ଚାଇନା ଏବେ ପର୍ଯ୍ୟନ୍ତ କାହିଁକି ଦେଉନାହିଁ କରୋନା ଡାଟା: ଡବ୍ଲୁଏଚଓ

ଜେନେଭା,୧୮ ।୩: ସାରା ବିଶ୍ୱରେ ୨୦୨୦ରେ କୋଭିଡ ମହାମାରି ପାଦ ରଖିଥିଲା । ଏହି ମାରାତ୍ମକ କରୋନା ଜୀବଣୁ ପ୍ରଥମେ ଚାଇନାର ଉହାନ ସହରରେ ମିଳିଥିଲା । ତିନିବର୍ଷ ପରେ ଦ ନ୍ୟୁୟର୍କସ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଳୁଏଚଓ) ବୈଜ୍ଞାନିକ ଅନୁସନ୍ଧାନ ବନ୍ଦ କରିବାକୁ ଚାଇନା କର୍ତ୍ତୁପକ୍ଷଙ୍କୁ ତାଗିଦ କରିଥିଲା, ଯାହା କରୋନା ଭାଇରସ ଉତ୍ପତ୍ତି ସମ୍ପର୍କରେ ସୂଚନା ଦେଇଥାଆନ୍ତା ।
କରୋନା ମହାମାରୀ ପାଇଁ ସାରା ବିଶ୍ୱ ଚାଇନାକୁ ଦାୟୀ କରୁଥିବା ବେଳେ ଏହାକୁ ନେଇ ନାନା ପ୍ରଶ୍ନର ସାମ୍ନା କରୁଛି ଚାଇନା । ଅଧିକାଂଶ ଦେଶ କୋଭିଡ ଭାଇରସ ପାଇଁ ଚାଇନାକୁ ଦାୟୀ କରୁଛନ୍ତି । ଚାଇନା କୋଭିଡ ସମ୍ପର୍କିତ ସୂଚନା ପ୍ରଥମେ ୩୧ ଡିସେମ୍ବର ୨୦୧୯ରେ ଦେଇଥିଲା ।
ତେବେ ୩ ବର୍ଷ ପରେ ବି ଚାଇନା କୋଭିଡ ଡାଟା ନ ଦେଉଥିବାରୁ ଡବ୍ଲୁଏଚଓ ମୁଖ୍ୟ ଅଧିକାରୀ ଏହାର କାରଣକୁ ନେଇ ପ୍ରଶ୍ନ କରିଛନ୍ତି । ଏହା ପୂର୍ବରୁ ଡାଟା ଇଣ୍ଟନେଟ ସ୍ପେଶରୁ ହଟିଯାଉଥିଲା, ଭାଇରସ ବିଶେଷଜ୍ଞର ଏକ ଅନ୍ତରାଷ୍ଟ୍ରୀୟ ଟିମ ଡାଟାକୁ ଡାଉନଲୋଡ କରି ଏହାର ବିଶ୍ଳେଷଣ କରିବା ଆରମ୍ଭ କରିଥିଲେ । ଡାଟା ବିଶ୍ଳେଷଣରୁ ଜଣାପଡିଥିଲା କି ମହାମାରୀ ଅବୈଧ ଭାବେ ରୈକୁନ କୁକରଠାରୁ ଆରମ୍ଭ ହୋଇଥିଲା, ଯାହା ଚାଇନାର ଉହାନ ହୁଆନାନ ସିଫୁଡ ହୋଲସେଲ ମାର୍କେଟରୁ ମଣିଷଙ୍କୁ ବ୍ୟାପିଥିଲା ।
ଦ ନ୍ୟୁୟର୍କସ ଟାଇମସର ରିପୋର୍ଟ ଅନୁଯାୟୀ,, ବିଶେଷଜ୍ଞମାନେ ଚାଇନା ସମକକ୍ଷଙ୍କ ସହ ବିଶ୍ଳେଷଣ ଉପରେ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ , ହେଲେ ଟିମ ଶେଷ ପରିଣାମ ପର୍ଯ୍ୟନ୍ତ ପହଞ୍ଚିିବା ପୂର୍ବରୁ ଡାଟାବେସରୁ ଜିନ କ୍ରମଗୁଡିକ ହଟାଇ ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?