୁଗୋଳ, ବ୍ରହ୍ମପୁର, କୋରାପୁଟ ଓ ରାଜଧାନୀ ସମେତ ଅନେକ ଅଞ୍ଚଳରେ ଖାଦ୍ୟସାମଗ୍ରୀ ଭେଜାଲ ଥିବା ଦେଖିବାକୁ ମିଳୁଛି। ୫ ସେପ୍ଟେମ୍ବରରେ ଭୁବନେଶ୍ୱର ଉପକଣ୍ଠ ଅଟଳା ନିକଟରେ ନକଲି ଲୁଣ ଓ ସର୍ଫ କାରଖାନା ଠାବ କରାଯାଇଛି। ଟାଟା ସଲ୍ଟ ଭଳି ନାମୀଦାମୀ କମ୍ପାନୀର ଲୋଗୋ ବ୍ୟବହାର କରାଯାଇ ଏଭଳି କାରବାର ହେଉଥିବା ଜଣାପଡ଼ିବା ପରେ ଖାଉଟିଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହେବା ସ୍ବାଭାବିକ। ବିଶେଷକରି ଲୁଣ ଦୈନିକ ଆବଶ୍ୟକ ଜିନିଷ ହୋଇଥିବାରୁ ଏହା ପର୍ଯ୍ୟାପ୍ତ ପରିମାଣରେ ବ୍ୟବହାର ହୋଇଥାଏ। ଏହାକୁ କାହିଁକି ରୋକାଯାଇପାରୁ ନାହିଁ ବୋଲି ପ୍ରଶ୍ନ ହେଲେ ନିଶ୍ଚିତ ଭାବେ ଯାଞ୍ଚ ସଂସ୍ଥା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖାଯାଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ ଆକ୍ଟ-୨୦୦୬ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଖାଦ୍ୟପଦାର୍ଥର ମାନ ଯାଞ୍ଚ କରିବା ସହ ଅପମିଶ୍ରଣ ସାମଗ୍ରୀରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବରିଷ୍ଠ ଅଧିକାରୀମାନେ ଥିଲେ ମଧ୍ୟ ଏ ଦିଗରେ ଆଶାନୁରୂପ ସଫଳତା ମିଳୁପାରୁ ନାହିଁ। କାରଣ ଅଧିକାଂଶ ନାଗରିକ ସୁଯୋଗ ପାଇଲେ ଚୋର ପାଲଟୁଛନ୍ତି। ଯେଉଁମାନେ ସଚ୍ଚୋଟ ବୋଲି ଦେଖାଉଛନ୍ତି, ସେମାନେ ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି ବୋଲି ଧରି ନେବାକୁ ହେବ। ଅଭିଯୋଗ ହୋଇଥାଏ ଭେଜାଲକାରୀଙ୍କ ସହ ଯାଞ୍ଚ ଅଧିକାରୀ ଓ ବିଶେଷକରି ପୋଲିସ ସ୍ଥଳବିଶେଷରେ ହାତ ମିଳାଇଥାଆନ୍ତି। ରାଜଧାନୀ ଉପକଣ୍ଠରେ ନକଲି ଲୁଣ ଓ ସର୍ଫ କାରବାର ଚାଲୁଥିଲେ ମଧ୍ୟ ଜଣାପଡ଼ୁ ନ ଥିଲା ବୋଲି ଯାଞ୍ଚ ଅଧିକାରୀଙ୍କୁ ପ୍ରଶ୍ନ ହେବାରୁ ଉତ୍ତର ମିଳୁଛି ଯେ, କର୍ମଚାରୀ ଅଭାବରୁ ନମୁନା ସଂଗ୍ରହ ତ୍ୱରାନ୍ବିତ ହୋଇପାରୁ ନାହିଁ।
ପୂର୍ବରୁ ସାଧାରଣତଃ ଖୁଚୁରା ବ୍ୟବସାୟୀମାନେ ଗାଁଠୁ ସହର ଯାଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବେପାର କରୁଥିଲେ। ଯେବେଠାରୁ ଖୁଚୁରା ରିଟେଲ୍‌ ଚେନ୍‌ଗୁଡ଼ିକ ନିର୍ନ୍ଦ୍ୱନ୍ଦ୍ୱରେ ବଜାର ପ୍ରବେଶ କଲେ ସେବେଠାରୁ ବଜାର ପରିଚାଳନା ସେମାନଙ୍କ ହାତକୁ ଚାଲିଯାଇଛି। ସେମାନଙ୍କ ଭିତରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଭଳି ମାନସିକତାରୁ ମଧ୍ୟ ଷଡ଼ଯନ୍ତ୍ରମୂଳକ ଅପରାଧ ବଳ ପାଉଛି। ସ୍ଥଳବିଶେଷରେ ଯେଉଁଠାରେ ନକଲି ସାମଗ୍ରୀ କାରବାର ହେଉଛି, ତାହାକୁ ବଡ଼ ଆକାରରେ ପ୍ରଚାର ପ୍ରସାର କରାଯାଉଛି। ଏହାଦ୍ୱାରା ଉପଭୋକ୍ତାଙ୍କ ମନରେ ଭୟ ସୃଷ୍ଟି କରାଯାଉଛି କି ଖୁଚୁରା ବେପାର କରୁଥିବା ଦୋକାନୀ ନକଲି ସାମଗ୍ରୀକୁ ବିକ୍ରି କରୁଛନ୍ତି। ଯେତେବେଳେ ଲୋକେ ମଲ୍‌ କିମ୍ବା ରିଟେଲ୍‌ ଚେନ୍‌ରୁ ବିଶୁଦ୍ଧ ଜିନିଷ ପାଇବେ ବୋଲି ଭାବୁଛନ୍ତି ସେଗୁଡ଼ିକ ଯେ ନକଲି ବେପାରୀଙ୍କଠାରୁ ଆସି ନ ଥିବ, ତାହାର ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ। କହିବାକୁ ଗଲେ ସବୁଆଡ଼େ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଦରକାର। ବିଶେଷକରି ଖାଦ୍ୟସାମଗ୍ରୀ ନକଲ କରୁଥିବା ବ୍ୟକ୍ତିଙ୍କୁ ଧରାଯାଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ। କିନ୍ତୁ କରିବ କିଏ? ଯାହା ଆମେ ଜାଣୁ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଖାଦ୍ୟପଦାର୍ଥ ଅପମିଶ୍ରଣ ହୁଏ। କୌତୂହଳର ବିଷୟ ହେଉଛି, ଏହି ଜଘଣ୍ୟ କାର୍ଯ୍ୟକୁ କୌଣସି ପାକିସ୍ତାନୀ କିମ୍ବା ଚାଇନା ଲୋକ କରନ୍ତି ନାହିଁ। ଏହି ମାଟିର ପାଣି ପବନ ପାଇ ବଢ଼ିଥିବା ନାଗରିକ ଏଭଳି କୁତ୍ସିତ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶରେ ଦଶହରାରେ ରାବଣ ପୋଡି ଉତ୍ସାହର ସହ ପାଳନ କରାଯାଇଛି, ହେଲେ ଛତିଶଗଡ଼ରେ ରାବଣ ପୋଡି ପରିବର୍ତ୍ତେ ପଞ୍ଚାୟତ ସଦସ୍ୟଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ାଯାଇଛି। ବିଳାସପୁର ମସ୍ତୁରୀ...

ଏଇ ଭାରତରେ

ପିଲା ହଜିଗଲେ ପୋଲିସ ଯେମିତି ଖୋଜେ ଠିକ୍‌ ସେମିତି ଶୁଆକୁ ଖୋଜା ଚାଲିଛି ଉତ୍ତରପ୍ରଦେଶର ବାରାଣସୀରେ। ପାଞ୍ଚଦିନ ହେବ ପୋଲିସ ଖୋଜୁଛି ଶୁଆକୁ। ଜୋତପୁର ଥାନା...

ସ୍ନେହମୟୀ ମାଆ ଓ ସବା ସାନପୁଅ

ଡ. ଶରତ ଚନ୍ଦ୍ର ରଥ ଖରାଦିନେ ଅସହ୍ୟ ଗରମ ହେଲେ ଲୋକମାନେ ଅତିଷ୍ଠ ହୋଇପଡ଼ନ୍ତି, ଜୀବଜନ୍ତୁ ଗଛପତ୍ର ଆକୁଳ ବିକଳ ହୋଇପଡ଼ନ୍ତି। ବର୍ଷା ଟିକିଏ ହୁଅନ୍ତା...

ଦୃଶ୍ୟମାନ ଈଶ୍ୱରଙ୍କ ଦୁଃଖ

ଈଶ୍ୱର ତ ଚିରକାଳ ଅଦୃଶ୍ୟ। ପୁଣି ଏହି ଅପହଞ୍ଚ ଇଲାକାର ଅଧୀଶ୍ୱର ତ ସକଳ ପ୍ରାଣୀଙ୍କ ଦୁଃଖମୋଚନର ଏକମାତ୍ର ସମର୍ଥ ଆଶ୍ରୟ। ସୁତରାଂ ‘ଦୃଶ୍ୟମାନ ଈଶ୍ୱରଙ୍କ...

ସାମାଜିକ ସମ୍ପର୍କ ବିଗୁଡୁଛି

ଅନେକ ବିଲିୟନ ଲୋକ ଏବେ ମୋବାଇଲ ଫୋନ୍‌ ସହ ଅତ୍ୟଧିକ ଜଡ଼ିତ ହୋଇଯାଇଛନ୍ତି । ସେମାନେ ଉପଯୋଗ କରୁଥିବା ସୂଚନା ବି ନାଟକୀୟ ଢଙ୍ଗରେ ପରିବର୍ତ୍ତନ...

ପ୍ରତିବାଦକୁ ମାରିଦେବା

ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାର ଟିକୁନିଆରେ ୩ ଅକ୍ଟୋବରରେ ଚାଷୀଙ୍କ ଉପରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ସହ ତିନୋଟି...

କର୍ମଯୋଗୀ କଲାମ

ଗିରିଜାଶଙ୍କର ତରାସିଆ ତାମିଲନାଡ଼ୁର କ୍ଷୁଦ୍ର ରାମେଶ୍ୱରମ୍‌ ଦ୍ୱୀପରୁ ରାଷ୍ଟ୍ରପତି ଭବନକୁ ଯାତ୍ରା। ୨୦୦୨ ଜୁଲାଇ ୨୫ରେ ରାଷ୍ଟ୍ରପତି ଭବନର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ଶପଥ ଗ୍ରହଣ...

ମଧ୍ୟବିତ୍ତଙ୍କ ଚାପାକୋହ

ଡ. ମୌସୁମୀ ପରିଡ଼ା ଆର୍ଥିକ କ୍ଷେତ୍ରରେ ଉଚ୍ଚ ବର୍ଗଟି ସବୁମତେ ତିଷ୍ଠିଯାଇପାରେ। ନିମ୍ନବର୍ଗଟି ସରକାରଙ୍କ ବିଭିନ୍ନ ଯୋଜନାକୁ ଉପଭୋଗ କରିବାର ସୁଯୋଗ ପାଆନ୍ତି। କିନ୍ତୁ ମଧ୍ୟବିତ୍ତଟି...

Advertisement
Archives

Model This Week