କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଆରମ୍ଭ ହେଲା କସରତ

ଭୁବନେଶ୍ୱର,୫ା୬ (ଜିତେନ୍ଦ୍ର କୁମାର ନାୟକ):ଓଡ଼ିଶାରେ ୩ ପ୍ରମୁଖ ଦଳର ରାଜ୍ୟ ସଭାପତି ଯଥାକ୍ରମେ ଚାନ୍ଦବାଲିରୁ ନିର୍ବାଚନ ଲଢ଼ୁଥିବା ଭାଜପାର ବିଧାନସଭା ପ୍ରାର୍ଥୀ ମନମୋହନ ସାମଲ, କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜୁ ଜନତା ଦଳର ନବୀନ ପଟ୍ଟନାୟକ ଏବଂ ନୂଆପଡ଼ାରୁ ଲଢ଼ୁଥିବା କଂଗ୍ରେସର ଶରତ ପଟ୍ଟନାୟକ ପରାଜିତ ହୋଇଛନ୍ତି। ଏମାନେ ହାରିବା ପରେ ୩ ପ୍ରମୁଖ ଦଳର କୌଣସି ବ୍ୟକ୍ତି ଦଳକୁ ଜିତାଇ ଆଣିଛନ୍ତି ବୋଲି ଦାବି କରିବାକୁ ଅସମର୍ଥ। କଂଗ୍ରେସର ଆସନ ବଢ଼ିଥିଲେ ମଧ୍ୟ ଉଭୟ ଶରତ ପଟ୍ଟନାୟକ ଓ ଭକ୍ତଚରଣ ଦାସ ଶ୍ରେୟ ନେଇପାରିବେ ନାହିଁ। ସେହିଭଳି ଭାଜପାର ବିଜୟ ପାଇଁ ମନମୋହନ ସାମଲଙ୍କ ଦାବି ଯୁକ୍ତିଯୁକ୍ତ ହେବ ନାହିଁ। ନବୀନ ପଟ୍ଟନାୟକଙ୍କ କଥା ଛାଡ଼ନ୍ତୁ। ହିଞ୍ଜିଳିରୁ ଜିତିଥିଲେ ମଧ୍ୟ ତାହା ତାଙ୍କୁ କୌଣସି ପ୍ରକାର ଗର୍ବ ଆଣିଦେବ ନାହିଁ। ଏହା ହେଲା ୩ ମୁଖ୍ୟ ଦଳର ସ୍ଥିତି।
ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର କୌଣସି ପରିଚିତ ମୁହଁ ରାଜ୍ୟବାସୀଙ୍କ ସମ୍ମୁଖରେ ନାହିଁ। ସେଥିପାଇଁ ଭାଜପାର କେନ୍ଦ୍ରୀୟ ନେତୃତ୍ୱର ଗତାନୁଗତିକ ପୂର୍ବ ଢାଞ୍ଚାକୁ ଦେଖିଲେ ମନେହୁଏ ଯେପରି ଓଡ଼ିଶାରେ ମଧ୍ୟ ଜଣେ ମନୋହରଲାଲ୍‌ ଖଟ୍ଟରଙ୍କ ଭଳି ଅଜଣା, ଅଶୁଣା କିନ୍ତୁ ଗ୍ରହଣୀୟ ବିଧାୟକ ନେତୃତ୍ୱ ନେବାର ସମ୍ଭାବନା ରହିଛି। ଏହା ରାଜ୍ୟ ପାଇଁ ମଧ୍ୟ ଶୁଭଙ୍କର ହେବ, କାରଣ ଅନେକ ଦଶନ୍ଧି ଧରି ବ୍ୟକ୍ତିକୈନ୍ଦ୍ରିକ ଦଳ ହୋଇପଡୁଥିବାରୁ ଶାସନ ବ୍ୟବସ୍ଥା ଅଯଥାରେ ବୋଝ ସମ୍ଭାଳି ଆସୁଛି। ଜନସାଧାରଣଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ବିଚକ୍ଷଣ ନାଟକ ସୃଷ୍ଟି କରି ସାଧାରଣ ନାଗରିକଙ୍କୁ ବାଉଳା କରିବା ପାଇଁ ବିଗତ ବର୍ଷଗୁଡ଼ିକରେ ସବୁ ଦଳ ଚେଷ୍ଟା କରିଆସୁଥିଲେ। ଆଜିର ନିର୍ବାଚନ ପରିଣାମ ପ୍ରମାଣ କରୁଛି ଯେ ଜନସାଧାରଣ ସେହିସବୁ ନାଟକୀୟ କାର୍ଯ୍ୟକୁ ପସନ୍ଦ କରୁନାହାନ୍ତି।
ଅନ୍ୟପଟେ ଲୋକ ସଭାର ସ୍ଥିତିକୁ ଦେଖିଲେ ୫୪୩ ଆସନରୁ ଭାଜପା ମୋଟ୍‌ ୨୪୦ ସିଟ୍‌ ହାସଲ କରିପାରିଛି। ଏକାକୀ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୨୭୨। ଅର୍ଥାତ୍‌ ଭାଜପା କେନ୍ଦ୍ରରେ ମିଳିତ ସରକାର କରିବାକୁ ବାଧ୍ୟ ହେବ। ସେଥିପାଇଁ ଭାଜପାର ଯିଏ ବି ପ୍ରଧାନମନ୍ତ୍ରୀ ହେବେ, ସେହି ବ୍ୟକ୍ତି କେବେହେଲେ ଜିତିଥିବା ଲୋକ ସଭା ପ୍ରାର୍ଥୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ସୁଯୋଗ ଦେବେ ନାହିଁ। କାରଣ ବର୍ତ୍ତମାନ ଲୋକ ସଭାରେ ଭାଜପାର ଉପୁଜିଥିବା କଠିନ ପରିସ୍ଥିତି ଯୋଗୁ ଗୋଟିଏ ବି ଆସନ ହଲ୍‌ଚଲ ହେଉ ବୋଲି ଚାହିଁବେ ନାହିଁ। ସମ୍ପୃକ୍ତ ଲୋକ ସଭା ଆସନ ଛାଡ଼ିଲେ ଉପନିର୍ବାଚନର ପ୍ରୟୋଜନ ଉଠିବ। ସେଥିରେ କିଏ ଜିତିବେ କହିବା କଷ୍ଟକର ହେବ। ଯେହେତୁ ପ୍ରତ୍ୟେକଟି ଲୋକ ସଭା ପ୍ରାର୍ଥୀଙ୍କର ରାଜନୈତିକ ମୂଲ୍ୟ ଭାଜପା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସେହେତୁ ବିଧାନସଭାକୁ ଜିତିଥିବା ପ୍ରାର୍ଥୀଙ୍କ ଭିତରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ।
କିଏ ହେବେ ତାହା ଏବେ କହିବା ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?