Posted inଜାତୀୟ

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ  ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ ଦଳର ପ୍ରାଥମିକ ଓ ସକ୍ରିୟ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହି ନିଷ୍ପତ୍ତି ହଠାତ୍ ନୁହେଁ, ବରଂ ରାଜ୍ୟ ସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରଠାରୁ ସେ ଦଳ ଉପରେ କ୍ଷୁବ୍ଧ ଥିଲେ। ସୋସିଆଲ ମିଡିଆରେ “ଟାଟା ବାଏ-ବାଏ” ଲେଖି ସେ ଆଗୁଆ ରାଜନୈତିକ ସଙ୍କେତ ଦେଇସାରିଥିଲେ। ବରେଲୀ ଜିଲାର ଆଁଓଲା ଲୋକ ସଭା ଆସନରୁ ଦୁଇଥରର MP ରହିସାରିଥିବା ଧର୍ମେନ୍ଦ୍ର ଅକ୍ଟୋବର ୭ରେ ଫେସବୁକରେ ଏକ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ପୋଷ୍ଟରେ କୌଣସି ଦଳର ନାମ ନ ଲେଖିଥିଲେ ମଧ୍ୟ ତାଙ୍କର ମନୋଭାବ ସ୍ପଷ୍ଟ ହୋଇଯାଇଥିଲା। ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଏହି ଇସ୍ତଫା ଭାଜପା ପାଇଁ ଏକ ବଡ଼ ଝଟକା ଭାବେ ଦେଖାଯାଉଛି।

टाटा-बाय-बाय कहने वाले पूर्व सांसद धर्मेंद्र कश्यप ने BJP से तोड़ा नाता, पार्टी से दिया इस्तीफा

ଫେସବୁକ ମାଧ୍ୟମରେ ଇସ୍ତଫା ଘୋଷଣା କରି ଧର୍ମେନ୍ଦ୍ର କହିଛନ୍ତି ଯେ ଭାଜପାରେ ଦଳ ସହ ଭିତରଘାତ କରୁଥିବା ଏବଂ ଲୋକସଭା ନିର୍ବାଚନରେ ଦଳ ବିରୋଧରେ ଭୋଟ୍ ଦେଇ ଦଳକୁ ଦୁର୍ବଳ କରିଥିବା ନେତାଙ୍କୁ ଆଗଧାଡ଼ିରେ ସ୍ଥାନ ମିଳୁଛି। ଅପରପକ୍ଷରେ ପଛୁଆ ଓ ଅତି-ପଛୁଆ ସମାଜକୁ ଦଳରେ ଉଚିତ ସ୍ଥାନ ଓ ସମ୍ମାନ ମିଳୁନାହିଁ, ଯେଉଁଥିରେ ଆହାତ ହୋଇ ସେ ବିଜେପିରୁ ଇସ୍ତଫା ଦେଉଛନ୍ତି। ଧର୍ମେନ୍ଦ୍ର କଶ୍ୟପ ୨୦୧୪ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଆଁଓଲା ଆସନରୁ ବିଜୟୀ ହୋଇଥିଲେ ଏବଂ ୨୦୧୯ ନିର୍ବାଚନରେ ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜିତି ନିଜ ଆସନ ବଜାୟ ରଖିବାରେ ସଫଳ ହୋଇଥିଲେ। ତେବେ ୨୦୨୪ ଲୋକସଭା ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

ଭାଜପା ରାଜ୍ୟସଭା ପାଇଁ ଘୋଷଣା କରିଥିବା ୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣଙ୍କୁ (ଧର୍ମପାଲ ସିଂହ ଓ ଶ୍ରୁତି ଗଙ୍ଗୱାର) ଧର୍ମେନ୍ଦ୍ର କଶ୍ୟପଙ୍କ ଅଞ୍ଚଳ ବରେଲୀରୁ ହିଁ ବାଛିଥିଲା। ଧର୍ମପାଲ ସିଂହ ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ଶ୍ରୁତି ଗଙ୍ଗୱାର ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଝିଅ। “ଟାଟା ବାଏ-ବାଏ” ପୋଷ୍ଟ ବିଷୟରେ ପଚରାଯିବାରୁ ସେ ସିଧାସଳଖ ପରବର୍ତ୍ତୀ ପଦକ୍ଷେପ କଥା କହିନଥିଲେ, କିନ୍ତୁ ଶାୟରୀ ଆବୃତ୍ତି କରି ସସପେନ୍ସ ବଢ଼ାଇ କହିଥିଲେ ଯେ, “ଆଁଖୋଁ ମେଁ ରହା, ଦିଲ୍ ମେଁ ଉତରକର ନହିଁ ଦେଖା… କଶ୍ତୀ କେ ମୁସାଫିର ନେ କଭୀ ସମନ୍ଦର ନହିଁ ଦେଖା।”

टाटा-बाय-बाय कहने वाले पूर्व सांसद धर्मेंद्र कश्यप ने BJP से तोड़ा नाता, पार्टी से दिया इस्तीफा

କେବଳ ଧର୍ମେନ୍ଦ୍ର କଶ୍ୟପ ନୁହଁନ୍ତି, ରାଜ୍ୟ ସଭା ଟିକେଟ ନ ମିଳିବାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମୋହନଲାଲଗଞ୍ଜର ପୂର୍ବତନ MP କୌଶଲ କିଶୋରଙ୍କ ପରିବାରରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ତାଙ୍କ ପୁଅ ବିକାଶ କିଶୋର, ଯିଏ ବର୍ତ୍ତମାନ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି, ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଯେଉଁ ପରିବାରରେ ବାପା-ମା’ଙ୍କ ମାନ-ସମ୍ମାନ ନ ଥାଏ, ସେହି ପରିବାରରେ ରହିବା ଉଚିତ ନୁହେଁ। ୨୦୨୪ ଲୋକ ସଭା ନିର୍ବାଚନରେ କୌଶଲ କିଶୋର ପରାଜିତ ହୋଇଥିଲେ ଏବଂ ତାଙ୍କୁ ରାଜ୍ୟ ସଭା ପଠାଯିବ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଭାଜପା ଅବଧ ଅଞ୍ଚଳରୁ ପାସୀ ସମାଜର ପୂର୍ବତନ MP ପ୍ରିୟଙ୍କା ସିଂହ ରାୱତଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ ଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡି ରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?