ବଲିଉଡ୍‌ର ଏହି ଅଭିନେତ୍ରୀ ଅଜବ କାରଣ ଦର୍ଶାଇ ରିଜେକ୍ଟ କରିଥିଲେ ହଲିଉଡ୍‌ର ବଡ଼ ପ୍ରୋଜେକ୍ଟ

ମୁମ୍ବାଇ: ବଲିଉଡ୍‌ର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ହଲିଉଡ୍‌ ଫିଲ୍ମରେ କାମ କରି ବେଶ୍‌ ନାଁ କମାଇଛନ୍ତି। ବେଳେବେଳେ ଏମିତି ହୋଇଛି ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ କେତେଜଣ ହଲିଉଡ୍‌ର ବଡ଼ ପ୍ରୋଜେକ୍ଟର ଫିଲ୍ମକୁ ବି ଅଗ୍ରାହ୍ୟ କରିଥିଲେ। ଏହା ପଛରେ କିଛି କାରଣ ବି ରହିଛି। ଖରାପ ଷ୍ଟାର୍‌ କାଷ୍ଟ୍‌, କାହାଣୀ, ସ୍କ୍ରିପ୍ଟ କିମ୍ବା ନିର୍ଦ୍ଦେଶକଙ୍କ ସାଙ୍ଗରେ କାମ କରିବା ଇତ୍ୟାଦି। କିଛି ସେଲିବ୍ରିଟି ଅଜବ କାରଣ ଦର୍ଶାଇ ବି ହଲିଉଡ୍‌ ଫିଲ୍ମ ରିଜେକ୍ଟ କରିଥିଲେ। ଏକଥା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ୟୁଜରମାନେ ଏହି ସେଲିବ୍ରିଟିଙ୍କୁ ଟ୍ରୋଲ କରିଥିଲେ। ଜାଣନ୍ତୁ କେଉଁ ଅଭିନେତ୍ରୀମାନେ ହଲିଉଡ୍‌ ଫିଲ୍ମକୁ ରିଜେକ୍ଟ କରିଥିଲେ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ:


ହଲିଉଡ୍‌ ଫିଲ୍ମ ‘ଟୟ’ ୨୦୦୪ରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ ପାଇଁ ଅଫର ମିଳିଥିଲା। ମାତ୍ର ଐଶ୍‌ ଏହି ଫିଲ୍ମକୁ ରିଜେକ୍ଟ କରିଦେଇଥିଲେ। କାରଣ ଅନ୍ତରଙ୍ଗ ସିନ୍‌ କରିବାକୁ ସେ ଅସହଜ ମନେ କରିଥିଲେ। ତେଣୁ ଫିଲ୍ମରେ କାମ କରିବାକୁ ମନା କରିଥିଲେ।

ପ୍ରିୟଙ୍କା ଚୋପ୍ରା:


ଫିଲ୍ମ ‘ଇମ୍ପୋର୍ଟାଲ୍ସ’ରେ ପ୍ରିୟଙ୍କାଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଅଫର ମିଳିଥିଲା। ପ୍ରିୟଙ୍କା ଏହାକୁ ରିଜେକ୍ଟ କରି ଦେଇଥିଲେ। କାରଣ ତାଙ୍କ ପାଖରେ ଡେଟ୍‌ ନ ଥିଲା। ସେତେବେଳେ ସେ ବଲିଉଡ୍‌ ଫିଲ୍ମ ‘ସାତ୍‌ ଖୁନ୍‌ ମାଫ’ ପ୍ରୋଜେକ୍ଟରେ ବ୍ୟସ୍ତ ଥିଲେ।

ଦୀପିକା ପାଦୁକୋନ:


ଫିଲ୍ମ ‘ଫାଷ୍ଟ ଆଣ୍ଡ୍‌ କ୍ୟୁରିୟସ ସାତ’ରେ ଦୀପିକାଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ ପାଇଁ ଅଫର ମିଳିଥିଲା। ସେତେବେଳେ ତାଙ୍କ ନିକଟରେ ସମୟ ନ ଥିବାରୁ ସେ ଏହି ହଲିଉଡ୍‌ ଫିଲ୍ମରେ କାମ କରିବାକୁ ମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri