Posted inଫୁରସତ

ପାର୍ଟିରେ ମଦ ପିଇ କୋମାକୁ ଚାଲିଯାଇଥିଲେ ଯୁବତୀ, କରୋନା ଦେଲା ନୂଆ ଜୀବନ

କରୋନା ମହାମାରୀ ସମଗ୍ର ବିଶ୍ୱରେ କ୍ଷତି ପହଞ୍ଚାଇଥିବା ବେଳେ କିଛି ଲୋକଙ୍କୁ ନୂଆ ଜୀବନ ବି ଦେଇଛି। ଇଂଲଣ୍ଡରେ ରହୁଥିବା ଜଣେ ଯୁବତୀଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି। ଏକ ପାର୍ଟିରେ ଓଲିବିୟା ଇବିଟସନ ନାମକ ୨୧ ବର୍ଷୀୟା ଯୁବତୀ ଅତ୍ୟଧିକ ମଦ୍ୟମାନ କରିଥିଲେ। ଫଳରେ ତାଙ୍କ ଅବସ୍ଥା ପୂରା ବିଗିଡ଼ି ଯାଇଥିଲା। ଏପରିକି ସେ କୋମାକୁ ଚାଲିଯାଇଥିଲେ। କିନ୍ତୁ କରୋନା ମହାମାରୀ ତାଙ୍କୁ ନୂଆ ଜୀବନ ଦେଇଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ।
ଓଲିବିୟା ୧୫ ବର୍ଷରୁ ମଦ ପିଉଛନ୍ତି। ୧୮-୧୯ ବର୍ଷ ପର୍ଯ୍ୟନ୍ତ ସେ ପ୍ରତିଦିନ ମଦ ପିଉଥିଲେ। ଏପରିକି ପାର୍ଟିକୁ ଯିବା ମାତ୍ରେ ମଦ ବୋତଲ ସଫା କରିଦିଅନ୍ତି। ଦିନକୁ ଦିନ ତାଙ୍କ ଜୀବନଶୈଳୀ ଖରାପ ଆଡ଼କୁ ଗତିକଲା। ସେ ଡାଇବେଟିସ୍‌ ରୋଗରେ ପୀଡ଼ିତ ହେଲେ। ୨୦୧୯ରେ ତାଙ୍କ ଦେହ ବହୁତ ଖରାପ ହୋଇଗଲା। ଅନ୍ୟପଟେ ମାର୍ଚ୍ଚ ୨୦୨୦ରେ କରୋନା ଭାଇରସ୍‌ ଇଂଲଣ୍ଡରେ କାୟା ବିସ୍ତାର କରିଥିଲା। ଏହି କାରଣରୁ ଲକ୍‌ଡାଉନ୍‌ ମଧ୍ୟ ହୋଇଥିଲା। ସେହି ସମୟରେ ଓଲିବିୟାଙ୍କ ମନ ପରିବର୍ତ୍ତନ ହୋଇଗଲା। କରୋନା ଯୋଗୁ ତାଙ୍କ ମନରେ ସକାରାତ୍ମକ ଭାବନା ଜାଗ୍ରତ ହେଲା। ଓଲିବିୟା ଅନୁଭବ କଲେ ଜଙ୍କଫୁଡ୍‌ ଏବଂ ମଦ ଯୋଗୁ ତାଙ୍କ ଓଜନ ବଢ଼ିଯାଉଛି। ସେ ଗ୍ରୀନ୍‌-ଟି ପିଇବାକୁ ଲାଗିଲେ। ପ୍ରତିଦିନ ବ୍ୟାୟାମ ମଧ୍ୟ କଲେ। ଫଳରେ ତାଙ୍କ ଓଜନ କମିବାରେ ଲାଗିଲା। ଓଲିବିୟା କୁହନ୍ତି, କରୋନା ମହାମାରୀ ଯୋଗୁ ତାଙ୍କ ଜୀବନ ବଦଳିଗଲା। ସେ ନୂଆ ଜୀବନ ପାଇଛନ୍ତି। ସେ କୁହନ୍ତି, ମୋ’ ଜାଣିବାରେ ଲକ୍‌ଡାଉନ୍‌ ମୋ’ ପାଇଁ ସବୁଠୁ ଭଲ। କରୋନା ମୋତେ ଖୁସି ଆଣି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri