ଚାଇନା-ତାଇଓ୍ବାନ ଯୁଦ୍ଧ ହେଲେ କାହାର ହେବ କ୍ଷତି ?…

ବେଜିଂ, ୧୬।୪ : ତାଇୱାନ ପ୍ରସଙ୍ଗରେ ଚାଇନ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିିବାରେ ଲାଗିଛି। କିନ୍ତୁ ନିକଟରେ ତାଇୱାନ ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ତାଇୱାନ ଚାଇନାକୁ ୨୭୦ ବିଲିୟନ ଡଲାରର ରପ୍ତାନି କରିଛି। ତାଇୱାନର ବାର୍ଷିକ ମୋଟ ଘରୋଇ ଉତ୍ପାଦ (ଜିଡିପି) ର ଏହା ୪୦ ପ୍ରତିଶତ। ଗତ ବର୍ଷ ତାଇୱାନର ଜିଡିପି ୬୬୮ ବିଲିୟନ ଡ଼ଲାରରେ ପହଞ୍ଚିଥିଲା। ଏହି ସମୟ ମଧ୍ୟରେ ଚାଇନାରେ ତାଇୱାନର ପୁଞ୍ଜି ନିବେଶ ୨୦୦ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ।

ତାଇୱାନ ସରକାରଙ୍କ ୱେବସାଇଟ ଅନୁଯାୟୀ, ତାଇୱାନ ବର୍ତ୍ତମାନ ଚାଇନାର ସବୁଠାରୁ ବଡ ବିଦେଶୀ ନିବେଶକ ହୋଇପାରିଛି। ୧୯୯୧ ରୁ ମେ ୨୦୨୧ ପର୍ଯ୍ୟନ୍ତ ଚାଇନାରେ ତାଇୱାନର ୪୪,୫୭୭ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହା ଅନ୍ତର୍ଗତ ୧୯୩.୫୧ ବିଲିୟନ ଡ଼ଲାରର ପୁଞ୍ଜି ବିନିଯୋଗ ହୋଇଥିଲା।

ବର୍ତ୍ତମାନ ଚାଇନାରେ ତାଇୱାନ କମ୍ପ୍ୟୁଟର ଚିପ୍ସରେ ସର୍ବାଧିକ ପୁଞ୍ଜି ବିନିଯୋଗ କରୁଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଯିବା ପରଠାରୁ ତାଇୱାନ ଚାଇନାର ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ପ୍ରମୁଖ ପ୍ରୋତ୍ସାହକ ପାଲଟିଛି।

ୱେବସାଇଟ ଏସିଆ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଚାଇନାରେ କାର୍ଯ୍ୟ କରୁଥିବା ପ୍ରାୟ ୨୦ ପ୍ରତିଶତ ଚିପ ଫ୍ୟାକେସନ ଇଞ୍ଜିନିୟର୍‌ ତାଇୱାନୀ ଅଟନ୍ତି। ଚାଇନାରେ ଚିପ ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବାରେ ଏହି ଲୋକମାନେ ଏକ ବଡ଼ ଭୂମିକା ଗ୍ରହଣ କରୁଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଗତ ଦୁଇ ବର୍ଷ ମଧ୍ୟରେ ଚାଇନା, ଆମେରିକା ଏବଂ ତାଇୱାନର ନିର୍ଭରଶୀଳତା ପରସ୍ପର ଉପରେ ବୃଦ୍ଧି ପାଇଛି। ରଣନୈତିକ ଉତ୍ତେଜନା ଯୋଗୁ ଯଦି ସେମାନଙ୍କ ମଧ୍ୟରେ ବାଣିଜ୍ୟ ବାଧାପ୍ରାପ୍ତ ହୁଏ, ତେବେ ଏହା ଉଭୟ ଦେଶର ଉତ୍ପାଦନ ଏବଂ ବ୍ୟବହାର ଉପରେ ବହୁତ ପ୍ରଭାବ ପକାଇବ।

ଏହି ରିପୋର୍ଟ ଅନୁଯାୟୀ, ଚିପ ଇଣ୍ଡଷ୍ଟ୍ରିରେ ତାଇୱାନର ବିପୁଳ ବିନିଯୋଗର ସଫଳତା ଚାଇନାରୁ ଆସୁଥିବା ଚାହିଦା ଉପରେ ନିର୍ଭରଶୀଳ। ୨୦୨୦୨ରେ, ଚାଇନା ତାଇୱାନରୁ ୩୫୦ବିଲିୟନ ଡଲାର ମୂଲ୍ୟର ଚିପ୍ସ ଆମଦାନୀ କରିଥିଲା। ବିଶେଷଜ୍ଞମାନଙ୍କ ଅନୁସାରେ ଯେ ଯଦି ଚାଇନାକୁ ତାଇୱାନର ରପ୍ତାନିରେ ବାଧା ସୃଷ୍ଟି ହୁଏ, ତେବେ ତାଇୱାନର ଚିପ ଇଣ୍ଡଷ୍ଟ୍ରିରେ ବ୍ୟାପକ କ୍ଷତି ହେବ। ଅପରପକ୍ଷରେ ଚାଇନାର ବୈଦ୍ୟୁତିକ ଶିଳ୍ପ ମଧ୍ୟ ସମାନ ପରିମାଣରେ କ୍ଷତି ସହିବ।

ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ତାଇୱାନ ଉପରେ ଚାଇନା ନିର୍ଭରଶୀଳତା ଏତେ ଅଧିକ ଯେ ତାଇୱାନ ଉପରେ ଆକ୍ରମଣ କରିବା ଏହାର ସ୍ବାର୍ଥରେ ରହିବ ନାହିଁ। ଏଭଳି ପରିସ୍ଥିତିରେ ତାଇୱାନ ହଠାତ୍‌ ଏହାର ସ୍ବାଧୀନତା ଘୋଷଣା କଲେ ହିଁ ତାଙ୍କ ଆକ୍ରମଣର ସମ୍ଭାବନା ସୃଷ୍ଟି ହେବ। ଉଲ୍ଲେଖନୀୟ କଥା ହେଉଛି, ଚାଇନା ତାଇୱାନକୁ ଏହାର ଅଂଶ ଭାବରେ ଗ୍ରହଣ କରେ। କିନ୍ତୁ ଚାଇନାରେ କମ୍ୟୁନିଷ୍ଟ ବିପ୍ଳବ ପରଠାରୁ ଚାଇନା ସରକାର ସେଠାରେ ଶାସନ କରିନାହାଁନ୍ତି।

ଏସିଆ ଟାଇମ୍ସ ରିପୋର୍ଟରେ ଅର୍ଥନୀତିଜ୍ଞଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ ଯଦି ଚାଇନା ତାଇୱାନ ଉପରେ ଆକ୍ରମଣ କରେ ଏବଂ ଏହାର ଜବାବରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତା’ହେଲେ ଏହାର ଆର୍ଥିକ କ୍ଷତି ଆକଳନ କରିବା କଷ୍ଟକର। ଏହି ଘଟଣାର ପ୍ରଭାବ ବିଶ୍ୱର ପ୍ରାୟ ସମସ୍ତ ଶିଳ୍ପ ଏବଂ ବଜାର ଉପରେ ପ୍ରଭାବ ପକାଇବ। ଅର୍ଥନୀତିଜ୍ଞମାନେ ସୂଚାଇ ଦେଇଛନ୍ତି ଯେ କୂଟନୈତିକ ପ୍ରସଙ୍ଗରେ ବଢୁଥିବା ଉତ୍ତେଜନା ସତ୍ତ୍ୱେ ଆମେରିକାକୁ ଚାଇନାରୁ ଆମଦାନୀ କ୍ରମାଗତ ଭାବେ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

ଜେଲ ପରିବର୍ତ୍ତେ ହାଉସ ଆରେଷ୍ଟ ହେଲେ ମ୍ୟାନମାର ନେତା ଆଙ୍ଗ ସାନ ସୁ କି, କାହିଁକିଁ ଏମିତି ନିଷ୍ପତ୍ତି ନେଲା ସେନା

ବ୍ୟାଙ୍ଗକକ,୧୭।୪: ମ୍ୟାନମାରର ମାନବାଧିକାର ଓକିଲ ଅଙ୍ଗ ସାନ ସୁ କି ଅନେକ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଏହି ସମୟରେ ଦେଶରେ ପ୍ରବଳ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri